ସମବାୟ ସମିତିରେ ମିଳୁନି ସାର

ପଟ୍ଟାମୁଣ୍ଡାଇ, ୩ା୯(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକରେ ସମବାୟ ସମିତି ମାଧ୍ୟମରେ ସାର ଯୋଗାଣ ସମ୍ପୂର୍ଣ୍ଣ ଫେଲ୍‌ ମାରିଛି। ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଥିବା ୧୬ଟି ସମବାୟ ସମିତି ସାର ଉଠାଇ ନ ଥିବାବେଳେ ଚାଷୀମାନେ ଅସୁବିଧା ଭୋଗ କରୁଛନ୍ତି। ଚଳିତ ଖରିଫ ଋତୁରେ ବ୍ଲକର ୩୧ ପଞ୍ଚାୟତରେ ୧୧,୭୦୦ ହେକ୍ଟର ଜମିରେ ଖରିଫ ଧାନ ଫସଲ ହେଉଛି। ସେଥିମଧ୍ୟରୁ ଏ ଯାବତ ୬ ହଜାର ହେକ୍ଟର ଜମିରେ ରୁଆପୋତା କାମ ସରିଛି। ଅବଶିଷ୍ଟ ଜମିରେ ରୁଆଧାନ ପାଇଁ ତଳି ପଡି ରହିଛି। ଚଳିତ ଖରିଫ ଚାଷ ଆରମ୍ଭରୁ ବର୍ଷା ଲୁଚକାଳି ଖେଳ, ବିହନ ଅଭାବ ସହ ସଂଗ୍ରାମ କରି ଚାଷୀମାନେ ନିଜର ଚାଷ କାର୍ଯ୍ୟକୁ ଆଗେଇ ନେଉଥିଲେ। ଧାନ ତଳି ରୁଆ, ବୁଣା ହୋଇଥିବା ଜମିରେ ଚାଷୀ ସାର ପକାଇବାକୁ ପାଉ ନ ଥିବା ଅଭିଯୋଗ ହେଉଛି। ମାର୍କଫେଡ ପକ୍ଷରୁ ପ୍ରାଥମିକ କୃଷି ସମବାୟ ସମିତି ମାଧ୍ୟମରେ ଚାଷୀଙ୍କୁ ସାର ଯୋଗାଣର ବ୍ୟବସ୍ଥା ହୋଇଛି ବୋଲି କୁହାଯାଉଛି। ହେଲେ ସାରର ଉକତ୍ଟ ଅଭାବ ଚାଷୀଙ୍କ ଆର୍ଥତ୍କ ମେରୁଦଣ୍ଡକୁ ଦୋହଲାଇ ଦେଇଛି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି।
କୃଷକ ନେତା ବିଜୟ ଦାସ କୁହନ୍ତି, ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଥିବା ୧୬ ପ୍ରାଥମିକ କୃଷି ସମବାୟ ସମିତି ଉପରେ ୩୧ ପଞ୍ଚାୟତର ଚାଷୀମାନେ ନିର୍ଭରଶୀଳ। ମାତ୍ର ପଟ୍ଟାମୁଣ୍ଡାଇ ମାର୍କଫେଡ ପରିଚାଳକଙ୍କ ମନମାନି ଓ ସମବାୟ ସମିତିର ସମ୍ପାଦକଙ୍କ ବେପରୁଆ ମନୋଭାବ ପାଇଁ ଚାଷ ଆରମ୍ଭରୁ ସାର ମିଳୁନାହିଁ। ଅଞ୍ଚଳରେ ଥିବା ୧୬ଟି ସମବାୟ ସମିତିରେ ସାର ପହଞ୍ଚତ୍ ପାରି ନ ଥିବାରୁ ଚାଷୀ ସାର ପାଇ ପାରୁନାହାନ୍ତି। ମାର୍କଫେଡ ସାର ଆବଣ୍ଟନ କରୁ ନ ଥିବାରୁ ଚାଷୀମାନଙ୍କୁ ବଜାରରୁ ଚଢା ଦରରେ ସାର କିଣିବାକୁ ପଡୁଛି ବୋଲି ଚାଷୀମାନେ ଅଭିଯୋଗ କରୁଛନ୍ତି। ଖୋଲା ବଜାରରୁ ଚାଷୀ ୟୁରିଆ, ଗ୍ରୋମୋର ଓ ପଟାସ୍‌ ବସ୍ତା ପିଛା ୧୦୦ରୁ ୪୦୦ ଟଙ୍କା ଯାଏ ଅଧିକ ଦରରେ କିଣି କାମରେ ଲଗାଉଛନ୍ତି। ଚାଷୀଙ୍କ ପାଇଁ ଆବଶ୍ୟକ ସାର ସମବାୟ ସମିତିକୁ ଯୋଗାଇ ଦିଆଯାଉଛି ବୋଲି ସରକାର ଘୋଷଣା କରିଥିଲେ। ହେଲେ ତାହା ସମ୍ପୂର୍ଣ୍ଣ ନିଷ୍ପ୍ରଭ ହୋଇଛି। ଫଳରେ ଚଳିତବର୍ଷ ଖରିଫ ଫସଲ ଅମଳ ବାଧାପ୍ରାପ୍ତ ହେବ ବୋଲି ସେ କହିଛନ୍ତି। ସମବାୟବିତ୍‌ ବନମାଳୀ ମହାପାତ୍ର କୁହନ୍ତି, ଗତ ୨ ସପ୍ତାହ ହେବ ବର୍ଷା ନାହିଁ। କେବଳ କେନାଲ ପାଣିକୁ ମୋଟର ଯୋଗେ ମଡ଼ାଇ ଧାନ ଫସଲକୁ ବହୁ କଷ୍ଟରେ ବଞ୍ଚାଇ ରଖାଯାଇଛି। ମାତ୍ର ଏହି ସମୟରେ ଚାଷ ପାଇଁ ଆବଶ୍ୟକ ହେଉଥିବା ୟୁରିଆ ସାରର ଉତ୍କଟ ଅଭାବ ଯୋଗୁ ଅଞ୍ଚଳର ଚାଷୀ ହଇରାଣ ହେଉଛନ୍ତି। ଚାଷୀମାନେ ସାର ପାଇବା ପାଇଁ ସମବାୟ ସମିତି ସମ୍ପାଦକଙ୍କୁ ଯୋଗାଯୋଗ କରୁଥିଲେ ମଧ୍ୟ କୌଣସି ସମିତିରେ ବସ୍ତାଏ ହେଲେ ସାର ନ ଥିବା ସମ୍ପାଦକମାନେ ଚାଷୀଙ୍କୁ କହିଛନ୍ତି। ଅନ୍ୟପକ୍ଷେ ପଟ୍ଟାମୁଣ୍ଡାଇ ମାର୍କଫେଡ ଗୋଦାମଟି ବହୁ ସମୟରେ ବନ୍ଦ ରହୁଛି। ବର୍ତ୍ତମାନ ଏହି ଗୋଦାମରେ ଅତ୍ୟାବଶ୍ୟକ ଗ୍ରୋମୋର ଓ ଡିଏପି ସାର ମହଜୁଦ ନାହିଁ। ଏହାର ସୁଯୋଗ ନେଇ ସାରଗୁଡିକ ବଜାରରେ ଉଚ୍ଚା ଦରରେ ବିକ୍ରି ହେଉଥିବା ଅଭିଯୋଗ ହେଉଛି। ତେବେ ମାର୍କଫେଡ ସାରଗୁଡିକ କେତେବେଳେ ଆସି କେତେବେଳେ ବିକ୍ରି ହୋଇଯାଉଛି ତାହା ଜଣାପଡୁନାହିଁ ବୋଲି ସେ କହିଛନ୍ତି। ମାର୍କଫେଡ ଗୋଦାମର ପରିଚାଳକ ପ୍ରଶାନ୍ତ କୁମାର ରାଉତଙ୍କୁ ପଚାରିବାରେ ଜିଲାରେ ୧୨୧ଟି ସମବାୟ ସମିତି ମଧ୍ୟରୁ ୬୫ଟି ସମିତିକୁ ଆବଶ୍ୟକତାଠାରୁ ଅଧିକ ସାର ଯୋଗାଇ ଦିଆଯାଇଛି। ମାତ୍ର ପଟ୍ଟାମୁଣ୍ଡାଇର ୧୬ଟି ସମବାୟ ସମିତି ସହ ଅନ୍ୟ କେତେଗୋଟି ସମିତି ମାର୍କଫେଡ ସହ ଯୋଗାଯୋଗ କରିନାହାନ୍ତି। ପଟ୍ଟାମୁଣ୍ଡାଇରେ ଥିବା ସମବାୟ ସମିତି ମାର୍କଫେଡ ଗୋଦାମରେ ଉପଯୁକ୍ତ କାଗଜପତ୍ର ସହ ଯୋଗାଯୋଗ କଲେ ସାର ଆସିଲେ ତାଙ୍କୁ ପର୍ଯ୍ୟାୟ କ୍ରମେ ଦିଆଯିବ ବୋଲି ସେ କହିଛନ୍ତି। ଏ ସମ୍ପର୍କରେ ସମବାୟ ବିଭାଗ ଉପନିବନ୍ଧକ କଟକ-୨ ଡିଭିଜନ ରୁଦ୍ର ପ୍ରସାଦ ଦାଶଙ୍କୁ ପଚାରବାରେ ସାର ଯୋଗାଇ ଦେବାକୁ ଆମେ କାହାରିକୁ ମନା କରିନୁ। ଯଦି ସେମାନେ ଷ୍ଟକ୍‌ କରିନାହାନ୍ତି ଏ ବିଷୟରେ ଏଆର୍‌ଙ୍କ ସହ ଆଲୋଚନା କରି ଚାଷୀଙ୍କ ସମସ୍ୟା ଦୂର କରିବାକୁ ଉଦ୍ୟମ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri