ଖ୍ୟାତି ବଢ଼ାଇଛି କ୍ଷେତ ପୋଖରୀ

ଢେଙ୍କାନାଳ ଅଫିସ, ୧ା୭: ପୋଖରୀ ହୁଡ଼ାରେ ଲାଗିଥିବା ଅମୃତଭଣ୍ଡା ଗଛରେ ଭର୍ତ୍ତି ହୋଇଛି ଫଳ। ଛନଛନିଆ ହୋଇ ବଢ଼ିଛି ଉନ୍ନତ କିସମର ଆମ୍ବ, ପିଜୁଳି ଗଛ। ମାଛ ଚାଷରୁ ମିଳୁଛି ଅତିରିକ୍ତ ଲାଭ। ଏକଦା ଯେଉଁ ଜମିରେ ବର୍ଷକୁ ଦୁଇଥର ଫସଲ ହେଉଥିଲା, ସେଠାରେ ଏବେ ବାରମାସ ଚାଷ ହେଉଛି। ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ଉନ୍ନୟନ ବିଭାଗ ପକ୍ଷରୁ କାର୍ଯ୍ୟକାରୀ ‘କ୍ଷେତ ପୋଖରୀ’ ଯୋଜନା ଢେଙ୍କାନାଳ ଜିଲାର ଅନେକ ଚାଷୀଙ୍କୁ ଖ୍ୟାତି ଆଣି ଦେଇଛି। ସେମାନେ ନୂତନ ପ୍ରଣାଳୀରେ ଚାଷ କରି ସ୍ବାବଲମ୍ବୀ ହେବା ସହ ପାଲଟିଛନ୍ତି ପ୍ରେରଣା।


ଜିଲାରେ ୨୦୧୯-୨୦ ଏବଂ ୨୦୨୦-୨୧ ଆର୍ଥିକ ବର୍ଷରେ ୨,୨୫୫ ‘କ୍ଷେତ ପୋଖରୀ’ ଖନନ ଆରମ୍ଭ ହୋଇଥିଲା। ଅଦ୍ୟାବଧି ସେଥିରୁ ୧,୧୨୬ଟିର କାର୍ଯ୍ୟ ଶେଷ ହୋଇଛି। କାମାକ୍ଷାନଗର ବ୍ଲକ ସୋଗର ପଞ୍ଚାୟତରେ ଜଳ ବିଭାଜିକା ସହାୟତାରେ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନାରେ ପ୍ରମୋଦ ସାହୁଙ୍କ ଜମିରେ ଏକ ପୋଖରୀ ଖନନ କରାଯାଇଥିଲା। ଏଥିରେ ଖର୍ଚ୍ଚ ହୋଇଥିଲା ୪ ଲକ୍ଷ ୫୦ ହଜାର ଟଙ୍କା। ପ୍ରମୋଦ ଉଦ୍ୟାନ କୃଷି ବିଭାଗ ସହାୟତାରେ ପୋଖରୀ ହୁଡ଼ାରେ ୧୫ ନଡ଼ିଆ ଚାରା, ୬୦ ଆମ୍ବଚାରା, ରେଡ୍‌ ଲେଡି କିସମର ଅମୃତଭଣ୍ଡା ଚାରାରୋପଣ କରିଛନ୍ତି। ପୋଖରୀ ସଂଲଗ୍ନ ୦.୨୦ ଏକର ଜମିରେ ଉନ୍ନତ କିସମର ପିଜୁଳି ଚାରା ଲଗାଇଛନ୍ତି। ଏଥିରୁ ବର୍ଷକୁ ଅନୂ୍ୟନ ୪ ଲକ୍ଷ ଟଙ୍କା ଯାଏ ଆୟ କରିବାକୁ ସେ ଲକ୍ଷ୍ୟ ରଖିଛନ୍ତି। ଏହାକୁ ବାଦ୍‌ଦେଲେ ମାଛ ଚାଷରୁ ଏଯାଏ ୧ ଲକ୍ଷ ଟଙ୍କା ମିଳିଥିବା ସେ କହିଛନ୍ତି। ଏଥିରୁ ଅନୁପ୍ରାଣିତ ହୋଇ ପ୍ରମୋଦ ଏବଂ ଚିତ୍ତରଞ୍ଜନ ସାହୁ ମିଳିତ ଭାବେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ଅନ୍ୟ ଏକ ପୋଖରୀ ଖନନ କରିଛନ୍ତି। ପୋଖରୀ ହୁଡ଼ାରେ ସମନ୍ବିତ ଚାଷ ସହ କୃଷିଭିତ୍ତିକ ଜଙ୍ଗଲ ସୃଷ୍ଟି କରିବା ଲାଗି ମୃତ୍ତିକା ସଂରକ୍ଷଣ ବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଛି।
ଗତ ଜୁନ୍‌ ୨୮ରେ ଢେଙ୍କାନାଳ ଜିଲା ଗସ୍ତରେ ଆସିଥିବା ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ଉନ୍ନୟନ ବିଭାଗର ନିର୍ଦ୍ଦେଶକ ହେମନ୍ତ କୁମାର ପଣ୍ଡା, ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ପ୍ରଫୁଲ ପଢ଼ିଆରୀ, ସହକାରୀ ମୃତ୍ତିକା ସଂରକ୍ଷଣ ବିଭାଗର ନିର୍ଦ୍ଦେଶକ ସନ୍ତୋଷ ରଥ, ମୃତ୍ତିକା ସଂରକ୍ଷଣ ବିଭାଗର ସହକାରୀ ଅଧିକାରୀ ସମ୍ପଦ ସ୍ବରୂପ ସାମଲ ପ୍ରମୁଖ ପ୍ରମୋଦଙ୍କ କ୍ଷେତପୋଖରୀ ପରିଦର୍ଶନ କରିଥିଲେ। ଅଧିକାରୀମାନେ ପ୍ରମୋଦଙ୍କ ଉଦ୍ୟମକୁ ପ୍ରଶଂସା କରିବା ସହିତ ସମନ୍ବିତ ଚାଷ ସମ୍ପର୍କିତ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

 ପଡୋଶୀ ଘର ଅଳିଆ ଗଦାରୁ ବ୍ୟାପିଲା ନିଆଁ: ଜଳିଗଲା….

ପରଜଙ୍ଗ,୨୩।୩ ( ନିଗମାନନ୍ଦ ଦଳବେହେରା): ଢ଼େଙ୍କାନାଳ ଜିଲା  ପରଜଙ୍ଗ ବ୍ଲକ ପିତିରି ପଞ୍ଚାୟତ ପଡିିଆଭଙ୍ଗା ସାହିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗ୍ରାମର ରମେଶ ଜେନାଙ୍କ  ଦୁଇ…

ମା‘ ତାରିଣୀ ମନ୍ଦିରର ବାର୍ଷିକ ଉତ୍ସବ: ଚଳଚଞ୍ଚଳ ପରଜଙ୍ଗ ଗାଁ

ପରଜଙ୍ଗ,୨୨।୩ (ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବଜାର ମଧ୍ୟରେ ମା’ ତାରିଣୀଙ୍କ ମନ୍ଦିର ରହିଛି ।ଏହି ମନ୍ଦିରରେ ୩ ଦିନ ଧରି ହେବାକୁ ଥିବା ୧୨…

କାମାକ୍ଷାନଗର କଲେଜ ଛାତ୍ରୀଙ୍କୁ ବଳାତ୍କାର ପରେ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ ଧରିଲା ପୋଲିସ, ଓଗାଳିଲେ ସବୁ ସତ

କାମାକ୍ଷାନଗର,୨୧ା୩(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ବହୁ ଚର୍ଚ୍ଚିତ କଲେଜ ଛାତ୍ରୀ ବଳାତ୍କାର ଓ ହତ୍ୟା ଘଟିବାର ତିନିଦିନ ପରେ ମୁଖ୍ୟ ଅଭିଯୁକ୍ତଙ୍କୁ ପୋଲିସ ଧରିବାରେ…

ଜଙ୍ଗଲରେ ପଡ଼ିଛି ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ ଜଣାପଡୁଛି…

କାମାକ୍ଷାନଗର,୧୯ା୩(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ସାରୁଆଳି ଗ୍ରାମ ଜଙ୍ଗଲରେ ଜଣେ କଲେଜ ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। କାମାକ୍ଷାନଗର ମହିଳା…

ପାଖାପାଖି ମାସେ ହେବ ନିଖୋଜ ଥିଲେ ଗଗନ: ଗଛରୁ ମିଳିଲା…

ପରଜଙ୍ଗ୧୯।୩( ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା କନ୍ଦରସିଂହା ଦଳିତ ବସ୍ତିର ଗଗନ ନାୟକ ଗତ ଫେବୃଆରୀ ମାସ ୨୨ଠାରୁ ନିଖୋଜ ଥିବା ପରିବାର ଲୋକ…

ବେଆଇନ ଇଟାଭାଟି ଉଚ୍ଛେଦ କଲା ପ୍ରଶାସନ

ପରଜଙ୍ଗ,୧୮ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ଡମୋଳ ଗ୍ରାମ ଝରାସାଇ ନିକଟରେ ହୋଇଥିବା ଏକ ବେଆଇନ ଇଟାଭାଟି ସହିତ ଗଢ଼ା ହୋଇଥିବା କିଛି ଇଟାକୁ ପ୍ରଶାସନ…

ଉଜ୍ଜ୍ୱଳା ଗ୍ୟାସ ହଡ଼ପ କରିଛନ୍ତି ବିତରକ, ୮ ବର୍ଷ ହେଲା ମହିଳାଙ୍କୁ ଠକୁଛନ୍ତି….

ପରଜଙ୍ଗ,୧୬।୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କଣ୍ଢେଇଖୋଲ ଗ୍ରାମର ରାଶନକାର୍ଡଧାରୀ ଖୁଜାରୀ କାଣ୍ଡି (୬୨) ୨୦୧୮ରେ ଉଜ୍ଜ୍ୱଳା ଗ୍ୟାସ ଯୋଜନାରେ ସରାଙ୍ଗସ୍ଥିତ ଅଗ୍ନି ଭାରତ ଗ୍ୟାସ…

ଜଙ୍ଗଲରେ ବ୍ୟାପିଲାଣି ନିଆଁ, ରୋକିବା ପାଇଁ ଅଣ୍ଟାଭିଡ଼ିଲେ ଜିଲାପରିଷଦ ସଭ୍ୟ

ପରଜଙ୍ଗ,୧୨ା୩(ନିଗମାନନ୍ଦ ଦଳବେହେରା): ଦିନକୁ ଦିନ ଖରାର ପ୍ରକୋପ ବୃଦ୍ଧି ପାଉଥିବା ବେଳେ ଢେଙ୍କାନାଳ ବନଖଣ୍ଡର ମହାବିରୋଡ୍‌ ବନାଞ୍ଚଳରେ ଥିବା ଜଙ୍ଗଲଗୁଡ଼ିକରେ ନିଆଁ ଲାଗିବା ଆରମ୍ଭ ହୋଇଛି। ଯାହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri