Posted inଜାତୀୟ

ଜାଫରଙ୍କ ଘର ଉପରେ ଚଢିଲା ବୁଲ୍‌ଡୋଜର

ଲକ୍ଷ୍ନୌ,୧।୩:ଉତ୍ତର ପ୍ରଦେଶ ପ୍ରୟାଗରାଜରେ ଆଇନଜୀବୀ ଉମେଶ ପାଲଙ୍କ ହତ୍ୟା ଅଭିଯୁକ୍ତ ଜାଫର ଅହମଦଙ୍କ ଘର ବୁଧବାର ନଗରନିଗମ ପକ୍ଷରୁ ବୁଲ୍‌ଡୋଜର ଲଗାଇ ଭାଙ୍ଗିଦିଆଯାଇଛି। ଜାଫରଙ୍କ ଘରୁ ବନ୍ଧୁକ ସାଙ୍ଗକୁ ବହୁ ମରଣାସ୍ତ୍ର ପୋଲିସ ଜବତ କରିଛି। ଜେଲରେ ସଜା କାଟୁଥିବା ସମାଜବାଦୀ ପାର୍ଟି ନେତା ଆତିକ ଅହମଦଙ୍କ ଖାସ୍‌ ସହଯୋଗୀ ହେଉଛନ୍ତି ଜାଫର। ଜାଫରଙ୍କ ଘରେ ଅଭିଯୁକ୍ତମାନେ ଏକାଠି ହୋଇ ଉମେଶ ପାଲ୍‌ଙ୍କୁ ହତ୍ୟା କରିବାର ଯୋଜନା ପ୍ରସ୍ତୁତ କରିଥିବା ପୋଲିସ କହିଛି। ଘଟଣା ପରଠାରୁ ଜାଫର ଫେରାର୍‌ ଥିବା ଜଣାପଡ଼ିଛି। ବୁଧବାର ଆତିକଙ୍କ ଘରେ ପୋଲିସ ଚଢ଼ାଉ କରିଥିବାବେଳେ ଦୁଇଟି ଦାମୀ କାର୍‌ ଜବତ କରାଯାଇଛି। ତେବେ ଜାଫରଙ୍କ ଘର ବୁଲ୍‌ଡୋଜର ଲଗାଇ ଭଙ୍ଗଯିବା ପରେ ଉମେଶ ହତ୍ୟାକାଣ୍ଡରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତ ଗୁଡ୍ଡୁ ମୁସ୍‌ଲିମ୍‌, ନାଫିଜ, ଅର୍ମାନଳ ସଦାକତ ଏବଂ ଘୁଲାମଙ୍କ ଘରେ ବୁଲ୍‌ଡୋଜର ଆକ୍ସନ ନିଆଯିବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ସୋମବାର ୟୁପି ପୋଲିସ ଏନ୍‌କାଉଣ୍ଟରରେ ହତ୍ୟାକାଣ୍ଡର ଅନ୍ୟତମ ଅଭଯୁକ୍ତ ଅର୍ବାଜ୍‌ଙ୍କ ମୃତ୍ୟୁ ଘଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ ସଭା ନିର୍ବାଚନ: ଝାଡ଼ଖଣ୍ଡରେ କଂଗ୍ରେସକୁ ଲାଗିଲା ଶକ୍ତ ଧକ୍କା

ରାଞ୍ଚି,୧୮।୬: ଭାରତୀୟ ଜନତା ପାର୍ଟି (ଭାଜପା)ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (NDA) ଝାଡ଼ଖଣ୍ଡରେ ‘ଇଣ୍ଡିଆ’ ମେଣ୍ଟର ଗଡ଼ ଭାଙ୍ଗିଛି। ରାଜ୍ୟ ସଭା ନିର୍ବାଚନରେ ସ୍ବାଧୀନ ପ୍ରାର୍ଥୀ ପରିମଳ…

ଲିଫ୍ଟ ବାହାନାରେ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ: କାବୁ କରି ଉତ୍ତମମଧ୍ୟମ ଦେଲେ ସ୍ଥାନୀୟ ଲୋକେ, ଅଭିଯୁକ୍ତ…

ବାଲେଶ୍ୱର, ୧୮।୬ (ବାଞ୍ଛାନିଧି ଦେ): ବାଲେଶ୍ବର ଯିବା ବେଳେ ୧୬ ନମ୍ବର ଜାତୀୟ ରାଜପଥ ଉପରେ ଜଣେ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ କରାଯାଇଥିବା ଭଳି ଏକ ସଙ୍ଗୀନ…

୨୦୬୪ ସୁଦ୍ଧା ଅଧା କମିଯିବ କି ବିଶ୍ୱର ଜନସଂଖ୍ୟା? ବୈଜ୍ଞାନିକମାନେ ଦେଲେ ବଡ଼ ଚେତବାନୀ

ଓ୍ବାଶିଂଟନ,୧୮।୬: ଏକ ନୂତନ ଅନ୍ତର୍ଜାତୀୟ ଅଧ୍ୟୟନ ବିଶ୍ୱରେ ଜଳବାୟୁ ପରିବର୍ତ୍ତନ, ମହାମାରୀ ଏବଂ ଯୁଦ୍ଧ ଭଳି ବିପଦ ସମ୍ପର୍କରେ ଏକ ଆଶ୍ଚର୍ଯ୍ୟଜନକ ଦାବି କରିଛି। ଗବେଷଣା ଆକଳନ…

ସୂଚନା ଅଧିକାର ଆଇନ ଉଲ୍ଲଂଘନ: ପ୍ରଥମ ଅପିଲ୍‌ ପରେ ବି ମିଳୁନି ସୂଚନା

କର୍ଲାମୁଣ୍ଡା,୧୮ା୬(ପ୍ରଦୀପ କୁମାର ସାହୁ): ସରକାରୀ କାର୍ଯ୍ୟରେ ସ୍ବଚ୍ଛତା ଆଣିବା, ଦୁର୍ନୀତି କମାଇବା, ଜନସାଧାରଣଙ୍କୁ ଅଧିକାର ଦେବା ତଥା ଲୋକେ ସରକାରୀ କାର୍ଯ୍ୟ, ଯୋଜନା, ଫାଇଲ ଅବସ୍ଥା, ଖର୍ଚ୍ଚ…

ସରକାରଙ୍କ ବଡ଼ ପଦକ୍ଷେପ: ୭୦୭ ଦୁର୍ଗମ ଗାଁରେ ବସିବ ୪ଜି ଟାୱାର

ଭୁବନେଶ୍ୱର,୧୮।୬: ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଓଡ଼ିଶାର ୭୦୭ଟି ଦୁର୍ଗମ ଗାଁରେ ୪ଜି ଟାୱାର ସ୍ଥାପନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏନେଇ ଇଲେକ୍ଟ୍ରୋନିକ୍ସ ଓ ସୂଚନା…

Delhi High Court on Telegram: ‘ଆତଙ୍କବାଦୀ କାର୍ଯ୍ୟ ପାଇଁ ବ୍ୟବହାର କରାଯାଏ ଟେଲିଗ୍ରାମ’

ନୂଆଦିଲ୍ଲୀ,୧୮।୬: ଦିଲ୍ଲୀ ହାଇକୋର୍ଟ ସିଧାସଳଖ ମେସେଜିଂ ପ୍ଲାଟଫର୍ମ ଟେଲିଗ୍ରାମକୁ ପଚାରିଛନ୍ତି ଯେ ଏହାର ପ୍ଲାଟଫର୍ମର ପ୍ରକୃତ-ସମୟରେ ନଜର ରଖିବା ପାଇଁ କ’ଣ ବ୍ୟବସ୍ଥା ଅଛି। କୋର୍ଟ ଜାଣିବାକୁ…

ଫୋନ ଉଠାଇଲେ ଟଙ୍କା ମାଗୁଛନ୍ତି: ଧର୍ମଗଡ଼ ରେଞ୍ଜରଙ୍କ ବିସ୍ଫୋରକ ବୟାନକୁ ନେଇ ହଇଚଇ

ଭବାନୀପାଟଣା,୧୮।୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଧର୍ମଗଡ଼ ରେଞ୍ଜର ଭବାନୀ ଶଙ୍କର କଅଁର ଗୁରୁବାର ଏକ ବିସ୍ପୋରକ ବୟାନ ଦେଇଛନ୍ତି। ଖବରଦାତାମାନେ ତାଙ୍କୁ ଫୋନ କଲେ ସେ…

୭ ଦିନରେ କାର୍ଯ୍ୟାନୁଷ୍ଠାନ ନ ହେଲେ SP ଅଫିସ ଆଗରେ ଧାରଣା ଦେବି: DGP-IGଙ୍କୁ ଚିଠି ଲେଖି ଚେତାବନୀ ଦେଲେ ଚାମେଲି…

ମହାକାଳପଡ଼ା,୧୮।୬(ପ୍ରତାପ ଚନ୍ଦ୍ର ସ୍ବାଇଁ): ନ୍ୟାୟ ପାଇଁ ଏବେ ପୋଲିସର ବରିଷ୍ଠ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଛନ୍ତି ଚାମେଲି। ବିଡିଓଙ୍କ କାର୍ଯ୍ୟାଳୟରେ ଅସଦାଚରଣ ସହ ଧମକ ଦିଆଯାଇଥିବା ନେଇ ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri