୫୦ ପରିବାର ମୌଳିକ ସୁବିଧାରୁ ବଞ୍ଚିତ

ରସୁଲପୁର,୧୨।୨(ଡି.ଏନ.ଏ.): କେନ୍ଦ୍ର ଓ ରାଜ୍ୟ ସରକାର ଗରିବ ଲୋକଙ୍କୁ ବିଭିନ୍ନ ଯୋଜନାରେ ସହାୟତା କରୁଥିବା କହୁଛନ୍ତି। ହେଲେ ବାସ୍ତବ କ୍ଷେତ୍ରରେ ଅନେକ ସ୍ଥାନରେ ଏହି ଯୋଜନା ପହଞ୍ଚି ପାରୁନାହିଁ। ଯଦ୍ଦ୍ବାରା ଲୋକେ ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି। ଯାହାର ଏକ ଉଦାହରଣ ଦେଖିବାକୁ ମିଳିଛି ଯାଜପୁର ଜିଲା ରସୁଲପୁର ବ୍ଲକ ନଠୁଆବର ପଞ୍ଚାୟତ ଆଦମପୁର ଶବର ସାହିରେ। ଏଠାରେ ୫୦ରୁ ଊର୍ଦ୍ଧ୍ୱ ପରିବାର ଦୀର୍ଘଦିନ ହେବ ବସବାସ କରିଆସୁଛନ୍ତି। ହେଲେ ଅନେକ ପରିବାର ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ହୋଇନାହାନ୍ତି। ଶିଶୁଙ୍କୁ ପୁଷ୍ଟିକର ଖାଦ୍ୟ ମିଳୁନାହିଁ। ଅଳ୍ପ କେତୋଟି ପରିବାରକୁ ଆବାସ ମିଳିଛି। ବସ୍ତିବାସିନ୍ଦାଙ୍କ ଆର୍ଥିକ ସ୍ଥିତି ଏମିତି ଯେ ସେମାନେ ଭଲ ପୋଷାକ ଖଣ୍ଡେ ବି ପିନ୍ଧି ପାରୁନାହାନ୍ତି। ପାନୀୟ ଜଳ ସମସ୍ୟା ନ ଦେଖିଲେ ବିଶ୍ୱାସ କରିହେବ ନାହିଁ। ଏଠାରେ ଗୋଟିଏ ସରକାରୀ ନଳକୂପ ସ୍ଥାପନ କରାଯାଇଥିଲା। ତାହା ଏବେ ଅଚଳ ଅବସ୍ଥାରେ ରହିଛି। ପାଇଖାନା ସୁବିଧା ନ ଥିବାରୁ ଲୋକେ ବାହାରେ ମଳମୂତ୍ର ତ୍ୟାଗ କରୁଛନ୍ତି। ତେବେ ବ୍ଲକର ଅନେକ ପଞ୍ଚାୟତ ବାହ୍ୟ ମଳମୁକ୍ତ ବୋଲି ଘୋଷଣା କରାଯାଇଛି। ହେଲେ ଏଠାରେ ପାଇଖାନାଟିଏ ନ ଥିବା ସମସ୍ତଙ୍କୁ ଚକ୍କିତ କରୁଛି। ସାହିର ମାନସୀ ଦେହୁରୀ, ସୁଲୋଚନା ଦେହୁରୀ, ଅମିତ ଦେହୁରୀ, ଆଲୋକ ଦେହୁରୀଙ୍କ ଭଳି ଏକାଧିକ ପରିବାରକୁ ରାଶନ କାର୍ଡ ମିଳିପାରି ନାହିଁ। ସେହିପରି କାର୍ତ୍ତିକ ଦେହୁରୀ, ଗୟାଧର ଦେହୁରୀ, ଶ୍ରୀଧର ଦେହୁରୀ, ବେଣୁ ଦେହୁରୀ, ରେଣୁ ଦେହୁରୀ, ଦୁର୍ଯ୍ୟୋଧରନ ସାମଲ, ସୁଶାନ୍ତ ସାମଲ, ସୁରିଆ ଦେହୁରୀଙ୍କ ସମେତ ଅନେକ ପରିବାରକୁ ଆବାସ ମିଳିନାହିଁ। ବ୍ଲକ ଅଞ୍ଚଳର ଅନେକ ପଞ୍ଚାୟତରେ କୋଠାଘର ଥିବା ପରିବାରକୁ ଆବାସ ମିଳୁଥିବା ବିଭିନ୍ନ ସମୟରେ ଗଣମାଧ୍ୟମରେ ଖବର ପ୍ରକାଶ ପାଉଛି। ହେଲେ ଏଠାରେ ଯୋଗ୍ୟଙ୍କୁ କେଉଁ କାରଣରୁ ଘର ମିଳି ପାରିନାହିଁ ତାହା ବୁଝିବା କଷ୍ଟ। ସାହିର ଜଗନ୍ନାଥ ଦେହୁରୀ, ନୃସିଂହ ଦେହୁରୀ, କାର୍ତ୍ତିକ ଦେହୁରୀ, ଘନ ହେହୁରୀ, ରୀନା ଦେହୁରୀ, ସୁର ସାମଲ, ପ୍ରେମଲତା ଦେହୁରୀ ପ୍ରମୁଖ ବାର୍ଦ୍ଧକ୍ୟ ଭତ୍ତା ପାଇଁ ଯୋଗ୍ୟ ହୋଇସାରି ଥିଲେ ବି ସେମାନଙ୍କୁ ଭତ୍ତା ମିଳିପାରୁ ନାହିଁ। ସ୍ବଚ୍ଛ ଭାରତ ମିଶନ ଜରିଆରେ ନିର୍ମାଣ ହେଉଥିବା ପାଇଖାନା ସମ୍ପର୍କରେ ସେମାନେ ଅଜଣା। ଏହାଛଡା ସେମାନେ ସଅର ସମ୍ପ୍ରଦାୟର ହୋଇଥିଲେ ବି ଶବର ବୋଲି ଦର୍ଶାଯାଇଛି। ତେଣୁ ଏହାକୁ ପରିବର୍ତ୍ତନ ଦିଗରେ କେହି ସାହାଯ୍ୟ କରୁ ନ ଥିବା ସାହିବାସିନ୍ଦା ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ସେମାନେ ଗରିବ ଓ ଅପାଠୁଆ ହୋଇଥିବାରୁ ସରକାରଙ୍କ ଅନେକ ଯୋଜନା ସମ୍ପର୍କରେ ଜାଣିନାହାନ୍ତି। ତେଣୁ ପ୍ରଶାସନ ଏହି ସାହି ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେବା ସହ ଲୋକଙ୍କ ସମସ୍ୟା ସମାଧାନ କରିବାକୁ ଦାବି ହୋଇଛି। ଏ ସମ୍ପକରେ ବିଡିଓ ଉମାକାନ୍ତ ପରିଡ଼ା କହିଛନ୍ତି, ସେହି ଗ୍ରାମ ସମସ୍ୟା ସମ୍ପର୍କରେ ଆମ ପାଖରେ କୌଣସି ସୂଚନା ନ ଥିଲା। ତେବେ ଖୁବ୍‌ଶୀଘ୍ର ପ୍ରଶାସନିକ ଅଧିକାରୀ ପହଞ୍ଚି ଲୋକଙ୍କ ସମସ୍ୟା ସମାଧନା କରିବେ।


Enter your email to get our daily news in your inbox.

All Right Reserved By Dharitri.Com

୧୨ଜଣଙ୍କୁ ଦିଆଗଲା କୁକୁର କାମୁଡା ଇଞ୍ଜେକସନ

ଜୁନାଗଡ,୯।୪(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଜୁନାଗଡ ସହରରେ ଗତ ୨ଦିନ ହେଲା ବୁଲା କୁକୁରଙ୍କ ଆତଙ୍କ ଦେଖିବାକୁ ମିଳିଛି। ସହରର ବିଭିନ୍ନ ପଡାରେ ଏହି କୁକୁରମାନେ ୨୦ଜଣଙ୍କୁ...

ପରୀ ହତ୍ୟାକାଣ୍ଡ: ଫ୍ରକ୍‌ରେ ରହିଛି ସିମେନ୍‌ ଦାଗ, ଗ୍ରୁପ୍‌ ଚିହ୍ନଟ ହୋଇପାରୁନି

ନୟାଗଡ ଅଫିସ,୨୭ା୧୨: ନୟାଗଡ଼ର ବହୁଚର୍ଚ୍ଚିତ ପରୀ ହତ୍ୟାକାଣ୍ଡରେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଉଦ୍ଧାର ହୋଇଥିବା ପରୀର ଫ୍ରକ୍‌ରେ ସିମେନ୍‌ର ଦାଗ ରହିଥିବା ଫରେନ୍‌ସିକ୍‌ ରିପୋର୍ଟରୁ...

ଚିଠି କରି ଚୁପ୍‌

ଅନୁଗୋଳ ଅଫିସ, ୨୧ା୯ ମାସକୁ ମାସ ଟଙ୍କା ନେଉଛି ଠିକା ସଂସ୍ଥା। କିନ୍ତୁ ଠିକ୍‌ ଭାବେ କରୁନି ସଫେଇ କାର୍ଯ୍ୟ। ଫଳରେ ସହରରୁ ହଟୁନି ଅଳିଆ।...

ବିଶ୍ରାରେ ପୁଣି ୪୮ ଘଣ୍ଟା ପାଇଁ ବଢ଼ିଲା କଣ୍ଟେନ୍‌ମେଣ୍ଟ ଅବଧି

ସୁନ୍ଦରଗଡ଼,୧୬।୪(ଡିଏନଏ): ସୁନ୍ଦରଗଡ଼ ଜିଲା ବିଶ୍ରାରେ କଣ୍ଟେନମେଣ୍ଟ ଅବଧିକୁ ପୁଣି ୪୮ ଘଣ୍ଟା ପାଇଁ ବୃଦ୍ଧି କରାଯାଇଛି। ରାଜ୍ୟରେ କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ...

ଜୁଲାଇ ଶେଷରେ ମାଟ୍ରିକ୍‌ ପରୀକ୍ଷା ଫଳ

କଟକ ଅଫିସ,୩୦।୬: ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ଖାତାଦେଖା ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ଜୁନ ୩୦ରେ ଖାତାଦେଖା ଶେଷ ହେବ...

ମେଘନାଦ ପାଚେରି ପାର୍ଶ୍ୱ ଉଚ୍ଛେଦର ୩ୟ ଦିନ: କଟାଗଲା ଶତାୟୁ ବରଗଛ

ପୁରୀ ଅଫିସ,୨୨ା୮: ଲଗାତର ତୃତୀୟ ଦିନରେ ପହଞ୍ଚତ୍ଛି ମେଘନାଦ ପାଚେରି ପାର୍ଶ୍ୱ ଉଚ୍ଛେଦ ପ୍ରକ୍ରିୟା। ବୁଧବାର ମଧ୍ୟ ଦିନତମାମ୍‌ ପ୍ରଶାସନ ପକ୍ଷରୁ ଅନେକ ନିର୍ମାଣ ଭଙ୍ଗାଯାଇଛି।...

ଘର ଉପରେ ଭାଙ୍ଗି ପଡ଼ିଲା ଗଛ

ପାଟଣା,୧୨ା୮(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଡୁମୁରିଆ ଗ୍ରାମ ବଉଳମୁଳ ସାହିର ଲଗାଣ ବର୍ଷାରେ ଏକ ପୁରୁଣା ବଉଳ ଗଛ ଘର ଉପରେ ଭାଙ୍ଗି ପଡ଼ିଛି।...

ରସୁଲପୁର ଶାଖା ଡାକଘରେ ସେବା ବାଧାପ୍ରାପ୍ତ

ରସୁଲପୁର,୧୩।୧୦(ଡି.ଏନ.ଏ.): ରସୁଲପୁର ଶାଖା ଡାକଘର ଓ ଏହା ଅଧୀନରେ ଥିବା ୬ଟି ଉପଡାକଘରେ ଗ୍ରାହକ ସେବା ବାଧାପ୍ରାପ୍ତ ହୋଇଛି। ଭାରତ ସଞ୍ଚାର ନିଗମ ଲିମିଟେଡ୍‌ (ବିଏସ୍‌ଏନ୍‌ଏଲ୍‌)...

Advertisement
Archives

Model This Week