ଜୀବନ ପରେ ଜୀବିକାକୁ ପ୍ରାଧାନ୍ୟ

ଅନୁଗୋଳ/ ଢେଙ୍କାନାଳ ଅଫିସ, ୧ା୭:  ଦୀର୍ଘ ୨ ମାସ ପରେ ଢେଙ୍କାନାଳ ଓ ଅନୁଗୋଳ ଜିଲାରେ ତଳମୁହଁା ହୋଇଛି କରୋନା ସଂକ୍ରମଣ। ଟେଷ୍ଟ ପଜିଟିଭ୍‌ିଟି ରେଟ୍‌ (ଟିପିଆର୍‌) ୫ ପ୍ରତିଶତ ତଳେ ଥିବାରୁ ଏହି ଦୁଇ ଜିଲାକୁ ଗ୍ରେଡ୍‌-ଏ ତାଲିକାଭୁକ୍ତ କରିଛନ୍ତି ରାଜ୍ୟ ସରକାର। ମେ ୫ରୁ ଲକ୍‌ଡାଉନ୍‌ ଲଗାଇ ଅନେକ ଜୀବନ ରକ୍ଷା କରିବା ପରେ ଏବେ ଜୀବିକାକୁ ପ୍ରାଧାନ୍ୟ ଦେବାକୁ ଯାଇ ଢେଙ୍କାନାଳ ଓ ଅନୁଗୋଳ ଜିଲାରେ ଲକ୍‌ଡାଉନ୍‌କୁ କୋହଳ କରାଯାଇଛି। ସପ୍ତାହାନ୍ତ ଶଟ୍‌ଡାଉନ୍‌କୁ ହଟାଇ ଦିଆଯାଇଛି। ଫଳରେ ଗୁରୁବାର ଠାରୁ କେବଳ ମଲ୍‌, ଜିମ୍‌, ପାର୍ଲର ଓ ସିନେମା ହଲ ବ୍ୟତୀତ ସକାଳ ୬ରୁ ସନ୍ଧ୍ୟା ୬ଟା ଯାଏ ଅନ୍ୟ ସମସ୍ତ ଦୋକାନ ଖୋଲିବାକୁ ଅନୁମତି ମିଳିଛି। ଏପରି କି ବସ୍‌, ଟ୍ୟାକ୍ସି ଓ ଅଟୋ ଚଳାଚଳକୁ ସବୁଜ ସଂକେତ ଦିଆଯାଇଛି। ତେବେ ବିବାହ, ବ୍ରତୋପନୟନ ଓ ଶୁଦ୍ଧିକାର୍ଯ୍ୟରେ ଭୋଜି ମନା ଥିବାବେଳେ ଧାର୍ମିକ, ସାଂସ୍କୃତିକ ଓ ରାଜନୈତିକ ସମାବେଶ ଉପରେ ପୂର୍ବପରି କଟକଣା ଜାରି ରହିଛି। ଦୁଇ ଜିଲାରେ କୌଣସି ଧର୍ମାନୁଷ୍ଠାନରୁ ତାଲା ଖୋଲାଯାଇ ନାହିଁ। ସାମାଜିକ ଦୂରତ୍ୱ ଓ ମାସ୍କ ନିୟମ ବଳବତ୍ତର ରହିଛି। ଦୋକାନ ସମ୍ମୁଖରେ ଯେପରି ଭିଡ଼ ନ ହୁଏ ସେ ଦିଗରେ ବ୍ୟବସାୟୀମାନେ ଧ୍ୟାନ ଦେବେ। ଉଲ୍ଲଂଘନ ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସନ୍ଧ୍ୟା ୬ରୁ ସକାଳ ୬ ଯାଏ ନାଇଟ୍‌ କର୍ଫ୍ୟୁ ଥିବାରୁ ପ୍ରଶାସନ ଓ ପୋଲିସ ପକ୍ଷରୁ ବ୍ଲକିଂ, ଚେକିଂ ଜାରି ରହିବ। ଜିଲାବାସୀ ସମ୍ପୂର୍ଣ୍ଣ ଭାବେ କୋଭିଡ୍‌ କଟକଣା ମାନି ଚଳିଲେ ସଂକ୍ରମଣ ସହ କରୋନା ସଂକଟକୁ ଶୀଘ୍ର ଦୂରେଇ ଦିଆଯାଇପାରିବ। ଏଥିରେ ଜିଲାବାସୀ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ଢେଙ୍କାନାଳ ଓ ଅନୁଗୋଳ ଜିଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି। ଅପରପକ୍ଷରେ ଜିଲାରେ ଲକ୍‌ଡାଉନ କୋହଳ ପରେ ଜନସାଧାରଣ ଆଶ୍ୱସ୍ତ ହୋଇଛନ୍ତି। ସରକାରଙ୍କ ସମସ୍ତ ନିୟମ ପାଳନ କରାଯିବ ବୋଲି ବ୍ୟବସାୟୀମାନେ ପ୍ରକାଶ କରିଛନ୍ତି।

କଟକଣା ମାନି ଚଳିବାକୁ ପଡ଼ିବ
ବହୁ ଉଦ୍ୟମ ପରେ ଅନୁଗୋଳ ଜିଲାରେ ଟିପିଆର୍‌ ୫ ପ୍ରତିଶତ ତଳକୁ ଖସିଛି। ତେବେ ସଂକଟ ଟଳି ନ ଥିବାରୁ ଲୋକମାନଙ୍କୁ କଟକଣାକୁ ମାନି ଚଳିବାକୁ ପଡ଼ିବ। ସକାଳ ୬ଟାରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ବଜାର ଖୋଲୁଥିବାରୁ ସମସ୍ତେ ସଚେତନ ରହିଲେ ଲାଭ ମିଳିବ।
-ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଜିଲାପାଳ

ଯୁବବର୍ଗଙ୍କ ଉପରେ ଦୃଷ୍ଟି ରଖାଯାଉ
ସଂକ୍ରମଣ ହ୍ରାସ ଓ ଲକ୍‌ଡାଉନ କୋହଳ ନିଶ୍ଚିତ ଖୁସିର ବିଷୟ। ହେଲେ ବଜାର ଖୋଲିବା ପରେ ଯୁବବର୍ଗ ଯେପରି ଅଧିକ ଅମାନିଆ ନ ହୁଅନ୍ତି, ତାହା ଉପରେ ପ୍ରଶାସନ ଓ ପୋଲିସ ପକ୍ଷରୁ ଦୃଷ୍ଟି ରଖାଯିବା ଜରୁରୀ। ଏହା ନ ହେଲେ ସ୍ଥିତି ପୁଣି ବିଗିଡ଼ିଯିବ।
-ଯୁଗଳ କିଶୋର ସାହୁ, ପଥରମୁଣ୍ଡା, କଣିହଁା

ବୃତ୍ତି ଫେରିପାଇଥିବାରୁ ଖୁସି
କରୋନାର ଦ୍ୱିତୀୟ ଲହର ସେଲୁନ ବ୍ୟବସାୟୀଙ୍କୁ ସବୁଠୁ ଅଧିକ କ୍ଷତିଗ୍ରସ୍ତ କରିଛି। ପୂର୍ବରୁ ବଜାରରେ କିଛି ଦୋକାନ ଖୋଲାଯାଉଥିଲେ ବି ସେଲୁନକୁ ଅନୁମତି ନ ଥିଲା। ଫଳରେ ପରିବାର ଚଳାଇବା କଷ୍ଟକର ହୋଇପଡ଼ିଥିଲା। ଏବେ ବୃତ୍ତି ଫେରିପାଇଥିବାରୁ ଖୁସି ଲାଗୁଛି।
-ସୂର୍ଯ୍ୟମଣି ବାରିକ, ସେଲୁନ ମାଲିକ, ଅନୁଗୋଳ

ଗ୍ରାହକମାନେ ସହଯୋଗ କରନ୍ତୁ
ଅନୁଗୋଳ ଜିଲାରେ ସଂକ୍ରମଣ ହ୍ରାସ ପାଇଥିବାରୁ ବଜାର ଖୋଲିବାକୁ ଅନୁମତି ମିଳିଛି। ଏହା ଉଭୟ ବ୍ୟବସାୟୀ ଓ ଖାଉଟିଙ୍କ ପାଇଁ ଭଲ ସଂକେତ। ତେଣୁ ଏଥିରେ ଗ୍ରାହକମାନେ ସହଯୋଗ କରନ୍ତୁ। ଅଯଥାରେ ଭିଡ଼ ବଢ଼ାନ୍ତୁ ନାହିଁ କି ସଂକଟକୁ ଡାକିଆଣନ୍ତୁ ନାହିଁ।
-ପ୍ରଦ୍ୟୁମ୍ନ ସାହୁ, ବ୍ୟବସାୟୀ, ଅନୁଗୋଳ

ସରକାର ବସ୍‌ଭଡ଼ା ବଢ଼ାନ୍ତୁ
କଟକ-ଭୁବନେଶ୍ୱରକୁ ଯାତ୍ରୀ ପରିବହନ ନ ହେଲେ ଅନୁଗୋଳ ଜିଲାରେ ବସ୍‌ ଗଡ଼ିବା ମୁସ୍କିଲ ହୋଇପଡ଼ିବ। ଜିଲାରେ ସୀମିତ ଯାତ୍ରୀଙ୍କୁ ନେଇ ବସ୍‌ ଚଳାଚଳ ସେତେଟା ସମ୍ଭବ ନୁହେଁ। ଡିଜେଲ ଦର ୧୦୦ ଟଙ୍କା ଛୁଇଁଥିବାରୁ ସରକାର ପ୍ରଥମେ ଭଡ଼ା ବଢ଼ାଇବା ଦରକାର।
-ରାଜୁ ମିଶ୍ର, ସାଧାରଣ ସମ୍ପାଦକ, ଅନୁଗୋଳ ବସ୍‌ ମାଲିକ ସଂଘ

ସ୍ବାଗତଯୋଗ୍ୟ ନିଷ୍ପତ୍ତି
ସଂକ୍ରମଣ କମୁଥିବାରୁ ଢେଙ୍କାନାଳ ଜିଲାକୁ କ୍ୟାଟେଗୋରି ‘ଏ’ରେ ସାମିଲ କରାଯାଇଛି। ସରକାରଙ୍କ ଏଭଳି ନିଷ୍ପତ୍ତି ସ୍ବାଗତଯୋଗ୍ୟ। ଜିଲା ପ୍ରଶାସନର ନିର୍ଦ୍ଦେଶକୁ ବ୍ୟବସାୟୀମାନେ ପାଳନ କରିଥିଲେ। ଦ୍ୱିତୀୟ ଲହରର ପ୍ରଭାବକୁ ନେଇ ସମସ୍ତେ ସଚେତନ ହେଲେଣି।
-ଶରତ ଚନ୍ଦ୍ର ପାଢ଼ୀ, ସଭାପତି,
ଢେଙ୍କାନାଳ ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନ

ଗାଇଡ୍‌ଲାଇନ୍‌ ମାନିବାକୁ ପଡ଼ିବ
ସରକାରୀସ୍ତରରେ ଲାଗୁ କଟକଣା ଲୋକଙ୍କ ରୋଜଗାରର ବାଟ ବନ୍ଦ କରିଦେଇଥିଲା। କ୍ଷୁଦ୍ର ବ୍ୟବସାୟୀଙ୍କ ଜୀବିକା ଅଧିକ ପ୍ରଭାବିତ ହୋଇଥିଲା। ସ୍ଥିତିରେ ଉନ୍ନତି ଆସିବା ପରେ କଟକଣା ଆଂଶିକ କୋହଳ ହୋଇଛି। ତଥାପି ଗାଇଡ୍‌ଲାଇନକୁ ମାନି ଚଳିବାକୁ ପଡ଼ିବ।
-ପ୍ରସିତ କୁମାର ସାହୁ, ଢେଙ୍କାନାଳବାସୀ

ଜୀବିକା ପାଇଁ ବାଟ ଫିଟିଲା
ଶିଳ୍ପବହୁଳ ଢେଙ୍କାନାଳ ଜିଲା ଦୀର୍ଘଦିନ ପରେ କମ୍‌ ସଂକ୍ରମିତ ଜିଲା ତାଲିକାଭୁକ୍ତ ହୋଇଛି। କଟକଣା କୋହଳ ଦ୍ୱାରା କ୍ଷୁଦ୍ର, ନାମମାତ୍ର ବ୍ୟବସାୟୀଙ୍କ ଜୀବିକା ପାଇଁ ବାଟ ଫିଟିଛି। ତଥାପି ସଚେତନ ନ ରହିଲେ ସଂକ୍ରମଣ ବଢ଼ିବା ସହ ପୁଣି କଠୋର କଟକଣା ଫେରିପାରେ।
-ରାଜକିଶୋର ବେହେରା, ସାମାଜିକ କର୍ମୀ, ଢେଙ୍କାନାଳ

କେବଳ ଲୋକାଲ ବସ୍‌ ଚାଲିବ
ଏମ୍‌ଭିଆଇଙ୍କ ଯାଞ୍ଚ ପରେ ବସ୍‌ ଯାତାୟାତ କରିବା ଲାଗି ଅତିକମ୍‌ରେ ୨-୩ ଦିନ ସମୟ ଲାଗିବ। ଢେଙ୍କାନାଳ ଜିଲାରେ ପାଖାପାଖି ୧୫୦ ବସ୍‌ ଯାତ୍ରୀ ପରିବହନ କରିଥାଆନ୍ତି। ସେଥିରୁ ୭୦ରୁ ଊର୍ଦ୍ଧ୍ୱ କଟକ-ଭୁବନେଶ୍ୱର ଲିଙ୍କ୍‌ରେ ଚାଲୁଛି। କଟକ, ଭୁବନେଶ୍ୱରରେ ବସ୍‌ ଚଳାଚଳ ଲାଗି ସବୁଜ ସଙ୍କେତ ମିଳିନାହିଁ। ତେଣୁ ଜିଲା ଭିତରେ କେବଳ ଲୋକାଲ ବସ୍‌ଗୁଡ଼ିକ ଚାଲିବ।
-ରୁଦ୍ରନାରାୟଣ ତ୍ରିପାଠୀ, ଘରୋଇ ବସ୍‌ ମାଲିକ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri