ନିଜ ମାମଲା ଲଢ଼ି କୋଟିଏ ଫେରିପାଇଲେ

ଭୁବନେଶ୍ୱର,୨୫।୧୦:  ନ୍ୟାୟ ପାଇଁ ଜନସାଧାରଣ କୋର୍ଟଙ୍କ ଦ୍ୱାରସ୍ଥ ହୁଅନ୍ତି। କିନ୍ତୁ ବିନା ଆଇନଜୀବୀରେ କୋର୍ଟରେ ମାମଲା ଲଢ଼ିବା ଓ ଜିତିବା କାଠିକର ପାଠ। ହେଲେ ଏମିତି ବି ବ୍ୟକ୍ତି ଅଛନ୍ତି, ଯିଏ ଆଇନ ବହି ଅଧ୍ୟୟନ କରି ସେଥିରୁ ଜ୍ଞାନ ଅର୍ଜନ କଲେ। ପରେ କୋଲକାତା ହାଇକୋର୍ଟରେ ନିଜ ମାମଲାରେ ନିଜେ ଆଇନଜୀବୀ ସାଜିଲେ। ଠକେଇ କରିଥିବା ଦେଶର ନାମୀ ଷ୍ଟକ୍‌ ବ୍ରୋକିଂ କମ୍ପାନୀ ‘ଇଣ୍ଡିଆ ଇନ୍‌ଫୋଲାଇନ୍‌’ ସହ ମାମଲା ଲଢ଼ି କୋଟିଏ ଟଙ୍କାର କ୍ଷତି ପୂରଣ ଫେରିପାଇଲେ। ଏହି ବ୍ୟକ୍ତି ଜଣକ ହେଉଛନ୍ତି ପୁରୀ ସଦର ବ୍ଲକ୍‌ ବାସୁଦେବପୁର ଗ୍ରାମ ବାସିନ୍ଦା ପ୍ରମୋଦ କୁମାର ଉପାଧ୍ୟାୟ। ପ୍ରମୋଦ କିପରି ନିଜର ସତ୍ୟ, ନିଷ୍ଠାପର ତଥା ଦୃଢ ମନୋବଳକୁ ନେଇ ୨ବର୍ଷ ଧରି ଆଇନଗତ ଲଢ଼େଇ କରି ମାମଲା ଜିତିଲେ ତାହା ଠକେଇର ଶିକାର ହୋଇଥିବା ଅନ୍ୟ ଜମାକାରୀଙ୍କ ପାଇଁ ନିଶ୍ଚୟ ବିରଳ ଉଦାହରଣ।
ପ୍ରମୋଦ ଆମେରିକାରେ ଏକ ସ୍ଥାୟୀ ଚାକିରି କରୁଥିବାବେଳେ ତାଙ୍କ ସ୍ତ୍ରୀ ମଧ୍ୟ ସେଠାରେ ବୈଜ୍ଞାନିକ ଥିଲେ। ୨୦୧୨ରେ ଉଭୟ ଗ୍ରୀନ୍‌କାର୍ଡ, ସୋସିଆଲ ସିକ୍ୟୁରିଟି ଓ ଅନ୍ୟସବୁ ସୁବିଧା ଛାଡି ଭାରତ ପ୍ରତ୍ୟାବର୍ତ୍ତନ କଲେ। ପରମୁହୂର୍ତ୍ତରେ ପ୍ରମୋଦଙ୍କ ସ୍ତ୍ରୀ କୋଲକାତାସ୍ଥିତ ଏକ କେନ୍ଦ୍ରୀୟ ସଂସ୍ଥାରେ ବୈଜ୍ଞାନିକ ଭାବେ କାର୍ଯ୍ୟ ଆରମ୍ଭ କରିଥିବାବେଳେ ସେ ଭୁବନେଶ୍ୱରରେ ଏକ ଲଘୁ ଉଦ୍ୟୋଗ ଖୋଲିଥିଲେ। ସେମାନଙ୍କର କୌଣସି ପିଲା ନ ଥିବାରୁ ଦୁହେଁ ଏଠାରେ ଏକ ପୋଷ୍ୟ କନ୍ୟା ସନ୍ତାନ ଗ୍ରହଣ କଲେ। ୨୦୧୮ରେ ଇଣ୍ଡିଆ ଇନ୍‌ଫୋଲାଇନର ୩ଜଣ ଅଧିକାରୀ ତାଙ୍କ କଲିକତାସ୍ଥିତ ବାସଭବନକୁ ଆସି ପୁଞ୍ଜିନିବେଶ ନେଇ ଆଲୋଚନା କରିଥିଲେ। ପ୍ରମୋଦ ଉକ୍ତ କମ୍ପାନୀଠାରୁ ଶେୟାର କିଣିଥିଲେ। ହେଲେ ପ୍ରମୋଦଙ୍କ ଅଜାଣତରେ କମ୍ପାନୀ ତାଙ୍କର ସମସ୍ତ ଶେୟାରକୁ ବନ୍ଧକ ରଖି ୧.୬ କୋଟିର ଋଣ ଉଠାଇ କାରବାର କରିବା ସହ ସବୁ ଅର୍ଥ ରାଶି ବେଆଇନ ଭାବେ ଖର୍ଚ୍ଚ କରିଦେଇଥିଲା। ଏହା ଜାଣିବା ପରେ ପ୍ରମୋଦ ତୁରନ୍ତ କମ୍ପାନୀର କୋଲକାତାସ୍ଥିତ କାର୍ଯ୍ୟାଳୟକୁ ଯାଇ ବେନିୟମ କାରବାର ବିରୋଧରେ ଅଭିଯୋଗ କରିଥିଲେ। କିନ୍ତୁ ଏହା ବଦଳରେ ସେଠାରେ ତାଙ୍କୁ ଧମକ ମିଳିଲା। କିଛି ଉପାୟ ନ ପାଇ ସେ ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ (ଏନ୍‌ଏସ୍‌ଇ) ଓ ସିକ୍ୟୁରିଟି ଆଣ୍ଡ୍‌ ଏକ୍ସଚେଞ୍ଜ ବୋର୍ଡ ଅଫ୍‌ ଇଣ୍ଡିଆ (ସେବି)ରେ ଅଭିଯୋଗ କରିଥିଲେ ମଧ୍ୟ ସୁଫଳ ମିଳି ନ ଥିଲା। ପରେ ପ୍ରମୋଦ କେତେଜଣ ବନ୍ଧୁଙ୍କ ସହିତ ପରାମର୍ଶ କରି କୋଲକାତାରେ ଥିବା ଏନ୍‌ଏସ୍‌ଇ ଆର୍‌ବିଟ୍ରେଶନ ଟ୍ରିବ୍ୟୁନାଲ୍‌ର ଦ୍ୱାରସ୍ଥ ହେଲେ। ୩ ଜଣିଆ ଟ୍ରିବ୍ୟୁନାଲ ମାମଲାର ବିଚାର କରି ଇଣ୍ଡିଆ ଇନ୍‌ଫୋଲାଇନକୁ ବେନିୟମ କାରବାର ପାଇଁ ଦୋଷୀ ସାବ୍ୟସ୍ତ କରି ନିବେଶକାରୀ ପ୍ରମୋଦଙ୍କୁୁ ୯୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଏହି ରାୟ ବିରୋଧରେ ଉକ୍ତ କମ୍ପାନୀ ଡିଷ୍ଟ୍ରିକ୍ଟ ଜଜ୍‌ କୋର୍ଟରେ ଅପିଲ କଲା ଏବଂ ଦେଶର ସବୁଠାରୁ ବଡ଼ ଓକିଲାତି ଫାର୍ମକୁ ତାଙ୍କ ସପକ୍ଷରେ ଲଢ଼ିବାକୁ ନିୟୋଜିତ କଲା। ହେଲେ ଦୃଢ଼ମନା ପ୍ରମୋଦ କୌଣସି ଆଇନଜୀବୀଙ୍କୁ ନିଯୁକ୍ତ ନ କରି ନିଜ ମାମଲା ନିଜେ ଲଢ଼ିବାକୁ ସଂକଳ୍ପ ନେଲେ। ଏଥିପାଇଁ ସେ ଆଇନ ପୁସ୍ତକ ପଢ଼ିବା ସହ ଡିଷ୍ଟ୍ରିକ୍ଟ ଜଜ୍‌ କୋର୍ଟରେ ନିଜ ସପକ୍ଷରେ ଯୁକ୍ତି ବାଢ଼ିଲେ। ମାମଲାର ବିଚାର  ଦୀର୍ଘଦିନ ଧରି ଚାଲିବା ପରେ ଶେଷରେ ଡିଷ୍ଟ୍ରିକ୍ଟ ଜଜ୍‌ କୋର୍ଟ ଇଣ୍ଡିଆ ଇନ୍‌ଫୋଲାଇନର ଅପିଲକୁ ଖାରଜ କରି ଟ୍ରିବ୍ୟୁନାଲ ରାୟକୁ କାଏମ ରଖିଲେ। ଏହାପରେ ଇଣ୍ଡିଆ ଇନ୍‌ଫୋଲାଇନ କୋଲକାତା ହାଇକୋର୍ଟରେ ଅପିଲ କରିଥିଲେ ମଧ୍ୟ ପ୍ରମୋଦଙ୍କ ଦୃଢ଼ ଯୁକ୍ତି ସହ ପ୍ରମାଣ ଆଗରେ ତାହା ଖାରଜ ହୋଇଯାଇଥିଲା। ଶେଷରେ ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ ଷ୍ଟକ୍‌ ଉକ୍ତ ବ୍ରୋକିଂ କମ୍ପାନୀ ଇଣ୍ଡିଆ ଇନ୍‌ଫୋଲାଇନ୍‌ର ଜମାରାଶିରୁ କ୍ଷତିପୂରଣ ବାବଦରେ ମୂଳସୁଧ ମିଶାଇ ୧ କୋଟି ଟଙ୍କା ପ୍ରମୋଦଙ୍କ ବ୍ୟାଙ୍କ୍‌ ଖାତାକୁ ପଠାଇଥିଲା। ଏହି ମାମଲା ଫେବୃୟାରୀ ୨୦୧୮ରୁ ଫେବୃୟାରୀ ୨୦୨୦ ଅର୍ଥାତ୍‌ ୨ ବର୍ଷ ଧରି ଚାଲିଥିଲା।
ନିଜର ଏହି ଉପଲବ୍ଧିକୁ ନେଇ ପ୍ରମୋଦ କୁହନ୍ତି, ନିବେଶକାରୀମାନେ ବ୍ରୋକିଂ କମ୍ପାନୀର କୌଣସି ବି ଅଧିକାରୀଙ୍କ କଥାକୁ ସହଜରେ ବିଶ୍ୱାସ କରିବା ଠିକ୍‌ ନୁହେଁ। ସେମାନଙ୍କ ସହ କଥା ହେଲାବେଳେ ସତର୍କତା ଅବଲମ୍ବନ କରିବା ଉଚିତ। କାରଣ ବ୍ରୋକିଂ କମ୍ପାନୀ ଏହି କଥାବାର୍ତ୍ତାଗୁଡିକୁ ନିଜ ସ୍ବାର୍ଥ ରକ୍ଷା ପାଇଁ ଟ୍ରିବ୍ୟୁନାଲରେ ଅପବ୍ୟବହାର କରିଥାନ୍ତି। ପୁଞ୍ଜି ନିବେଶରେ କୌଣସି ବେନିୟମ କାର୍ଯ୍ୟ ହୋଇଥିବା ସନ୍ଦେହ ହେଲେ ତୁରନ୍ତ ଏନେଇ ନିକଟ ପୋଲିସ ଷ୍ଟେଶନରେ ଲିଖିତ ଅଭିଯୋଗ କରନ୍ତୁ। ଷ୍ଟକ୍‌ ଏକ୍ସଚେଞ୍ଜ ଅଥବା ସେବିକୁ ତୁରନ୍ତ ଇ-ମେଲ୍‌ କରି ଜଣାନ୍ତୁ। ଦେଶର ଲକ୍ଷାଧିକ ନିବେଶକରୀ ଚିଟ୍‌ଫଣ୍ଡ୍‌ରେ ଠକାମିର ଶିକାର ହୋଇଛନ୍ତି। ହେଲେ ସରକାର ଓ ପ୍ରଶାସନିକ ଅଧିକାରୀମାନେ ଏଭଳି ଅର୍ଥ ଲଗାଣକାରୀ ସଂସ୍ଥା ଖୋଲିବାକୁ ଅନୁମତି ଦେଇଥାନ୍ତି। ସରକାର ଏଥିପ୍ରତି ଚିନ୍ତା କରିବା ନିହାତି ଦରକାର ବୋଲି ପ୍ରମୋଦ କହିଛନ୍ତି।

ଜ୍ୟୋତିରଞ୍ଜନ ମହାପାତ୍ର


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri