ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସାର ଯୋଗାଣ ତ୍ୱରାନ୍ୱିତ, ୬୨ ଡିଲରଙ୍କ ଲାଇସେନ୍ସ ବାତିଲ

ଭୁବନେଶ୍ୱର,୩୧।୮: ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଖରିଫ ୨୦୨୫ ପାଇଁ ରାଜ୍ୟରେ ସାର ଯୋଗାଣ ତ୍ୱରାନ୍ୱିତ କରାଯାଇଛି। ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ନିୟମିତ ସମୀକ୍ଷା କରୁଛନ୍ତି। ରାଜ୍ୟରେ ପର୍ଯ୍ୟାପ୍ତ ସାର ମହଜୁଦ ଥିବା ସୂଚନା ଦେଇ ଚାଷୀଙ୍କୁ ଆତଙ୍କିତ ନ ହେବାକୁ ଅନୁରୋଧ କରାଯାଇଛି।

ଖରିଫ ଋତୁ ପାଇଁ ୫୮.୫୦ ଲକ୍ଷ ହେକ୍ଟର ଫସଲ ଯୋଜନା (ଧାନ: ୩୪.୯୪ ଲକ୍ଷ, ଅଣ-ଧାନ: ୨୩.୫୬ ଲକ୍ଷ) ଅନୁଯାୟୀ, ରାଜ୍ୟକୁ ୯.୫୫ ଲକ୍ଷ ମେଟ୍ରିକ ଟନ୍ ସାର ଆବଣ୍ଟିତ ହୋଇଛି। ଅଗଷ୍ଟ ଶେଷ ସୁଦ୍ଧା ୮.୧୦ ଲକ୍ଷ ମେଟ୍ରିକ ଟନ୍ ସାର ମିଳିସାରିଛି, ମୋଟ ଉପଲବ୍ଧତା ୧୧.୦୪ ଲକ୍ଷ ମେଟ୍ରିକ ଟନ୍ (ୟୁରିଆ: ୪.୮୪ ଲକ୍ଷ, DAP: ୨.୧୮ ଲକ୍ଷ, MOP: ୦.୬୧ ଲକ୍ଷ, SSP: ୦.୩୪ ଲକ୍ଷ, NP/NPK/NPKS: ୩.୦୫ ଲକ୍ଷ)। ଏଥିମଧ୍ୟରୁ ୮.୪୬ ଲକ୍ଷ ମେଟ୍ରିକ ଟନ୍ ଚାଷୀଙ୍କୁ ବିକ୍ରି ହୋଇଛି, ଏବଂ ୨.୫୬ ଲକ୍ଷ ମେଟ୍ରିକ ଟନ୍ ମହଜୁଦ ଅଛି।

କଳାବଜାରୀ ଓ ନକଲି ସାର ରୋକିବାକୁ ଜିଲା ଓ ବ୍ଲକ ସ୍ତରରେ ଏନଫୋର୍ସମେଣ୍ଟ ଟିମ୍‌ ଗଠନ କରାଯାଇଛି। ୪୫୪୬ ଖୁଚୁରା ଦୋକାନ ଯାଞ୍ଚ ହୋଇଛି, ୧୨୦୨ ବ୍ୟବସାୟୀଙ୍କୁ ନୋଟିସ ଜାରି, ୩୦ଟି ଦୋକାନରେ ବିକ୍ରୟ ବନ୍ଦ, ୬୨ଟି ଡିଲର ଲାଇସେନ୍ସ ନିଲମ୍ବିତ/ବାତିଲ ଓ ୬ଟି ଷ୍ଟକ୍‌ ଜବତ ହୋଇଛି।

କୃଷି ସଚିବ ଡ଼. ଅରବିନ୍ଦ କୁମାର ପାଢ଼ୀ କେନ୍ଦ୍ର ସରକାର ଓ ସାର କମ୍ପାନୀଙ୍କ ସହ ସମନ୍ୱୟ ରଖି ଯୋଗାଣ ସୁନିଶ୍ଚିତ କରୁଛନ୍ତି। ମାର୍କଫେଡ୍‌କୁ ପାକ୍ସ ଓ ଲ୍ୟାମ୍ପସରେ ସାର ଉପଲବ୍ଧତା ନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମନ୍ତ୍ରୀଙ୍କ ବଡ଼ ଘୋଷଣା: ହଟିବ ଡିଜେଲ ଚାଳିତ ଆମ୍‌ ବସ

ଭୁବନେଶ୍ୱର,୨୧।୧: ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ବୁଧବାର ଏକ ବଡ଼ ଘୋଷଣା କରିଛନ୍ତି। ଡିଜେଲ ଚାଳିତ ‘ଆମ୍‌ ବସ୍‌’...

ହ୍ବାଟ୍ସ ଆପ୍‌ରେ ନ୍ୟୁଡ୍‌ ଭିଡିଓ କଲ୍‌ କରି କରୁଥିଲେ ବ୍ଲାକମେଲ୍‌: ଜଣାପଡ଼ିବା ପରେ ଘଟିଲା…

କଟକ,୨୧ା୧(କାର୍ତ୍ତିକ ସାହୁ):ଜଣେ ୭୨ ବର୍ଷୀୟ ବରିଷ୍ଠ ନାଗରିକଙ୍କୁ ପ୍ରଥମେ ହ୍ବାଟ୍ସ ଆପ୍‌ରେ ନ୍ୟୁଡ୍‌ ଭିଡିଓ କଲେ। ପରେ ଉକ୍ତ ଭିଡିଓ କଲିଂର ରେକର୍ଡିଂ କରି ତାହା...

ଆଗେଇବ ରେଳ ଓଭରବ୍ରିଜ୍‌ ନିର୍ମାଣ କାର୍ଯ୍ୟ

ଭୁବନେଶ୍ୱର,୨୧ା୧: ରାଜ୍ୟର ରାସ୍ତା ସଂଯୋଗକୁ ମଜଭୁତ କରିବାରେ ରେଲଓ୍ବେ ଓଭରବ୍ରିଜ୍‌ (ଆର୍‌ଓବି) ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥାଏ। ରେଲଓ୍ବେ ଲେଭଲକ୍ରସିଂକୁ ଆର୍‌ଓବିରେ ପରିବର୍ତ୍ତନ କରିବା ଦ୍ୱାରା ଯାନ...

ବାଲିପାଟଣାରେ ଗଡ଼ିଲା ମୁଣ୍ଡ

ଭୁବନେଶ୍ୱର,୨୧।୧: ଭୁବନେଶ୍ୱର ଉପକଣ୍ଠସ୍ଥ ବାଲିପାଟଣା ଭାପୁର ନାଥସାହିରେ ବୁଧବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସାମାନ୍ୟ ବଚସାରୁ ଜଣେ ଯୁବକଙ୍କୁ ଗାଁର ଅନ୍ୟ ଜଣେ...

ସୋସିଆଲ ମିଡିଆ ପୋଷ୍ଟ ଉପରେ ଲାଗିଲା କଟକଣା

ବାଲେଶ୍ୱର,୨୧।୧(ବାଞ୍ଛାନିଧି ଦେ): ବାଲେଶ୍ୱରରେ ସୋସିଆଲ ମିଡିଆ ପୋଷ୍ଟ ଉପରେ ଜିଲା ପୋଲିସ ପକ୍ଷରୁ ବୁଧବାର କଟକଣା ଲାଗୁ କରାଯାଇଛିl କୌଣସି ସମ୍ପ୍ରଦାୟ ବିରୋଧରେ ପୋଷ୍ଟ ନ...

ଗାଁରେ କୁକୁର ଆତଙ୍କ: ଗୋଡ଼ାଇ ଗୋଡ଼ାଇ ୭ ଜଣଙ୍କୁ କାମୁଡ଼ିଲା

ପାଟଣା,୨୧ା୧(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ବେଗନା ଗ୍ରାମରେ ବୁଧବାର ଏକ ପାଗଳ କୁକୁର ଆକ୍ରମଣରେ ୭ ଜଣ ଗୁରୁତର ଆହତ ହୋଇ...

ଏକାବେଳକେ ଆଖିବୁଜିଦେଲେ ଦୁଇ ସାଙ୍ଗ : ଘରକୁ ଫେରିବା ବେଳେ…

ପଡିଆ,୨୧।୧(ଭାସ୍କର ରାଓ): ମାଲକାନଗିରି ଜିଲା ପଡିଆ ସଦର ବ୍ଲକ କମାରଗୁଡା ନିକଟରେ ଦୁର୍ଘଟଣା ଘଟିଛି। ଦୁଇ ସାଙ୍ଗ ଏକ ବାଇକ୍‌ରେ ଯିବା ବେଳେ ଦୁର୍ଘଟଣାରେ ଉଭୟଙ୍କ...

ଶ୍ରୀମନ୍ଦିରରେ ରକ୍ତ ଛିଟା: ମହାପ୍ରଭୁଙ୍କ ହେବ ବଡ଼ ମହାସ୍ନାନ

ଭୁବନେଶ୍ୱର,୨୧।୧: ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ହେବ ହେବ ବଡ଼ ମହାସ୍ନାନ ନୀତି। ଭିତର କାଠ ନିକଟ ଚାଙ୍ଗେଡ଼ା ଘରେ ରକ୍ତ ପଡ଼ିଥିବାରୁ ବଡ଼ ମହାସ୍ନାନ କରାଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri