Posted inଖେଳ

ଅଷ୍ଟ୍ରେଲିଆକୁ ପଞ୍ଚମ ଟାଇଟଲ

ଦିନିକିଆ କ୍ରିକେଟ ପୁରୁଷ ବିଶ୍ୱକପ୍‌ର ଏକାଦଶ ସଂସ୍କରଣ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡରେ ଖେଳାଯାଇଥିଲା। ଦ୍ୱିତୀୟ ଆୟୋଜକ ଦେଶ ଭାବରେ ଅଷ୍ଟ୍ରେଲିଆ ଚାମ୍ପିୟନ ଆଖ୍ୟା ଅର୍ଜନ କରିବା ସହ ନିଜର ପଞ୍ଚମ ଟାଇଟଲ ହାସଲ କରିଥିଲା। ଉଭୟ ଆୟୋଜକ ଦେଶ ଫାଇନାଲରେ ପହଞ୍ଚି ଥିବା ବେଳେ ନ୍ୟୁଜିଲାଣ୍ଡକୁ ୭ ଉଇକେଟରେ ପରାସ୍ତ କରିଥିଲା ମାଇକେଲ୍‌ କ୍ଲାର୍କଙ୍କ ଦଳ। ୧୪ ଦଳ ଏହି ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରିଥିବା ବେଳେ ୭ଟି ଲେଖାଏ ଦଳକୁ ଦୁଇଟି ପୁଲ୍‌ରେ ବିଭକ୍ତ କରାଯାଇଥିଲା। ପ୍ରତ୍ୟେକ ଗ୍ରୁପ୍‌ର ଶ୍ରେଷ୍ଠ ୪ ଦଳ କ୍ୱାର୍ଟର ଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଥିଲେ। ଗ୍ରୁପ୍‌ ଏ’ରୁ ନ୍ୟୁଜିଲାଣ୍ଡ, ଅଷ୍ଟ୍ରେଲିଆ, ଶ୍ରୀଲଙ୍କା ଓ ବାଂଲାଦେଶ ନକ୍‌ଆଉଟକୁ ଯୋଗ୍ୟତା ଅର୍ଜନ କରିଥିବା ବେଳେ ଭାରତ, ଦକ୍ଷିଣ ଆଫ୍ରିକା, ପାକିସ୍ତାନ ଓ ଓ୍ବେଷ୍ଟଇଣ୍ଡିଜ୍‌ ଗ୍ରୁପ୍‌ ବି’ରୁ ଯୋଗ୍ୟତା ହାସଲ କରିଥିଲେ।
କ୍ୱାର୍ଟର ଫାଇନାଲରେ ପାକିସ୍ତାନକୁ ଅଷ୍ଟ୍ରେଲିଆ ପରାସ୍ତ କରି ଆଗକୁ ବଢ଼ିଥିଲା। ସେମି ଫାଇନାଲରେ ଡିଫେଣ୍ଡିଂ ଚାମ୍ପିୟନ ଭାରତକୁ ପରାସ୍ତ କରିଥିଲା ଅଷ୍ଟ୍ରେଲିଆ। ଷ୍ଟିଭ୍‌ ସ୍ମିଥ୍‌ଙ୍କ ଶତକ ବଳରେ ଅଷ୍ଟ୍ରେଲିଆ ୭ ଉଇକେଟରେ ୩୨୮ ରନ୍‌ କରିଥିଲା। ଜବାବରେ ଭାରତ ମାତ୍ର ୨୩୩ ରନ୍‌ରେ ଅଲଆଉଟ ହୋଇଥିଲା। ସମାନ ଢଙ୍ଗରେ ନ୍ୟୁଜିଲାଣ୍ଡ କ୍ୱାର୍ଟରରେ ଓ୍ବେଷ୍ଟଇଣ୍ଡିଜ୍‌ ଓ ସେମିରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଥିଲା। ସେମିରେ ପ୍ରବେଶ କରିଥିବା ଦକ୍ଷିଣ ଆଫ୍ରିକା ବର୍ଷା କାରଣରୁ ଡର୍କଓ୍ବର୍ଥ ଲୁଇସ୍‌ ମେଥଡ୍‌ରେ ପରାଜିତ ହୋଇଥିଲା। ଫାଇନାଲରେ ନ୍ୟୁଜିଲାଣ୍ଡ ମାତ୍ର ୧୮୩ ରନ୍‌ରେ ଅଲଆଉଟ ହୋଇଥିଲା। ଗ୍ରାଣ୍ଟ ଏଲିଅଟ୍‌ ସର୍ବାଧିକ ୮୩ ରନ୍‌ ସ୍କୋର କରିଥିବା ବେଳେ ଅଷ୍ଟ୍ରେଲିଆ ପକ୍ଷରୁ ଜେମ୍ସ ଫକନର ଓ ମିଚେଲ ଜନ୍‌ସନ୍‌ ୩ଟି ଲେଖାଏ ଉଇକେଟ ନେଇଥିଲେ। ମାଇକେଲ୍‌ କ୍ଲାର୍କ ଓ ଷ୍ଟିଭ୍‌ ସ୍ମିଥ୍‌ଙ୍କ ଅର୍ଦ୍ଧଶତକ ବଳରେ ଅଷ୍ଟ୍ରେଲିଆ ୩ ଉଇକେଟ ହରାଇ ବିଜୟ ହାସଲ କରି ନେଇଥିଲା। ନ୍ୟୁଜିଲାଣ୍ଡର ମାର୍ଟିନ୍‌ ଗୁପ୍ଟିଲ ପ୍ରଥମ ଖେଳାଳି ଭାବେ ବିଶ୍ୱକପ୍‌ରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଦ୍ୱିଶତକ ଅର୍ଜନ କରିଥିଲେ। ସେ ୯ ଇନିଂସରୁ ୫୪୭ ରନ୍‌ କରି ବିଶ୍ୱକପ୍‌ର ସର୍ବାଧିକ ସ୍କୋରର ମଧ୍ୟ ରହିଥିଲେ। ଅଷ୍ଟ୍ରେଲିଆର ମିଚେଲ୍‌ ଷ୍ଟାର୍କ ଓ ନ୍ୟୁଜିଲାଣ୍ଡର ଟ୍ରେଣ୍ଟ ବୋଲ୍ଟ ୨୨ ଲେଖାଏ ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜିମ୍ବାଓ୍ବେର ଏହି ଫାଷ୍ଟ ବୋଲର ୨ ବର୍ଷ ବାସନ୍ଦ

ନୂଆଦିଲ୍ଲୀ,୧୪ା୪: ଆଇପିଏଲ୍‌ରେ ଖେଳିବା ପାଇଁ ପାକିସ୍ତାନ ସୁପର ଲିଗ୍‌ (ପିଏସ୍‌ଏଲ୍‌) ଛାଡ଼ିଥିବା ଜିମ୍ବାଓ୍ବେ ଫାଷ୍ଟ ବୋଲର ବ୍ଲେସିଂ ମୁଜରାବାନୀଙ୍କୁ ମଙ୍ଗଳବାର ଦୁଇ ବର୍ଷ ଲାଗି ପାକିସ୍ତାନ କ୍ରିକେଟ…

ବଲାଙ୍ଗୀର ମେନ ମାର୍କେଟ ଚଳଚଞ୍ଚଳ: ହନୁମାନ ଜୟନ୍ତୀରେ…

ବଲାଙ୍ଗୀର,୧୪।୪( ସୁନିଲ କୁମାର ମହାନ୍ତି): ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି ତଥା ହନୁମାନ ଜୟନ୍ତୀ । ଏହି ଅବସରରେ ବିଭିନ୍ନ ମନ୍ଦିରରେ ହନୁମାନ ଜୟନ୍ତୀ ପାଳନ କରାଯାଉଅଛି…

ବେଦାନ୍ତ ପାଓ଼୍ବାର ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ, ୯ ମୃତ ୪୦ରୁ ଅଧିକ ଆହତ

ରାୟପୁର,୧୪।୪: ବେଦାନ୍ତ ଲିମିଟେଡର ପାଓ଼୍ବାର ପ୍ଲାଣ୍ଟରେ ବିସ୍ଫୋରଣ ଘଟି ୯ଜଣଙ୍କ ମୃତ୍ୟୁ। ଏପରି ଅଭାବନୀୟ ଘଟଣା ଘଟିଛି ଛତିଶଗଡ଼ର ସକ୍ତି ଜିଲାରେ ଏକ ପାଓ଼୍ବାର ପ୍ଲାଣ୍ଟରେ। ଯେଉଁଠି…

ମହାବିଷୁବ ସଂକ୍ରାନ୍ତି: ଚଳଚଞ୍ଚଳ ସୁଆମ ଛକ

ପାଟଣା,୧୪।୪(ବୀର କିଶୋର ଦାଶ): ହନୁମାନ ଜୟନ୍ତୀ, ମହାବିଷୁବ ସଂକ୍ରାନ୍ତିରେ ମଙ୍ଗଳବାର କେନ୍ଦୁଝର ଜିଲା ପାଟଣା ବ୍ଲକ ସୁଆମ ଛକ ହନୁମାନ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ସମାଗମ ଦେଖାଇବାକୁ ମିଳିଥିଲା।…

ଦେଶର ଏହି ରାଜ୍ୟରେ ମୁଖ୍ୟମନ୍ତ୍ରୀ ପଦ ପାଇନି ଭାଜପା; ସଂଖ୍ୟା ଜାଣିଲେ ତାଜୁବ ହେବେ…

୧୪ ଏପ୍ରିଲ ୨୦୨୬ ବିହାର ରାଜନୀତିରେ ଏକ ପ୍ରମୁଖ ପରିବର୍ତ୍ତନର କାରଣ ହୋଇଥିଲା। ବିଶେଷକରି, ସମ୍ରାଟ ଚୌଧୁରୀଙ୍କୁ ବିହାରରେ ଭାଜପା ବିଧାୟକ ଦଳର ନେତା ଭାବରେ ନିର୍ୱାଚିତ…

ବିଶ୍ୱକପ୍‌ ପୂର୍ବରୁ ଘାନାକୁ ମିଳିଲା ନୂଆ କୋଚ୍‌, ଜାଣନ୍ତୁ…

ଘାନା,୧୪ା୪: ଫିଫା ବିଶ୍ୱକପ୍‌କୁ ମାତ୍ର ଦୁଇ ମାସରୁ କମ୍‌ ସମୟ ଥିବା ବେଳେ ଘାନା କାର୍ଲୋସ କ୍ୟୁରୋଜଙ୍କୁ ଜାତୀୟ ପୁରୁଷ ଫୁଟ୍‌ବଲ ଦଳର ନୂଆ କୋଚ୍‌ ଭାବେ…

ଲୋକ ସଭାରେ ରହିବେ ୮୫୦ ଏମପି; କେନ୍ଦ୍ର ସରକାରଙ୍କ ବଡ଼ ପ୍ଲାନ…

ନୂଆଦିଲ୍ଲୀ,୧୪।୪: ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ (ମହିଳା ସଶକ୍ତିକରଣ ଆଇନ) କାର୍ଯ୍ୟକାରୀ କରିବା ପାଇଁ ସରକାର ଏପ୍ରିଲ ୧୬ ରୁ ଏପ୍ରିଲ ୧୮ ପର୍ଯ୍ୟନ୍ତ ସଂସଦର ଏକ…

Samsungରୁ Xiaomi ଯାଏ ହେଲା ମହଙ୍ଗା! ଆପଣଙ୍କର ପ୍ରିୟ ବ୍ରାଣ୍ଡର ସ୍ମାର୍ଟଫୋନର ଏତେ ବଢିଗଲା ଦାମ୍‌

ଯଦି ଆପଣ ଏହି ମାସରେ ଏକ ନୂତନ ସ୍ମାର୍ଟଫୋନ କିଣିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କ ପକେଟକୁ ଟିକେ ଝଟ୍‌କା ଲାଗିପାରେ। ଏପ୍ରିଲ ମାସରେ, ପ୍ରାୟ ସମସ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri