Posted inଖେଳ

୧୭ ବର୍ଷରୁ କମ୍‌ ଫିଫା ବିଶ୍ୱକପ୍‌: କାଉଣ୍ଟରରେ ଟିକେଟ ବିକ୍ରି ଆରମ୍ଭ

ଭୁବନେଶ୍ୱର, ୨।୧୦: ଭାରତରେ ପ୍ରଥମଥର ପାଇଁ ହେବାକୁ ଯାଉଥିବା ୧୭ ବର୍ଷରୁ କମ୍‌ ଫିଫା ବିଶ୍ୱକପ୍‌ ପାଇଁ ଉତ୍ସାହ ବଢ଼ିବାରେ ଲାଗିଛି। ଟୁର୍ନାମେଣ୍ଟ ଆରମ୍ଭ ହେବାକୁ ଆଉ ୧୦ ଦିନ ବାକି ରହିଥିବାବେଳେ ଶନିବାର ପ୍ରତିଯୋଗିତାର ୩ ଭେନ୍ୟୁ ଭୁବନେଶ୍ୱର, ଗୋଆ ଓ ନଭି ମୁମ୍ବାଇରେ କାଉଣ୍ଟରରେ ଟିକେଟ ବିକ୍ରି ଆରମ୍ଭ ହୋଇଛି। ଟିକେଟ ମୂଲ୍ୟ ମାତ୍ର ୧୦୦ ଓ ୨୦୦ (୧୧ ତାରିଖ ପର୍ଯ୍ୟନ୍ତ ରିହାତି ଦଳରେ ଏହା ୯୦ ଓ ୧୮୦ ଟଙ୍କାରେ ଉପଲବ୍ଧ) ଟଙ୍କା ରଖାଯାଇଛି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଟିକେଟ ଗେଟ୍‌ ନମ୍ବର-୪ ନିକଟସ୍ଥ କାଉଣ୍ଟରରେ ଉପଲବ୍ଧ। ସେହିପରି ଗୋଆ ଫତୋର୍ଦା ସ୍ପୋଟର୍‌ସ କମ୍ପ୍ଲେକ୍ସ ସୁଇମିଂ ପୁଲ୍‌ ନିକଟରେ ଏବଂ ନଭି ମୁମ୍ବାଇର ଭୀମଶଙ୍କର ପାର୍କିଂ ଗ୍ରାଉଣ୍ଡ ନିକଟରେ ଟିକେଟ ଉପଲବ୍ଧ ହେଉଛି। ମ୍ୟାଚ ନ ଥିବା ଦିନ କାଉଣ୍ଟରରେ ଟିକେଟ ପୂର୍ବାହ୍ନ ୧୧ଟାରୁ ସନ୍ଧ୍ୟା ୬ଟା ଏବଂ ମ୍ୟାଚ୍‌ ଦିବସଗୁଡିକରେ ପୂର୍ବାହ୍ନ ୧୧ଟାରୁ ୨ୟ ମ୍ୟାଚ୍‌ର ଦ୍ୱିତୀୟାର୍ଦ୍ଧ ଆରମ୍ଭ ହେବା ପର୍ଯ୍ୟନ୍ତ ମିଳି ପାରିବ। ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ୍‌ରେ ପ୍ରତ୍ୟେକ ଦିନ ୨ଟି ଲେଖାଏ ମ୍ୟାଚ ଖେଳାଯିବ। ପ୍ରଥମ ଗେମ୍‌ ଅପରାହ୍ନ ୪.୩୦ ମିନିଟ୍‌ରେ ଏବଂ ୨ୟ ମ୍ୟାଚ୍‌ ରାତି ୮ଟାରେ ଆରମ୍ଭ ହେବ।

ପ୍ରକାଶଯୋଗ୍ୟ ଯେ, fifa.com/tickets.ରେ ଟିକେଟ୍‌ଗୁଡିକର ଅନ୍‌ଲାଇନ୍‌ ବିକ୍ରି ମଧ୍ୟ ଜାରି ରହିଛି। ଟିକେଟ୍‌ କିଣିବା ପାଇଁ ଫିଫାର ଅଫିସିଆଲ ପେମେଣ୍ଟ ସର୍ଭିସ ପାର୍ଟନର୍‌ ହେଉଛି ଭିସା। ତେବେ ପେମେଣ୍ଟ କାର୍ଡ, ନେଟ୍‌ ବ୍ୟାଙ୍କିଙ୍ଗ୍‌, ୟୁପିଆଇ ଓ ନଗଦ (ବକ୍ସ-ଅଫିସ୍‌ରେ କେବଳ ଅଫ୍‌ଲାଇନ୍‌ କ୍ରୟ ପାଇଁ) ଗ୍ରହଣ କରାଯିବ। ପ୍ରତ୍ୟେକ ଟ୍ରାଞ୍ଜାକ୍ସନରେ ସର୍ବାଧିକ ୧୦ଟି ଟିକେଟ୍‌ କ୍ରୟ କରାଯାଇପାରିବ।
ଦର୍ଶକଙ୍କ ପାଇଁ ୩ଟି ଷ୍ଟାଡିୟମ (ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ, ଗୋଆର ପଣ୍ଡିତ ଜବାହରଲାଲ ନେହେରୁ ଷ୍ଟାଡିୟମ, ନଭି ମୁମ୍ବାଇର ଡିୱାଇ ପାଟିଲ ଷ୍ଟାଡିୟମ)ରେ ଗେଟ୍‌ଗୁଡିକ ପ୍ରଥମ ମ୍ୟାଚ ଆରମ୍ଭ ହେବାର ୨ ଘଣ୍ଟା ପୂର୍ବରୁ ଅର୍ଥାତ୍‌ ଅପରାହ୍ନ ୨.୩୦ ମିନିଟ୍‌ରୁ ଖୋଲା ରହିବ। ଭେନ୍ୟୁରେ ଥିବା ସମୟରେ ୧୮ ବର୍ଷରୁ କମ୍‌ ବୟସର ପିଲାମାନଙ୍କ ସହ ଜଣେ ବୟସ୍କ ବ୍ୟକ୍ତି ରହିଥିବା ଜରୁରୀ ଏବଂ ୨ ବର୍ଷରୁ କମ୍‌ ବୟସର ପିଲାମାନଙ୍କ ପାଇଁ ଷ୍ଟାଡିୟମରେ ପ୍ରବେଶ ଲାଗି ଟିକେଟ୍‌ର ଆବଶ୍ୟକତା ନାହିଁ। ଆକ୍‌ସେସିବିଲିଟି ଟିକେଟ୍‌ଗୁଡିକ ମଧ୍ୟ ସମସ୍ତ ୩ଟି ଷ୍ଟାଡିୟମରେ ଦୁଇଟି ବର୍ଗରେ ଉପଲବ୍ଧ ରହିଛି। ତାହା ହେଲା ହ୍ବିଲ୍‌ଚେୟାର ବ୍ୟବହାରକାରୀ (ଏକ ହ୍ବିଲ୍‌ଚେୟାର ଉପରେ ନିର୍ଭର କରୁଥିବା ପ୍ରଶଂସକଙ୍କ ପାଇଁ) ଏବଂ ଇଜି ଆକ୍‌ସେସ୍‌ ଷ୍ଟାଣ୍ଡାର୍ଡ (ହ୍ବିଲ୍‌ଚେୟାର ଉପରେ ନିର୍ଭର କରୁ ନ ଥିବେ କିନ୍ତୁ ସର୍ବନିମ୍ନ ଷ୍ଟେପ୍‌ ଆକ୍‌ସେସ୍‌ ସହ ବସିବାର ଆବଶ୍ୟକ କରୁଥିବା ପ୍ରଶଂସକଙ୍କ ପାଇଁ)। ଆକ୍‌ସେସିବିଲିଟି ଟିକେଟ୍‌ ପାଇଁ +୯୧-୮୬୫୭୦ ୧୯୩୫୯ ରେ କଲ୍‌ କରି କିମ୍ବା ଇମେଲ୍‌ (contact@india2022wwc.com) ମାଧ୍ୟମରେ ଫାଷ୍ଟ କମ୍‌ ଫାଷ୍ଟ ସର୍ଭ ଆଧାରରେ ଅନୁରୋଧ କରାଯାଇପାରିବ ଏବଂ ଏଥିପାଇଁ ଯୋଗ୍ୟତା ପ୍ରମାଣପତ୍ରର ଆବଶ୍ୟକତା ରହିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

Vijay Hazare Trophy: ଯାହାଙ୍କ ବଲରେ ଆଉଟ ହେଲେ କୋହଲି ତାଙ୍କୁ ଦେଲେ ବଡ଼ ଉପହାର, ଜିତିଲେ ପ୍ରଶଂସକଙ୍କ ମନ

ନୂଆଦିଲ୍ଲୀ,୨୭।୧୨: ବିରାଟ କୋହଲିଙ୍କୁ ଆଉଟ କରିଥିବା ଗୁଜରାଟର ସ୍ପିନର ବିଶାଲ ଜୟସୱାଲଙ୍କୁ ମଧ୍ୟ ବହୁତ ପ୍ରଶଂସା କରାଯାଉଛି। ବିରାଟଙ୍କ ଗୋଟିଏ ବଲ ଉପରେ କୋହଲି ଏକ...

ବାମଣ୍ଡା କପ୍‌ କ୍ରିକେଟ: ଫାଇନାଲରେ ୟୁନିୟନ ସ୍ପୋର୍ଟିଂ କଟକ

ଦେବଗଡ଼, ୨୭ା୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଇନ୍ଦିରାଗାନ୍ଧୀ ଷ୍ଟାଡିୟମଠାରେ ଚାଲିଥିବା ୩୫ତମ ବାମଣ୍ଡା କପ କ୍ରିକେଟ ଟୁର୍ନାମେଣ୍ଟର ଶନିବାର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍‌ ଅରୁଣୋଦୟ ରାଞ୍ଚି...

ମ୍ୟାଚ ପୂର୍ବରୁ ପଡ଼ିଆରେ କୋଚ୍‌ଙ୍କୁ ଆସିଲା ହୃଦ୍‌ଘାତ, ଆଉ ତା’ପରେ…

ନୂଆଦିଲ୍ଲୀ,୨୭।୧୨: ବାଂଲାଦେଶ ପ୍ରିମିୟର ଲିଗ ଶୁକ୍ରବାର, ଡିସେମ୍ବର ୨୬ ତାରିଖରେ ଆରମ୍ଭ ହୋଇଥିଲା। ଲିଗର ଦ୍ୱିତୀୟ ଦିନରେ ଆଜି ଏକ ଦୁଃଖଦ ଖବର ପ୍ରକାଶ ପାଇଛି।...

ଅଷ୍ଟ୍ରେଲିଆର ପରାଜୟ ଭାରତ ପାଇଁ ଲାଭ, ଜାଣନ୍ତୁ ଇଂଲଣ୍ଡର ବିଜୟ ପରେ କେତେ ବଦଳିଲା ପଏଣ୍ଟ ଟେବୁଲ

ନୂଆଦିଲ୍ଲୀ,୨୭।୧୨: ଅଷ୍ଟ୍ରେଲିଆ ବନାମ ଇଂଲଣ୍ଡ ବକ୍ସିଂ ଡେ ଟେଷ୍ଟ ମାତ୍ର ଦୁଇ ଦିନ ମଧ୍ୟରେ ଶେଷ ହୋଇଥିଲା। ପ୍ରଥମ ଦିନରେ ଅଷ୍ଟ୍ରେଲିଆର ପ୍ରଥମ ଇନିଂସ ୧୫୨...

Ashes 2025-26: ୧୪ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇଲା ଇଂଲଣ୍ଡ, ଅଷ୍ଟ୍ରେଲିଆକୁ କଲା ପରାସ୍ତ

ନୂଆଦିଲ୍ଲୀ,୨୭।୧୨: ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ୨୦୨୫-୨୬ ଆଶେସ୍ ସିରିଜର ଚତୁର୍ଥ ମ୍ୟାଚ୍ ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଇଥିଲା। ଏହି ମ୍ୟାଚ୍ ବୋଲରଙ୍କ ପ୍ରିୟ ଥିଲା,...

ବିଜୟ ହଜାରେ ଟ୍ରଫିରେ ୩ୟ ମ୍ୟାଚ ଖେଳିବେ କୋହଲି! ସାମ୍ନାକୁ ଆସିଲା ତାରିଖ, ଜାଣନ୍ତୁ ଅପଡେଟ୍‌

ନୂଆଦିଲ୍ଲୀ,୨୭।୧୨: ବିଜୟ ହଜାରେ ଟ୍ରଫିରେ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ବ୍ୟାଟିଂକୁ ପ୍ରଶଂସକମାନେ ପୂରା ଉପଭୋଗ କରିଥିଲେ। ଡିସେମ୍ବର ୨୪ ତାରିଖରେ ଉଭୟ ପ୍ରଥମ...

T20 World Cup 2026 ପୂର୍ବରୁ ଅଷ୍ଟ୍ରେଲିଆ ପାଇଁ ସତର୍କ ଘଣ୍ଟି, ଷ୍ଟାର ଖେଳାଳି ଆହତ

ନୂଆଦିଲ୍ଲୀ,୨୭।୧୨: ୨୦୨୬ ଟି-୨୦ ବିଶ୍ୱକପ୍ ଭାରତ ଏବଂ ଶ୍ରୀଲଙ୍କା ମିଳିତ ଭାବରେ ଆୟୋଜନ କରିବାକୁ ସ୍ଥିର ହୋଇଛି ଏବଂ ଆଇସିସି ଏହାର କାର୍ଯ୍ୟସୂଚୀ ପ୍ରକାଶ କରିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri