Posted inଖେଳ

ଫିଫା ବିଶ୍ୱକପ୍‌ କ୍ୱାଲିଫାଇଂ: ବ୍ରାଜିଲ, ଆର୍ଜେଣ୍ଟିନା ଅଗ୍ରଣୀ

ସାଓ ପାଓଲୋ,୧୫।୧୦(ଏପି): ଫିଫା ବିଶ୍ୱକପ୍‌ ଯୋଗ୍ୟତା ପର୍ଯ୍ୟାୟରେ ଦକ୍ଷିଣ ଆଫ୍ରିକାରେ ନେମାରଙ୍କ ବ୍ରାଜିଲ ଓ ଲିଓନେଲ ମେସିଙ୍କ ଆର୍ଜେଣ୍ଟିନା ଭଲ ପ୍ରଦର୍ଶନ କରି ଅଗ୍ରଣୀ ବଜାୟ ରଖିଛନ୍ତି। ମଙ୍ଗଳବାର ଖେଳାଯାଇଥିବା ମ୍ୟାଚ୍‌ରେ ନେମାରଙ୍କ ହ୍ୟାଟ୍ରିକ ଗୋଲ ଜରିଆରେ ବ୍ରାଜିଲ ପେରୁକୁ ୪-୨ ଗୋଲରେ ପରାସ୍ତ କରିଛି। ଏଥିସହ ନେମାର ବ୍ରାଜିଲର ଦ୍ୱିତୀୟ ସର୍ବାଧିକ ଗୋଲ ସ୍କୋରର ସାବ୍ୟସ୍ତ ହୋଇଛନ୍ତି। ୨୦୧୦ରେ ବ୍ରାଜିଲ ପାଇଁ ପଦାର୍ପଣ କରିଥିବା ନେମାର ୧୦୩ଟି ମ୍ୟାଚ୍‌ ଖେଳି ମୋଟ ଉପରେ ୬୪ଟି ଗୋଲ ସ୍କୋର କରି ରୋନାଲ୍ଡୋଙ୍କୁ ପଛରେ ପକାଇଛନ୍ତି। ତେବେ ସେ କିମ୍ବଦନ୍ତୀ ଫୁଟବଲ ପେଲେଙ୍କଠାରୁ ଆହୁରି ୧୩ଟି ଗୋଲ ଦୂରରେ ରହିଛନ୍ତି। ନେମାର ରୋନାଲ୍ଡୋଙ୍କଠାରୁ ୨ଟି ଅଧିକ ଗୋଲ ସ୍କୋର କରିଛନ୍ତି। ସେହିପରି ଆର୍ଜେଣ୍ଟିନା ୨-୧ ଗୋଲରେ ବଲିଭିଆକୁ ପରାସ୍ତ କରିଛି। ଏଥିସହ ରାଉଣ୍ଡ- ରବିନ ଗ୍ରୁପ୍‌ ପର୍ଯ୍ୟାୟରେ ଦୁଇ ଦେଶ ଦୁଇଟି ମ୍ୟାଚ୍‌ ଖେଳି ୨ଟି ବିଜୟ ସହ ୬ ଲେଖାଏ ପଏଣ୍ଟ ହାସଲ କରଛନ୍ତି। ଗୋଲ ବ୍ୟବଧାନରେ ଆଗରେ ରହି ବ୍ରାଜିଲ ପଏଣ୍ଟ ତାଲିକାର ଶୀର୍ଷରେ ରହିଥିବା ବେଳେ ଆର୍ଜେଣ୍ଟିନା ଦ୍ୱିତୀୟ ସ୍ଥାନରେ ରହିଛି। ଗତ ସପ୍ତାହରେ ବ୍ରାଜିଲ ୫-୦ ଗୋଲରେ ବଲିଭିଆକୁ ପରାସ୍ତ କରିଥିଲେ। ଫଳରେ ଗୋଲ ବ୍ୟବଧାନ ଦୃଷ୍ଟିକୋଣରୁ ବ୍ରାଜିଲ ଅନ୍ୟଦେଶଗୁଡିକୁ ପଛରେ ପକାଇଛି।
ମଙ୍ଗଳବାର ଖେଳାଯାଇଥିବା ଅନ୍ୟ ମ୍ୟାଚ୍‌ଗୁଡିକରେ ଇକ୍ୟୁଡର ୪-୨ ଗୋଲରେ ଉରୁଗୁଏକୁ ପରାସ୍ତ କରିଛି। ସେହିପରି ପାରାଗୁଏ ୧-୦ ଗୋଲରେ ଭେନେଜୁଏଲାକୁ ହରାଇଛି। ତେବେ କଲମ୍ବିଆ- ଚିଲି ମ୍ୟାଚ୍‌ ୨-୨ ଗୋଲରେ ଅମୀମାଂସିତ ରହିଛି। ଏବେ ଦକ୍ଷିଣ ଆଫ୍ରିକାରେ ପରବର୍ତ୍ତୀ କ୍ୱାଲିଫାୟର ନଭେମ୍ବର ମାସରେ ଖେଳାଯିବ। କାତାରରେ ଖେଳାଯିବାକୁ ଥିବା ୨୦୨୨ ଫିଫା ବିଶ୍ୱକପ୍‌ ପାଇଁ ଦକ୍ଷିଣ ଆଫ୍ରିକାରୁ ୪ଟି ଦେଶ ସିଧାସଳଖ ଯୋଗ୍ୟତା ହାସଲ କରିବେ। ତେବେ ଏହି ମହାଦେଶର ଶ୍ରେଷ୍ଠ ପଞ୍ଚମ ଦେଶ ଏକ ଇଣ୍ଟରକଣ୍ଟିନେଣ୍ଟାଲ ପ୍ଲେଅଫ୍‌ ଦ୍ୱାରା ବିଶ୍ୱକପ୍‌ ଖେଳିବାକୁ ଯୋଗ୍ୟାତା ହାସଲ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକାଙ୍କୁ ବଳାତ୍କାର ଉଦ୍ୟମ, ଅଜା ଗିରଫ

ଫୁଲବାଣୀ,୧ା୩(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ୍‌ ଗୋଚ୍ଛାପଡ଼ା ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ତାଙ୍କ ସମ୍ପର୍କୀୟ ଅଜା ବଳାତ୍କାର ଉଦ୍ୟମ କରିଥିବା ଅଭିଯୋଗରେ ଗିରଫ…

Iran Israel Conflict: ଟ୍ରମ୍ପଙ୍କ ବଡ଼ ଦାବି, ଗୋଟିଏ ଆକ୍ରମଣରେ ୪୮…

ନୂଆଦିଲ୍ଲୀ,୧।୩:  ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ବିରୁଦ୍ଧରେ ଆମେରିକା ଏବଂ ଇସ୍ରାଏଲୀ ସାମରିକ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଏକ ବଡ଼ ଏବଂ ଆଶ୍ଚର୍ଯ୍ୟଜନକ ଦାବି କରିଛନ୍ତି । ସେ…

ଅଶ୍ଳୀଳ ଭିଡିଓ କରି ବ୍ଲାକମେଲ କରୁଥିଲେ ପୂର୍ବତନ ପ୍ରେମିକ, ଭେଟିବାକୁ ଡାକି ହତ୍ୟା କରି ମୁହଁରେ ଏସିଡ୍…

ଲକ୍ଷ୍ନୌ,୧।୩: ଉତ୍ତର ପ୍ରଦେଶର ବାଲିଆରୁ ପ୍ରେମ, ବ୍ଲାକମେଲିଂ ଏବଂ ହତ୍ୟାର ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଜଣେ ଯୁବତୀ ତାଙ୍କ ପ୍ରେମିକଙ୍କୁ ହତ୍ୟା କରିଛନ୍ତି…

IND vs WI Super-8 Live Score: ଭାରତ ଆଗରେ ୧୯୬ ରନ୍‌ର ବିଜୟ ଟାର୍ଗେଟ୍‌

କୋଲକାତା,୧।୩: କୋଲକାତାର ଐତିହାସିକ ଇଡେନ୍‌ ଗାର୍ଡେନ୍ସ ମଇଦାନରେ ରବିବାର ଖେଳାଯାଇଥିବା ଭାରତ ଏବଂ ୱେଷ୍ଟଇଣ୍ଡିଜ୍‌ ମ୍ୟାଚ୍‌ରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ…

ବିମାନବନ୍ଦରଠାରୁ ୧୦୦ମିଟର ଦୂରରେ ହୋଇଥିଲା ବିସ୍ଫୋରଣ, ବର୍ଣ୍ଣନା କଲେ ସିନ୍ଧୁ

ନୂଆଦିଲ୍ଲୀ, ୧ା୩: ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ପରେ ଉପସାଗରୀୟ ଅଞ୍ଚଳରେ ଉତ୍ତେଜନା ବୃଦ୍ଧି ପାଇଛି। ଏହି ସମୟରେ ଦୁଇଥର ଅଲିମ୍ପିକ ପଦକ…

ମହେନ୍ଦ୍ରଗିରିରେ ବାବାଙ୍କ ଆଶ୍ରମର ଭିତରେ ପଶି ଭାଙ୍ଗରୁଜା, ପାଣି ମଟର ଭାଙ୍ଗିଲେ ଦୃବର୍ତ୍ତ

ପାରଳାଖେମୁଣ୍ଡି,୧।୩(ଗିରିଧାରୀ ପରିଛା): ଗଜପତି ଜିଲାର ଐତିହାସିକ ତଥା ଆଧ୍ୟାତ୍ମିକ ଓ ପୌରାଣିକ କ୍ଷେତ୍ର ରାୟଗଡ଼ ବ୍ଲକ ଅଧିନରେ ଥିବା ମହେନ୍ଦ୍ରଗିରି ଏବେ ଅଶାନ୍ତମୟ ହୋଇପଡିଛି । ଶନିବାର…

ଓଭରଟେକ୍ ହେଲା କାଳ, ସଡ଼କ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ

ଦିଗପହଣ୍ଡି,୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଘୋଡ଼ାହାଡ଼ ଡ଼୍ୟାମ ମୁଖ୍ୟରାସ୍ତାର ଚକାତେନ୍ତୁଳି ଗ୍ରାମ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ରବିବାର ଅପରାହ୍ନ ପ୍ରାୟ…

୪ରେ ଦକ୍ଷିଣ ଆଫ୍ରିକା- ନ୍ୟୁଜିଲାଣ୍ଡ ପ୍ରଥମ ସେମିଫାଇନାଲ

ନୂଆଦିଲ୍ଲୀ,୧।୩: ଟି୨୦ ବିଶ୍ୱକପ୍‌ରେ ରବିବାର ଖେଳାଯାଇଥିବା ସୁପର-୮ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ୫ ଉଇକେଟରେ ଜିମ୍ବାଓ୍ବେକୁ ପରାସ୍ତ କରିଛି। ଜିମ୍ବାଓ୍ବେ ଦ୍ୱାରା ପ୍ରଦତ୍ତ ୧୫୪ ରନର ଟାର୍ଗେଟକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri