୫୦ ପରିବାର ମୌଳିକ ସୁବିଧାରୁ ବଞ୍ଚିତ

ରସୁଲପୁର,୧୨।୨(ଡି.ଏନ.ଏ.): କେନ୍ଦ୍ର ଓ ରାଜ୍ୟ ସରକାର ଗରିବ ଲୋକଙ୍କୁ ବିଭିନ୍ନ ଯୋଜନାରେ ସହାୟତା କରୁଥିବା କହୁଛନ୍ତି। ହେଲେ ବାସ୍ତବ କ୍ଷେତ୍ରରେ ଅନେକ ସ୍ଥାନରେ ଏହି ଯୋଜନା ପହଞ୍ଚି ପାରୁନାହିଁ। ଯଦ୍ଦ୍ବାରା ଲୋକେ ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି। ଯାହାର ଏକ ଉଦାହରଣ ଦେଖିବାକୁ ମିଳିଛି ଯାଜପୁର ଜିଲା ରସୁଲପୁର ବ୍ଲକ ନଠୁଆବର ପଞ୍ଚାୟତ ଆଦମପୁର ଶବର ସାହିରେ। ଏଠାରେ ୫୦ରୁ ଊର୍ଦ୍ଧ୍ୱ ପରିବାର ଦୀର୍ଘଦିନ ହେବ ବସବାସ କରିଆସୁଛନ୍ତି। ହେଲେ ଅନେକ ପରିବାର ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ହୋଇନାହାନ୍ତି। ଶିଶୁଙ୍କୁ ପୁଷ୍ଟିକର ଖାଦ୍ୟ ମିଳୁନାହିଁ। ଅଳ୍ପ କେତୋଟି ପରିବାରକୁ ଆବାସ ମିଳିଛି। ବସ୍ତିବାସିନ୍ଦାଙ୍କ ଆର୍ଥିକ ସ୍ଥିତି ଏମିତି ଯେ ସେମାନେ ଭଲ ପୋଷାକ ଖଣ୍ଡେ ବି ପିନ୍ଧି ପାରୁନାହାନ୍ତି। ପାନୀୟ ଜଳ ସମସ୍ୟା ନ ଦେଖିଲେ ବିଶ୍ୱାସ କରିହେବ ନାହିଁ। ଏଠାରେ ଗୋଟିଏ ସରକାରୀ ନଳକୂପ ସ୍ଥାପନ କରାଯାଇଥିଲା। ତାହା ଏବେ ଅଚଳ ଅବସ୍ଥାରେ ରହିଛି। ପାଇଖାନା ସୁବିଧା ନ ଥିବାରୁ ଲୋକେ ବାହାରେ ମଳମୂତ୍ର ତ୍ୟାଗ କରୁଛନ୍ତି। ତେବେ ବ୍ଲକର ଅନେକ ପଞ୍ଚାୟତ ବାହ୍ୟ ମଳମୁକ୍ତ ବୋଲି ଘୋଷଣା କରାଯାଇଛି। ହେଲେ ଏଠାରେ ପାଇଖାନାଟିଏ ନ ଥିବା ସମସ୍ତଙ୍କୁ ଚକ୍କିତ କରୁଛି। ସାହିର ମାନସୀ ଦେହୁରୀ, ସୁଲୋଚନା ଦେହୁରୀ, ଅମିତ ଦେହୁରୀ, ଆଲୋକ ଦେହୁରୀଙ୍କ ଭଳି ଏକାଧିକ ପରିବାରକୁ ରାଶନ କାର୍ଡ ମିଳିପାରି ନାହିଁ। ସେହିପରି କାର୍ତ୍ତିକ ଦେହୁରୀ, ଗୟାଧର ଦେହୁରୀ, ଶ୍ରୀଧର ଦେହୁରୀ, ବେଣୁ ଦେହୁରୀ, ରେଣୁ ଦେହୁରୀ, ଦୁର୍ଯ୍ୟୋଧରନ ସାମଲ, ସୁଶାନ୍ତ ସାମଲ, ସୁରିଆ ଦେହୁରୀଙ୍କ ସମେତ ଅନେକ ପରିବାରକୁ ଆବାସ ମିଳିନାହିଁ। ବ୍ଲକ ଅଞ୍ଚଳର ଅନେକ ପଞ୍ଚାୟତରେ କୋଠାଘର ଥିବା ପରିବାରକୁ ଆବାସ ମିଳୁଥିବା ବିଭିନ୍ନ ସମୟରେ ଗଣମାଧ୍ୟମରେ ଖବର ପ୍ରକାଶ ପାଉଛି। ହେଲେ ଏଠାରେ ଯୋଗ୍ୟଙ୍କୁ କେଉଁ କାରଣରୁ ଘର ମିଳି ପାରିନାହିଁ ତାହା ବୁଝିବା କଷ୍ଟ। ସାହିର ଜଗନ୍ନାଥ ଦେହୁରୀ, ନୃସିଂହ ଦେହୁରୀ, କାର୍ତ୍ତିକ ଦେହୁରୀ, ଘନ ହେହୁରୀ, ରୀନା ଦେହୁରୀ, ସୁର ସାମଲ, ପ୍ରେମଲତା ଦେହୁରୀ ପ୍ରମୁଖ ବାର୍ଦ୍ଧକ୍ୟ ଭତ୍ତା ପାଇଁ ଯୋଗ୍ୟ ହୋଇସାରି ଥିଲେ ବି ସେମାନଙ୍କୁ ଭତ୍ତା ମିଳିପାରୁ ନାହିଁ। ସ୍ବଚ୍ଛ ଭାରତ ମିଶନ ଜରିଆରେ ନିର୍ମାଣ ହେଉଥିବା ପାଇଖାନା ସମ୍ପର୍କରେ ସେମାନେ ଅଜଣା। ଏହାଛଡା ସେମାନେ ସଅର ସମ୍ପ୍ରଦାୟର ହୋଇଥିଲେ ବି ଶବର ବୋଲି ଦର୍ଶାଯାଇଛି। ତେଣୁ ଏହାକୁ ପରିବର୍ତ୍ତନ ଦିଗରେ କେହି ସାହାଯ୍ୟ କରୁ ନ ଥିବା ସାହିବାସିନ୍ଦା ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ସେମାନେ ଗରିବ ଓ ଅପାଠୁଆ ହୋଇଥିବାରୁ ସରକାରଙ୍କ ଅନେକ ଯୋଜନା ସମ୍ପର୍କରେ ଜାଣିନାହାନ୍ତି। ତେଣୁ ପ୍ରଶାସନ ଏହି ସାହି ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେବା ସହ ଲୋକଙ୍କ ସମସ୍ୟା ସମାଧାନ କରିବାକୁ ଦାବି ହୋଇଛି। ଏ ସମ୍ପକରେ ବିଡିଓ ଉମାକାନ୍ତ ପରିଡ଼ା କହିଛନ୍ତି, ସେହି ଗ୍ରାମ ସମସ୍ୟା ସମ୍ପର୍କରେ ଆମ ପାଖରେ କୌଣସି ସୂଚନା ନ ଥିଲା। ତେବେ ଖୁବ୍‌ଶୀଘ୍ର ପ୍ରଶାସନିକ ଅଧିକାରୀ ପହଞ୍ଚି ଲୋକଙ୍କ ସମସ୍ୟା ସମାଧନା କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

ଜାତୀୟ ସମ୍ମିଳନୀରେ ଯୋଗ ଦେବେ ଆଇନଜୀବୀ ହରପ୍ରସାଦ

ଦିଗପହଣ୍ଡି,୧୫ା୨(ଅଶେଷ ନାଥ ମିଶ୍ର): ଭାରତୀୟ ସାଂସ୍କୃତିକ ସହଯୋଗ ଓ ମୈତ୍ରୀ ସମିତି (ଇସକଫ)ର ଜାତୀୟ ସମ୍ମିଳନୀରେ ଯୋଗଦେବାକୁ ଆଇନଜୀବୀ ହରପ୍ରସାଦ ରଥ ତାମିଲନାଡୁ ଗସ୍ତ କରିବେ ବୋଲି…

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

IND VS PAK: ଭାରତ-ପାକ୍‌ ମ୍ୟାଚ୍‌ ପୂର୍ବରୁ ପ୍ରେମଦାସା ଷ୍ଟାଡିୟମରେ ସାପ ଆତଙ୍କ; ପାକିସ୍ତାନ ଡଗ୍‌ଆଉଟ୍‌ରେ…

କଲମ୍ବୋ,୧୫।୨: କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମହାନ ମୁକାବିଲା ପୂର୍ବରୁ ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି। କ୍ରିକେଟର…

ପ୍ରତିଦିନ ଖାଆନ୍ତୁ ଦୁଇ ପାଖୁଡା ରସୁଣ, ରକ୍ତଚାପ ନିୟନ୍ତ୍ରଣ ସହିତ ଭଲ ରହିବ…

ରସୁଣରେ ଆଲିସିନ୍, ମାଙ୍ଗାନିଜ୍, ଭିଟାମିନ୍ ବି୬, ଭିଟାମିନ୍ ସି, ସେଲେନିୟମ୍, ଫାଇବର, କ୍ୟାଲସିୟମ୍, ପୋଟାସିୟମ୍, ଆଇରନ୍ ଏବଂ କପର ସମେତ ଅନେକ ପୁଷ୍ଟିକର ତତ୍ତ୍ୱ ଯଥେଷ୍ଟ ପରିମାଣରେ…

ନବୀନ ଦେଲେ ଗୁରୁ ଦାୟିତ୍ବ: ସବିତା ପ୍ରଧାନ କଳାହାଣ୍ଡି ବିଜେଡି ମହିଳା ସଭାନେତ୍ରୀ

ଭବାନୀପାଟଣା,୧୫।୨(ଉତ୍ତମ କୁମାର ଦାଶ)-ରାଜ୍ୟ ସଭାପତି ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ରବିବାର ରାଜ୍ୟର ବିଭିନ୍ନ ଜିଲାର ମହିଳା ସଭାନେତ୍ରୀଙ୍କ ନାମ ଘୋଷଣା କରିଛନ୍ତି। ଏହି କ୍ରମରେ…

PM Kisan:  ଆସିଲା ବଡ଼ ଅପଡେଟ୍‌: ଏହି ଦିନ ଚାଷୀଙ୍କ ଖାତାକୁ ଆସିବ ୨୦୦୦ ଟଙ୍କା… 

ନୂଆଦିଲ୍ଲୀ,୧୫।୨: ଦେଶର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ପିଏମ-କିଷାନ ଯୋଜନାର ପରବର୍ତ୍ତୀ କିସ୍ତି ଖୁବ୍‌ଶୀଘ୍ର…

ପୁରୀ ସମୁଦ୍ର କୂଳରେ ଅଘଟଣ, ସ୍ନାନ ବେଳେ ୫ ପର୍ଯ୍ୟଟକ ବୁଡ଼ି…..

ପୁରୀ,୧୫ା୨(ଅଜିତ୍ କୁମାର ମହାନ୍ତି):  ପୁଣି ପୁରୀ ସମୁଦ୍ରରେ ସ୍ନାନ ବେଳେ ଅଘଟଣ । ସମୁଦ୍ର କୂଳର ସେକ୍ଟର ୨ ଓ ସେକ୍ଟର୧୦ରେ ବୁଡୁବୁଡୁ ପର୍ଯ୍ୟଟକମାନେ ବଞ୍ଚିଯାଇଛନ୍ତି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri