ନୂଆଦିଲ୍ଲୀ,୩୦।୬: ଭାରତରେ କରୋନା ବିରୋଧ ଲଢ଼େଇରେ ମୁଖ୍ୟ ଅସ୍ତ୍ର ଭାବେ ଥିବା ଟିକାକରଣ ଅଭିଯାନ ଜାନୁଆରୀ ୧୬ରୁ ଆରମ୍ଭ ହୋଇଛି। କିନ୍ତୁ ଜୁନ ୨୧ରୁ ଏହି ଅଭିଯାନକୁ ତ୍ୱରାନ୍ବିତ କରାଯାଇଛି। ଜୁନ ୧୨ରୁ ଜୁନ ୨୯ମଧ୍ୟରେ
କାନାଡାର ମୋଟ ଜନସଂଖ୍ୟା ଅପେକ୍ଷା ଭାରତରେ ଅଧିକ ଲୋକଙ୍କୁ ଟିକାକରଣ କରାଯାଇଥିବା ଜଣାପଡ଼ିଛି। କିନ୍ତୁ ଏହି ଟିକାକରଣରେ ପୁରୁଷ ଓ ମହିଳାଙ୍କ ଅନୁପାତ ଏବେ ଚିନ୍ତାର ବିଷୟ ପାଲଟିଛି। କାରଣ ପୁରୁଷଙ୍କ ଅପେକ୍ଷା କମ୍ ସଂଖ୍ୟକ ମହିଳା ନିଜର ଟିକାକରଣ କରାଇଛନ୍ତି। ସୂଚନାଯୋଗ୍ୟ, ଗତ ୮ଦିନ ମଧ୍ୟରେ ଭାରତରେ ୪.୬୧କୋଟିରୁ ଊର୍ଦ୍ଧ୍ୱ ଲୋକଙ୍କୁ ଟିକା ଦିଆଯାଇଛି। ଯାହା ଇରାକ(୪.୦୨କୋଟି), କାନାଡା(୩.୭୭କୋଟି), ସୌଦି(୩.୪୮କୋଟି) ଓ ମାଲେସିଆ(୩.୨୩କୋଟି) ଜନସଂଖ୍ୟାଠାରୁ ଢ଼େର ଗୁଣା ଅଧିକ ରହିଛି ବୋଲି କେନ୍ଦ୍ର ସରକାର କହିଛନ୍ତି। ଅନ୍ୟପଟେ ପୁରୁଷ ଓ ମହିଳାଙ୍କ ଅନୁପାତ ବିଷୟରେ କହିବାକୁ ଗଲେ ସରକାରୀ ତଥ୍ୟ ଅନୁସାରେ ମହିଳାଙ୍କ ତୁଳନାରେ ୩କୋଟିରୁ ଊର୍ଦ୍ଧ୍ୱ ପୁରୁଷ ଟିକା ନେଇଛନ୍ତି। ଟିକାକରଣ ଅଭିଯାନର ଆରମ୍ଭରୁ ଏପର୍ଯ୍ୟନ୍ତ ମୋଟ ୧୪.୯୯ କୋଟି ମହିଳା ଟିକା ନେଇସାରିଛନ୍ତି। ଯାହା ଟିକାକରଣର ମୋଟ ୪୬ପ୍ରତିଶତ। ସେହିପରି ଏପର୍ଯ୍ୟନ୍ତ ମୋଟ ୧୭.୮କୋଟି ପୁରୁଷମାନେ ଟିକା ନେଇସାରିଥିବା ବେଳେ, ଯାହା ଟିକାକରଣର ୫୪ ପ୍ରତିଶତ ରହିଥିବା ଜଣାପଡ଼ିଛି। ଅନ୍ୟପଟେ ଭାରତରେ ଏପର୍ଯ୍ୟନ୍ତ ମୋଟ ୫୪,୬୯୩ କିନ୍ନରଙ୍କୁ ଟିକା ଦିଆଯାଇଛି ବୋଲି ନୀତି ଆୟୋଗର ସଦସ୍ୟ(ସ୍ବାସ୍ଥ୍ୟ) ବି.କେ ପଲ୍ ସୂଚନା ଦେଇଛନ୍ତି।
Posted inHome, Home Middle, କରୋନା ଭାଇରସ୍, ଜାତୀୟ View All
ମ୍ୟାଁମାର ସେନାର ଏୟାର ଷ୍ଟ୍ରାଇକ୍ରେ ହସ୍ପିଟାଲ ଧ୍ୱଂସ: ୩୪ ରୋଗୀ, ମେଡିକାଲ କର୍ମଚାରୀଙ୍କ ମୃତ୍ୟୁ
ୟାଙ୍ଗୋନ୍,୧୧ା୧୨: ମ୍ୟାଁମାରରେ ଚାଲିଥିବା ଗୃହଯୁଦ୍ଧ ମଧ୍ୟରେ ସେନା ପକ୍ଷରୁ କରାଯାଇଥିବା ଏକ ଏୟାର ଷ୍ଟ୍ରାଇକ୍ରେ ଏକ ହସ୍ପିଟାଲ୍ ସମ୍ପୂର୍ଣ୍ଣ ରୂପେ ଧ୍ୱଂସ ହୋଇଯାଇଛି। ଆରାକାନ୍ ଆର୍ମି...
ବୋଲର, ବ୍ୟାଟରଙ୍କ ଖରାପ ପ୍ରଦର୍ଶନ: ଦ୍ୱିତୀୟ T20ରେ ଭାରତର ଶୋଚନୀୟ ପରାଜୟ
ମୁଲାନପୁର,୧୧ା୧୨: ମୁଲାନପୁରରେ ଖେଳାଯାଇଥିବା ଦ୍ୱିତୀୟ T20 ଅନ୍ତର୍ଜାତୀୟ ମ୍ୟାଚରେ ଦକ୍ଷିଣ ଆଫ୍ରିକାଠାରୁ ଭାରତ ୫୧ ରନରେ ଶୋଚନୀୟ ଭାବେ ପରାସ୍ତ ହୋଇଛି। ପ୍ରଥମେ ବୋଲର ଏବଂ...
ଗଡ଼ିଲା ହାଇଡ୍ରୋଜେନ୍ ଚାଳିତ ଜାହାଜ
ବାରାଣସୀ,୧୧ା୧୨: ଭାରତରେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ପ୍ରଥମ ହାଇଡ୍ରୋଜେନ୍ ଇନ୍ଧନ-ସେଲ୍ ଜାହାଜର ଚଳାଚଳକୁ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲ...
ଆମେରିକାରେ ରହଣି ସମୟରେ ସନ୍ତାନ ଜନ୍ମ କଲେ ଭିସା ବାତିଲ, ପ୍ରଭାବିତ ହେବେ ଅନେକ ଭାରତୀୟ
ନୂଆଦିଲ୍ଲୀ,୧୧ା୧୨: ଆମେରିକାରେ ନାଗରିକତ୍ୱ ହାସଲ କରିବା ପାଇଁ ‘ଜନ୍ମ ପର୍ଯ୍ୟଟନ’କୁ ବନ୍ଦ କରିବା ଲକ୍ଷ୍ୟରେ ଆମେରିକା ଭିସା ନିୟମକୁ କଡ଼ାକଡ଼ି କରିଛି। ଭାରତରେ ଥିବା ଆମେରିକା...
ପାକିସ୍ତାନ ଖେଳାଳିଙ୍କ ସହ ହାତ ମିଳାଇବେ ବୈଭବ ସୂର୍ଯ୍ୟବଂଶୀ! ଏସିଆ କପ ପୂର୍ବରୁ ICC ରଖିଲା ଏମିତି ଦାବି
ନୂଆଦିଲ୍ଲୀ,୧୧।୧୨: ୧୯ ବର୍ଷରୁ କମ ଏସିଆ କପ ୨୦୨୫ ଡିସେମ୍ବର ୧୨ ତାରିଖରେ ଆରମ୍ଭ ହେବ। ଭାରତର ୧୯ ବର୍ଷରୁ କମ ଦଳର ନେତୃତ୍ୱ ଆୟୁଷ...
ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ T20I: ଡି’ କକ୍ଙ୍କ ବିସ୍ଫୋରକ ଇନିଂସ୍; ଭାରତ ଆଗରେ ବିଶାଳ ଲକ୍ଷ୍ୟ
ମୁଲାନପୁର,୧୧ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗୁରୁବାର ମୁଲାନପୁରରେ ଖେଳାଯାଇଥିବା ଦ୍ୱିତୀୟ T20Iରେ ଦକ୍ଷିଣ ଆଫ୍ରିକାର ବ୍ୟାଟ୍ସମ୍ୟାନ୍ କ୍ୱିଣ୍ଟନ୍ ଡି’ କକ୍ଙ୍କ ବିସ୍ଫୋରକ ବ୍ୟାଟିଂ...
‘ମୁଣ୍ଡରେ କଫନ୍ ବାନ୍ଧି କଂଗ୍ରେସର ସଂସ୍କାର ପାଇଁ ବାହାରିଛି’: ମହମ୍ମଦ ମୋକିମ୍
କଟକ,୧୧ା୧୨: ଓଡ଼ିଶା କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ମହମ୍ମଦ ମୋକିମ୍ ଦଳର ସଂସ୍କାର ଆଣିବା ଉଦ୍ଦେଶ୍ୟରେ ବାହାରିଥିବା କହିଛନ୍ତି। ପୂର୍ବରୁ ପିସିସି ସଭାପତି...
Bahraich Violence: ବହରାଇଚ ହିଂସା ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ, ଅନ୍ୟ ନଅ ଜଣଙ୍କୁ ଆଜୀବନ କାରାଦଣ୍ଡ
ନୂଆଦିଲ୍ଲୀ,୧୧।୧୨: ବହରାଇଚ ହିଂସାର ମୁଖ୍ୟ ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି। ଅନ୍ୟ ନଅ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଆଜୀବନ କାରାଦଣ୍ଡ ଦିଆଯାଇଛି। ଗୁରୁବାର କୋର୍ଟ ରାମଗୋପାଳ...
Archives


