ସମ୍ମାନ ପାଇଁ ଲଢ଼େଇ

ବାରିପଦା ଅଫିସ,୧।୨ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ମୟୂରଭଞ୍ଜ ଜିଲା ବାରିପଦା ସଦର ବ୍ଲକରେ ୩୨୨ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଛନ୍ତି। ଏହି ବ୍ଲକ ଅଧୀନ ଦୁଇଟି ଜିଲାପରିଷଦ ଜୋନରେ ଭାଜପା ଓ ବିଜେଡି ମଧ୍ୟରେ କଡ଼ା ଟକ୍କର ହେବାର ସମ୍ଭାବନା ରହିଛି। ଉଭୟ ଦଳ ସମ୍ମାନ ପାଇଁ ଲଢ଼େଇ କରୁଛନ୍ତି। ପ୍ରାର୍ଥୀମାନେ ଘରକୁ ଘର ଓ ଗଁାକୁ ଗଁା ବୁଲି ପ୍ରଚାର କରୁଥିବା ବେଳେ ସୋସିଆଲ ମିଡିଆକୁ ବେଶୀ ବ୍ୟବହାର କରୁଛନ୍ତି। ଆଞ୍ଚଳିକ ସମସ୍ୟା ସମାଧାନର ପ୍ରତିଶ୍ରୁତି ଦେବା ସହିତ ସମାଗ୍ରିକ ବିକାଶ ଦିଗରେ ପଦକ୍ଷେପ ନେବାକୁ ପ୍ରାର୍ଥୀମାନେ ଭୋଟରଙ୍କୁ ବୁଝାଉଛନ୍ତି।
ପଞ୍ଚାୟତକୁ ନେଇ ଗଠିତ ବାରିପଦା ସଦର ବ୍ଲକର ଦୁଇଟି ଜିଲାପରିଷଦ ଜୋନରେ ୱାର୍ଡସଭ୍ୟଠାରୁ ଆରମ୍ଭ କରି ଜିଲାପରିଷଦ ସଦସ୍ୟ ପର୍ଯ୍ୟନ୍ତ ଚଳିତ ଥର ପ୍ରତିଦ୍ୱନ୍ଦ୍ୱିତା ଜୋରଦାର ହେଉଥିବା ଦେଖିବାକୁ ମିଳିଛି ା ଏହି ବ୍ଲକର ମୋଟ ଭୋଟର ସଂଖ୍ୟା ୪୯ହଜାର ୮୬୮। ୨ଟି ଜିଲାପରିଷଦ ଜୋନ ମଧ୍ୟରୁ ୨୯ ଓ ୩୦ନଂ. ଆସନରେ ଯଥାକ୍ରମେ ୩ ଓ ୫ଜଣ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି। ସେହିପରି ୧୧ଟି ପଞ୍ଚାୟତରେ ସରପଞ୍ଚ ପାଇଁ ୫୯ଜଣ ପ୍ରାର୍ଥୀ ଥିବା ବେଳେ ସମିତିସଭ୍ୟ ପାଇଁ ୫୧ ଓ ୱାଡର୍ର୍ମ୍ବେମର ପାଇଁ ୨୦୪ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନରେ ଅଛନ୍ତି। ୨୦୧୭ ନିର୍ବାଚନରେ ୨୯ନଂ. ଜୋନରେ ଭାଜପା ପ୍ରାର୍ଥୀ ବିଜୟୀ ହୋଇଥିଲେ। ୨୯ନଂ. ଜିଲା ପରିଷଦ ଜୋନଟି ଶଙ୍ଖାଭଙ୍ଗା, ଭାଗବତଚନ୍ଦ୍ରପୁର, ହାତୀକୋଠ, ବୁଢ଼ିଖମାରୀ, ବଡ଼ଯୋଡ଼ ଓ ଖଡ଼ିଶୋଳର ୬ଟି ପଞ୍ଚାୟତକୁ ନେଇ ଗଠିତ। ଏହି ଆସନଟି ମହିଳାଙ୍କ ପାଇଁ ସଂରକ୍ଷିତ ଥିବା ବେଳେ ୩ ପ୍ରାର୍ଥିନୀ ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ହୋଇ ଦଳୀୟ ଚିହ୍ନ ସହ ପ୍ରଚାର ଆରମ୍ଭ କରିଛନ୍ତି। ବିଜେଡିି ପକ୍ଷରୁ ଗତଥରର ବ୍ଲକ ଉପାଧ୍ୟକ୍ଷା ରବୀନ୍ଦ୍ର ମହାନ୍ତଙ୍କ ସ୍ତ୍ରୀ ସତ୍ୟଭାମା ପ୍ରାର୍ଥୀ ହୋଇଥିବା ବେଳେ ଭାଜପା ପକ୍ଷରୁ ପ୍ରଭାବତୀ ମହାନ୍ତ ଓ କଂଗ୍ରେସର ସସ୍ମିତା ମହାନ୍ତ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।
ବାଙ୍କିଶୋଳ, ରଜାବସା, ବେତନା, ଲକ୍ଷ୍ମୀପୋଷି ଓ ଚନ୍ଦନପୁରକୁ ମିଶାଇ ୫ଟି ପଞ୍ଚାୟତକୁ ନେଇ ୩୦ନଂ. ଜିଲା ପରିଷଦ ଜୋନ ଗଠିତ। ଗତ ୨୦୧୭ ନିର୍ବାଚନରେ ଏହି ଆସନରୁ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଥିଲେ। ଚଳିତ ଥର ଆସନଟି ଅଣସଂରକ୍ଷିତ ଥିବା ବେଳେ ୫ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଛନ୍ତି ା ବିଜେଡିର ଜିଲା ଯୁବ ସମ୍ପାଦକ ନରେନ୍ଦ୍ର ହାଁସଦାଙ୍କୁ ଏଥର ଟିକେଟ ମିଳିଥିବା ବେଳେ ଭାଜପା ପକ୍ଷରୁ ଧନଞ୍ଜୟ ମହାନ୍ତ, କଂଗ୍ରେସରୁ ପ୍ରଦୀପ କୁମାର ବେହେରା, ଜେଏମ୍‌ଏମ୍‌ରୁ କିଶୋର ହାଁସଦା ଓ ଆଜସୁ ପକ୍ଷରୁ ରୂପଚାନ୍ଦ ସୋରେନ ପ୍ରାର୍ଥୀ ହୋଇଛନ୍ତି ା ଗତ ନିର୍ବାଚନରେ ଏହି ୨ଟି ଆସନରୁ ବିଜେଡିି ଓ ଭାଜପା ଗୋଟିଏ ଲେଖାଏ ଆସନ ଅକ୍ତିଆର କରିଥିବା ବେଳେ ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ଭାବେ ମଧ୍ୟ ଉଭୟ ଦଳର ପ୍ରାର୍ଥୀ ରହିଥିଲେ। ତେବେ ଚଳିତ ଥର ବାରିପଦା ବିଧାନସଭା କ୍ଷେତ୍ରରେ ଭାଜପାର ବିଧାୟକ ପ୍ରକାଶ ସୋରେନ ରହିଥିବା ବେଳେ ଦୁଇଟି ଆସନ ଅକ୍ତିଆର କରିବା ପାଇଁ ଭାଜପା ପକ୍ଷରୁ ପ୍ରାଣମୂର୍ଚ୍ଛା ଉଦ୍ୟମ ଜାରି ରହିଛି। ଅନ୍ୟପକ୍ଷରେ ବିଜେଡି ଜିଲା ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା ପ୍ରଣବ ପ୍ରକାଶ ଦାସ ଅସଜଡ଼ା ସଙ୍ଗଠନକୁ ସଜାଡ଼ି ଦଳକୁ ମଜବୁତ ସ୍ଥିତିରେ ରଖିଛନ୍ତି। ତେବେ ଭାଜପା ଓ ବିଜେଡି ପାଇଁ ଏହି ନିର୍ବାଚନ ସମ୍ମାନର ପ୍ରଶ୍ନ ବୋଲି ମତ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବୌଦ୍ଧ ବିଧାୟକଙ୍କ ନାଁରେ ଗିରଫ ପରୱାନା

ହରଭଙ୍ଗା,୨୭ା୯(ନରେନ୍ଦ୍ର କୁମାର ସାହୁ): ୨୦୨୪ରେ ଅନୁଷ୍ଠିତ ୧୭ତମ ବିଧାନସଭା ନିର୍ୱାଚନ ସମୟରେ ବର୍ତ୍ତମାନର ବୌଦ୍ଧ ବିଧାୟକ ତଥା ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ…

ଓଡ଼ିଶାରେ ଦ୍ୱିତୀୟ ଏମ୍ସ ନେଇ କେନ୍ଦ୍ର ଅସ୍ପଷ୍ଟ

ବଲାଙ୍ଗୀର,୨୭ା୯(ବୀରେନ୍ଦ୍ର କୁମାର ଝାଙ୍କର): ଗତ ୨ ବର୍ଷ ତଳେ ୨୦୨୪ ସେପ୍ଟେମ୍ୱର ୮ରେ ସମ୍ୱଲପୁରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ଦ୍ୱିତୀୟ ଏମ୍ସ ସମ୍ୱଲପୁରରେ ପ୍ରତିଷ୍ଠା…

ହୀରାକୁଦର ୨୦ ଗେଟ୍‌ ଖୋଲିଲା: ବୈତରଣୀରେ ୮, ସାଳନ୍ଦୀରେ ୬ ବନ୍ୟା

ଭୁବନେଶ୍ୱର, ୨୭ା୯ (ବନ୍ଦନା ସେଠୀ): ଲଗାଣ ବର୍ଷା ଯୋଗୁ ଓଡ଼ିଶାର ବିଭିନ୍ନ ନଦୀରେ ବନ୍ୟାସ୍ଥିତି ଗମ୍ଭୀର ହୋଇଚାଲିଛି। ଦକ୍ଷିଣ ଓଡ଼ିଶାରେ ଦୁଇଦିନ ଧରି କେତେକ ନଦୀରେ ବନ୍ୟା…

ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ, ୨ଦିନ ପରେ…

ଭୁବନେଶ୍ୱର,୨୬।୯: ଆଣ୍ଡାମାନ ସାଗରରୁ ସୃଷ୍ଟି ହୋଇଥିବା ଲଘୁଚାପ ପରବର୍ତ୍ତୀ ସମୟରେ ଗଭୀର ଅବପାତର ରୂପ ନେଇ ଓଡ଼ିଶାରେ ବ୍ୟାପକ କ୍ଷୟକ୍ଷତି ଘଟାଇଲା। ଏବେ ସେହି ଆଣ୍ଡାମାନ ସାଗର…

କାଲି ବନ୍ୟାଞ୍ଚଳ ବୁଲିବେ ମୁଖ୍ୟମନ୍ତ୍ରୀ: ଆକାଶମାର୍ଗରୁ ସ୍ଥିତି ପରଖିବେ ମୋହନ ମାଝୀ

ଭୁବନେଶ୍ୱର,୨୬।୯: ରାଜ୍ୟରେ ଗଭୀର ଅବପାତ ଯୋଗୁ ସୃଷ୍ଟ ଲଗାଣ ବର୍ଷା ଓ ବନ୍ୟା ପରିସ୍ଥିତିର ସମୀକ୍ଷା କରିବା ପାଇଁ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବନ୍ୟା…

ଗାଜଲବାଡି ଘାଟି ସିଲ୍‌କୁ ୩ ଦିନ: ଦାରିଙ୍ଗବାଡିରେ ମିଳୁନି ପନିପରିବା, ବୃଦ୍ଧି ପାଇଲା ଅତ୍ୟାବଶ୍ୟକ ସାମଗ୍ରୀର ଦର

ଦାରିଙ୍ଗବାଡି,୨୬।୯(ଅରୁଣ ସାହୁ): ଲଗାଣ ବର୍ଷା ଓ ଭୂସ୍ଖଳନ ଭୟ ଯୋଗୁ ସିଲ୍ ହୋଇଥିବା ଗାଜଲବାଡି ଘାଟି ରାସ୍ତା ଇତିମଧ୍ୟରେ ୩ ଦିନ ବିତିଯାଇଥିଲେ ବି ଖୋଲିପାରିନାହିଁ। ଗୁରୁବାର…

କୋରାପୁଟରେ ବର୍ଷା ବିତ୍ପାତ: ୪୫ ଗାଁ ଜଳମଗ୍ନ

କୋରାପୁଟ,୨୬ା୯(ଅମିତାଭ ବେହେରା): ଅର୍ଣ୍ଣବ ବାତ୍ୟା ପ୍ରଭାବରେ କୋରାପୁଟ ଜିଲାରେ ଲଗାଣ ବର୍ଷା ଯୋଗୁ ଜିଲାର ନଦୀ, ନାଳ ଓ ଜଳାଶୟର ଜଳସ୍ତର ବଢ଼ିବା ସହ ବିଭିନ୍ନ ତଳିଆ…

ମା’ ହେଲେ ଦଶମ ଶ୍ରେଣୀ ଛାତ୍ରୀ: ଜିଲା ମୁଖ୍ୟ ଚିକିତ୍ସାଳୟରେ କନ୍ୟା ସନ୍ତାନ ଜନ୍ମ, ଥାନାରେ ଏତଲା

ପାଟଣା,୨୬।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅଞ୍ଚଳରେ ଜଣେ ଦଶମ ଶ୍ରେଣୀର ନାବାଳିକା ଛାତ୍ରୀ ମାଆ ହୋଇଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?