ଏସିଆ କପ୍‌: ଆଜି ଭାରତ-ପାକିସ୍ତାନ ହାଇ-ଭୋଲଟେଜ୍ ମ୍ୟାଚ୍

ଦୁବାଇ,୧୪ା୯: ଏସିଆ କପ୍‌ ଟି୨୦ କ୍ରିକେଟ୍‌ ଟୁର୍ନାମେଣ୍ଟର ଗ୍ରୁପ୍‌-ଏ’ରେ ରବିବାର ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ୍‌ ଷ୍ଟାଡିୟମରେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ପରସ୍ପରକୁ ଭେଟିବାକୁ ଯାଉଛନ୍ତି। ଏହି ହାଇ ଭୋଲ୍‌ଟେଜ୍‌ ମ୍ୟାଚ୍‌କୁ ନେଇ ଦୁଇ ଦେଶ ମଧ୍ୟରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇଛି। ଗତ ଏପ୍ରିଲ ୨୨ ତାରିଖରେ ଜମ୍ମୁ-କଶ୍ମୀରର ପହଲଗାମ ଆତଙ୍କବାଦୀ ଆକ୍ରମଣରେ ୨୬ ପର୍ଯ୍ୟଟକ ପ୍ରାଣ ହରାଇଥିଲେ। ମୃତକଙ୍କ ମଧ୍ୟରେ ସମସ୍ତେ ପୁରୁଷ ଥିଲେ। ଜବାବରେ ଭାରତ ପକ୍ଷରୁ ଅପରେଶନ ସିନ୍ଦୂର କରାଯାଇଥିଲା। ଏହି ଘଟଣାକୁ ୫ ମାସ ପୂରି ନଥିବା ବେଳେ ଦୁଇ ଦେଶ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍‌କୁ ପ୍ରବଳ ବିରୋଧ କରାଯାଉଛି। ମୃତକଙ୍କ ପରିବାରବର୍ଗଙ୍କ ପକ୍ଷରୁ ମ୍ୟାଚ୍‌କୁ ବର୍ଜନ କରିବାକୁ ଦାବି କରାଯାଉଛି। ପହଲଗାମ ଆକ୍ରମଣରେ ପ୍ରାଣ ହରାଇଥିବା ଶୁଭମ ଦ୍ୱିବେଦୀଙ୍କ ସ୍ତ୍ରୀ ଐଶାନ୍ୟା ଦ୍ୱିବେଦୀ କହିଛନ୍ତି ଯେ, ପାକିସ୍ତାନ ସହ ଭାରତ ମ୍ୟାଚ୍‌ ଖେଳିବା ଉଚିତ ନୁହେଁ। ପହଲଗାମରେ ପ୍ରାଣ ହରାଇଥିବା ୨୬ ଜଣଙ୍କ ପ୍ରତି ବିସିସିଆଇର କୌଣସି ସକାରାତ୍ମକ ମନୋଭାବ ନଥିଲା ଭଳି ମନେହେଉଛି। ସେମାନଙ୍କ ପରିବାରର କେହି ପ୍ରାଣ ହରାଇ ନ ଥିବାରୁ ସେମାନଙ୍କ ଲାଗି ଏହା ମୂଲ୍ୟହୀନ। କ୍ରିକେଟରମାନେ କାହିଁକି ପାକିସ୍ତାନ ସହ ଖେଳୁଛନ୍ତି। ଖେଳାଳିମାନେ ମଧ୍ୟ ନିଜ ପକ୍ଷ ରଖିପାରିବେ। ଏପରିକି ମ୍ୟାଚ୍‌ ବାତିଲ ପାଇଁ ସୁପ୍ରିମକୋର୍ଟରେ ମଧ୍ୟ ଏକ ଆବେଦନ ଦାଖଲ କରାଯାଇଥିଲା। ଏଥିରେ ଉଲ୍ଲେଖ କରାଯାଇଥିଲା ଯେ, କ୍ରିକେଟ୍‌ ଦୁଇ ଦେଶ ମଧ୍ୟରେ ବନ୍ଧୁତା ଓ ସମନ୍ବୟକୁ ଦର୍ଶାଏ। କିନ୍ତୁ ଆମ ସୈନ୍ୟମାନେ ବଳିଦାନ ଦେଉଥିବା ବେଳେ ଆତଙ୍କବାଦୀଙ୍କୁ ଆଶ୍ରୟ ଦେଉଥିବା ଦେଶ ସହ ମ୍ୟାଚ୍‌ ଖେଳିବା ଭୁଲ ବାର୍ତ୍ତା ଦେବ ଏବଂ ସଶସ୍ତ୍ର ବାହିନୀର ମନୋବଳକୁ ଦୁର୍ବଳ କରିବ। କିନ୍ତୁ ସୁପ୍ରିମକୋର୍ଟ ଆବେଦନକୁ ଖାରଜ କରିଥିଲେ। ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ମଧ୍ୟ ମ୍ୟାଚ୍‌କୁ ବିରୋଧ କରାଯାଉଛି। ଶିବ ସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ କହିଛନ୍ତି ଯେ, ଯୁଦ୍ଧ ଓ କ୍ରିକେଟ୍‌ ଏକା ସମୟରେ କେମିତି ଚାଲିପାରିବ। ସେମାନେ ଦେଶଭକ୍ତିକୁ ଏକ ବ୍ୟାପାର କରିଦେଇଛନ୍ତି। ସେମାନଙ୍କୁ କେବଳ ଟଙ୍କା ଦରକାର। ଅନ୍ୟପକ୍ଷରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ପ୍ରକାଶ କରିଛନ୍ତି ଯେ, ଏସିସି ଓ ଆଇସିସି ଦ୍ୱାରା ଯେତେବେଳେ ବହୁଦେଶୀୟ ଟୁର୍ନାମେଣ୍ଟ ଆୟୋଜନ କରାଯାଏ, ସେତେବେଳେ ମ୍ୟାଚ୍‌ ଖେଳିବା ବାଧ୍ୟବାଧକତା ହୋଇଯାଏ। ଯଦି ସେମାନେ ମ୍ୟାଚ୍‌ ଖେଳିବେ ନାହିଁ, ତେବେ ସେମାନଙ୍କୁ ଟୁର୍ନାମେଣ୍ଟରୁ ବିଦାୟ ନେବାକୁ ପଡ଼ିବ। ସେମାନଙ୍କୁ ମ୍ୟାଚ୍‌ରୁ ଓହରିବାକୁ ପଡ଼ିବ ଓ ପ୍ରତିପକ୍ଷ ଦଳକୁ ପଏଣ୍ଟ୍ସ ମିଳିବ। କିନ୍ତୁ ପାକିସ୍ତାନ ସହ ଭାରତ କୌଣସି ଦ୍ୱିପାକ୍ଷିକ ଟୁର୍ନାମେଣ୍ଟ ଖେଳେ ନାହିଁ। ତେବେ ଉଭୟ ଭାରତ ଓ ପାକିସ୍ତାନ ଏସିଆ କପ୍‌ ଟୁର୍ନାମେଣ୍ଟରେ ବିଜୟ ସହ ଅଭିଯାନ ଆରମ୍ଭ କରିଛନ୍ତି। ଦୁଇ ଦଳ ଯଥାକ୍ରମେ ସେମାନଙ୍କ ପ୍ରଥମ ମ୍ୟାଚ୍‌ରେ ୟୁଏଇ ଓ ଓମାନକୁ ହରାଇଛନ୍ତି। ଦୁଇ ଦଳ ଏହି ଟୁର୍ନାମେଣ୍ଟରେ ସର୍ବାଧିକ ୩ ଥର ପରସ୍ପରକୁ ଭେଟିପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମିକାଙ୍କ ସହ ନୂଆ ଲୁକରେ ନଜର ଆସିଲେ ହାର୍ଦ୍ଦିକ ପାଣ୍ଡ୍ୟା

ନୂଆଦିଲ୍ଲୀ,୨।୮: ହାର୍ଦ୍ଦିକ ପାଣ୍ଡ୍ୟା ସମ୍ପ୍ରତି ଚର୍ଚ୍ଚାର ବିଷୟ ହୋଇଛନ୍ତି, ରିପୋର୍ଟ ଅନୁସାରେ ସେ ମୁମ୍ବାଇ ଇଣ୍ଡିଆନ୍ସରୁ ଅଲଗା ହୋଇପାରନ୍ତି। IPL 2027 ନିଲାମ ପୂର୍ବରୁ ସେ ଚେନ୍ନାଇ…

ଶେଷ ହେବ ଆମେରିକା-ଇରାନ ଯୁଦ୍ଧ? ଚୁକ୍ତିନାମାରେ ହର୍ମୁଜ ସମ୍ପର୍କରେ କ’ଣ ନିଷ୍ପତ୍ତି ନିଆଯାଇଥିଲା, ଜାଣନ୍ତୁ

ଓ୍ବାଶିଂଟନ,୨।୮: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ହର୍ମୁଜ ପ୍ରଣାଳୀ ପ୍ରସଙ୍ଗରେ ଇରାନ ଉପରେ ଆକ୍ରମଣ କରିବା କଥା କହିଛନ୍ତି। ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ, ଟ୍ରୁଥ…

ଗୋଟିଏ ଦିନରେ ୧୬ ପଦକ ଜିତି ଇତିହାସ ରଚିଲା ଭାରତ

ନୂଆଦିଲ୍ଲୀ,୨।୮: ରାଜ୍ୟଗୋଷ୍ଠୀ କ୍ରୀଡାରେ ଶନିବାର ଭାରତ ମୋଟ ୧୬ ଟି ପଦକ ଜିତିଥିଲା, ଯେଉଁଥିରେ ୮ ଟି ସ୍ବର୍ଣ୍ଣ ପଦକ ସାମିଲ ଥିଲା। ସବୁଠାରୁ ଚମତ୍କାର ପ୍ରଦର୍ଶନ…

ମସ୍କୋରେ ବୋମା ବିସ୍ଫୋରଣ; ୩ ମୃତ ୨୧ ଆହତ

ମସ୍କୋ,୨।୮: ଶନିବାର ସାରେ (ଅଗଷ୍ଟ ୧) ରୁଷିଆର ରାଜଧାନୀ ମସ୍କୋର ଏକ ରେଷ୍ଟୁରାଣ୍ଟ ନିକଟରେ ବିସ୍ଫୋରଣରେ ତିନି ଜଣ ପ୍ରାଣ ହରାଇଛନ୍ତି ଏବଂ ଅନ୍ୟ ୨୧ ଜଣ…

ଆଣ୍ଟାର୍କଟିକାର କୋନ୍‌କୋର୍ଡିଆରେ ୧୬ ବର୍ଷର ରେକର୍ଡ ଥଣ୍ଡା

ନୂଆଦିଲ୍ଲୀ, ୨ା୮: ଉତ୍ତର ଗୋଲାର୍ଦ୍ଧର ଦେଶଗୁଡ଼ିକ (ୟୁରୋପ, ଉତ୍ତର ଆମେରିକା, ଏସିଆ) ଗ୍ରୀଷ୍ମକାଳୀନ ପ୍ରଚଣ୍ଡ ତାପମାତ୍ରା ଓ ଗ୍ରୀଷ୍ମ ପ୍ରବାହର ସମ୍ମୁଖୀନ ହେଉଥିବା ବେଳେ ଦକ୍ଷିଣ ଗୋଲାର୍ଦ୍ଧରେ…

ସପିଂ ସେଣ୍ଟରରେ ଆଖିବୁଜା ଗୁଳି ଚାଳନା, ୩ ମୃତ

ଓ୍ବାଶିଂଟନ,୨।୮: ଆମେରିକାରେ ଗୁଳିକାଣ୍ଡ ଘଟଣା ବଢ଼ିବାରେ ଲାଗିଛି। ସଦ୍ୟତମ ଘଟଣାଟି ଆଇଡାହୋର ଟ୍ବିନ ଫଲ୍ସ ସହରରେ ଘଟିଛି, ଯେଉଁଠାରେ ଶନିବାର ଅପରାହ୍ନରେ ଜଣେ ଆକ୍ରମଣକାରୀ ଏକ ସପିଂ…

୨୦ ବର୍ଷ ପରେ କୋଲକାତା ଫେରିଲେ ତସଲିମା ନାସରିନ; ହେଲେ ପରିସ୍ଥିତି ହେଲା ଅଶାନ୍ତ, କାହିଁକି ଜାଣନ୍ତୁ

କୋଲକାତା,୨।୮: ପ୍ରାୟ ଦୁଇ ଦଶନ୍ଧି ପରେ ତସଲିମା ନାସରିନ ପୁଣି ଥରେ କୋଲକାତାରେ ପହଞ୍ଚିଛନ୍ତି। ସେ ମନ୍ତବ୍ୟ ଦେଇଥିଲେ ଯେ ତାଙ୍କର ପ୍ରତ୍ୟାବର୍ତ୍ତନ ପ୍ରମାଣ କରେ ଯେ…

Plane Crash: ଭୟଙ୍କର ବିମାନ ଦୁର୍ଘଟଣା, ୧୩ ମୃତ, ଦେଖନ୍ତୁ ଭୟଙ୍କର Video

ଲିମା,୨।୮: ଶନିବାର ଦକ୍ଷିଣ ଆମେରିକୀୟ ଦେଶ ପେରୁରେ ଏକ ବଡ଼ ବିମାନ ଦୁର୍ଘଟଣା ଘଟିଛି, ଯାହା ଫଳରେ ୧୩ ଜଣଙ୍କର ମୃତ୍ୟୁ ହୋଇଛି। ରିପୋର୍ଟ ଅନୁଯାୟୀ ବିମାନଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri