କଏଦୀଙ୍କୁ ଅଶ୍ଳୀଳ ଫଟୋ ପଠାଉଥିଲେ ମହିଳା ପୋଲିସ, ପ୍ରତିବଦଳରେ ନେଇଛନ୍ତି ଏତିକି ଟଙ୍କା, ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଲଣ୍ଡନ,୧ା୩: କଏଦୀମାନଙ୍କୁ କିପରି ଜେଲ୍‌ ଭିତରକୁ ମୋବାଇଲ ଯୋଗାଇ ଦିଆଯାଉଛି ଏବଂ ସେମାନେ ଭିତରେ ଥାଇ ଅପରାଧ ଦୁନିଆରେ ଆତଙ୍କ ସୃଷ୍ଟି କରୁଛନ୍ତି, ତାହା ବହୁବାର ଦେଖିଥିବେ ବା ଶୁଣିଥିବେ। ବ୍ରିଟେନରେ ଠିକ୍‌ ଏହିଭଳି ଏକ ଘଟଣା ଘଟିଛି। ଯାହା ସମସ୍ତଙ୍କୁ ଚକିତ କରିଛି। ଏଠାରେ ଜେଲରେ ଥିବା ଜଣେ କଏଦୀଙ୍କଠାରୁ କେବଳ ଏକ ଫୋନ୍‌ ମିଳି ନ ଥିଲା, ଏହା ସହିତ ଜଣେ ମହିଳା ପୋଲିସଙ୍କ ଅଶ୍ଳୀଳ ଫଟୋ ମଧ୍ୟ ଦେଖିବାକୁ ମିଳିଥିଲା। ଯାହା ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

ଏକ ରିପୋର୍ଟ ଅନୁଯାୟୀ, ୨୫ ବର୍ଷୀୟା ରାଚେଲ ମାର୍ଟିନ ଏଚ୍‌ଏମ୍‌ପି ଗାଇଜ୍‌ ମାର୍ଶରେ ଜଣେ ଗାର୍ଡ଼ ଥିଲେ ଏବଂ ସେଠାରେ ସେ ରେମଣ୍ଡ ଆବ୍ରାହମ ନାମକ ଜଣେ ୪୦ ବର୍ଷୀୟ ଅନ୍ତେବାସୀଙ୍କ ସହ ପ୍ରେମସମ୍ପର୍କ ସ୍ଥାପନ କରିଥିଲେ। ଆଶ୍ଚର୍ଯ୍ୟଜନକ କଥା ହେଉଛି ରାଚେଲ ଆବ୍ରାହମଙ୍କର ଏକ ବଡ଼ ରହସ୍ୟ ବିଷୟରେ ଜାଣିଥିଲେ, ତଥାପି ସେ ଅନ୍ୟ କୌଣସି ପୋଲିସ କର୍ମଚାରୀଙ୍କୁ ଏ ବିଷୟରେ ଜଣାଇ ନ ଥିଲେ। ରହସ୍ୟ ଥିଲା ଆବ୍ରାହମଙ୍କ ପାଖରେ ମୋବାଇଲ ଥିବା ସତ୍ତ୍ୱେ ଅନ୍ୟ କୌଣସି ଜେଲ୍‌ କର୍ମଚାରୀ ଜାଣିପାରି ନ ଥିଲେ।

ଯେତେବେଳେ ସେହି ଫୋନ୍‌ ଖୋଜା ଯାଇଥିଲା, ସେଥିରୁ ରାଚେଲଙ୍କ ଅଶ୍ଳୀଳ ଫଟୋ ମିଳିଥିଲା। ପରେ ଜଣାପଡ଼ିଥିଲା ରାଚେଲ ସେହି ଫଟୋ ପଠାଇବା ପରିବର୍ତ୍ତେ ଆବ୍ରହମଙ୍କଠାରୁ ଟଙ୍କା ଲୁଟି ଚାଲିଥିଲେ। କେବଳ ଏତିକି ନୁହେଁ, ସେ ଜେଲରେ ଆବ୍ରାହମଙ୍କୁ ମହିଳା ପୋଷାକ ଯୋଗାଉଥିଲେ। ବୋର୍ନମାଉଥ କ୍ରାଉନ କୋର୍ଟରେ ଏହା ପ୍ରକାଶ ପାଇଥିଲା। ଉଭୟଙ୍କ ସମ୍ପର୍କ ୧ ନଭେମ୍ବର ୨୦୨୦ରୁ ଆରମ୍ଭ ହୋଇଥିଲା।ଏହି ସମୟରେ ରାଚେଲ ଆବ୍ରାହମଙ୍କଠାରୁ ଟଙ୍କା ଲୁଟି ନେଇଥିଲେ। ଯେତେବେଳେ ବ୍ୟାଙ୍କ ଟ୍ରାନ୍ସଫର ଏବଂ ନଗଦ ଜମା ହିସାବ କରାଯାଇଥିଲା, ସେତେବେଳେ ଜଣାପଡ଼ିଥିଲା, ରାଚେଲ ତାଙ୍କ ଫଟୋ ବଦଳରେ କଏଦୀଙ୍କ ଠାରୁ ମୋଟ୍‌ ୧୨ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭଞ୍ଜନଗରରେ ପରିବେଶ ଆଇନ୍ ସଚେତନତା ଶିବିର, ସାମିଲ ହେଲେ….

ଭଞ୍ଜନଗର,୩୧/୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ ହଲ୍‌ରେ ବୁଧବାର “Protect Today, Secure Tomorrow” ଶୀର୍ଷକ ଅଧୀନରେ ଏକ ପରିବେଶ...

ଭିଜିଲାନ୍ସ ଜାଲରେ ଛେଣ୍ଡିପଦା ଅତିରିକ୍ତ ତହସିଲଦାର, ୯ ହଜାର ଟଙ୍କା ପାଇଁ…

ଅନୁଗୋଳ,୩୧ା୧୨: ଜମି ମ୍ୟୁଟେସନ କେସ୍‌ ପାଇଁ ଲାଞ୍ଚ ନେବା ଅତିରିକ୍ତ ତହସିଲଦାରଙ୍କୁ ମହଙ୍ଗା ପଡ଼ିଛି। ବୁଧବାର ଅନୁଗୋଳ ଜିଲା ଛେଣ୍ଡିପଦା ତହସିଲର ଅତିରିକ୍ତ ତହସିଲଦାର ପ୍ରକାଶ...

ଉଷୁ କପ ପ୍ରତିଯୋଗିତାରେ ବଲାଙ୍ଗୀରକୁ ୩ ପଦକ, ଜିଲା ପ୍ରଶାସନ ପକ୍ଷରୁ ଖେଳାଳୀଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗୀର,୩୧/୧୨ -( ସୁନିଲ କୁମାର ମହାନ୍ତି): ଦ୍ବିତୀୟ ତମ ଜାତୀୟ ଫେଡେରେସନ ଉଷୁ କପ ପ୍ରତିଯୋଗିତା ଛତିଶଗଡ଼ ଠାରେ ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗୀତା...

ବାଇକ୍‌କୁ ଧକ୍କାଦେଲା ବାଇକ୍‌, ମହିଳାଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ): ୧୬ ନଂ ଜାତୀୟ ରାଜପଥ ଶନିମନ୍ଦିର ଛକଠାରେ ପୁଣି ଏକ ଦୁର୍ଘଟଣା ଘଟିଛି। ବିପଦସଙ୍କୁଳ ଛକ କୁହାଯାଉଥିବା ଏହି ଛକଠାରେ ବୁଧବାର ଅପରାହ୍ନରେ...

ଆଶ୍ଚର୍ଯ୍ୟ…ଚଳନ୍ତା ଯାତ୍ରୀବାହୀ ବସରୁ ଛିଡିପଡ଼ିଲା ଚକା, ଅଳ୍ପକେ ବର୍ତ୍ତିଲେ ୪୦ରୁ ଉର୍ଦ୍ଧ୍ବ ପର୍ଯ୍ୟଟକ  

ଦିଗପହଣ୍ଡି,୩୧|୧୨(ଅଶେଷ ନାଥ ମିଶ୍ର): ଏକ  ବଡ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା ଯାତ୍ରୀବାହୀ ବସ୍ ।ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟରାଜପଥର  ଗଣିଆନାଳ ଛକ...

ନୂଆବର୍ଷରୁ ଶନିଙ୍କ ସାଢେ ସାତ ଚାଲି ଆରମ୍ଭ; ଏହି ୩ ରାଶିର ଖରାପ ଟାଇମ ଷ୍ଟାର୍ଟ…

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହରାଜ ଶନିଙ୍କୁ କର୍ମଫଳ ଦାତା ଓ ନ୍ୟାୟ ପ୍ରଦାତା ଗ୍ରହ ଭାବେ ଗଣନା କରଯାଇଥାଏ । ଶନି ଯେତେବେଳେ ଗୋଟିଏ ରାଶିରେ ଦୀର୍ଘ...

କେମିତି ରହିବ ମୋଦି-ଟ୍ରମ୍ପଙ୍କ ୨୦୨୬? ଭବିଷ୍ୟବାଣୀରେ ଜଣାପଡିଲା ସତ!

୨୦୨୫ ବର୍ଷ ଶେଷ ହେବାକୁ ଯାଉଛି। ୨୦୨୬ ଏବେ ପାଖେଇ ଆସୁଛି। ୨୦୨୬ ବର୍ଷ ଲୋକଙ୍କ ପାଇଁ କିପରି ହେବ ସେ ବିଷୟରେ ଜ୍ୟୋତିଷମାନେ ଭବିଷ୍ୟବାଣୀ...

ରାଶିଫଳ ୨୦୨୬: ମେଷରୁ ମୀନ ରାଶି ପାଇଁ କିପରି କଟିବ ନୂତନ ବର୍ଷ, ସବୁ…

ନୂତନ ବର୍ଷ ନୂତନ ଆଶା ଏବଂ ନୂତନ ସୁଯୋଗ ସହିତ ଆରମ୍ଭ ହୁଏ। ଏହି ସମୟରେ ସମସ୍ତେ ଭାବନ୍ତି ଯେ ନୂଆ ବର୍ଷ କ’ଣ ହେବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri