Posted inଖେଳ

କଳିଙ୍ଗରେ ଫିଫା ବିଶ୍ୱକପ୍‌ ଓ ଭାରତ

୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପର ଗ୍ରୁପ୍‌ ପର୍ଯ୍ୟାୟ ନିକଟରେ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଯାଇଛି। ଆୟୋଜକ ଭାରତ ଏଠାରେ ବିଶ୍ୱକପ ପଦାର୍ପଣ କରି ନିଜର ସମସ୍ତ ମ୍ୟାଚ ଖେଳିଥିଲା। ଘରୋଇ ଦଳ ଯେ କେବଳ ସବୁତକ ମ୍ୟାଚ ହାରିଥିଲା ତା’ ନୁହେଁ ଗୋଟିଏ ହେଲେ ଗୋଲ ମଧ୍ୟ ସ୍କୋର କରିପାରି ନ ଥିଲା। ଏଥିପ୍ରତି ଏବେ ଧ୍ୟାନ ଦିଆଯିବାର ସମୟ ଆସିଛି….

ଅନ୍ତର୍ଜାତୀୟ କ୍ରୀଡ଼ା ଆୟୋଜନ କ୍ଷେତ୍ରରେ ଓଡ଼ିଶା ଗୋଟିଏ ପାଦ ଆଗକୁ ବଢ଼ିଛି। ଯୋଡ଼ି ହୋଇଛି ଆଉ ଏକ ନୂଆ ଫର୍ଦ୍ଦ। କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଛି ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ। ବିଶ୍ୱରେ ଫିଫାର ଯେ କୌଣସି ବର୍ଗର ବିଶ୍ୱକପ ହେଉ ନା କାହିଁକି ତା’ର ସ୍ବତନ୍ତ୍ରତା ରହିଛି। ଏପରି ଏକ ମେଗା ପ୍ରତିଯୋଗିତା ଆୟୋଜନ ଲାଗି ଭାରତ ପ୍ରଥମଥର ଅଧିକାର ପାଇଥିବାବେଳେ ତାହାର ପ୍ରାରମ୍ଭିକ ମ୍ୟାଚ ଓଡ଼ିଶାରେ ଆୟୋଜନ ହେବା କିଛି ଛୋଟ କଥା ନୁହେଁ। ମାତ୍ର ତାହାକୁ ସଫଳତାର ସହ ଆୟୋଜନ କରି ଓଡ଼ିଶା ସରକାର ପ୍ରଶଂସା ସାଉଁଟିଛନ୍ତି। କଳିଙ୍ଗ ଷ୍ଟାଡିୟମରେ ଗ୍ରୁପ୍‌ ‘ଏ’ର ୫ଟି ଏବଂ ଗ୍ରୁପ୍‌ ‘ବି’ର ଗୋଟିଏ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଏହାଦ୍ୱାରା ବଡ଼ ପ୍ରତିଯୋଗିତା ଆୟୋଜନ କ୍ଷେତ୍ରରେ କଳିଙ୍ଗ ଷ୍ଟାଡିୟମର ଇତିହାସ ସମୃଦ୍ଧ ହୋଇଥିଲା।
କଳିଙ୍ଗରେ ଭାରତ ଏହାର ସମସ୍ତ ମ୍ୟାଚ ଖେଳିଥିଲା। ପ୍ରଦର୍ଶନ ଦୃଷ୍ଟିରୁ ଦେଖିବାକୁ ଗଲେ ଏଜ୍‌ ଗ୍ରୁପ୍‌ର ଏହି ବିଶ୍ୱକପ ପାଇଁ ଭାରତ ପୂର୍ବରୁ କେବେହେଲେ ଯୋଗ୍ୟତା ଅର୍ଜନ କରିପାରି ନ ଥିଲା। ଆୟୋଜକ ଦେଶର ଦଳଭାବେ ପ୍ରଥମଥର ପାଇଁ ବିଶ୍ୱକପରେ ପଦାର୍ପଣ କରିଥିଲା। ତେବେ ଏପରି ଏକ ବଡ଼ ପ୍ରତିଯୋଗିତା ପାଇଁ ଭାରତର ପ୍ରସ୍ତୁତି ଓ ପ୍ରଦର୍ଶନକୁ ନେଇ ଏବେ ଚର୍ଚ୍ଚା ଚାଲିଛି। ନିଜର ପ୍ରଥମ ବିଶ୍ୱକପ୍‌ରେ ଭାରତ ଚମତ୍କାରିତା ଦେଖାଇପାରିବ ବୋଲି କେହି ଆଶା କରୁ ନ ଥିଲେ। ମାତ୍ର ଟୁର୍ନାମେଣ୍ଟ ପୂର୍ବରୁ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ମୁଖ୍ୟ କୋଚ୍‌ ଥୋମାସ ଡେନର୍ବିଙ୍କ ପ୍ରତିକ୍ରିୟା ଅନେକଙ୍କ ମନରେ ଆଶା ସଞ୍ଚାର କରିଥିଲା। ଡେନର୍ବି କହିଥିଲେ, ”ଭାରତର ରକ୍ଷଣଭାଗ ଅତ୍ୟନ୍ତ ଦୃଢ଼। ପ୍ରତିପକ୍ଷ ଦଳ ଯେତେ ଶକ୍ତିଶାଳୀ ହେଉ ନା କାହିଁକି ଗୋଲ କରିବା ସହଜ ହେବନାହିଁ। ପ୍ରତିଯୋଗିତା ପାଇଁ ଭାରତୀୟ ଦଳ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଦଳର କ୍ୱାର୍ଟର ଫାଇନାଲ ପ୍ରବେଶ ଆଶା ମଧ୍ୟ ରହିଛି“। ଫଳରେ ସମସ୍ତେ ଉତ୍ସୁକତାର ସହ ଟୁର୍ନାମେଣ୍ଟକୁ ଅପେକ୍ଷା କରି ରହିଥିଲେ। ମାତ୍ର କାର୍ଯ୍ୟରେ ଯାହା ହେଲା କଳିଙ୍ଗ ଷ୍ଟାଡିୟମ ତା’ର ସାକ୍ଷୀ ରହିଲା।
ଫୁଟ୍‌ବଲରେ କୌଣସି ଦଳର ସଫଳତାର ଶ୍ରେୟ ଏବଂ ଖରାପ ପ୍ରଦର୍ଶନର କଳଙ୍କ କୋଚ୍‌ଙ୍କ ଆଡ଼କୁ ଯାଇଥାଏ। ତେଣୁ ଭାରତୀୟ ଦଳ ଚୟନ, ଖେଳାଳିଙ୍କ ଫିଟ୍‌ନେସ୍‌, ସ୍ପିଡ୍‌, ପଡ଼ିଆ ମଝିରେ ଖେଳାଳିଙ୍କ ମଧ୍ୟରେ ବୁଝାମଣା ଓ ନିଷ୍ପତ୍ତିକୁ ନେଇ ଅଙ୍ଗୁଳି ସ୍ବତଃ ମୁଖ୍ୟ କୋଚ୍‌ ଡେନର୍ବିଙ୍କ ଆଡ଼କୁ ଉଠିଛି। ଅନ୍ୟପକ୍ଷରେ ଦେଖିବାକୁ ଗଲେ ଏଏଫ୍‌ସି (ଏସିଆନ ଫୁଟ୍‌ବଲ କନ୍‌ଫେଡେରେଶନ) ୧୬ ବର୍ଷରୁ କମ୍‌ ଚାମ୍ପିୟନଶିପ୍‌ରୁ ପ୍ରଦର୍ଶନ ଭିତ୍ତିରେ ସାଧାରଣତଃ ଏସୀୟ ଦଳଗୁଡ଼ିକ ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ୍‌ ପାଇଁ ଯୋଗ୍ୟତା ଅର୍ଜନ କରିଥାନ୍ତି। ଏହି ପରିପ୍ରେକ୍ଷୀରେ ଦେଖିବାକୁ ଗଲେ ଭାରତୀୟ ଦଳ କେବେହେଲେ ପୂର୍ବରୁ ଯୋଗ୍ୟତା ମାନଦଣ୍ଡ ସ୍ପର୍ଶ କରିପାରିନାହିଁ।
୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପରେ ଏଫ୍‌ସି (ଏସିଆ), କନ୍‌କାକାଫ (ସେଣ୍ଟ୍ରାଲ, ନର୍ଥ ଆମେରିକା ଓ କାରିବିୟନ), କାଫ୍‌ (ଆଫ୍ରିକା), କନ୍‌ମେବଲ (ଦକ୍ଷିଣ ଆମେରିକା), ଓଏଫ୍‌ସି (ଓସେନିଆ) ଓ ୟୁଫା (ୟୁରୋପ)ର ଶ୍ରେଷ୍ଠ ଦଳଗୁଡ଼ିକ ଅଂଶଗ୍ରହଣ କରିଥାନ୍ତି। ତେଣୁ ଯୋଗ୍ୟତା ଅର୍ଜନ କରିଥିବା ବିଶ୍ୱର ଅନ୍ୟ ୧୫ଟି ଦଳ ତୁଳନାରେ ଆୟୋଜକଭାବେ ଖେଳିଥିବା ଭାରତୀୟ ଦଳର ପ୍ରଦର୍ଶନ ନିମ୍ନ ମାନର ରହିଥିଲା। ଭାରତ କାହିଁକି ଏହି ଟୁର୍ନାମେଣ୍ଟ ପାଇଁ ଯୋଗ୍ୟତା ଅର୍ଜନ କରିପାରୁନାହିଁ ତାହା ମଧ୍ୟ ପଦାରେ ପଡ଼ିଥିଲା।
କେବଳ ଭାରତ ନୁହେଁ, ଆଫ୍ରିକୀୟ ଦେଶ ମରକ୍କୋ ଓ ତାଞ୍ଜାନିଆ ମଧ୍ୟ ଏଥର ବିଶ୍ୱକପରେ ପ୍ରଥମ ପଦାର୍ପଣ କରିଥିଲେ। ମରକ୍କୋ ଏହାର ପ୍ରଥମ ମ୍ୟାଚରେ ଶକ୍ତିଶାଳୀ ବ୍ରାଜିଲକୁ କଡ଼ା ଟକ୍କର ଦେଇ ମାତ୍ର ଗୋଟିଏ ଗୋଲରେ ହାରିଥିବାବେଳେ ଦ୍ୱିତୀୟ ମ୍ୟାଚରେ ଭାରତକୁ ୩-୦ ଗୋଲରେ ହରାଇବା ସହ ୩ ପଏଣ୍ଟ ଅର୍ଜନ କରିଥିଲା। ତାଞ୍ଜାନିଆ ଗୋଟିଏ ପାଦ ଆଗରେ ରହିଥିଲା। ଏହି ଦଳ ନିଜର ପ୍ରଥମ ମ୍ୟାଚରେ ଜାପାନଠାରୁ ହାରିଥିଲେ ମଧ୍ୟ ଦ୍ୱିତୀୟ ମ୍ୟାଚରେ ଫ୍ରାନ୍ସକୁ ୨-୧ ଗୋଲରେ ହରାଇଥିବାବେଳେ ତୃତୀୟ ମ୍ୟାଚକୁ କାନାଡ଼ା ସହ ୧-୧ ଗୋଲରେ ଡ୍ର ରଖି ଡେବ୍ୟୁ ଟୁର୍ନାମେଣ୍ଟର କ୍ୱାର୍ଟର ଫାଇନାଲରେ ପ୍ରବେଶ କରି ଯାଇଥିଲା। ମାତ୍ର ଭାରତର ପ୍ରଦର୍ଶନ ଏହାଠାରୁ ବହୁ ଦୂରରେ ରହିଥିଲା। ଘରୋଇ ଦଳ ମ୍ୟାଚ ଜିତିବା ତ ଦୂରର କଥା ଗୋଟିଏ ହେଲେ ଗୋଲ ମଧ୍ୟ ସ୍କୋର କରିପାରି ନ ଥିଲା।
ଗ୍ରୁପ୍‌ ‘ଏ’ରେ ଭାରତୀୟ ଦଳ ବିଶ୍ୱର ନମ୍ବର ଓ୍ବାନ୍‌ ଆମେରିକା, ୯ ନମ୍ବର ବ୍ରାଜିଲ ଏବଂ ୭୬ତମ ର଼୍ୟାଙ୍କ୍‌ପ୍ରାପ୍ତ ଦଳ ମର୍‌କ୍କୋ ସହିତ ସ୍ଥାନ ପାଇଥିଲା। ଭାରତର ର଼୍ୟାଙ୍କିଙ୍ଗ୍‌ ଥିଲା ୬୧। ବିଶ୍ୱକପ୍‌ ପରି ଏକ ବଡ଼ ପ୍ରତିଯୋଗିତାରେ ବିନା ଅଭିଜ୍ଞତାରେ ପଡ଼ିଆକୁ ଓହ୍ଲାଇଥିବା ଭାରତ ପ୍ରତିପକ୍ଷ ଆମେରିକାଠାରୁ ୮ ଗୋଲରେ ହାରିବା ଯେତିକି ବିସ୍ମିତ କରି ନ ଥିଲା ଲୋ ର଼୍ୟାଙ୍କ୍‌ପ୍ରାପ୍ତ ମରକ୍କୋଠାରୁ ୩ ଗୋଲରେ ପରାଜୟ ସେତିକି ଦୁଃଖ ଦେଇଥିଲା। ଫଳରେ ଦଳର ଦକ୍ଷତା, ଟ୍ରେନିଂ ଓ ଖେଳାଳିଙ୍କ ମନୋବଳକୁ ନେଇ ସ୍ବାଭାବିକ ଭାବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ମରକ୍କୋ ବିପକ୍ଷରେ ଭାରତ ପ୍ରଥମାର୍ଦ୍ଧରେ ଲଢ଼େଇ କରିଥିଲେ ହେଁ ଦ୍ୱିତୀୟାର୍ଦ୍ଧରେ ଗୋଟିଏ ଗୋଲ ବରଣ କରିବା ପରେ ଆଉ ପ୍ରତ୍ୟାବର୍ତ୍ତନ କରିପାରି ନ ଥିଲା, ବରଂ ସନ୍ତୁଳନ ହରାଇ ଅଧିକ ଗୋଲ ବରଣ କରିଥିଲା। ଶକ୍ତିଶାଳୀ ବ୍ରାଜିଲ ବିପକ୍ଷରେ ୦-୫ ଗୋଲରେ ପରାଜୟ ସ୍ବାଭାବିକ ଥିଲା।
ଭାରତର ପରାଜୟ ପାଇଁ ନିର୍ଦ୍ଦିଷ୍ଟ କୌଣସି ଏକ ଦିଗକୁ ଅଙ୍ଗୁଳି ନିର୍ଦ୍ଦେଶ କରାଯିବା ଉଚିତ ନୁହେଁ। ମହିଳା ଦଳ ଏଜ୍‌ ଗ୍ରୁପ୍‌ରେ ଏକ ଅନ୍ତର୍ଜାତୀୟ ମ୍ୟାଚ ଖେଳିବାକୁ ଯାଉଥିବାବେଳେ ଏଥିପାଇଁ ଆମେ କେତେ ପ୍ରସ୍ତୁତ ହୋଇଥିଲୁ ତାହାକୁ ନେଇ ମଧ୍ୟ ଆଲୋଚନାର ସମୟ ଆସିଛି। ସ୍ବିଡେନ୍‌ର ଥୋମାସ ଡେନର୍ବି ୨୦୧୯ ନଭେମ୍ବର ୯ରେ ଭାରତୀୟ ୧୭ ବର୍ଷରୁ କମ୍‌ ମହିଳା ଦଳର ମୁଖ୍ୟ କୋଚ୍‌ ଦାୟିତ୍ୱ ନେଇଥିଲେ। ପରେ ତାଙ୍କୁ ୨୦ ବର୍ଷରୁ କମ୍‌ ଏବଂ ଭାରତୀୟ ସିନିୟର ମହିଳା ଦଳର ଦାୟିତ୍ୱ ଦିଆଯାଇଥିଲା। ଏକାଧିକ ଦାୟିତ୍ୱ ଯୋଗୁ ସମ୍ଭବତଃ ଜୁନିୟର ଦଳ ପ୍ରତି ଅଧିକ ସମୟ ଦେଇପାରି ନ ଥିଲେ। ଦୂରଦୃଷ୍ଟିହୀନ ଯୋଜନା ଫଳରେ ଭାରତୀୟ ଦଳ ମାତ୍ର ୫-୬ ମାସ ପୂର୍ବରୁ ବିଶ୍ୱକପ୍‌ ପ୍ରସ୍ତୁତି ଆରମ୍ଭ କରିଥିଲା, ଯାହାର ଫଳାଫଳ ପଡ଼ିଆ ମଧ୍ୟରେ ପ୍ରତିଫଳିତ ହେଲା।
ଅନ୍ୟ କେତେକ ଦିଗ ମଧ୍ୟ ଆଲୋଚନା ପରିସରଭୁକ୍ତ ହେବା ଉଚିତ। ଆୟୋଜନ ଅଧିକାର ପାଇବା ପାଇଁ ଭାରତ ସରକାର ଓ ସର୍ବଭାରତୀୟ ଫୁଟ୍‌ବଲ ଫେଡେରେଶନ (ଏଆଇଏଫ୍‌ଏଫ୍‌)କୁ ଅନେକ କଷ୍ଟ କରିବାକୁ ପଡ଼ିଥିଲା। ମାତ୍ର ଅଧିକାର ପାଇବା ପରେ ଭାରତୀୟ ଦଳର ପ୍ରସ୍ତୁତି ଏବଂ ଭଲ ପ୍ରଦର୍ଶନ ପାଇଁ ଏଆଇଏଫ୍‌ଏଫ୍‌ ଯେପରି ପଦକ୍ଷେପ ନେବା କଥା ତାହା ହୋଇ ଥିଲା କି ? ଏ କ୍ଷେତ୍ରରେ ଆଫ୍ରିକୀୟ ଦେଶ ମରକ୍କୋ କଥା ବିଚାରକୁ ନିଆଯାଉ। ଏହି ଦେଶର ୫-୬ ଜଣ ଖେଳାଳି ଫ୍ରାନ୍ସର ପ୍ରତିଷ୍ଠିତ ଏକାଡେମୀରୁ ଖେଳିଆସୁଛନ୍ତି। ୨ ଜଣ ନେଦରଲାଣ୍ଡ୍ସ ଏବଂ ଜଣେ ବେଲଜିୟମରେ ମଧ୍ୟ ଖେଳୁଛନ୍ତି। ଭଲ ଏକାଡେମୀ ଦଳ ପକ୍ଷରୁ ଖେଳିବା ସହ ବର୍ଷ ବର୍ଷ ଧରି ଅଭ୍ୟାସ କରିଆସୁଛନ୍ତି। ସେହି ତୁଳନାରେ ଦେଖିବାକୁ ଗଲେ ଆମେ ମାତ୍ର ୫ ମାସ ଟ୍ରେନିଂ କରିଥିଲୁ। ତେଣୁ ଏହି ଦଳର ସମକକ୍ଷ ପ୍ରଦର୍ଶନ କିପରି ବା ଦେଇପାରିଥାନ୍ତୁ।
ଟୁର୍ନାମେଣ୍ଟରେ ଗୋଲ ବରଣ ପରେ ଖେଳାଳିଙ୍କ ଆତ୍ମବିଶ୍ୱାସ କମିଥିବା ପରିଲକ୍ଷିତ ହୋଇଥିଲା। ଏପରି କି ଗୋଲ ହେବାପରେ ସେମାନେ ନର୍ଭସ ହୋଇଥିଲେ ବୋଲି କେତେକ ଖେଳାଳି ସ୍ବୀକାର ମଧ୍ୟ କରିଥିଲେ। ଆମେରିକା ବିପକ୍ଷରେ ପ୍ରଥମ ମ୍ୟାଚ ଖେଳିଥିବାରୁ ଆମ ପିଲାମାନେ ଭୟଭୀତ ହୋଇ ପଡ଼ିଥିଲେ ବୋଲି ଡେନର୍ବି ମାନିଥିଲେ। ତେଣୁ ଭାରତୀୟ ଖେଳାଳିମାନେ କଣ୍ଡିଶନିଂ କୋଚ୍‌ ଏବଂ ମନସ୍ତତ୍ତ୍ୱବିତ୍‌ଙ୍କ ବିନା ଟୁର୍ନାମେଣ୍ଟ ଖେଳିଥିବାରୁ ଏପରି ପରିସ୍ଥିତି ଉପୁଜିଥିବା କଥାକୁ ମଧ୍ୟ ଅସ୍ବୀକାର କରିହେବନାହିଁ। ଏଥିରୁ ଆମକୁ ଅନେକ କିଛି ଶିଖିବାର ଅଛି। ଉପଯୁକ୍ତ ପ୍ରସ୍ତୁତି ବିନା ୧୬-୧୭ ଖେଳାଳିଙ୍କୁ କେବଳ ଜର୍ସି ପିନ୍ଧାଇ ପଡ଼ିଆକୁ ଛାଡ଼ିଦେଲେ ହେବନାହିଁ। ଆବଶ୍ୟକ ଟ୍ରେନିଂ, ଅଧିକ ମ୍ୟାଚ ସୁଯୋଗ, ବିଦେଶ ଟୁର୍‌, ବିଭିନ୍ନ ଏକାଡେମୀରେ ଖେଳିବାକୁ ସୁଯୋଗ ସୃଷ୍ଟି କରାଯିବା ପ୍ରତି ଧ୍ୟାନ ଦିଆଯିବାର ଆବଶ୍ୟକତା ରହିଛି। ନଚେତ ପ୍ରତିଯୋଗିତାରେ ଆମେ ସବୁବେଳେ ନିଜକୁ କେବଳ ନିମ୍ନରେ ହିଁ ପାଇବା।
-ପ୍ରସ୍ତୁତି: ତପନ ସ୍ବାଇଁ


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri