ଛତ୍ରପୁର,୨୭।୧୦(ଦିଲ୍ଲୀପ ସାମଲ): ପବିତ୍ର କୁମାର ପୂର୍ଣ୍ଣିମା ଅବସରରୁ ଛତ୍ରପୁର ଲୋୟର ବସଷ୍ଟାଣ୍ଡସ୍ଥିତ ଲକ୍ଷ୍ମୀ ବଜାର କମ୍ପ୍ଲେକ୍ସ ପରିସରରେ ମା’ ଗଜଲକ୍ଷ୍ମୀଙ୍କ ପୂଜା ମହାଆଡ଼ମ୍ବରରେ ଅନୁଷ୍ଠିତ ହେଉଛି । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପୂଜା କମିଟି ପକ୍ଷରୁ ମା’ଙ୍କ ପୂଜା ପାଇଁ ବ୍ୟାପକ ଆୟୋଜନ କରାଯାଇଛି। ସୋମବାର ପୂଜାର ଦ୍ୱିତୀୟ ଦିନରେ ସନ୍ଧ୍ୟା ଆଳତି ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଗଞ୍ଜାମ ଜିଲାର ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ ) ଦେବଦତ୍ତ ପଣ୍ଡା, ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ କୋଷାଧ୍ୟକ୍ଷ ତଥା ସମାଜର ମୁଦ୍ରାକର ଓ ପ୍ରକାଶକ ରାଜେନ୍ଦ୍ର କୁମାର ଜେନା, ଛତ୍ରପୁର ଏସଡିପିଓ ଚନ୍ଦନ କୁମାର ଘଡ଼ାଇ, ଛତ୍ରପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ଓ ଛତ୍ରପୁର ପୌର ପରିଷଦ ଇଓ ପ୍ରସନ୍ନ କୁମାର ଦାଶ, ପୂର୍ବତନ କାଉନସିଲର ବି. ରାଜୁବାବୁ ଯୋଗଦେଇ ମା’ଙ୍କ ଆଳତି ଦର୍ଶନ କରିବା ସହ ଆଶୀର୍ବାଦ ଲାଭ କରିଥିଲେ ।
ମା’ଙ୍କ ଆଳତି ଦର୍ଶନ ପାଇଁ ଛତ୍ରପୁର ସହର ସମେତ ଆଖପାଖ ଅଞ୍ଚଳରୁ ବହୁ ସଂଖ୍ୟକ ଭକ୍ତଙ୍କ ସମାଗମ ହୋଇଥିଲା। ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପୂଜା କମିଟି ପକ୍ଷରୁ ସୁରକ୍ଷା ଓ ଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ଆକର୍ଷଣୀୟ ତୋରଣ ସାଙ୍ଗକୁ ଚିତ୍ତାକର୍ଷକ ଆଲୋକସଜ୍ଜାରେ ପୂଜାମଣ୍ଡପକୁ ସଜାଯାଇଥିବାରୁ ସନ୍ଧ୍ୟା ସମୟରେ ସମଗ୍ର ପରିବେଶ ଝଲସି ଉଠିଥିଲା। ସୂଚନାଯୋଗ୍ୟ ଯେ, ଲୋୟର ବସଷ୍ଟାଣ୍ଡସ୍ଥିତ ଲକ୍ଷ୍ମୀ ବଜାର ପୂଜା କମିଟି ପକ୍ଷରୁ ଦୀର୍ଘ ୨୫ ବର୍ଷ ଧରି ମା’ ଗଜଲକ୍ଷ୍ମୀଙ୍କ ପୂଜା ଧୁମଧାମରେ ପାଳିତ ହୋଇଆସୁଛି। ଚଳିତ ବର୍ଷ ମଧ୍ୟ ବେଶ୍ ଜାକଜମକରେ ପୂଜା ଆୟୋଜିତ ହୋଇଛି। ନଭେମ୍ବର ୨ ତାରିଖରେ ପୂଜା ଉଦ୍ଯାପିତ ହେବ।
ସକାଳୁ କର୍ମକାଣ୍ଡ ବିଶେଷଜ୍ଞ ପଣ୍ଡିତ ଡ. ସରୋଜ କୁମାର ଶତପଥୀଙ୍କ ପୌରୋହିତ୍ୟରେ ସୂର୍ଯ୍ୟପୂଜା ଓ ହୋମଯଜ୍ଞ ଅନୁଷ୍ଠିତ ହୋଇଥିଲା। ପଣ୍ଡିତ ନୃସିଂହ ପଣ୍ଡା ପୂଜାକାର୍ଯ୍ୟ ସମ୍ପାଦନ କରିଥିଲେ। ପୂଜା କାର୍ଯ୍ୟକ୍ରମକୁ ଯୁବସମାଜସେବୀ ଦୀପକ କୁମାର ମୁଦୁଲି, କମିଟି ସଭାପତି ବସନ୍ତ କୁମାର ମହାରଣା, ଉପସଭାପତି ମନୋଜ କୁମାର ସାହୁ, ସମ୍ପାଦକ ପ୍ରଦୀପ କୁମାର ସାହୁ, କୋଷାଧ୍ୟକ୍ଷ ଅତୁଲ କୁମାର ଦାଶ, ଏସ୍. ପ୍ରବୀଣ କୁମାର, ସରୋଜ କୁମାର ପାଢ଼ୀ, କେ. କମଲାଙ୍କର, ଆରତ ବିଶ୍ୱାଳ, ଲିପୁନ ବିଶ୍ୱାଳ, କେଞ୍ଚୁ ପୁରୋହିତ, ସୁରେନ୍ଦ୍ର ବେହେରା, ବାବୁ ବେହେରା, ଶିକ୍ଷକ ନେତା ରବି ନାରାୟଣ ବେହେରା, ଅଖିଳ ପାଣିଗ୍ରାହୀ, ପ୍ରଶାନ୍ତ କୁମାର ମହାରଣା, ସରୋଜ କୁମାର ସାମଲ, କେ. ଶ୍ରୀନିବାସ ଦୋରା, ମୁନା ସାମଲ, ଗୌରହରି ସାମଲ, ସନ୍ତୋଷ କୁମାର ସାହୁ, ସୁଜୟ ସୁପ୍ରକାଶ ଧଳ, ପବିତ୍ର ମୋହନ ପଲାଇ, ଇ. ରାଜକୁମାର, ଅରୁଣ କୁମାର ପଣ୍ଡା, ଅଟଳ ବିହାରୀ ପଟ୍ଟନାୟକ,ଦିଲ୍ଲୀପ କୁମାର ସାମଲ ଓ ଗୌରୀଶଙ୍କର ରଥଙ୍କ ସମେତ ପୂଜା କମିଟିର ବହୁ ସଦସ୍ୟ ପରିଚାଳନାରେ ସହଯୋଗ କରିଥିଲେ।