ପ୍ରମୁଖ ଲେଖନୀରୁ ନାରୀସ୍ବର

ସାହିତ୍ୟ ଆକାଶର ପ୍ରାଜ୍ଞ, ବିଜ୍ଞ, ବିଶେଷଜ୍ଞଗଣ- ଉଇଲିଅମ ସେକ୍ସପିଆର, ଲିଓ ଟଲଷ୍ଟୟ, ଅରନେଷ୍ଟ ହେମିଙ୍ଗ୍‌ୱେ କିମ୍‌ୱା, ଭାରତୀୟ ଆଦର୍ଶ ଚେତନ ଭଗତ ପ୍ରମୁଖଙ୍କ ଲେଖାରେ ମହିଳା ସ୍ବରକୁ ଯେଉଁ ଢଙ୍ଗରେ ସଂକଳନ କରାଗଲା ତାହା ସବୁ ସଂକ୍ଷିପ୍ତ ସଂସ୍କରଣ ହୋଇଗଲା। କିନ୍ତୁ ମହିଳା ଜଣେ ଯେତେବେଳେ ମହିଳାର କଥା ଲେଖନୀ ମାଧ୍ୟମରେ ପ୍ରକାଶ କଲା ତା’ ଭିତର ସଂଗୁପ୍ତ ବ୍ୟଥା-ବେଦନା ଧରାପଡ଼ିଲା।
ନାରୀ ସ୍ବରର ଉପସ୍ଥାପିକା ଭାବରେ ଆମେ ମାରୀ ଓଲଷ୍ଟନ କ୍ରାଫ୍ଟଙ୍କୁ ବିଶ୍ୱର ବରିଷ୍ଠ ଲେଖିକା ବିଜୟ ଟିକା ପିନ୍ଧାଇସାରିଛୁ। ୧୭୯୨ ମସିହାରୁ ମାରୀ କ୍ରାଫ୍ଟଙ୍କ ପୁସ୍ତକ ‘ଏ ଭିଣ୍ଡିକେଶନ ଅଫ୍‌ ଦ ରାଇଟ୍ସ ଅଫ୍‌ ଓମେନ’କୁ ନାରୀ ସ୍ବରର ଆଦ୍ୟ ଝଙ୍କାର ହିସାବରେ ଗ୍ରହଣ କରିସାରିଛୁ। କିନ୍ତୁ ମୋର ଅନ୍ତର୍ଦୃଷ୍ଟିରେ ତତ୍କାଳୀନ ପୁରୁଷକୈନ୍ଦ୍ରିକ ଇଂରେଜୀ ସମାଜରେ ଓ ମୋର ଭାବନା ପଥରେ ଯେଉଁ ନାରୀ ଚରିତ୍ରଟି ପଥାରୂଢ଼ ହୋଇ ଠିଆ ହୁଅନ୍ତି ସେ ହେଉଛନ୍ତି ଆନି ଏଲିଅଟ୍‌, ଜାନେ ଅଷ୍ଟିନ ମହୀୟସୀଙ୍କ ୧୮୧୭ ମସିହାର ଶେଷ ଉପନ୍ୟାସ ‘ପର୍ଶୁଏସନ’ ମାଧ୍ୟମରେ। ପୁରୁଷ କହିଲେ, କ୍ଷମତାର ଧ୍ରୁବୀକରଣ ଆଉ ମହିଳା କହିଲେ, ଚାରିକାନ୍ଥ ଆବଦ୍ଧ ବେସାହାରା ଦରିଦ୍ର ମାନସିକତାଟିଏ। ଜାନେ ଅଷ୍ଟିନ୍‌ ପୁଣି ଆନିଙ୍କ ମାଧ୍ୟମରେ ସୂଚାଇଦେଲେ, ଯଦି ତାଙ୍କୁ କେହି ଜଣଙ୍କ ସ୍ବରଟିଏ ଦିଆଯାଆନ୍ତା ତେବେ ସେ ପୁରୁଷର ନାରୀଟିଏ ପ୍ରତି ରହିଥିବା ମାନସିକତାରେ ପରିବର୍ତ୍ତନ କରିପାରନ୍ତେ। ଯେଉଁ ସମୟରେ ଏ କଥାଟି ଲେଖିଲେ ସେହି ସମୟରେ ନାରୀକୁ ଚର୍ଚ୍ଚର ଅନୁମତି ପତ୍ରର ଆବଶ୍ୟକତା ଥିଲା। ଏ କଥାଟି ଛୋଟିଆ ହୋଇପାରେ ହେଲେ କୌଣସି ସ୍ବାଧୀନତା ସଂଗ୍ରାମର ନିର୍ଣ୍ଣାୟକ ସ୍ବର ଚାଇଁ କମ୍‌ ନ ଥିଲା।
ଆମେରିକୀୟ ମହିଳା ସ୍ବର ଉତ୍‌ଥାପିକାଙ୍କ ମଧ୍ୟରେ କ୍ଷୁଦ୍ରଗଳ୍ପ ଓ ଉପନ୍ୟାସରେ ରୁଚି ରଖୁଥିବା ଊନବିଂଶ ଶତାବ୍ଦୀର ଲେଖିକା ଲୁସିଆନାର କେଟ୍‌ ଚୋପିନ ଲେଖାର ଗାମ୍ଭୀର୍ଯ୍ୟତା ପାଇଁ ସମସାମୟିକ ସମାଜରେ ସମାଲୋଚିତ ହୋଇଛନ୍ତି। ଅବିଗେଲ ଆଦାମ୍‌ସ, ଚାର୍‌ଲୋଟ୍‌ ପର୍କିନ୍‌ସ ଓ ଆଲିସ ୱାକର ପ୍ରମୁଖ ଫେମିନିଷ୍ଟ ବାର୍ତ୍ତାବହମାନେ ସମାନ ଅଧିକାର, ଆର୍ଥିକ ସ୍ବାଧୀନତା ଓ ଶୋଷଣ ଏବଂ ପୁରୁଷ ଯୌନ ପିପାସା ନିକଟରେ ନାରୀ ଏକ ଅବଦମିତ ଚରିତ୍ରକୁ ନିନ୍ଦା କରିଛନ୍ତି। ଉର୍ଦ୍ଦୁ ଭାଷାରେ ଇସ୍‌ମତ ଚୁଘତାଇଙ୍କ ‘ଲିହାଫ’, ବୁଢ଼ା ନବାବ ସାହେବଙ୍କ ବୈବାହିକ ବନ୍ଦୀଶାଳାରେ ବେଗମ ଜାନଙ୍କ ଆଦ୍ୟ ଯୌବନ ଲୁଣ୍ଠିତ ହେବାକୁ ରକ୍ଷଣଶୀଳ ସମାଜରେ ଚୁଘତାଇଙ୍କ ଖଣ୍ଡା ଖେଳ କହିପାରିବା। ଝିଅ, ପଣ୍ୟଦ୍ରବ୍ୟ ନୁହେଁ। ଜାତିଭେଦରୁ ଜାତ ‘ରୁଦାଲୀ’ ମାନେ ଉଚ୍ଚବଂଶଜଙ୍କ ମୃତ୍ୟୁରେ କାନ୍ଦିବା ପାଇଁ ଭଡ଼ାରେ ଆସିବା ଏକ ଭଡ଼ାଟିଆ ସଂସ୍କୃତି କହି ଘୃଣ୍ୟ ପ୍ରଥାଚାର ଉପରେ ଭାରି ପଡ଼ିଲେ ମହାଶ୍ୱେତା ଦେବୀ। ମଧ୍ୟ ଭାରତରୁ ରାଜତନ୍ତ୍ରର ସମାପ୍ତି ହୋଇଛି ହେଲେ ‘ରଇ’ ନାଚରେ ସାମିଲ ହେଉଥିବା ବେଡ଼ିଆ ଜାତିର ଝିଅ ମହିଳାଙ୍କ ପାଦରୁ ବେଡ଼ି କାଢ଼ିବାକୁ ସଚେତନତାର ବାର୍ତ୍ତା ଆଜିଯାଏ ପହଞ୍ଚି ପାରୁନି ତାଙ୍କ ନିକଟରେ। ବାର୍‌ ହୋଟେଲରେ ନାଚବାଲୀ ଜୀବନର ପରମ୍ପରା ଊଦ୍ଧର୍‌ବରେ ଶିକ୍ଷା ସମ୍ମାନ ଭଳି ମୌଳିକ ଆବଶ୍ୟକତା ଥିବା କଥାଟି ପହଞ୍ଚିପାରନ୍ତା ଯଦି ଅଗ୍ରଦୂତ ହୁଅନ୍ତେ ଲେଖିକାମାନେ।
ଉଭୟ ମାଲୟାଲମ ଆଉ ଇଂରାଜୀରେ ଗଦ୍ୟ ଆଉ ପଦ୍ୟ ଧାରାର ସଂରଚନା କଲେ କମଳା ଦାସ; ଲେଖିଲେ – ମହିଳାଟିଏ ଭାଙ୍ଗିଦେଇପାରିବ ପାରିବାରିକ ବୋଝ ଓ ଯୌନାଚାରର ବେଡ଼ି। ପଛରେ ପଡ଼ିନାହାନ୍ତି ଓଡ଼ିଆ କଥା କାରିଗର ବୀଣା ମହାନ୍ତି, ‘ପାଟ୍ଟଦେଈ’ରେ ଶାଶୁଘରୁ ବିତାଡ଼ିତ ପାଟ୍ଟ ଚରିତ୍ରକୁ ବଞ୍ଚିବା ଶିଖାଇଛନ୍ତି ବାପଘରେ, ସାମାଜିକ ଟାହିଟାପରା ମଧ୍ୟରେ। ତୁରନ୍ତ ପୋଲିସ ସହାୟତା ପାଇଁ ଜାତୀୟ ଜରୁରୀ ନମ୍ବର-୧୧୨, ଦେୟମୁକ୍ତ ଓମେନ୍ସ ହେଲ୍ପଲାଇନ-୧୮୧, ସରକାରୀ ଆବାସସ୍ଥଳୀ ‘ସ୍ବଧାର ଗୃହ’ ଭଳି ବ୍ୟବସ୍ଥା ମହିଳାଟିକୁ ଭିତରୁ ସଶକ୍ତ କରିପାରୁନି ଆମ ଜଳବାୟୁରେ, ପାଟ୍ଟଦେଈଙ୍କ ସଂଖ୍ୟା ବଢୁଛି। ମାନବିକତା ଶୃଙ୍ଖଳିତ ନ ହେବା ଯାଏ ଜାତୀୟ ମହିଳା କମିଶନ (ଏନ୍‌ସିଡବ୍ଲ୍ୟୁ) ପୁରୁଷର ନଟରାଜ କାମନା, ଅବଳା ଭାବନା କି ରଙ୍ଗଭେଦର ଘୃଣା ଭାବନାକୁ ଶେଷ କରିବା ଅସମ୍ଭବ।
ଊନବିଂଶ ଶତାବ୍ଦୀର ପ୍ରାରମ୍ଭରେ ଜଣେ ସଚେତନ ଅନୁରାଗୀ ତଥା ସ୍ପଷ୍ଟବାଦୀ ଜାନେ ଇଅର(୧୮୪୭) ଚରିତ୍ର ଚାର୍‌ଲୋଟ୍‌ ବ୍ରଣ୍ଟିଙ୍କୁ ବିଶ୍ୱର ପ୍ରଥମ ମହିଳା ଫେମିନିଷ୍ଟ ଗୌରବ ଆଣିଦେଲା। ବିଂଶଶତାବ୍ଦୀ ପ୍ରାରମ୍ଭରେ ଓଡ଼ିଆ ଭାଷାରେ ‘କାଳିବୋହୂ’ ଉପନ୍ୟାସ ଡାକ୍ତର କୁନ୍ତଳା କୁମାରୀ ସାବତଙ୍କୁ ମହିଳାଙ୍କ ପାଇଁ ମହିଳା ସ୍ବରର ଆଦ୍ୟ ବାର୍ତ୍ତାବହଙ୍କ ମଧ୍ୟରେ ଜଣେ ବୋଲି ଚିହ୍ନିତ କଲା। ଉଭୟ ବ୍ରଣ୍ଟି ଆଉ ସାବତଙ୍କ ଜୀବଦ୍ଦଶା ମାତ୍ର ୩୮ ବର୍ଷରେ ସୀମିତ ହେଲେ ଜଣେ ଚଉକାନ୍ଥର ଆବଦ୍ଧ ଭାଙ୍ଗି ମହିଳାଙ୍କୁ ବାହାରକୁ ନେବାକୁ ଯେମିତି ପ୍ରତିବଦ୍ଧ ଅନ୍ୟ ଜଣେ ପରଦା ଚିରି ଘୃଣ୍ୟ ପ୍ରଥାରୁ ମୁକ୍ତିର ସନ୍ଦେଶ ପାଇଁ ଜନ୍ମ ଯେମିତି। ଗତ ସେପ୍ଟେମ୍ବରରେ ଉଦୟପୁର ବଲ୍ଲଭନଗର ପୋଲିସ ଥାନା ଅଧୀନ କାଳିବୋହୂ ଲକ୍ଷ୍ମୀର ସ୍ବାମୀ କିଶନ ତାକୁ ନିଆଁରେ ଜଳେଇବା ଥିଲା ଛାତିଥରା। ଗୋରା ହେବାପାଇଁ ବଜାରରୁ କୌଣସି ଗୋଟେ ପ୍ରସାଧାନ ଆଣି ଲକ୍ଷ୍ମୀର ଦେହରେ ମାଲିସକରି ଧୂପ ନିଆଁର ଚେଙ୍କ ଲଗେଇଥିଲା କିଶନ। ପ୍ରଥମରୁ ଏସିଡ୍‌ ଗନ୍ଧ ହେବାରୁ ଲକ୍ଷ୍ମୀ ବିରୋଧ କରିଥିଲେ ବି ଶୁଣିବାକୁ କେହି ନ ଥିଲେ। କାଳୀ ମା’ ତାରନ୍ତି, ଆମେ କାଳି ବୋହୂକୁ ମାରନ୍ତି। କୁନ୍ତଳା କୁମାରୀମାନେ ଏ ଦିଗରେ ସଚେତ ମନ ହୋଇ କଲମକୁ ଗତିଶୀଳ କରାଇବା ଜରୁରୀ ହୋଇପଡ଼ିଛି।
ଆବେଗ ଭରା ନାରୀ ଜୀବନରୁ ମୁକ୍ତି, ସଂଗୃହୀତ ପ୍ରବନ୍ଧ ‘ସେନ୍‌ସିବଲ ସେଂସୁଆଲିଟି’ ଜରିଆରେ ଇଂରାଜୀରେ, ସମ୍ପାଦିକା ତଥା ଲେଖିକା ସରୋଜିନୀ ସାହୁ ସ୍ବୀକାରକଲେ ଯେ ଫେମିନିଜମ୍‌ କହିଲେ ପୁରୁଷ ବିରୋଧରେ ଜୟଯାତ୍ରା ନୁହେଁ ବରଂ ପୁରୁଷ ସହ ସମକକ୍ଷ ଜୀବନଯାତ୍ରା, ଉନ୍ମୁକ୍ତ ଯୌନ ନିରପେକ୍ଷତା। ସୁନୀତା ଉଇଲିଅମ୍ସ କେବେ ମହାକାଶକୁ କେବେ ସମୁଦ୍ରକୁ ଲମ୍ଫମାରି ଦେଖାଇଦେଲେ ଯେ ନାରୀର ସମକକ୍ଷ ଜୀବନ ବଞ୍ଚିବା ପୁରୁଷର ଜୟଯାତ୍ରାରେ ବାଧକ ନୁହେଁ ବରଂ ସାମାଜିକ ଉତ୍‌ଥାନରେ ସହାୟକ।
ଭାରତୀୟ-ଆମେରିକୀୟ ଝୁମ୍ପା ଲାହିରି ଇଟାଲୀ ଭାଷାରେ ଚିତ୍ରଣକଲେ ଗୌରୀ ଚରିତ୍ରକୁ ।
‘ଇନ୍‌ ଅଦର ୱାର୍ଡସ’ରେ ଆଖି ସାମ୍ନାରେ ସ୍ବାମୀ ଉଦୟନର ହତ୍ୟା ପରେ ଗୌରୀକୁ ସାହସର ସହ ସାମାଜିକ ଦାୟିତ୍ୱ ଉଠାଇବାକୁ ଶକ୍ତି ଦେଲେ। ବୁକର ପୁରସ୍କାର ବିଜୟିନୀ ଅରୁନ୍ଧତୀ ରାୟ ସୋଫି ମଲ ଚରିତ୍ର ଜରିଆରେ ‘ଦି ଗଡ୍‌ ଅଫ୍‌ ସ୍ମଲ୍‌ ଥିଙ୍ଗ୍‌ସ’କୁ ସଜାଇଲେ ନାରୀ ଅଧିକାର ପୁସ୍ତିକା। ଅବିବାହିତା ତାମିଲ ବ୍ରାହ୍ମଣୀ ଅଖିଳା ଚରିତ୍ର ଜରିଆରେ କେରଳୀ ଲେଖିକା ଅନିତା ନାୟାର ‘ଲେ କୁପ’ ସୃଷ୍ଟି କଲେ। ପାରିବାରିକ ବୋଝରେ ଭାରାକ୍ରାନ୍ତ ହେବା ଅପେକ୍ଷା ଜଣେ ମହିଳାର ଅନୁଭୂତିକୁ ସମ୍ମାନ ମିଳିବା ଉଚିତ। ଶୋଭା ଦେଙ୍କ ଲେଖାରେ ପ୍ରକାଶିତ ହେଲା ମହିଳାଙ୍କ ବୈବାହିକ ଜୀବନର ସତ୍ୟତା। ‘ଦି ଥାଉଜାଣ୍ଡ ଫେସେସ୍‌ ଅଫ୍‌ ନାଇଟ’ ବା ରାତିର ହଜାରେ ମୁହଁ, ଗିଥା ହରିହରନ ଇଂରାଜୀରେ ବୁଝେଇଦେଲେ ପୁରାତନ ଓ ଆଧୁନିକ ସ୍ପର୍ଶରେ ବଦଳୁଥିବା ନାରୀ ଜୀବନ। ଏମାନେ ସମସ୍ତେ ଏକ ନିଆରା ସ୍ବର ସମର୍ପଣ କରିଛନ୍ତି, ନାରୀକୁ ଶକ୍ତିମାନ-ଗତିମାନ କରିବା ପାଇଁ।
ସିଦ୍ଧାନ୍ତରେ ଏହା ସ୍ପଷ୍ଟ କରାଯାଇପାରେ ଯେ ନାରୀ ପାଇଁ ଅବିନଶ୍ୱର ସ୍ବର ନାରୀ ହିଁ ନିଖୁଣ ଭାବେ ଗାଇପାରେ। ସନ୍ଥପୁରୁଷ ସେହି ଯୁଗାବ୍ଦ ଯୋଦ୍ଧା ଭୀମ ଭୋଇଙ୍କ କରକମଳ ନିଃସୃତ ପବିତ୍ର ଶବ୍ଦ ଏଠାରେ ପ୍ରଯୁଜ୍ୟ-‘ଯେସନେକ ଜଳ ପବନର ଭେଦ ନାହିଁ, ପୁରୁଷ ଯେଠିକି ଯିବ ନାରୀ ଯିବ ତହିଁ।’ ନାରୀ, ପୁରୁଷ ସହ ସମରଥା ହେଉ, ଦୁର୍ଜୟୀ-ଦିଗ୍‌ବିଜୟୀ ହେଉ, ନାରୀ କାଳଜୟୀ ହେଉ। ନାରୀ ପୁରୁଷ ପାଇଁ ସମ୍ଭାବନାର ଜୟଯାତ୍ରା ହେଉ, ତା’ର ଭାବନା, ଚେତନା ପୁରୁଷକୁ ସମଦର୍ଶୀ-ପ୍ରିୟଦର୍ଶୀ-ଦୂରଦର୍ଶୀ କରୁ।

ଡ. ସାରଦା ପ୍ରସାଦ କର
ଡାକବଙ୍ଗଳାଛକ, ପୁରୁଣାଭୁବନେଶ୍ୱର
ମୋ : ୮୨୪୯୮୨୭୧୪୮

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

୧୧ କେଭି ତାରରେ ଲାଗି ୩ ଦଣ୍ଡୁଆ ମୃତ, ୨ ଗୁରୁତର

ଢେଙ୍କାନାଳ, ଅନୁଗୋଳ, ୧୨ା୪ (ରତନ ନାୟାର/ଜ୍ୟୋତିରଞ୍ଜନ ସାହୁ): ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ବାଲିମି ଥାନା ଅଧୀନ ପାଟଳା ଗ୍ରାମରେ ରବିବାର ସନ୍ଧ୍ୟାରେ ଏକ ଦୁଃଖଦ ଘଟଣା…

ହେଉଥିଲେ ଚାଲାଣ: ଟ୍ରେନ୍‌ରୁ ୧୬୩ ନାବାଳକ ଉଦ୍ଧାର

ଭୋପାଳ,୧୨ା୪: ବିହାର ଏବଂ ମହାରାଷ୍ଟ୍ରରୁ ଚାଲାଣ ହେଉଥିବା ୧୬୩ଜଣ ନାବାଳକଙ୍କୁ ମଧ୍ୟପ୍ରଦେଶର କାଟ୍‌ନି ଜିଲାରେ ଏକ ଏକ୍ସପ୍ରେସ୍‌ ଟ୍ରେନ୍‌ରୁ ରେଲ୍‌ଓ୍ବେ ପୋଲିସ ଉଦ୍ଧାର କରିଛି। ପିଲାମାନଙ୍କ ବୟସ…

ହର୍ମୁଜକୁ ବନ୍ଦ କରିବ ଆମେରିକା! ଟ୍ରମ୍ପଙ୍କ ଘୋଷଣା ପରେ ବିଶ୍ବରେ ହଲଚଲ

ଓ୍ବାଶିଂଟନ,୧୨ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଘୋଷଣା କରିଛନ୍ତି । ବଢ଼ିପାରେ ତୈଳ ସଙ୍କଟ । ବିଶେଷକରି, ଟ୍ରମ୍ପ କହିଛନ୍ତି ଯେ ଆମେରିକା ନୌସେନା…

କିଏ ହେବେ ବିହାରର ନୂଆ ମୁଖ୍ୟମନ୍ତ୍ରୀ, ଦୌଡ଼ରେ ଏହି ପ୍ରମୁଖ ନେତା

ନୂଆଦିଲ୍ଲୀ,୧୨ା୪: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟ ସଭାକୁ ଯିବା ପରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ, ତାହାକୁ ନେଇ କଳ୍ପନାଜଳ୍ପନା ବଢ଼ିବାରେ ଲାଗିଛି। ଅନ୍ୟପକ୍ଷେ ଭାଜପା…

ପୋଖରୀରୁ ମିଳିଲା ଯୁବକଙ୍କ ମୃତଦେହ

ଦାରିଙ୍ଗବାଡ଼ି,୧୨।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଗ୍ନିଶମ କର୍ମଚାରୀ ରବିବାର ଏକ ପୋଖରୀରୁ ଜଣେ ଯୁବକଙ୍କ ମୃତହେଦ ଉଦ୍ଧାର କରିଛନ୍ତି। ମୃତକ ହେଲେ କୋଟଗଡ଼ ବ୍ଲକ ପକାରୀ…

ଇନଷ୍ଟାଗ୍ରାମରୁ ପ୍ରେମ; ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର ପରେ ପ୍ରତାରଣା, ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଇନଷ୍ଟାରୁ ପ୍ରେମ ପରେ ବିବାହର ପ୍ରତିଶୃତି ଦେଇ ବଳାତ୍କାର । ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଅରୁଣ ଘଡ଼େଇ(୨୫) ନାମକ ଯୁବକ ବ୍ରହ୍ମପୁରର…

ଟଙ୍କା ଧରି ଘରକୁ ଫେରୁଥିଲେ ଗୁଡ଼ାରି ରେଞ୍ଜର, ରାସ୍ତାରେ ମାଡ଼ିବସିଲା ଭିଜିଲାନ୍ସ

ଗୁଡାରି,୧୨ା୪(ପ୍ରମୋଦ କୁମାର ପତି): ଧରାପଡ଼ିଲେ ଗୁଡ଼ାରି ରେଞ୍ଜର । ଗୁଡାରି ରେଞ୍ଜର ସୁକୁମାର ଦୁଖୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଅଟକ ରହିଛନ୍ତି । ତାଙ୍କ ନିକଟରୁ ୨…

ଜଙ୍ଗଲରେ ଲୁଚାଇ ରଖିଥିଲେ ଗଞ୍ଜେଇ, ମାଡ଼ି ବସିଲା ପୋଲିସ

ମୋହନା,୧୨।୪(ମନ୍ମଥ ମିଶ୍ର): ଘଞ୍ଚ ଜଙ୍ଗଲରେ ଲୁଚାଇ ରଖିଥିବା ବିପୁଳ ପରିମାଣର ଗଞ୍ଜେଇକୁ ଅଡ଼ବା ପୋଲିସ ରବିବାର ଜବତ କରିଛି । ଏକ ବିଶେଷ ସୂତ୍ରରୁ ଖବର ପାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri