ନୂଆଦିଲ୍ଲୀ,୧୪।୯: ଭାରତୀୟ ମହିଳା ବକ୍ସର ଜସ୍ମିନ ଲମ୍ବୋରିଆ ବିଶ୍ୱ ବକ୍ସିଂ ଚାମ୍ପିୟନସିପରେ ଏକ ଐତିହାସିକ ସଫଳତା ହାସଲ କରିଛନ୍ତି। ୫୭ କେଜି ଓଜନ ବର୍ଗରେ ସେ ପୋଲାଣ୍ଡର ଜୁଲିଆ ସେରେମେଟାଙ୍କୁ ୪-୧ ସ୍କୋରରେ ପରାସ୍ତ କରି ସ୍ବର୍ଣ୍ଣ ପଦକ ଜିତିଛନ୍ତି।
ଏହା ପୂର୍ବରୁ ଭାରତୀୟ ମହିଳା ବକ୍ସର ପୂଜା ରାଣୀ ବ୍ରୋଞ୍ଜ ପଦକ ଏବଂ ନୁପୁର ରୌପ୍ୟ ପଦକ ଜିତି ଦେଶ ପାଇଁ ଗୌରବ ଆଣିଥିଲେ। ଜସ୍ମିନଙ୍କର ଏହି ସ୍ବର୍ଣ୍ଣ ବିଜୟ ଭାରତୀୟ ବକ୍ସିଂ ଜଗତରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛି।


