ଭବାନୀପାଟଣା,୨୩।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଚଞ୍ଚରାବାଡି ଛକ ନିକଟରେ ଗୁରୁବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ଟ୍ରକ ଧକ୍କାରେ ଜଣେ ମହିଳା ଫରେଷ୍ଟରଙ୍କ ମୃତ୍ୟୁ ହୋଇଛି। ମୃତ ମହିଳା ଫରେଷ୍ଟରଙ୍କ ନାମ ଝୁନୁବାଳା ସାହୁ ହୋଇଥିବାବେଳେ ସେ ଧର୍ମଗଡ଼ ରେଞ୍ଜରେ କାର୍ଯ୍ୟରତ ଥିଲେ ।
ଅପରାହ୍ନରେ କାର୍ଯ୍ୟସାରି ଧର୍ମଗଡ଼ରୁ ସ୍କୁଟିରେ ଭବାନୀପାଟଣା ନିଜ ଘରକୁ ଯାଉଥିବାବେଳେ ବାଟରେ ଚଞ୍ଚରାବାଡି ଛକ ନିକଟରେ ଏକ ଟ୍ରକ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ପୋଲିସ ଦୁର୍ଘଟଣା ଘଟାଇ ଥିବା ଟ୍ରକକୁ ଜବତ କରିଥିବାବେଳେ ଏ ନେଇ ଅଧିକ ତଦନ୍ତ ଜାରି ରଖିଛି ।