ସମ୍ମାନ ପାଇଁ ଲଢ଼େଇ

ବାରିପଦା ଅଫିସ,୧।୨ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ମୟୂରଭଞ୍ଜ ଜିଲା ବାରିପଦା ସଦର ବ୍ଲକରେ ୩୨୨ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଛନ୍ତି। ଏହି ବ୍ଲକ ଅଧୀନ ଦୁଇଟି ଜିଲାପରିଷଦ ଜୋନରେ ଭାଜପା ଓ ବିଜେଡି ମଧ୍ୟରେ କଡ଼ା ଟକ୍କର ହେବାର ସମ୍ଭାବନା ରହିଛି। ଉଭୟ ଦଳ ସମ୍ମାନ ପାଇଁ ଲଢ଼େଇ କରୁଛନ୍ତି। ପ୍ରାର୍ଥୀମାନେ ଘରକୁ ଘର ଓ ଗଁାକୁ ଗଁା ବୁଲି ପ୍ରଚାର କରୁଥିବା ବେଳେ ସୋସିଆଲ ମିଡିଆକୁ ବେଶୀ ବ୍ୟବହାର କରୁଛନ୍ତି। ଆଞ୍ଚଳିକ ସମସ୍ୟା ସମାଧାନର ପ୍ରତିଶ୍ରୁତି ଦେବା ସହିତ ସମାଗ୍ରିକ ବିକାଶ ଦିଗରେ ପଦକ୍ଷେପ ନେବାକୁ ପ୍ରାର୍ଥୀମାନେ ଭୋଟରଙ୍କୁ ବୁଝାଉଛନ୍ତି।
ପଞ୍ଚାୟତକୁ ନେଇ ଗଠିତ ବାରିପଦା ସଦର ବ୍ଲକର ଦୁଇଟି ଜିଲାପରିଷଦ ଜୋନରେ ୱାର୍ଡସଭ୍ୟଠାରୁ ଆରମ୍ଭ କରି ଜିଲାପରିଷଦ ସଦସ୍ୟ ପର୍ଯ୍ୟନ୍ତ ଚଳିତ ଥର ପ୍ରତିଦ୍ୱନ୍ଦ୍ୱିତା ଜୋରଦାର ହେଉଥିବା ଦେଖିବାକୁ ମିଳିଛି ା ଏହି ବ୍ଲକର ମୋଟ ଭୋଟର ସଂଖ୍ୟା ୪୯ହଜାର ୮୬୮। ୨ଟି ଜିଲାପରିଷଦ ଜୋନ ମଧ୍ୟରୁ ୨୯ ଓ ୩୦ନଂ. ଆସନରେ ଯଥାକ୍ରମେ ୩ ଓ ୫ଜଣ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି। ସେହିପରି ୧୧ଟି ପଞ୍ଚାୟତରେ ସରପଞ୍ଚ ପାଇଁ ୫୯ଜଣ ପ୍ରାର୍ଥୀ ଥିବା ବେଳେ ସମିତିସଭ୍ୟ ପାଇଁ ୫୧ ଓ ୱାଡର୍ର୍ମ୍ବେମର ପାଇଁ ୨୦୪ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନରେ ଅଛନ୍ତି। ୨୦୧୭ ନିର୍ବାଚନରେ ୨୯ନଂ. ଜୋନରେ ଭାଜପା ପ୍ରାର୍ଥୀ ବିଜୟୀ ହୋଇଥିଲେ। ୨୯ନଂ. ଜିଲା ପରିଷଦ ଜୋନଟି ଶଙ୍ଖାଭଙ୍ଗା, ଭାଗବତଚନ୍ଦ୍ରପୁର, ହାତୀକୋଠ, ବୁଢ଼ିଖମାରୀ, ବଡ଼ଯୋଡ଼ ଓ ଖଡ଼ିଶୋଳର ୬ଟି ପଞ୍ଚାୟତକୁ ନେଇ ଗଠିତ। ଏହି ଆସନଟି ମହିଳାଙ୍କ ପାଇଁ ସଂରକ୍ଷିତ ଥିବା ବେଳେ ୩ ପ୍ରାର୍ଥିନୀ ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ହୋଇ ଦଳୀୟ ଚିହ୍ନ ସହ ପ୍ରଚାର ଆରମ୍ଭ କରିଛନ୍ତି। ବିଜେଡିି ପକ୍ଷରୁ ଗତଥରର ବ୍ଲକ ଉପାଧ୍ୟକ୍ଷା ରବୀନ୍ଦ୍ର ମହାନ୍ତଙ୍କ ସ୍ତ୍ରୀ ସତ୍ୟଭାମା ପ୍ରାର୍ଥୀ ହୋଇଥିବା ବେଳେ ଭାଜପା ପକ୍ଷରୁ ପ୍ରଭାବତୀ ମହାନ୍ତ ଓ କଂଗ୍ରେସର ସସ୍ମିତା ମହାନ୍ତ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।
ବାଙ୍କିଶୋଳ, ରଜାବସା, ବେତନା, ଲକ୍ଷ୍ମୀପୋଷି ଓ ଚନ୍ଦନପୁରକୁ ମିଶାଇ ୫ଟି ପଞ୍ଚାୟତକୁ ନେଇ ୩୦ନଂ. ଜିଲା ପରିଷଦ ଜୋନ ଗଠିତ। ଗତ ୨୦୧୭ ନିର୍ବାଚନରେ ଏହି ଆସନରୁ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଥିଲେ। ଚଳିତ ଥର ଆସନଟି ଅଣସଂରକ୍ଷିତ ଥିବା ବେଳେ ୫ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଛନ୍ତି ା ବିଜେଡିର ଜିଲା ଯୁବ ସମ୍ପାଦକ ନରେନ୍ଦ୍ର ହାଁସଦାଙ୍କୁ ଏଥର ଟିକେଟ ମିଳିଥିବା ବେଳେ ଭାଜପା ପକ୍ଷରୁ ଧନଞ୍ଜୟ ମହାନ୍ତ, କଂଗ୍ରେସରୁ ପ୍ରଦୀପ କୁମାର ବେହେରା, ଜେଏମ୍‌ଏମ୍‌ରୁ କିଶୋର ହାଁସଦା ଓ ଆଜସୁ ପକ୍ଷରୁ ରୂପଚାନ୍ଦ ସୋରେନ ପ୍ରାର୍ଥୀ ହୋଇଛନ୍ତି ା ଗତ ନିର୍ବାଚନରେ ଏହି ୨ଟି ଆସନରୁ ବିଜେଡିି ଓ ଭାଜପା ଗୋଟିଏ ଲେଖାଏ ଆସନ ଅକ୍ତିଆର କରିଥିବା ବେଳେ ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ଭାବେ ମଧ୍ୟ ଉଭୟ ଦଳର ପ୍ରାର୍ଥୀ ରହିଥିଲେ। ତେବେ ଚଳିତ ଥର ବାରିପଦା ବିଧାନସଭା କ୍ଷେତ୍ରରେ ଭାଜପାର ବିଧାୟକ ପ୍ରକାଶ ସୋରେନ ରହିଥିବା ବେଳେ ଦୁଇଟି ଆସନ ଅକ୍ତିଆର କରିବା ପାଇଁ ଭାଜପା ପକ୍ଷରୁ ପ୍ରାଣମୂର୍ଚ୍ଛା ଉଦ୍ୟମ ଜାରି ରହିଛି। ଅନ୍ୟପକ୍ଷରେ ବିଜେଡି ଜିଲା ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା ପ୍ରଣବ ପ୍ରକାଶ ଦାସ ଅସଜଡ଼ା ସଙ୍ଗଠନକୁ ସଜାଡ଼ି ଦଳକୁ ମଜବୁତ ସ୍ଥିତିରେ ରଖିଛନ୍ତି। ତେବେ ଭାଜପା ଓ ବିଜେଡି ପାଇଁ ଏହି ନିର୍ବାଚନ ସମ୍ମାନର ପ୍ରଶ୍ନ ବୋଲି ମତ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୋଟରଙ୍କୁ ସଚେତନ କରୁଛନ୍ତି ପଦ୍ମଶ୍ରୀ ହଳଧର ନାଗ, କଂସ ମହାରାଜ ହୃଷୀକେଶ ଭୋଇ

ବରଗଡ଼,୨୨ା୪(ପ୍ରେମାନନ୍ଦ ଖମାରୀ): ସାଧାରଣ ନିର୍ବାଚନରେ ସମସ୍ତ ଭୋଟରଙ୍କ ଭାଗିଦାରୀ ସୁନିଶ୍ଚିତ କରିବା ତଥା ଭୋଟରଙ୍କୁ ସଚେତନ କରିବା ପାଇଁ ବରଗଡ଼ ଜିଲା ପ୍ରଶାସନ ଅଭିନୟ ପ୍ରୟାସ...

୪୫ ଡେଇଁବ ପାରଦ! ସାରା ରାଜ୍ୟକୁ ସିଭିୟର ହିଟ୍‌ ଓ୍ବେଭ ଆଲର୍ଟ

ଭୁବନେଶ୍ୱର,୨୪।୪:ତାତିରୁ ମିଳିବନି ତ୍ରାହି । ୫ ଦିନ ଧରି କଲବଲ କରିବ ଗ୍ରୀଷ୍ମ ପ୍ରବାହ । ବିଶେଷ କରି ୨୭ ଓ ୨୮ ତାରିଖରେ ଜଳିବ...

ମେ’ ପ୍ରଥମ ସପ୍ତାହରୁ ଓଜେଇଇ ପରୀକ୍ଷା

ଭୁବନେଶ୍ୱର,୨୪।୪(ଅସମାପିକା ସାହୁ): ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ୨୦୨୪ ମେ’ ୬ରୁ ଆରମ୍ଭ ହେବ। ସିବିଟି ମୋଡ୍‌ରେ ହେବାକୁ ଥିବା ଏହି ପରୀକ୍ଷା ମେ...

ଛୁଟିଦିନ ପାଇଁ ପିଲାଙ୍କୁ ମିଳିବ ଶୁଖିଲା ରାଶନ

ଭୁବନେଶ୍ୱର, ୨୪।୪(ଅସମାପିକା ସାହୁ):ଛୁଟିଦିନ ପାଇଁ ଛାତ୍ରୀଛାତ୍ରଙ୍କୁ ପିଏମ୍‌ ପୋଷଣ ଯୋଜନାରେ ଚାଉଳ ଏବଂ ଅନ୍ୟାନ୍ୟ ସାମଗ୍ରୀ ଦିଆଯିବ। ମୋଟ ୧୨ଦିନର ମଧ୍ୟାହ୍ନ ଭୋଜନ ବାବଦକୁ ଶୁଖିଲା...

ଚମକାଇଲା ଅନୁଭବଙ୍କ ପୋଷ୍ଟ, ନବୀନଙ୍କୁ ମାଗିଲେ ଆର୍ଶୀବାଦ…

ଭୁବନେଶ୍ୱର,୨୪।୪: ଅନୁଭବ ମହାନ୍ତିଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ବଢିଲା ଚର୍ଚ୍ଚା। ଗତ କିଛିଦିନ ପୂର୍ବରୁ ବିଜେଡି ଛାଡି ଭାଜପାରେ ଯୋଗ ଦେଇଥିଲେ। ହେଲେ ବୁଧବାର...

ଲୁଙ୍ଗିକୁ ନେଇ ରାଜ୍ୟ ରାଜ୍ୟନୀତିରେ ଚହଳ, ନବୀନ ପିନ୍ଧିଲେ ବୋଲି…

ଭୁବନେଶ୍ୱର,୨୪।୦୪: ନିର୍ବାଚନ ପୂର୍ବରୁ ଓଡ଼ିଶା ରାଜନୀତିରେ ରୋଚକ ଘଟଣା ଦେଖିବାକୁ ମିଳିଛି। ନବୀନଙ୍କ ଲୁଙ୍ଗି ପିନ୍ଧା ଘଟଣାକୁ ନେଇ ବିଜେଡି-ଭାଜପା ଭିତରେ ବାକଯୁଦ୍ଧ ଆରମ୍ଭ ହୋଇଛି।...

ଗ୍ରୀଷ୍ମଛୁଟିରେ ରୋଷ୍ଟର ଡ୍ୟୁଟି କରିବେ ଶିକ୍ଷକ

ଭୁବନେଶ୍ୱର, ୨୪।୪(ଅସମାପିକା ସାହୁ):ରାଜ୍ୟରେ ଆସନ୍ତା ୨୫ ତାରିଖଠାରୁ ଗ୍ରୀଷ୍ମ ଛୁଟି ଆରମ୍ଭ ହେବ। ସମସ୍ତ ସରକାରୀ ଏବଂ ଅନୁଦାନପ୍ରାପ୍ତ ସ୍କୁଲଗୁଡ଼ିକ ଆଗୁଆ ଗ୍ରୀଷ୍ମ ଛୁଟି କରିବାକୁ...

ନିର୍ବାଚନ ଲଢିପାରିବେନି ମୋକିମ, ମଇଦାନକୁ ଓହ୍ଲାଇଲେ ଝିଅ!

ଭୁବନେଶ୍ୱର,୨୪।୪: ନିର୍ବାଚନ ଯେତେ ପାଖେଇ ଆସୁଛି ସେତିକି ସରଗରମ ହେଉଛି ରାଜ୍ୟ ରାଜନୀତି। ତେବେ ଲୋକ ସଭା ନିର୍ବାଚନକୁ ଆଉ ଦିନ କେଇଟା ବାକି ଥିବାବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri