ସରପଞ୍ଚ ପଦବୀ ପାଇଁ ୩ ମାମୁଁ-ଭାଣିଜୀଙ୍କ ମଧ୍ୟରେ ଲଢେଇ

ଖଡିଆଳ,୫।୨(ଡି.ଏନ୍‌.ଏ.): ରାଜନୀତିରେ କ୍ଷମତା ପାଇଁ ବାପପୁଅ, କକାପୁତୁରା, ଭାଇଭାଇ ମଧ୍ୟରେ ନିର୍ବାଚନରେ ଲଢୁଥିବା ନଜିର ରହିଥିବା ବେଳେ ନୂଆପଡ଼ା ଜିଲାରେ ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି। ଯାହାକୁ ନେଇ ଚର୍ଚ୍ଚାରେ ଖଡିଆଳ ବ୍ଲକ ସୁନାରୀସିକୁଆଁ ପଞ୍ଚାୟତ। ଚଳିତ ନିର୍ବାଚନରେ ସୁନାରୀସିକୁଆଁ ପଞ୍ଚାୟତ ସରପଞ୍ଚ ପଦବୀ ପାଇଁ ୩ଜଣ ମାମୁଁ ଏବଂ ଭାଣଜୀଙ୍କ ମଧ୍ୟରେ କଡା ମୁକାବିଲା ଦେଖିବାକୁ ମିଳିଛି। ସେହିପରି ସମିତି ସଭ୍ୟ ପଦ ପାଇଁ ବଡ଼ମା’ ଏବଂ ଝିଆରୀଙ୍କ ମଧ୍ୟରେ ଲଢ଼େଇ ନିର୍ବାଚନ ସରଗରମକୁ ବଢ଼ାଇ ଦେଇଛି।

ମିଳିଥିବା ସୂଚନା ମୁତାବକ, ସୁନାରୀସିକୁଆଁ ପଞ୍ଚାୟତ ସରପଞ୍ଚ ପଦ ଅଣସଂରକ୍ଷିତ ବର୍ଗଙ୍କ ପାଇଁ ସଂରକ୍ଷଣ ଥିବା ବେଳେ ସମିତି ସଭ୍ୟ ପଦ ମହିଳାଙ୍କ ପାଇଁ ଅଣସଂରକ୍ଷଣ ହୋଇଥିଲା। ସରପଞ୍ଚ ପଦ ପାଇଁ ବର୍ତ୍ତମାନ ୫ଜଣ ପ୍ରାର୍ଥୀ ନିର୍ବାଚନୀ ପ୍ରଚାର ଆରମ୍ଭ କରିଦେଇଛନ୍ତି। ୨ ଭାଇ ଚୁଳମଣି ବୈଠାରୁ ଏବଂ ଜଗମୋହନ ବୈଠାରୁ ନିର୍ବାଚନ ଲଢୁଥିବା ବେଳେ ଜଣେ ସମ୍ପର୍କୀୟ ଭାଇ ନିଳଗିରି ଦାଶ ମଧ୍ୟ ନିର୍ବାଚନୀ ମଇଦାନକକୁ ଓହ୍ଲାଇଛନ୍ତି।

୩ ମାମୁଁଙ୍କ ସହ ମୁକାବିଲା କରିବାକୁ ଯୁକ୍ତ ୩ ପ୍ରଥମ ବର୍ଷରେ ପଢୁଥିବା ଭାଣଜୀ ଭୋଲେଶରୀ ଦାସ ମଧ୍ୟ ପ୍ରାର୍ଥୀ ଭାବେ ପ୍ରଚାରକୁ ଜୋରଦାର କରିଛନ୍ତି। ଭୋଲେଶରୀ ଭବାନୀପାଟଣା ବିଶ୍ୱବିଦ୍ୟାଳୟରେ ରାଜନୀତି ବିଜ୍ଞାନରେ ଯୁକ୍ତ ୩ ପ୍ରଥମ ବର୍ଷ ଛାତ୍ରୀ। ନୂତନ ପଞ୍ଚାୟତ ମାନ୍ୟତା ପାଇଥିବା ସୁନାରୀସିକୁଆଁରେ ଏଥର ୩ ମାମୁଁ ଚୁଳମଣି, ଜଗମୋହନ ଏବଂ ନିଳଗିରୀ ମଧ୍ୟ ନିଜ ଅଭିଜ୍ଞତା ସହ ପଞ୍ଚାୟତର ସାମୂହିକ ବିକାଶର ପ୍ରତିଶ୍ରୁତି ଦେଇ ଭୋଟ ଭିକ୍ଷା କରୁଛନ୍ତି। ଯାହା କି ନିର୍ବାଚନ ପାଣିପାଗକୁ ଆହୁରି ରୋଚକ କରିଛି। ସେହିପରି ପଞ୍ଚାୟତର ସମିତି ସଭ୍ୟ ପଦ ପାଇଁ ବଡମା’ ବୃନ୍ଦାବତି ବୈଠାରୁ ଏବଂ ଝିଆରୀ ଗିତାଞ୍ଜଳି ବୈଠାରୁଙ୍କ ମଧ୍ୟରେ ଲଢ଼େଇ ରାଜନୈତିକ ପାଣିପାଗକୁ ସରଗରମ କରିଛି। ତେବେ ଗଣତନ୍ତ୍ରରେ ନିର୍ବାଚନ ଲଢ଼ିବା ସମସ୍ତଙ୍କ ଅଧିକାର ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ତହସିଲ ଅଫିସରୁ କର୍ମଚାରୀଙ୍କୁ ତଡିଦେଲେ ଚାଷୀ

ବରଗଡ଼ ଅଫିସ୍‌,୨୫।୩।: ବରଗଡ଼ ଜିଲାରେ ଚାଷୀ ସମସ୍ୟା ଥମିବାର ନାଁ ନେଉ ନାହିଁ। ଧାନ ବିକ୍ରିକୁ ନେଇ ସରକାରୀ କଳ ପକ୍ଷରୁ କରାଯାଉଥିବା ବିଭିନ୍ନ କଟକଣାକୁ...

ସ୍ଥାୟିତ୍ୱ ନେଇ ସନ୍ଦେହ

ଛେଣ୍ଡିପଦା,୩୦।୧୦ (ଡି.ଏନ.ଏ.): ଅନୁଗୋଳ ଜିଲାରେ ପର୍ଯ୍ୟଟନକୁ ନୂଆ ଦିଶା ଦେବାକୁ କିଛିବର୍ଷ ହେଲା ଉଦ୍ୟମ ହେଉଛି। ଏଥିପାଇଁ ସହର ଓ ଗ୍ରାମାଞ୍ଚଳରେ ଥିବା ପର୍ଯ୍ୟଟନସ୍ଥଳୀଗୁଡ଼ିକର ଉନ୍ନତୀକରଣ କରାଯାଉଛି।...

କାଳ ସାଜିଲା ନଦୀରେ ଗାଧୋଇବା: ୩ ନାବାଳକ ମୃତ

ରାଉରକେଲା,୧୦।୨: ସୁନ୍ଦରଗଡ଼ ଜିଲା ଝିରିପାଣି ଥାନା ଅଧୀନ ଭାଟା ବସ୍ତି ନିକଟସ୍ଥ କୋଏଲ ନଦୀରେ ବୁଧବାର ୩ ଜଣ ନାବାଳକ ଭାସି ଯାଇଥିବା ଅଭିଯୋଗ ହୋଇଛି।...

ସମୟ ଆଧାରିତ ହେଉ ପାଠ୍ୟକ୍ରମରେ ପରୀକ୍ଷା ନିରୀକ୍ଷା

ସୋନପୁର,୨୧।୧(ନି.ପ୍ର.) ସମୟ ସହିତ ନୂତନ ଆହ୍ବାନକୁ ଦୃଷ୍ଟିରେ ରଖି ପାଠ୍ୟକ୍ରମରେ ପରୀକ୍ଷା ନିରୀକ୍ଷା ଜରୁରି। କିନ୍ତୁ ଏହା ସମୟ ଆଧାରିତ ହେବା ଆବଶ୍ୟକ। ପରିଚାଳନାଗତ ପରିବର୍ତ୍ତନ...

ଦବୁଛି ରାସ୍ତା, ପ୍ରଶାସନର ନିଘା ନାହିଁ

ଆରଡ଼ି, ୧୦ା୩ (ଡି.ଏନ.ଏ.) ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ସାଠିବାଙ୍କୁଡ଼ା ଓ ବୋଡ଼କର ମଧ୍ୟବର୍ତ୍ତୀ ସ୍ଥାନରେ ୨୦ ନଂ. ଜାତୀୟ ରାଜପଥରେ ମାସକ ତଳେ ପ୍ରାୟ ୫୦...

ଜଙ୍ଗଲରୁ ମହିଳା କ୍ରିକେଟରଙ୍କ ଝୁଲନ୍ତା ମୃତଦେହ ଜବତ

କଟକ ଅଫିସ/ଖୁଣ୍ଟୁଣୀ (ଡି.ଏନ.ଏ.),୧୪ା୧: ଦୁଇ ଦିନ ହେବ ନିଖୋଜ ଥିବା ସିନିୟର ମହିଳା କ୍ରିକେଟର ରାଜଶ୍ରୀ ସ୍ବାଇଁ(୨୬)ଙ୍କ ଝୁଲନ୍ତା ମୃତଦେହ ଶୁକ୍ରବାର ଖୁଣ୍ଟୁଣୀ ବନାଞ୍ଚଳ ଅଧୀନ...

ରଥଯାତ୍ରା ପ୍ରସଙ୍ଗ: ବସିଲା ରୁଦ୍ଧଦ୍ୱାର ବୈଠକ, ଘୋଷଣାକୁ ଅପେକ୍ଷା

ପୁରୀ ଅଫିସ,୧୩ା୬: ରଥଯାତ୍ରାକୁ ଆଉ ମାତ୍ର ରହିଲା ୧୦ଦିନ। ହେଲେ କରୋନା ପାଇଁ ଏଥର ରଥଯାତ୍ରା ହେବ କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।...

ଟେକ୍ନୋଲୋଜି,ମହିଳା ଫ୍ରେଣ୍ଡ୍‌ଲି ଉପରେ ଅଧିକ ଗୁରୁତ୍ୱ ଦିଆଯିବ: ଡିଜିପି

କଟକ ଅଫିସ, ୩୧।୧୨: ୨୦୨୦ରେ ଓଡ଼ିିଶା ପୋଲିସ ଲୋକଙ୍କ ସହ ବନ୍ଧୁତ୍ୱ ସହକାରେ ନିଜ କାର୍ଯ୍ୟ କରିବ। ବିଶେଷକରି ନୂତନ ବର୍ଷରେ ପୋଲିସ ପକ୍ଷରୁ ଟେକ୍ନୋଲୋଜି...

Advertisement
Archives

Model This Week