ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ, ମୁଣ୍ଡ ଜାମିନ ପାଇଁ ଘୋଷଣା ହୋଇଥିଲା ୪ ଲକ୍ଷ ଟଙ୍କା

କୋରାପୁଟ,୨ା୧୨(ସ୍ବ.ପ୍ର.): ବୁଧବାରଠାରୁ ମାଓବାଦୀଙ୍କ ପିଏଲଜିଏ ସପ୍ତାହ ଆରମ୍ଭ ହୋଇଥିବାବେଳେ ମାଓବାଦୀଙ୍କ ଟପ୍‌ ନେତା ତଥା ଏଓବିଏସଜେଡସିର କେନ୍ଦ୍ରୀୟ କମିଟିର ବରିଷ୍ଠ ନେତା ରାମକ୍ରୀଷ୍ଣାଙ୍କ ଅଙ୍ଗରକ୍ଷୀ ତଥା ଏସିଏମ ର଼୍ୟାଙ୍କର ରାମେ ମାଡକାମୀ କୋରାପୁଟ ଜିଲା ଆରକ୍ଷୀ ଅଧୀକ୍ଷକ ମୁକେଶ ଭାମୁଙ୍କ ପାଖରେ ଆତ୍ମସମର୍ପଣ କରିଛନ୍ତି। ତାଙ୍କ ନାମରେ ରାଜ୍ୟ ସରକାରଙ୍କ ପକ୍ଷର ୪ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରାଯାଇଥିଲା। ରାମେ ମାଓବାଦୀଙ୍କ କାର୍ଯ୍ୟକଳାପରେ ଅସନ୍ତୁଷ୍ଟ ପ୍ରକାଶ କରି ଏବଂ ରାଜ୍ୟ ସରକାରଙ୍କ ଚିତ୍ରକୋଣ୍ଡା ନିକଟ ବିଚ୍ଛିନ୍ନାଞ୍ଚଳର ଯୋଗାଯୋଗ କରିବା ନିମନ୍ତେ ଗୁରୁପ୍ରିୟା ସେତୁ ନିର୍ମାଣ , ସେଠାରେ ପୋଲିସ ଓ ବିଏସଫର କ୍ୟାମ୍ପ୍‌ ଗଠନ ସହ ସରକାରଙ୍କ ବିଭିନ୍ନ ବିକାଶମୁଳକ ଓ ଲୋକ କଲ୍ୟାଣ କାର୍ଯ୍ୟ ଦେଖି ଆତ୍ମସମର୍ପଣ କରିବାକୁ ମନସ୍ଥ କଲେ ବୋଲି ପ୍ରକାଶ କରିଛନ୍ତି।
କୋରାପୁଟ ଜିଲା ଅଧୀକ୍ଷକ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ କୋରାପୁଟ ଏସ୍‌ପି ଏହା ସୂଚନା ଦେଇଛନ୍ତି। ଆମତ୍ସମର୍ପଣ କରିବା ପରେ ରାମେଙ୍କୁ ଏସ୍‌ପି ପୁଷ୍ପଗୁଛ ଦେଇ ସ୍ବାଗତ କରିବା ସହ ରାଜ୍ୟ ସରକାରଙ୍କ ନିୟମ ଅନୁଯାୟୀ ରହିଥିବା ସମସ୍ତ ସୁବିଧା ଓ ସହାୟତା ତାକୁ ପ୍ରଦାନ କରାଯିବ ବୋଲି ଏହି ଅବସରରେ ଏସ୍‌ପି ସୂଚନା ଦେଇଥିଲେ ା

ସୂଚନାଯୋଗ୍ୟ, ରାମେ ମାଡକାମୀଙ୍କ ଘର ମାଲକାନାଗିରି ଜିଲା କାଲିମେଳା ଥାନା ଅନ୍ତର୍ଗତ କୁରୁବୁ ଗ୍ରାମ ହୋଇଥିବାବେଳେ ସେ ଗତ ୨୦୧୩ ମସିହାରେ ମାଓବାଦୀଙ୍କ ସଂଗଠନରେ ଯୋଗଦେଇଥିଲେ। ପରେ ସେ ୩୦୩ ବନ୍ଧୁକ ଚଳାଇବା ସହ ବିଭିନ୍ନ କାର୍ଯ୍ୟ ସଫଳତା ହାସଲ କରିବା ପରେ ତାଙ୍କ ଏସିଏମ୍‌ ର଼୍ୟାଙ୍କ ପଦୋନ୍ନତି କରାଯିବା ସହ ତାଙ୍କୁ ଇନସାସ ରାଇଫଲ ଚଳାଇବା ତାଲିମ ପ୍ରଦାନ କରାଯାଇଥିଲା ା ସେ ପଡ଼ିଆ ଥାନା ଅନ୍ତର୍ଗତ ସିଲାକଟା ଜଙ୍ଗଲରେ ଗୁଳିବିନିମୟ, ଚିତ୍ରକୋଣ୍ଡାର ପାନପଦର ଓ ରାମଗୁଡ଼ାଠାରେ ଗୁଳିବିନିମୟ, ଜଡାମ୍ବ ଗ୍ରାମରେ ଗୁଳିବିନିମୟ, ମୁଦୁଲିପଡ଼ା ପୋଲିଥାନାର ଖାଲଗୁଡ଼ା, ଗୋଇଗୁଡା ଗ୍ରାମରେ ପୋଲିସ ସହ ଗୁଳିବିନିମୟ ସମେତ ମାଲକାନାଗରି ଓ କୋରାପୁଟ ଜିଲାରେ ବିଭିନ୍ନ ମାଓବାଦୀ କାର୍ଯ୍ୟକଳାପରେ ସାମିଲ ଥିବା ଏସ୍‌ପି ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri