Categories: ରାଜ୍ୟ

୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିବ ସରକାରୀ ଅଫିସ

ଭୁବନେଶ୍ୱର,୩୧।୭(ବ୍ୟୁରୋ)-ଅଗଷ୍ଟ ମାସରେ ସବୁ ସରକାରୀ ଅଫିସ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିବ। ଗ୍ରୁପ-ଏ ସହ ସମସ୍ତ କର୍ମଚାରୀଙ୍କୁ ମିଶାଇ ୫୦%ରେ ଅଫିସ କାର୍ଯ୍ୟ ଚାଲିବ। ସେହିପରି ପ୍ରତି ଶନିବାର ଛୁଟି ରହିବ। ଯେପରି କୌଣସି କାର୍ଯ୍ୟ ପ୍ରଭାବିତ ନ ହୁଏ ସେଥିପ୍ରତି ଅଧିକ ଦୃଷ୍ଟି ଦିଆଯାଇଛି । ଏ ନେଇ ଶୁକ୍ରବାର ସାଧାରଣ ପ୍ରଶାସନ ବିଭାଗ ତରଫରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି।