Posted inଖେଳ

ଫର୍ମୁଲାଓ୍ବାନ: ରେନଲ୍ଟକୁ ଫେରିବେ ଆଲୋଁସୋ

ସ୍ପେଲବର୍ଗ, ୯ା୭(ଏପି)- ଫର୍ମୁଲାଓ୍ବାନ ମୋଟରରେସିଂର ପୂର୍ବତନ ବିଶ୍ୱ ଚାମ୍ପିୟନ ଫର୍ନାଣ୍ଡୋ ଆଲୋଁସୋ ଆସନ୍ତା ସିଜନରେ ରେନଲ୍ଟ ଟିମ୍‌କୁ ଫେରିବେ। ଶେଷଥରପାଇଁ ୨୦୧୮ ସିଜନରେ ସେ ମ୍ୟାକଲରେନ ଡ୍ରାଇଭ୍‌ କରିଥିଲେ। ଏହି ସିଜନ ଶେଷରେ ସେ ମ୍ୟାକଲରେନ ଓ ଫର୍ମୁଲାଓ୍ବାନରୁ ଓହରି ଆସିଥିଲେ। ୨୦୧୮-୧୯ ସିଜନରେ ସେ ଏଫଆଇଏ ଓ୍ବାଲର୍‌ଡ ଏଣ୍ଡୁରାନ୍ସ ଚାମ୍ପିୟନଶିପ୍‌ କ୍ୟାରିୟର ଆରମ୍ଭ କରିଥିଲେ। ୨୦୨୨ ଫର୍ମୁଲାଓ୍ବାନ ସିଜନରେ ଡାନିଏଲ ରିକାର୍ଡୋଙ୍କ ସ୍ଥାନରେ ୩୮ ବର୍ଷୀୟ ଆଲୋଁସୋ ରେନଲ୍ଟରେ ସାମିଲ ହେବେ ବୋଲି ଫ୍ରେଞ୍ଚ୍‌ ନିର୍ମାତା କମ୍ପାନୀ ପକ୍ଷରୁ ପ୍ରକାଶ କରାଯାଇଛି। ରିକାର୍ଡୋ ଆସନ୍ତା ସିଜନୀରୁ ମ୍ୟାକଲରେନରେ ଯୋଗଦେବେ। ଗତ ସିଜନରେ ଫର୍ମୁଲାଓ୍ବାନରେ ରେନଲ୍ଟ ପଏଣ୍ଟ ପାଇଁ ସଂଘର୍ଷ କରୁଥିବା ପରିଲକ୍ଷିତ ହୋଇଥିଲା। ଆଲୋଁସୋ ରେନଲ୍ଟ ଡ୍ରାଇଭ୍‌ କରି କ୍ୟାରିୟରରେ ୨ ଥର ୨୦୦୫ ଓ ୨୦୦୬ରେ ବିଶ୍ୱ ଚାମ୍ପିୟନଶିପ୍‌ ଟାଇଟଲ ଜିତିଛନ୍ତି। ତେବେ ଏକାଧିକ ସିଜନରେ ସେ କାହିଁକି ଏହାଠାରୁ ଦୂରରେ ରହିଥିଲେ ସେ ସମ୍ପର୍କରେ ରେନଲ୍ଟ ପକ୍ଷରୁ କିଛି ପ୍ରକାଶ କରାଯାଇନାହିଁ। ଫର୍ମୁଲାଓ୍ବାନ ମୋଟରରେସିଂ କ୍ୟାରିୟରରେ ଆଲୋଁସୋ ୩୨ଟି ରେସ୍‌ ଜିତିଛନ୍ତି। ନିଜ ସମୟରେ ସେ ୬ ଥର ଚାମ୍ପିୟନ ଲୁଇସ ହାମିଲଟନଙ୍କ ସହ ପ୍ରତିଭାବାନ୍‌ ଡ୍ରାଇଭର ବିବେଚିତ ହେଉଛନ୍ତି। ଆସନ୍ତା ବର୍ଷ ଆଲୋଁସୋଙ୍କ ସହ ୨୩ ବର୍ଷୀୟ ଫ୍ରେଞ୍ଚ୍‌ ଡ୍ରାଇଭର ଏଷ୍ଟାବେନ ଓକନ ରେନଲ୍ଟ ଡ୍ରାଇଭ୍‌ କରିବେ। ” ରେନଲ୍ଟ ଟିମ୍‌କୁ ଫେରିବା ମୋ ପାଇଁ ଗର୍ବ ଏବଂ ଭାବପ୍ରବଣର ବିଷୟ। ଏହିଠାରୁ ହିଁ ମୋ କ୍ୟାରିୟର ଆରମ୍ଭ ହୋଇଥିଲା“ ବୋଲି ଆଲୋଁସୋ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇସିସି ପ୍ଲେୟର ଅଫ୍‌ ଦି ଇୟର: ସଂକ୍ଷିପ୍ତ ତାଲିକାରେ ଭାରତର ଏହି ଦୁଇ ଖେଳାଳି

ଦୁବାଇ,୬ା୪: ମାର୍ଚ୍ଚ ମାସର ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ୍‌ ପୁରସ୍କାର ପାଇଁ ପ୍ରସ୍ତୁତ ସଂକ୍ଷିପ୍ତ ତାଲିକାରେ ଭାରତ ଓପନର ସଞ୍ଜୁ ସାମ୍‌ସନ ଏବଂ ପେସ୍‌ ବୋଲର…

IPL 2026: ପଏଣ୍ଟ ଟେବୁଲ ଶୀର୍ଷରେ ଆରସିବି

ବେଙ୍ଗାଲୁରୁ, ୬।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ରବିବାର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୪୩ ରନରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି। ଅନ୍ୟପକ୍ଷେ କ୍ରମାଗତ…

IPL ଚାଲିଥିବା ସମୟରେ ଅମ୍ପାୟରଙ୍କୁ ହତ୍ୟା: ଛାତିରେ ଛୁରି ଭୁସି..

ଅମରାବତି,୬।୪: ଆଜିକାଲି ଦେଶରେ IPL 2026ର ରୋମାଞ୍ଚ ଦେଖିବାକୁ ମିଳୁଛି। ଏହି ସମୟରେ ଆନ୍ଧ୍ର ପ୍ରଦେଶରୁ ଜଣେ କ୍ରିକେଟ ଅମ୍ପାୟାରଙ୍କ ହତ୍ୟା ସହିତ ଜଡିତ ଏକ ଅଭାବନୀୟ…

୨ ଭାରତୀୟ ଖେଳାଳିଙ୍କ ମଧ୍ୟରେ ଯୁଦ୍ଧ ସୃଷ୍ଟି କଲା ICC, ବୁମ୍‌ରାଙ୍କୁ ଚ୍ୟାଲେଞ୍ଜ କଲେ ଟିମ ଇଣ୍ଡିଆର ଏହି ଖେଳାଳି!

ନୂଆଦିଲ୍ଲୀ,୬।୪: ମାର୍ଚ୍ଚ ମାସ ପାଇଁ ପ୍ଲେୟାର ଅଫ ଦ ମନ୍ଥ ପାଇଁ ଆଇସିସି ମନୋନୀତ ବ୍ୟକ୍ତିଙ୍କ ନାମ ଘୋଷଣା କରିଛି। ସବୁଦିନ ପରି, ଆଇସିସି ଏହି ପୁରସ୍କାର…

ଧମାକାଦାର ଇନିଂସ ସହିତ ରେକର୍ଡ କଲେ ସରଫରାଜ

ନୂଆଦିଲ୍ଲୀ,୬।୪: ଇଣ୍ଡିଆନ ପ୍ରିମିୟର ଲିଗ ର 2026 ସଂସ୍କରଣରେ, ଚେନ୍ନାଇ ସୁପର କିଙ୍ଗସ ଲଗାତାର ତିନୋଟି ପରାଜୟ ବରଣ କରିଛି। ଏମ. ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଇଥିବା ଏକ…

‘ପରାଜୟ ପାଇଁ ମୁଁ ଦାୟୀ…’, କାହିଁକି ଏମିତି କହିଲେ ଋତୁରାଜ? ଯଦି ମୁଁ ରନ୍‌ କରିଥାଆନ୍ତି…

ନୂଆଦିଲ୍ଲୀ,୬।୪: ଚେନ୍ନାଇ ସୁପର କିଙ୍ଗ୍ସର ଲଗାତାର ତୃତୀୟ ପରାଜୟରେ ଋତୁରାଜ ଗାୟକୱାଡ ନିରାଶ ହୋଇଛନ୍ତି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସେମାନଙ୍କ ଉପରେ ଏହି ତୃତୀୟ କ୍ରମାଗତ ପରାଜୟ…

IPLରେ ଇତିହାସ ରଚିଲେ ମହମ୍ମଦ ଶାମି, ୪ ଓଭରରେ…

ନୂଆଦିଲ୍ଲୀ,୫।୪: ମହମ୍ମଦ ଶାମି ୨୦୨୬ IPL ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ପାଇଁ ଖେଳୁଛନ୍ତି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ୧୦ମ ଲିଗ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ…

Shubman Gillଙ୍କୁ ନେଇ ଆସିଲା ବଡ଼ ଅପଡେଟ, ଜାଣନ୍ତୁ କ’ଣ କହିଲେ କୋଚ

ନୂଆଦିଲ୍ଲୀ,୫।୪: ଶୁବମନ ଗିଲ ଶନିବାର ଅହମଦାବାଦରେ ଗୁଜରାଟ ଟାଇଟାନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଅନୁଷ୍ଠିତ ଆଇପିଏଲ ୨୦୨୬ର ୯ମ ମ୍ୟାଚ ଖେଳିପାରି ନଥିଲେ। ତାଙ୍କ ଅନୁପସ୍ଥିତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri