ଡେରାବିଶରେ ସାରର ଉତ୍କଟ ଅଭାବ: ମୁଣ୍ଡରେ ହାତଦେଇ ବସିଛନ୍ତି ଚାଷୀ

ଡେରାବିଶ,୧।୯(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଳକରେ ସାର ଯୋଗାଣ ସମ୍ପୂର୍ଣ୍ଣ ଫେଲ୍‌ ମାରିଛି । ବର୍ଷାର ଲୁଚକାଳି ଖେଳ ସହ ସଂଗ୍ରାମ କରି ଡେରାବିଶ ବ୍ଳକ ଅଞ୍ଚଳର ଚାଷୀମାନେ ନିଜର ଚାଷ କାର୍ଯ୍ୟକୁ ଆଗେଇ ନେଉଥିଲେ। ହେଲେ ସାରର ଉତ୍କଟ ଅଭାବ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଇଛି ।  ଡେରାବିଶ ବ୍ଳକ ଅଞ୍ଚଳରେ ଥିବା ୧୦ ପ୍ରାଥମିକ କୃଷି ସମବାୟ ସମିତି ଉପରେ ୨୬ ପଞ୍ଚାୟତର ଚାଷୀମାନେ ନିର୍ଭରଶୀଳ । ମାତ୍ର ପଟ୍ଟାମୁଣ୍ଡାଇ ସ୍ଥିତ ମାର୍କଫେଡ୍‌ ପରିଚାଳକଙ୍କ ମନମାନୀ ପାଇଁ ଚାଷର ଆରମ୍ଭରୁ ସାର ମିଳୁନାହିଁ । ସମବାୟ ସମିତିକୁ ସରକାରଙ୍କ ଅନୁବନ୍ଧିତ ଇଫ୍‌କୋ ୟୁରିଆ, ଡିଏପି ଓ ପଟାସ୍‌ ଯୋଗାଇବାକୁ ନିର୍ଦ୍ଦେଶ ଥିବା ବେଳେ ବ୍ଲକ ଅନ୍ତର୍ଗତ ସମସ୍ତ ସମବାୟ ସମିତିକୁ ମାର୍କଫେଡ଼୍‌ ଇଫ୍‌କୋ ୟୁରିଆ ବଦଳରେ ନିମ୍ନମାନର ୟୁରିଆ, ଡିଏପି ବଦଳରେ ରତ୍ନା ୨୦-୨୦ ଓ ନିମ୍ନମାନର ପଟାସ୍‌ ଆବଶ୍ୟକତା୍‌ଠାରୁ କମ୍‌ ପରିମାଣର ଯୋଗାଉ ଥିବାରୁ ସେହି ସାର ଚାଷୀର କୌଣସି କାମରେ ଲାଗୁ ନାହିଁ। ଖୋଲା ବଜାରରୁ ଚାଷୀ ନାଗାର୍ଜୁନ ୟୁରିଆ, ଗ୍ରୋମର ୨୮-୨୮-୦ ଓ ଏମ୍‌ଓପି ପଟାସ୍‌ ବସ୍ତା ପିଛା ୧୦୦ରୁ ୪୦୦ ଟଙ୍କା ଯାଏ ଅଧିକ ଦରରେ କିଣି କାମରେ ଲଗାଉଛନ୍ତି।

ଅନ୍ୟପକ୍ଷେ ମାର୍କଫେଡ୍‌ ଦ୍ୱାରା ସମବାୟ ସମିତିଗୁଡ଼ିକୁ ଯୋଗାଇ ଦିଆଯାଇଥିବା ସାରକୁ ସରକାରୀ ଦରରେ କିଣି ରୁଆପୋତା ସମୟରେ ଚାଷୀମାନେ ବ୍ୟବହାର କରିଥିଲେ। ହେଲେ ତାହା ଧାନ ଗଛର କୌଣସି ଉନ୍ନତି କରି ନ ଥିବା ଅଗ୍ରଣୀ ଚାଷୀ ତଥା କେନ୍ଦ୍ରାପଡ଼ା ଜିଲା ଚାଷୀ ଶ୍ରମିକ ସଂଘର ସମ୍ପାଦକ କୃତିବାସ ଦାସ କହିଛନ୍ତି । କୃତିବାସଙ୍କ କହିବା ଅନୁଯାୟୀ, ଚାଷୀଙ୍କ ପାଇଁ ଆବଶ୍ୟକ ସାର ସମବାୟ ସମିତିକୁ ଯୋଗାଇ ଦିଆଯାଉଛି ବୋଲି ସରକାର ଘୋଷଣା କରିଥିଲେ । ହେଲେ ତାହା ସମ୍ପୂର୍ଣ୍ଣ ନିଷ୍ପ୍ରଭ ହୋଇଛି । ଫଳରେ ଚଳିତ ବର୍ଷ ଖରିଫ୍‌ ଫସଳ ଅମଳ ବାଧାପ୍ରାପ୍ତ ହେବ ବୋଲି ସେ କହିଛନ୍ତି । ସେହିପରି ଗତ ୨ ସପ୍ତାହ ହେବ ବର୍ଷା ନାହିଁ। କେବଳ କେନାଲ୍‌ ପାଣିକୁ ମଟର ଯୋଗେ ମଡ଼ାଇ ଧାନ ଫସଲକୁ ବହୁ କଷ୍ଟରେ ବଞ୍ଚାଇ ରଖାଯାଇଛି। ମାତ୍ର ଏହି ସମୟରେ ଆବଶ୍ୟକ କରୁଥିବା ୟୁରିଆ ସାରର ଉତ୍କଟ ଅଭାବ ବ୍ଲକ ଅଞ୍ଚଳର ଚାଷୀଙ୍କ ମେରୁଦଣ୍ଡଙ୍କୁ ସମ୍ପୂର୍ଣ୍ଣ ଦୋହଲାଇ ଦେଇଛି । ଚାଷୀମାନେ ସାର ପାଇବା ପାଇଁ ସମବାୟ ସମିତି ସମ୍ପାଦକଙ୍କୁ ଯୋଗାଯୋଗ କରୁଥିଲେ ମଧ୍ୟ କୌଣସି ସମବାୟ ସମିତିରେ ବସ୍ତାଏ ହେଲେ ୟୁରିଆ ସାର ନ ଥିବା ସମିତିର ସମ୍ପାଦକମାନେ ଚାଷୀଙ୍କୁ କହୁଛନ୍ତି । ହେଲେ ଜିଲାର ପଟ୍ଟାମୁଣ୍ଡାଇସ୍ଥିତ ମାର୍କଫେଡ଼୍‌ ଗୋଦାମରେ ୟୁରିଆ ସାର ଗଚ୍ଛିତ ରହିଛି ା ଅନ୍ୟ ବ୍ଲକରେ ଥିବା ସମବାୟ ସମିତିକୁ ମାର୍କଫେ୍‌ଡ଼ ଗୋଦାମ ଦାୟିତ୍ୱରେ ଥିବା ପରିଚାଳକ ୟୁରିଆ ସାର ଯୋଗାଇ ଦେଇଥିବା ବେଳେ ଡେରାବିଶ ବ୍ଳକ ଅଞ୍ଚଳରେ ଥିବା ସମବାୟ ସମିତିକୁ ଆବଶ୍ୟକ ପଡ଼ୁଥିବା ୟୁରିଆ ସାର ଦିଆଯାଉ ନ ଥିବା ଯୋଗୁ ଚାଷୀମାନେ ନିଜ ଫସଲରେ ସାର ପାଇବାରୁ ବଞ୍ଚତ୍ତ ହେଉଛନ୍ତି । ପ୍ରତିଦିନ ସମ୍ପୃକ୍ତ ସମବାୟ ସମିତି ଆଗରେ ଚାଷୀମାନେ ବସ୍ତାଏ ୟୁରିଆ ସାର ପାଇଁ ହୋହାଲ୍ଲା କରୁଛନ୍ତି ।

ସାରର ଏଭଳି ଅଭାବ ସଂକ୍ରାନ୍ତରେ କେତେଜଣ ସମ୍ପାଦକ ନିଜ ନାମ ଗୋପନ ରଖି କହିଛନ୍ତି, ମାର୍କଫେଡ଼୍‌ ପକ୍ଷରୁ ଚଳିତ ଖରିଫ୍‌ ଚାଷ ସମୟରେ ବସ୍ତାଟିଏ ମଧ୍ୟ ଇଫ୍‌କୋ ସାର ଯୋଗାଇ ଦିଆଯାଇନାହିଁ। ବର୍ତ୍ତମାନ ମାର୍କଫେଡ଼୍‌ ଗୋଦାମରୁ ସାର ଯୋଗାଇ ନ ଦେବା ଆମକୁ ଚକିତ କରିଛି ବୋଲି କହିଛନ୍ତି । ଏ ବିଷୟରେ ପଟ୍ଟାମୁଣ୍ଡାଇ ସ୍ଥିତ ମାର୍କଫେଡ଼୍‌ ଗୋଦାମର ପରିଚାଳକ ପ୍ରଶାନ୍ତ କୁମାର ରାଉତଙ୍କୁ ଯୋଗାଯୋଗ କରାଯାଇଥିଲା । ସେ କହିଲେ ଡେରାବିଶ ବ୍ଲକ ଅଧୀନରେ ଥିବା ସମସ୍ତ ସମବାୟ ସମିତିର ସମ୍ପାଦକ ମିଛ କହୁଛନ୍ତି । ସେମାନଙ୍କୁ ଆବଶ୍ୟକତାଠାରୁ ଅଧିକ ସାର ଯୋଗାଇ ଦିଆଯାଇଛି । ସାର ଆସିଲେ ତାଙ୍କୁ ପର୍ଯ୍ୟାୟ କ୍ରମେ ଦିଆଯିବ ବୋଲି ସେ କହିଛନ୍ତି। ତେବେ ଚଳିତ ମାସରେ ମାର୍କଫେଡ୍‌ ଗୋଦାମକୁ ଆସିଥିବା ୟୁରିଆ ସାର ଗଲା କୁଆଡ଼େ ବୋଲି ପଚାରିବାରୁ ରାଉତ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରି ନ ଥିଲେ । ପ୍ରଶାନ୍ତଙ୍କ ଏହି ମନ୍ତବ୍ୟକୁ ଖଣ୍ଡନ କରିଛନ୍ତି ସମବାୟବିତ୍‌ ପ୍ରଶାନ୍ତ କୁମାର ଦାସ। ପ୍ରଶାନ୍ତ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ପଟ୍ଟାମୁଣ୍ଡାଇ ମାର୍କଫେଡ଼୍‌ ପରିଚାଳକଙ୍କ ବେପରୁଆ ମନୋଭାବ ପାଇଁ ବ୍ଲକ ଅଞ୍ଚଳର ଶତାଧିକ ଚାଷୀ ଦଣ୍ଡ ଭୋଗୁଛନ୍ତି ।

ଏ ବିଷୟରେ ଜିଲା ସମବାୟ ବିଭାଗ ସହକାରୀ ଉପନିବନ୍ଧକ ମନମୋହନ ରାଉତଙ୍କୁ ପଚାରିବାରୁ ସେ କହିଛନ୍ତି, ତୁରନ୍ତ ୟୁରିଆ ସାର ଯୋଗାଇ ଦେବାକୁ ମାର୍କଫେଡ଼୍‌ ମ୍ୟାନେଜରଙ୍କୁ ଏକାଧିକ ଥର ଚିଠି ଦିଆଯାଉଛି । ମାତ୍ର ପରିଚାଳକ ରାଉତ ଏହାକୁ ମାନୁ ନ ଥିବା ଯୋଗୁ ଏଭଳି ସମସ୍ୟା ସୃଷ୍ଟି ହେଉଛି । ସେ ବିଷୟରେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ଡେରାବିଶ ଚାଷୀଙ୍କ ସମସ୍ୟା ଦୂର କରିବା ପାଇଁ ଉଦ୍ୟମ କରାଯିବ ବୋଲି ଉପନିବନ୍ଧକ ରାଉତ କହିଥିଲେ। ଏ ବିଷୟରେ ଜିଲା ଚାଷୀ ଓ ଶ୍ରମିକ ସଂଘ ସଭାପତି ପଣ୍ଡିତ ଶରତ ଚନ୍ଦ୍ର ମିଶ୍ର କହିଛନ୍ତି, ୨,୩ ଦିନ ମଧ୍ୟରେ ଚାଷୀମାନେ ସାର କିଣି ବିଲରେ ନ ପକାଇଲେ ବ୍ଲକ ଅଞ୍ଚଳର ଖରିଫ୍‌ ଚାଷ ହୋଇଥିବା ୧୩୦୦୦ ହେକ୍ଟର ଚାଷଜମି ପ୍ରଭାବିତ ହେବ। ମାର୍କଫେଡ଼୍‌ର ଏଭଳି ବେପରୁଆ ମନୋଭାବ ବିରୋଧରେ ଗୁରୁବାର ସଂଘ ପକ୍ଷରୁ ଏକ ପ୍ରତିନିଧି ଦଳ ଜିଲାପାଳଙ୍କୁ ଭେଟି ସ୍ମାରକପତ୍ର ଦେବେ ବୋଲି ପଣ୍ଡିତ ମିଶ୍ର ସୂଚନା ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିରୁ ଇସ୍ତଫା ଦେଲେ ଜିଲା ଉପସଭାପତି, ଏହି କାରଣ ଦର୍ଶାଇ…

ରାୟଗଡା,୧୧।୨(ଆଶିଷ ରଞ୍ଜନ ପଣ୍ଡା): ଜିଲାରେ ବିଜେଡି ପାଇଁ ବଢୁଛି ଅଡ଼ୁଆ। ଜିଲା କମିଟି ଘୋଷଣା ହେବା ପରେ ଦାୟିତ୍ୱ ପାଇଥିବା ଜଣେ ଉପସଭାପତି ତାଙ୍କ ପଦବୀରୁ ଇସ୍ତଫା…

ପୁଇଁହେବା ବେଳେ ବୃଦ୍ଧାଙ୍କ ଦେହରେ ଲାଗିଲା ନିଆଁ

ଆନନ୍ଦପୁର ୧୧।୨(ସୁଶାନ୍ତ କୁମାର ସାହୁ): ଶୀତରୁ ରକ୍ଷା ପାଇବା ପାଇଁ ନିଆଁ ପୁଇଁବା ବେଳେ ପୋଡିହୋଇ ବୃଦ୍ଧା ଜଣକ ଗୁରୁତର ହୋଇଛନ୍ତି। ଏଭଳି ଏକ ଘଟଣା ଘଟିଛି…

ଶ୍ରମିକଙ୍କୁ ୧୦୦ ମିଟର ଘୋଷାଡି ନେଲା ବସ, ଆଉ ତା’ପରେ ଘଟିଲା…

ଭଞ୍ଜନଗର,୧୧/୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ଭାଲିଆଖାଇ ଛକରେ ବୁଧବାର ନୀଳକଣ୍ଠ ନାମକ ଏକ ଘରୋଇ ବସ ଧକ୍କାରେ ଜଣେ ସାଇକେଲ ଆରୋହୀ ଗୁରୁତର ଭାବେ…

ପାର୍କରେ ଦୁର୍ବୃତ୍ତଙ୍କ ଉନ୍ମକ୍ତ କାଣ୍ଡ: ୪୨ଟି ଗଛ ଭାଙ୍ଗି ଛାରଖାର କଲେ ପାର୍କ

ବଲାଙ୍ଗୀର, ୧୧।୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ରାଜେନ୍ଦ୍ର ପାର୍କ ଭିତରେ ସୌନ୍ଦର୍ଯ୍ୟ ବୃଦ୍ଧି ସକାଶେ ଲଗାଯାଇଥିବା ୪୨ଟି ଗଛକୁ କେହି ଦୁର୍ବୃତ୍ତ ଭାଙ୍ଗି ଦେବା ସହ କାଟି…

ଜୁନିୟର ଆସିଷ୍ଟାଣ୍ଟଙ୍କ ଘରେ ଭିଜିଲାନ୍ସ ଚଢ଼ାଉ: ୨.୩୮ କୋଟି ଟଙ୍କା ହରିଲୁଟ ଅଭିଯୋଗ

ଅନୁଗୋଳ,୧୧।୨: ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ବୁଧବାର ଅନୁଗୋଳ ମୁଖ୍ୟ ଚିକିତ୍ସାଳୟ (CDMO) କାର୍ଯ୍ୟାଳୟର ଜୁନିୟର ଆସିଷ୍ଟାଣ୍ଟ ସୁବ୍ରତ କୁମାର ବେହେରାଙ୍କ ବିଭିନ୍ନ ବାସଭବନ ଓ କାର୍ଯ୍ୟାଳୟ…

ଯାତ୍ରା ଚାଲୁଥିବା ବେଳେ ଘରେ ପଶି ଲୁଟ: ଉତ୍ତମମଧ୍ୟମ ଦେଇ ପୋଲିସକୁ ହସ୍ତାନ୍ତର କଲେ ଗ୍ରାମବାସୀ

ଭଦ୍ରକ,୧୧।୨(ସନାତନ ରାଉତ): ଅପେରା ଚାଲୁଥିବାବେଳେ ଘରେ ପଶି ଲୁଟ। ଧରାପଡି ନିର୍ଧୁମ ଛେଚା ଖାଇବା ପରେ ପୋଲିସକୁ ୪ ଯୁବକଙ୍କୁ ହସ୍ତାନ୍ତର କଲେ ଗ୍ରାମବାସୀ l ଏପରି…

ମହିଳାଙ୍କୁ ମାଡ ମାରିବା ସହ ହାତ ଗୋଡ ବାନ୍ଧି, ଲୁଟିନେଲେ

ବୌଦ୍ଧ,୧୧।୨(ଅଜିତ କୁମାର ବାରିକ): ବୌଦ୍ଧ ଆଦର୍ଶ ଥାନା ଭାଲିଆପଦର୍‌ ଗ୍ରାମରେ ମଙ୍ଗଳବାର ରାତ୍ରିରେ ସଶସ୍ତ୍ର ଡକାୟତି ହୋଇଛି। ଗ୍ରାମର ଦେବବ୍ରତ ମିଶ୍ରଙ୍କ ଘରେ ଡକାୟତି କରିଛନ୍ତି ଦୁର୍ବୃତ୍ତ…

ସଞ୍ଜ ନଇଁଲେ ଗାଁ ଦାଣ୍ତରେ ବୁଲୁଛନ୍ତି ଭାଲୁ: ବେଲସୁନ୍ଦରୀରେ ଆତଙ୍କ

ଆନନ୍ଦପୁର,୧୧।୨(ସୁଶାନ୍ତ କୁମାର ସାହୁ): ସଞ୍ଜ ନଇଁଲେ ଗାଁ ଦାଣ୍ତରେ ବୁଲୁଛନ୍ତି  ଭାଲୁ ପଲ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଆନନ୍ଦପୁର ବନ୍ୟପ୍ରାଣୀ ବନଖଣ୍ତ ଅଧୀନ ବରାଙ୍ଗ ସଂରକ୍ଷିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri