ଧର୍ମଧାରାରେ ନାରୀ ଶକ୍ତି

ଧର୍ମ ମୁଖ୍ୟତଃ ପୁରୁଷଙ୍କର, ପୁରୁଷଙ୍କ ପାଇଁ ଓ ପୁରୁଷଙ୍କ ଦ୍ୱାରା ଏକ ସୃଷ୍ଟି ଭାବେ ରହିଆସିଛି। ଧର୍ମ କ୍ଷେତ୍ରରେ ପୁରୁଷମାନେ ସବୁବେଳେ ନାରୀମାନଙ୍କୁୁ କ୍ଷମତା ପ୍ରଦାନରେ ବାଧା ଦେଇଆସିଛନ୍ତି। ଆବ୍ରାହାମିକ ଧର୍ମରେ ଦିବ୍ୟ ପୁରୁଷ ଆବ୍ରାହମଙ୍କୁ ଜଣେ ବୃଦ୍ଧ ଭାବେ ଦେଖାଯାଏ। ଆବ୍ରାହମଙ୍କ ଭଳି ଯିଶୁ ଓ ମହମ୍ମଦ ମଧ୍ୟ ପୁରୁଷ। ମୋସେସ୍‌ ବି ପୁରୁଷ। ବାୈଦ୍ଧଧର୍ମରେ ବୁଦ୍ଧଙ୍କ ନିର୍ବାଣ ପରେ ୧୦୦୦ ବର୍ଷ ଯାଏ କୌଣସି ମହିଳା ବୁଦ୍ଧଙ୍କ ସମ୍ପର୍କରେ କିଛି ସୂଚନା ନାହିଁ। ବୁଦ୍ଧଙ୍କ ପୂର୍ବଜନ୍ମ କଥା ଜତକା କାହାଣୀରେ ବର୍ଣ୍ଣନା କରାଯାଇଛି। ସେ ପ୍ରାଣୀ, ଉଦ୍ଭିଦ ଓ ମଣିଷ ରୂପରେ ଜନ୍ମ ନେଇଥିବା ଏଥିରେ କୁହାଯାଇଛି। ହେଲେ ମହିଳା ରୂପରେ କେଉଁଠି ଜନ୍ମ ନେଇଥିବା କୁହାଯାଇନାହିଁ।
କିନ୍ତୁ ପାଖାପାଖି ୧୫୦୦ ବର୍ଷ ପୂର୍ବେ ଖ୍ରୀଷ୍ଟ ଓ ବୌଦ୍ଧ ଧର୍ମରେ ନାରୀତ୍ୱ ଥିଲା ଏକ ପ୍ରମୁଖ ଶକ୍ତି। ପଞ୍ଚମ ଶତାବ୍ଦୀର ରୋମରେ ସମ୍ରାଜ୍ଞୀ ପୁଲଚେରିଆ ଖ୍ରୀଷ୍ଟଧର୍ମରେ ମଦର ମେରୀଙ୍କୁ ପ୍ରମୁଖ ବ୍ୟକ୍ତିତ୍ୱ ଭାବେ ଗଢ଼ି ତୋଳିଥିଲେ। ପୁଲଚେରିଆ ରାଜ ପରିବାରର ସଦସ୍ୟ ଥିଲେ ଏବଂ ତାଙ୍କ ଜେଜେବାପା ରୋମ ସାମ୍ରାଜ୍ୟରେ ଖ୍ରୀଷ୍ଟ ଧର୍ମକୁ ରାଜ୍ୟରେ ପ୍ରତିଷ୍ଠା କରିବାରେ ମୁଖ୍ୟ ଭୂମିକା ନେଇଥିଲେ। ପୁଲଚେରିଆ ଥିଲେ ପରିବାରରେ ସବୁଠୁ ବଡ଼ ଝିଅ ଏବଂ ସେ ତାଙ୍କ ଭାଇଙ୍କ ସହ ମିଶି ରାଜ୍ୟ ଶାସନ କରିଥିଲେ। ସେ ଜଣେ ନନ୍‌ ବା ପାଦ୍ରୀ ଥିଲେ। ଏକ ପୁରୁଷ ପ୍ରାଧାନ୍ୟ ସମାଜରେ ଜଣେ ନନ୍‌ ଭାବେ ରହି ସାଧାରଣରେ କୁମାରୀତ୍ୱ ସ୍ଥାପିତ ଓ ସୁଦୃଢ କରିବା ହେଉଛି ଶକ୍ତି ଲାଭର ଏକମାତ୍ର ଉପାୟ ବୋଲି ସେ ଉପଲବ୍ଧି କରିଥିଲେ। ଯେତେବେଳେ ତାଙ୍କ ଭାଇ ବିବାହ କଲେ ସେ ନନ୍‌ମାନେ ରହୁଥିବା ଆଶ୍ରୟସ୍ଥଳୀକୁ ଚାଲିଯାଇଥିଲେ ଏବଂ ରାଜକୀୟ କାର୍ଯ୍ୟରୁ ନିଜକୁ ଦୂରେଇ ରଖିଥିଲେ। ତାଙ୍କ ଭାଇଙ୍କ ସ୍ତ୍ରୀଙ୍କ ଦ୍ୱାରା ନିଯୁକ୍ତ ନୂଆ ଧର୍ମାଧ୍ୟକ୍ଷ କୁମାରୀ ମେରୀଙ୍କୁ ଈଶ୍ୱରଙ୍କ ମା’ ଭାବେ ମାନିବା ସିଦ୍ଧାନ୍ତକୁ ଚ୍ୟାଲେଞ୍ଜ କରିଥିଲେ, ଯାହା ଥିଲା ସାର୍ବଜନୀନ ଓ ଆଧ୍ୟାମତ୍ିକ ସ୍ତରରେ ମହିଳାଙ୍କ ଭୂମିକା ଉପରେ ଏକ ଆକ୍ରମଣ।
ଧର୍ମାଧ୍ୟକ୍ଷ ନିଯୁକ୍ତ ପରେ ପୁଲଚେରିଆ ତାଙ୍କ ଏକାନ୍ତବାସରୁ ବାହାରକୁ ଆସିଲେ ଏବଂ ତାଙ୍କ ଭାଇଙ୍କୁ ଇଫେସସ୍‌ରେ ପରିଷଦ ଗଠନ କରିବାକୁ ବାଧ୍ୟ କଲେ ଏବଂ ଏକ ଜୋରଦାର ବିତର୍କ ପରେ କୁମାରୀ ମେରୀ ପ୍ରକୃତରେ ଈଶ୍ୱରଙ୍କ ମା’ ବୋଲି ସାଧାରଣରେ ଘୋଷଣା କରାଗଲା। ତାଙ୍କ ଭାଇଙ୍କ ମୃତ୍ୟୁ ପରେ ପୁଲଚେରିଆ ଜଣେ ଶକ୍ତିଶାଳୀ ସେନାଧ୍ୟକ୍ଷଙ୍କୁ ବିବାହ କରିବାକୁ ବାଧ୍ୟ ହେଲେ। କିନ୍ତୁ ବିବାହ ପରେ ତାଙ୍କ କୁମାରୀତ୍ୱକୁ ସମ୍ମାନ ଜଣାଇବା ଲାଗି ସେ ତାଙ୍କ ସ୍ବାମୀଙ୍କୁ କହିଥିଲେ। ପୁଲଚେରିଆଙ୍କ ମୃତ୍ୟୁ ହେବା ଯାଏ ଦୁହେଁ ମିଶି ସାମ୍ରାଜ୍ୟ ଶାସନ କରିଥିଲେ। ସେହି ସମୟର ମଦର ମେରୀଙ୍କ ବହୁ ଛବି ଦେଖିବାବୁ ମିଳେ ଏବଂ ଆଶ୍ଚର୍ଯ୍ୟର କଥା ଯେ, ଛବିଗୁଡ଼ିକର ମୁଖ ପୁଲଚେରିଆଙ୍କ ସହ ସାମଞ୍ଜସ୍ୟ ରହିଛି। ରାଜା ପର୍ସିଆ ରାଜାଙ୍କୁ ହରାଇଲା ପରେ ସଫଳତାର ସବୁ ଶ୍ରେୟ କୁମାରୀ ମେରି ଏବଂ ତାଙ୍କ କୁମାରୀ ସମ୍ରାଜ୍ଞୀଙ୍କୁ ଦେଇଥିଲେ।
ଏହି ସମାନ ସମୟରେ ଚାଇନା ଏବଂ ତିବ୍ବତରେ ଏକା ପ୍ରକାର ଘଟଣା ସାମ୍‌ନାକୁ ଆସିଥିଲା। ଆମେ ଚାଇନାର ସମ୍ରାଜ୍ଞୀ ଉଙ୍କ କାହାଣୀ ଜାଣୁ। ସେ ଚାଇନା ରାଜ ପରିବାରକୁ ଜଣେ ରକ୍ଷିତା ଭାବେ ପ୍ରବେଶ କରିଥିଲେ ଏବଂ ସମ୍ରାଟଙ୍କ ପୁତ୍ର ସନ୍ତାନ ଜନକ ହୋଇ ସମ୍ରାଜ୍ଞୀ ହୋଇପାରିଥିଲେ। ସେ କ୍ଷମତାଶାଳୀ ହେବାପରେ ମୁଖ୍ୟ ଶାସକ ହୋଇଥିଲେ। ରାଜା ଓ ମହାରାଣୀ ଉଭୟଙ୍କୁ ଦୁଇ ସନ୍ଥ କୁହାଯାଉଥିବାର ପ୍ରମାଣ ବି ଅନେକ ରାଜ ଦସ୍ତାବିଜରୁ ମିଳେ। ଏହା ବ୍ୟତୀତ ଚାଇନା ପରମ୍ପରାରେ କନ୍‌ଫ୍ୟୁସିଆଜିମ୍‌ (ଚାଇନାର ପୁରାତନ ଧର୍ମୀୟ ବିଶ୍ୱାସ)ର ସ୍ବୀକୃତ ଧର୍ମ ଥିଲା ଅତି ପୁରୁଷପ୍ରାଧାନ୍ୟ। ଏହାର ଏକ ଲୋକଉକ୍ତିରେ ଜଣେ ସମ୍ରାଜ୍ଞୀଙ୍କ ସମ୍ପର୍କିତ ବିଚାରଧାରା ଦେଖିବାକୁ ମିିଳେ। ଏହା କହେ, ଗୋଟିଏ ମୃଗୀ ଭୋର୍‌ରେ ଗଞ୍ଜା ଭଳି ରାବିବ ବୋଲି କଳ୍ପନା କରିବା ଯାହା ଜଣେ ସମ୍ରାଜ୍ଞୀ ହେଉଛନ୍ତି ସେୟା। ତେବେ ସବୁଠୁ ଆଧ୍ୟାମତ୍ିକ ହେଉଛି ତାଓଇଷ୍ଟ ପରମ୍ପରା। ଏହା ଗ୍ରାମୀଣ କ୍ଷେତ୍ରରେ କୃଷକମାନଙ୍କ ମଧ୍ୟରେ ଲୋକପ୍ରିୟ ଥିଲା। ଏହି ଧର୍ମରେ ବିଶ୍ୱାସ ଥିଲା , ସ୍ବର୍ଗ ହେଉଛି ପୁରୁଷ ଓ ପୃଥିବୀ ହେଉଛି ନାରୀ ଏବଂ ଏହି ଦୁହିଁଙ୍କ ମିଳନରେ ବିଶ୍ୱ ସୃଷ୍ଟି ହୋଇଛି। ଉକ୍ତ ସିଦ୍ଧାନ୍ତ ୟାଙ୍ଗ ଓ ୟିନ୍‌ ଭାବେ ଜଣାଶୁଣା। ପରମ୍ପରା ଅନୁଯାୟୀ, ସବୁଠୁ ଉଚ୍ଚ ଶିଖରରେ ସ୍ବର୍ଗର ଜାଡେ ଫାଦରଙ୍କୁ ବଳି ସମର୍ପଣ କରାଯାଉଥିଲା। ପରେ ଦ୍ୱିତୀୟ ଉଚ୍ଚ ଶିଖରରେ ସ୍ବର୍ଗର ମହିଳା ମୁଖ୍ୟ ବା ଜାଡେ ମଦରଙ୍କୁ ବଳି ଦିଆଯାଉଥିଲା। ଉଭୟ ପ୍ରକାର ବଳି ସମ୍ରାଟଙ୍କ ଦ୍ୱାରା ଦିଆଯାଉଥିଲା। ସମ୍ରାଜ୍ଞୀ ଉ ତାଙ୍କ ସ୍ବାମୀଙ୍କୁ ବୁଝାଇଲେ ଯେ, ଯେହେତୁ ଜାଡେ ମଦର ଜଣେ ମହିଳା ସେଥିପାଇଁ ସେ ବଳି ଦେବାରେ ଭାଗ ନେବା ଉଚିତ। ମହାରାଣୀ ବଳି କାର୍ଯ୍ୟକ୍ରମରେ ଭାଗନେଲେ। ସଂଯୋଗବଶତଃ ପୂର୍ବ ଥର ମହାରାଜା ପାହାଡ଼ ଚଢିବାକୁ ଅସମର୍ଥ ଥିଲେ , କିନ୍ତୁ ରାଣୀ ବଳି କାର୍ଯ୍ୟରେ ଭାଗନେବା ପରେ ତାଙ୍କ ସହ ରାଜା ପାହାଡ଼ ଚଢିବାକୁ ସକ୍ଷମ ହେଲେ। ଏହା ପ୍ରମାଣ କଲା , ଜାଡେ ଫାଦର ଓ ମଦର ବଳି ପ୍ରଦାନରେ ସମ୍ରାଜ୍ଞୀଙ୍କ ଯୋଗଦେବାକୁ ସ୍ବୀକାର କରିଥିଲେ। ସେଥିପାଇଁ ଉ ଚାଇନାର ଆଭିଜାତ୍ୟରେ ଜଣେ କ୍ଷମତାଶାଳୀ ଶକ୍ତି ହୋଇଗଲେ। ତାଙ୍କ ସ୍ବାମୀଙ୍କ ମୃତ୍ୟୁ ପରେ ସେ ସାମ୍ରାଜ୍ୟ ଦାୟିତ୍ୱ ହାତକୁ ନେଲେ। ତାଙ୍କ ସମୟରେ ସେ ମହାଯାନ ବୌଦ୍ଧଧର୍ମ ସାମିଲ କରି ନିଜ ଅଧିକାର ସାବ୍ୟସ୍ତ କରିଥିଲେ। ଏହାସହ ବୋଧିସତ୍ତ୍ୱ, ଅଭତିଲୋକେଶ୍ୱରଙ୍କ ନାରୀ ସ୍ବରୂପ କଓ୍ବାନ ୟିନ୍‌ ବିଚାରଧାରାକୁ ଲୋକପ୍ରିୟ କରାଇଥିଲେ। ଚାଇନାର ସବୁଆଡେ ଗୁମ୍ଫା ଓ ସରକାରୀ ବିଲ୍ଡିଂଗୁଡ଼ିକରେ ମହିଳା ବୈାଦ୍ଧ ଦିବ୍ୟ ଚରିତ୍ରମାନଙ୍କର କରୁଣାଶୀଳ ବିରାଟକାୟ ମୂର୍ତ୍ତି ଓ ଛବିଗୁଡ଼ିକ କରାଯାଇଥିଲା। ସେଥିମଧ୍ୟରୁ କେତେକରେ କିଛି ଅଂଶ ମହିଳା କିମ୍ବା ପୁରୁଷ ଭଳି ପ୍ରତୀୟମାନ ହେଊଥିବାବେଳେ ଅନ୍ୟଗୁଡ଼ିକ ସମ୍ପୂର୍ଣ୍ଣ ମହିଳା ଭାବେ ଦୃଶ୍ୟମାନ।
ନାରୀ ସ୍ବରୂପର ମଡେଲ ପୁଲଚେରିଆଙ୍କ ଘଟଣାରେ ଯାହା ଥିଲା ସାମ୍ରାଜ୍ଞୀ ଉଙ୍କ କ୍ଷେତ୍ରରେ ବି ସେୟା ଥିଲା। ପାଖାପାଖି ସେହି ସମୟରେ ତିବ୍ବତର ରାଜା ଚାଇନାର ଜଣେ ଓ ନେପାଳର ଜଣେ ରାଜକୁମାରୀଙ୍କୁ ବିବାହ କରିଥିଲେ। ସେହି ଦୁଇ ରାଣୀ ତିବ୍ବତରେ ବୌଦ୍ଧଧର୍ମ ପ୍ରତିଷ୍ଠା କରିବାରେ ସାହାଯ୍ୟ କରିଥିଲେ। କିନ୍ତୁ ଏହି ବୌଦ୍ଧଧର୍ମ ଥିଲା ଭିନ୍ନ। ଏଠାରେ ବୁଦ୍ଧଙ୍କ ନାରୀ ଶକ୍ତି ତାରାଙ୍କୁ ଜ୍ଞାନ ଭାବେ ଦେଖାଯାଏ, ଯାହା ବୁଦ୍ଧଙ୍କ କରୁଣାର ଅନୁପୂରକ ଥିଲେ। ଏହି ଦୁଇ ରାଣୀଙ୍କ ପ୍ରଭାବ ଏଭଳି ଥିଲା ଯେ, ଚାଇନାର ସ୍ତ୍ରୀ ଶ୍ୱେତ ତାରା ଭାବେ ଏବଂ ନେପାଳର ସ୍ତ୍ରୀ ସବୁଜ ତାରା ଭାବେ ପରିଚିତ ହୋଇଗଲେ। ଏହା ଥିଲା ବଜ୍ରାୟନ ବୌଦ୍ଧଧର୍ମ, ଯେଉଁଥିରେ ମୁଖ୍ୟ ଶକ୍ତି ଥିଲେ ନାରୀ। ଏହିଭଳି ରୋମ ସାମ୍ରାଜ୍ୟ, ଚାଇନା ଓ ତିବ୍ବତରେ ଯେତେବେଳେ କେବଳ ନାରୀମାନେ କ୍ଷମତାଶାଳୀ ଥିଲେ ସେତେବେଳେ ପୁରୁଷପ୍ରାଧାନ୍ୟ ଧର୍ମଗୁଡ଼ିକ ମହିଳା ଦିବ୍ୟ ଚରିତ୍ର ପାଇଁ ଜାଗା ସୃଷ୍ଟି କରିପାରିଥିଲା। ଏହା ସେତେବେଳେ ଥିଲା ଏବଂ ଏବେଯାଏ ଚାଲିଛି।
-devduttofficial@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଉତ୍ତରପ୍ରଦେଶର ଧୀରଜ ବର୍ମା ବିନା ମାଟି ଅର୍ଥାତ୍‌ କେବଳ ପାଣି (ହାଇଡ୍ରୋପୋନିକ୍ସ ପଦ୍ଧତି)ରେ ଚାଷକରି ପ୍ରଥମ ପର୍ଯ୍ୟାୟରେ ୫ ଟନ୍‌ ଷ୍ଟ୍ରବେରି ଉତ୍ପାଦନ କରିବାକୁ ସକ୍ଷମ ହୋଇଛନ୍ତି।…

ବିଶ୍ୱାସ ଅଛି, ଭରସା ନାହିଁ

ଆଗକୁ ଅନ୍ଧାରପକ୍ଷ ଆସୁଛି। କୁଞ୍ଜବଦଳିଆ, ଦାଆଗେଣ୍ଡାଳିଆ, ସାରସ, ପାତିହଂସ, ଜଡ଼ାହଂସ ସମସ୍ତଙ୍କ ମଧ୍ୟରେ ଭାଳେଣି, ମାଫିଆଙ୍କ ହାତରୁ ଏଥର ନିସ୍ତାର ନାହିଁ। କାକଟପୁର, ଅସ୍ତରଙ୍ଗ, ଦେବୀନଦୀ ମୁହାଣ,…

ଆତଙ୍କବାଦର ପୃଷ୍ଠପୋଷକ କିଏ

ୟୁରୋପୀୟ ପାର୍ଲାମେଣ୍ଟରେ ରୁଷିଆକୁ ‘ଆତଙ୍କବାଦ ପୃଷ୍ଠପୋଷକ ରାଷ୍ଟ୍ର’ ବୋଲି ଘୋଷଣା କରିଥିଲା ବେଳେ ଆମେରିକା ପାକିସ୍ତାନକୁ ସହଯୋଗର ହାତ ବଢ଼ାଇ ନିଜର ମିତ୍ର ରାଷ୍ଟ୍ରର ପରିଚୟ ଦେଇଥିଲା।…

ଆତ୍ମସମର୍ପଣ

ସାର୍ବଭୌମତ୍ୱ ଉଲ୍ଲଂଘନକୁ ଏକ ଦେଶର ଆଞ୍ଚଳିକ ଅଖଣ୍ଡତାର ଉଲ୍ଲଂଘନ କିମ୍ବା ସରକାରୀ କାର୍ଯ୍ୟରେ ହସ୍ତକ୍ଷେପ ବୋଲି କୁହାଯାଏ। ଜଣେ ଆତ୍ମସମର୍ପଣ କରେ ଯେତେବେଳେ ସେ ବିନା ପ୍ରତିରୋଧରେ…

ଶେଷାନ ଓ ଗାଈଆଳ ପିଲା

ଆଲେଖ୍ୟଟିକୁ ଆରମ୍ଭ କରିବା ସ୍ବର୍ଗତଃ ଶେଷାନଙ୍କ ଅଙ୍ଗେଲିଭା ଏକ ଘଟଣାରୁ। ତିରୁନେଲାଇ ନାରାୟଣ ଆୟାର ଶେଷାନ ହେଉଛନ୍ତି ସେହି ଭାରତୀୟ ପ୍ରଶାସନିକ ଅଧିକାରୀ, ଯିଏକି ମୁଖ୍ୟ ନିର୍ବାଚନ…

କର୍ପୋରେଟ୍‌ଙ୍କ ସ୍ବାର୍ଥରେ

ଦେଶର ଦୁର୍ବଳ ହେଉଥିବା ଅର୍ଥନୀତି ଓ ବିଶେଷକରି ଆମେରିକା ପରି ପାଶ୍ଚାତ୍ୟ ସାମ୍ରାଜ୍ୟବାଦୀ ଶକ୍ତିମାନଙ୍କ ଭାରି ଚାପ ମଧ୍ୟରେ କେନ୍ଦ୍ର ସରକାର ବଜେଟ ଆଗତ କରିଛନ୍ତି। ୨୦୨୪…

କଡ଼ା ନିୟମ

ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ସଦ୍ୟ ନିର୍ଦ୍ଦେଶନାମା ଜାରି କରିଛି ଯେ, ୨୦୧୧ ଓ ତା’ପର ବ୍ୟାଚ୍‌ ଆଇପିଏସ୍‌ ଅଧିକାରୀଙ୍କୁ କେନ୍ଦ୍ରରେ ଇନ୍ସପେକ୍ଟର ଜେନେରାଲ ପଦବୀ ପାଇଁ ତାଲିକାଭୁକ୍ତ ହେବା…

ବହି କଥା

ଦିନ ଥିଲା ବହି ସହିତ ଅନ୍ତରଙ୍ଗ ହେବାପାଇଁ ନିଭୃତ କକ୍ଷଟିଏ ଲୋଡ଼ା ହେଉଥିଲା। ଯାହାର ନାଁ ଥିଲା ପଢ଼ା ଘର। ସେଇ ପଢ଼ାଘର ସବୁ ଆଜି ବି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri