ଖ୍ୟାତି ବଢ଼ାଇଛି କ୍ଷେତ ପୋଖରୀ

ଢେଙ୍କାନାଳ ଅଫିସ, ୧ା୭: ପୋଖରୀ ହୁଡ଼ାରେ ଲାଗିଥିବା ଅମୃତଭଣ୍ଡା ଗଛରେ ଭର୍ତ୍ତି ହୋଇଛି ଫଳ। ଛନଛନିଆ ହୋଇ ବଢ଼ିଛି ଉନ୍ନତ କିସମର ଆମ୍ବ, ପିଜୁଳି ଗଛ। ମାଛ ଚାଷରୁ ମିଳୁଛି ଅତିରିକ୍ତ ଲାଭ। ଏକଦା ଯେଉଁ ଜମିରେ ବର୍ଷକୁ ଦୁଇଥର ଫସଲ ହେଉଥିଲା, ସେଠାରେ ଏବେ ବାରମାସ ଚାଷ ହେଉଛି। ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ଉନ୍ନୟନ ବିଭାଗ ପକ୍ଷରୁ କାର୍ଯ୍ୟକାରୀ ‘କ୍ଷେତ ପୋଖରୀ’ ଯୋଜନା ଢେଙ୍କାନାଳ ଜିଲାର ଅନେକ ଚାଷୀଙ୍କୁ ଖ୍ୟାତି ଆଣି ଦେଇଛି। ସେମାନେ ନୂତନ ପ୍ରଣାଳୀରେ ଚାଷ କରି ସ୍ବାବଲମ୍ବୀ ହେବା ସହ ପାଲଟିଛନ୍ତି ପ୍ରେରଣା।


ଜିଲାରେ ୨୦୧୯-୨୦ ଏବଂ ୨୦୨୦-୨୧ ଆର୍ଥିକ ବର୍ଷରେ ୨,୨୫୫ ‘କ୍ଷେତ ପୋଖରୀ’ ଖନନ ଆରମ୍ଭ ହୋଇଥିଲା। ଅଦ୍ୟାବଧି ସେଥିରୁ ୧,୧୨୬ଟିର କାର୍ଯ୍ୟ ଶେଷ ହୋଇଛି। କାମାକ୍ଷାନଗର ବ୍ଲକ ସୋଗର ପଞ୍ଚାୟତରେ ଜଳ ବିଭାଜିକା ସହାୟତାରେ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନାରେ ପ୍ରମୋଦ ସାହୁଙ୍କ ଜମିରେ ଏକ ପୋଖରୀ ଖନନ କରାଯାଇଥିଲା। ଏଥିରେ ଖର୍ଚ୍ଚ ହୋଇଥିଲା ୪ ଲକ୍ଷ ୫୦ ହଜାର ଟଙ୍କା। ପ୍ରମୋଦ ଉଦ୍ୟାନ କୃଷି ବିଭାଗ ସହାୟତାରେ ପୋଖରୀ ହୁଡ଼ାରେ ୧୫ ନଡ଼ିଆ ଚାରା, ୬୦ ଆମ୍ବଚାରା, ରେଡ୍‌ ଲେଡି କିସମର ଅମୃତଭଣ୍ଡା ଚାରାରୋପଣ କରିଛନ୍ତି। ପୋଖରୀ ସଂଲଗ୍ନ ୦.୨୦ ଏକର ଜମିରେ ଉନ୍ନତ କିସମର ପିଜୁଳି ଚାରା ଲଗାଇଛନ୍ତି। ଏଥିରୁ ବର୍ଷକୁ ଅନୂ୍ୟନ ୪ ଲକ୍ଷ ଟଙ୍କା ଯାଏ ଆୟ କରିବାକୁ ସେ ଲକ୍ଷ୍ୟ ରଖିଛନ୍ତି। ଏହାକୁ ବାଦ୍‌ଦେଲେ ମାଛ ଚାଷରୁ ଏଯାଏ ୧ ଲକ୍ଷ ଟଙ୍କା ମିଳିଥିବା ସେ କହିଛନ୍ତି। ଏଥିରୁ ଅନୁପ୍ରାଣିତ ହୋଇ ପ୍ରମୋଦ ଏବଂ ଚିତ୍ତରଞ୍ଜନ ସାହୁ ମିଳିତ ଭାବେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ଅନ୍ୟ ଏକ ପୋଖରୀ ଖନନ କରିଛନ୍ତି। ପୋଖରୀ ହୁଡ଼ାରେ ସମନ୍ବିତ ଚାଷ ସହ କୃଷିଭିତ୍ତିକ ଜଙ୍ଗଲ ସୃଷ୍ଟି କରିବା ଲାଗି ମୃତ୍ତିକା ସଂରକ୍ଷଣ ବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଛି।
ଗତ ଜୁନ୍‌ ୨୮ରେ ଢେଙ୍କାନାଳ ଜିଲା ଗସ୍ତରେ ଆସିଥିବା ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ଉନ୍ନୟନ ବିଭାଗର ନିର୍ଦ୍ଦେଶକ ହେମନ୍ତ କୁମାର ପଣ୍ଡା, ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ପ୍ରଫୁଲ ପଢ଼ିଆରୀ, ସହକାରୀ ମୃତ୍ତିକା ସଂରକ୍ଷଣ ବିଭାଗର ନିର୍ଦ୍ଦେଶକ ସନ୍ତୋଷ ରଥ, ମୃତ୍ତିକା ସଂରକ୍ଷଣ ବିଭାଗର ସହକାରୀ ଅଧିକାରୀ ସମ୍ପଦ ସ୍ବରୂପ ସାମଲ ପ୍ରମୁଖ ପ୍ରମୋଦଙ୍କ କ୍ଷେତପୋଖରୀ ପରିଦର୍ଶନ କରିଥିଲେ। ଅଧିକାରୀମାନେ ପ୍ରମୋଦଙ୍କ ଉଦ୍ୟମକୁ ପ୍ରଶଂସା କରିବା ସହିତ ସମନ୍ବିତ ଚାଷ ସମ୍ପର୍କିତ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଦୃଶ୍ୟ ଠକ ଆତଙ୍କ

ଢେଙ୍କାନାଳ ଅଫିସ,୨୨।୫: ଢେଙ୍କାନାଳରେ ସାଇବର କ୍ରାଇମ୍‌ ବଢ଼ିବାରେ ଲାଗିଛି। ଜିଲାରେ ଗତ ଦେଢ଼ବର୍ଷ ମଧ୍ୟରେ ଏଭଳି ୭୦ଟି ମାମଲା ରୁଜୁ ହୋଇଥିବାବେଳେ ମାତ୍ର ୮ଜଣଙ୍କୁ ଗିରଫ...

୫୦ବର୍ଷ ପରେ ପୁନର୍ମିଳନ: ଯୋଡ଼ିହୋଇଛି ଭଙ୍ଗା ମନ

ଭୁବନ, ୨୯।୯(ଡି.ଏନ୍‌.ଏ.): ପେଟପାଟଣା କଥା ବୁଝୁଥିଲେ ବଳଦ। ଚାଷବାସଠାରୁ ଆରମ୍ଭ କରି ବ୍ୟବସାୟ ଯାଏ ସେମାନେ ଯୋଡ଼ି ହୋଇରହିଥିଲେ ମାଲିକଙ୍କ ସହିତ। ଉଭୟଙ୍କ ମଧ୍ୟରେ ଗଢ଼ି...

କୁକୁର ସହ ଶିଶୁକନ୍ୟାଙ୍କ ବିବାହ

ଢେଙ୍କାନାଳ ଅଫିସ, ୯।୩: ସାରା ବିଶ୍ୱରେ ମଙ୍ଗଳବାର ପାଳିତ ହୋଇଛି ଅନ୍ତର୍ଜାତୀୟ ମହିଳା ଦିବସ। ମହିଳାଙ୍କ ଯଶଗାନ କରୁଛନ୍ତି ସଭିଏଁ। ବାଲ୍ୟବିବାହ ରୋକିବା, ମହିଳା ବିରୋଧୀ...

ପ୍ରେମ ବିବାହକୁ ବିରୋଧ କରି ହତ୍ୟା ଉଦ୍ୟମ ଅଭିଯୋଗ: ଶଳାଙ୍କ ଟାଙ୍ଗିଆ ଚୋଟରେ ଭିଣୋଇ ଗୁରୁତର

ପରଜଙ୍ଗ, ୨ା୫(ଡି.ଏନ.ଏ.)- ପରିବାରର ବିନା ସ୍ବୀକୃତିରେ ପ୍ରେମ ବିବାହ କରିଥିବା ଯୋଗୁ ମରଣାନ୍ତକ ଆକ୍ରମଣର ଶିକାର ହୋଇଛନ୍ତି ଢେଙ୍କାନାଳ ଜିଲା ପରଜଙ୍ଗ ଥାନା କଳଦା ଗ୍ରାମର...

ଝାଞ୍ଜିରୁ ମିଳୁନି ନିସ୍ତାର

ଢେଙ୍କାନାଳ ଅଫିସ, ୧୬।୪ ରାଜ୍ୟରେ ଗ୍ରୀଷ୍ମପ୍ରବାହ ରେକର୍ଡ ଭାଙ୍ଗୁଛି। ଅସହ୍ୟ ଗରମ ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଥିବାବେଳେ ଏଥିରୁ ବାଦ୍‌ ପଡ଼ିନି ଶିଳ୍ପ ଜିଲା ଢେଙ୍କାନାଳ।...

ଛାତ୍ରୀଙ୍କ ଉପରେ ଚଢ଼ିଗଲା ବସ୍‌, ଚାଲିଗଲା ଜୀବନ

ଢେଙ୍କାନାଳ ଅଫିସ,୯ା୧: ଢେଙ୍କାନାଳ ଜିଲା ମୋଟଙ୍ଗା ଥାନା ୫୫ ନମ୍ବର ଜାତୀୟ ରାଜପଥର ଉପର ବାଘଲୁଣ୍ଡା ଗ୍ରାମ ଛକଠାରେ ସୋମବାର ରୁଙ୍ଗ୍‌ଟା କମ୍ପାନୀ ଷ୍ଟାଫ୍‌ଙ୍କୁ ନେଇ...

ଅଭିଭାବକ ଛାତ୍ରୀଛାତ୍ରଙ୍କ ବିକାଶର ମୂଳଦୁଆ

ଭୁବନ, ୧୪।୯(ଡି.ଏନ.ଏ.)- ଅଭିଭାବକ ହେଉଛନ୍ତି ଛାତ୍ରୀଛାତ୍ରଙ୍କ ବିକାଶର ମୂଳଦୁଆ। ଶିକ୍ଷାର ଅଭିବୃଦ୍ଧିରେ ପିଲାମାନଙ୍କ ଯେତିକି ଭୂମିକା ତା’ଠାରୁ ଢେର ବେଶି ମା’ବାପାଙ୍କର। ଶିକ୍ଷାର୍ଥୀ, ଅଭିଭାବକ ଏବଂ...

ଢେଙ୍କାନାଳ ପୌରସଂସ୍ଥା ରୋଲ୍‌ ମଡେଲ

ଢେଙ୍କାନାଳ ଅଫିସ, ୩୦।୯ – ମଳପଙ୍କ ପରିଚାଳନାରେ ଢେଙ୍କାନାଳ ପୌରସଂସ୍ଥା ସମଗ୍ର ଦେଶରେ ରୋଲ୍‌ ମଡେଲ। ଏପରି ବର୍ଜ୍ୟବସ୍ତୁ ପରିଚାଳନା ସମ୍ପର୍କିତ ସମସ୍ତ ତଥ୍ୟାବଳୀ ଗ୍ରାମାଞ୍ଚଳରେ...

Advertisement
Archives

Model This Week