ରାସ୍ତା ନିର୍ମାଣର ଶେଷ ପର୍ଯ୍ୟାୟରେ ଗଛକଟା

ଚଣ୍ଡିଖୋଲ,୨୫ା୧(ଡି.ଏନ.ଏ.): ଚାରବାଟିଆ ପୂର୍ତ୍ତ ବିଭାଗ ଅନ୍ତର୍ଗତ ବଡ଼ଚଣା ଉପଖଣ୍ଡରେ ରାସ୍ତା ନିର୍ମାଣରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ବିଭାଗୀୟ ଅଧିକାରୀଙ୍କ ଠିକାଦାର ପ୍ରୀତି ପାଇଁ ଏଭଳି ଅବସ୍ଥା ସୃଷ୍ଟି ହୋଇଥିବା ଲୋକେ ଅଭିଯୋଗ କରିଛନ୍ତି। ଏହି ବିଭାଗ ଅଧୀନରେ ନିର୍ମାଣ ଚାଲିଥିବା ବାଲିଚନ୍ଦ୍ରପୁର-ବେଣୀପୁର ରାସ୍ତା ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଏବେ ରାସ୍ତା ପାଶର୍‌ବ ଗଛ କଟା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ସୂଚନା ଅନୁଯାୟୀ, ବାଲିଚନ୍ଦ୍ରପୁର-ବେଣୀପୁର ରାସ୍ତାକୁ ୨୦୧୯ ନଭେମ୍ବରରେ ଜଳ ସମ୍ପଦ ବିଭାଗ ପକ୍ଷରୁ ପୂର୍ତ୍ତ ବିଭାଗକୁ ହସ୍ତାନ୍ତର କରାଯାଇଥିଲା। ଏଥିପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ ଆକଳନ କରାଯାଇ ୧୦ କିଲୋମିଟର ୨ଶହ ମିଟର ରାସ୍ତାକୁ ଦୁଇଟି ପର୍ଯ୍ୟାୟରେ ଟେଣ୍ଡର କରାଯାଇଥିଲା। ଏହାକୁ ୧୧ କି.ମି. ୨ଶହ ମିଟର କରାଯାଇ ୨୦୨୧ ଫେବୃୟାରୀ ୨୪ରେ ପୂର୍ତ୍ତ ବିଭାଗ, ବନ ବିଭାଗ, ବିଦ୍ୟୁତ୍‌ ବିଭାଗ ଓ ପାନୀୟ ଜଳ ଯୋଗାଣ ବିଭାଗ ପକ୍ଷରୁ ମିଳିତ ସର୍ଭେ କରାଯାଇ ୫୫ଟି ଗଛ କଟାଯାଇ ରାସ୍ତା ପ୍ରଶସ୍ତୀକରଣ କରାଯିବ ବୋଲି ସ୍ଥିର କରାଯାଇଥିଲା। ସେଥିପାଇଁ ରାସ୍ତାକଡ଼ରେ ଥିବା ବିଦ୍ୟୁତ୍‌ ଖୁଣ୍ଟ ଓ ନଳକୂପ ଉଠାଯିବ ବୋଲି ସ୍ଥିର କରାଯାଇଥିଲା। ରାସ୍ତାର ଦୁଇଟି ଖଣ୍ଡକୁ ୯ କୋଟି ୯୭ ଲକ୍ଷ ୩୬ ହଜାର ଟଙ୍କା ଲେଖାଏ ୧୯କୋଟି ୯୪ଲକ୍ଷ ୭୨ ହଜାର ମୋଟ ରାସ୍ତା ନିର୍ମାଣରେ ଖର୍ଚ୍ଚ କରାଯିବ ବୋଲି ବିଭାଗ ପକ୍ଷରୁ ଆକଳନ କରାଯାଇ ଟେଣ୍ଡର ହୋଇଥିଲା। ଏହି ରାସ୍ତାର ଚଉଡ଼ା ୮ .୫ ମିଟର କରାଯିବ ବୋଲି ସ୍ଥିର କରାଯାଇ କାର୍ଯ୍ୟ ଆରମ୍ଭ କରାଯାଇଥିଲା। ଗଛ କାଟିବା ପାଇଁ ବନ ନିଗମ ପକ୍ଷରୁ ୧୨ ଲକ୍ଷ ୫୫ ହଜାର ଓ ବିଦ୍ୟୁତ୍‌ ବିଭାଗ ପକ୍ଷରୁ ରାସ୍ତା କଡ଼ରୁ ଖୁଣ୍ଟ ଓ ଟ୍ରାନ୍ସଫାର୍ମର ଉଠାଇବା ପାଇଁ ୩ କୋଟି ୨୧ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ ବୋଲି ପୂର୍ତ୍ତ ବିଭାଗକୁ ପ୍ରସ୍ତାବ ଦିଆଯାଇଥିଲା। ଏବେ ରାସ୍ତା କାର୍ଯ୍ୟ କରୁଥିବା ଠିକା ସଂସ୍ଥା ବାଲିଚନ୍ଦ୍ରପୁରଠାରୁ କଳାଶ୍ରୀ ପର୍ଯ୍ୟନ୍ତ ପିଚୁ କାମ ଶେଷ କରିସାରିଲାଣି। ସେହିଭଳି କଳାଶ୍ରୀଠାରୁ ବେଣୀପୁର ପର୍ଯ୍ୟନ୍ତ ପିଚୁ କାମ ଆରମ୍ଭ ହୋଇ ସାରିଲାଣି। ଯେଉଁଠି ରାସ୍ତା କଡ଼ରେ ଗଛ ଥିଲା ସେପରି ଅଛି। ରାସ୍ତାର ଚଉଡ଼ା କମ୍‌ କରି ସେଠାରେ ଠିକାଦାର ୬.୫ମିଟର କରିଛନ୍ତି। ମାତ୍ର ଏବେ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଗଛ କଟାହେଉଛି। ଗତ ଡିସେମ୍ବରରେ ପୂର୍ତ୍ତ ବିଭାଗ ବନ ନିଗମ ନିକଟରେ ଟଙ୍କା ଜମା କରିବା ପରେ ଏହି ଗଛ କଟା ଆରମ୍ଭ ହୋଇଛି। ଏ ସମ୍ପର୍କରେ ବନ ନିଗମର ନିର୍ଦ୍ଦେଶକ ଜଗନ୍ନାଥ ସ୍ବାଇଁଙ୍କୁ ପଚାରିବାରୁ ସେ କୁହନ୍ତି, ପୂର୍ତ୍ତ ବିଭାଗ ପକ୍ଷରୁ ଗତ ମାସରେ ଆମ ନିକଟରେ ଗଛ କାଟିବା ପାଇଁ ପଇସା ଜମା କରାଯାଇଥିଲା। ସେଥି ପାଇଁ ବିଳମ୍ବ ହୋଇଛି। ଆମେ ଯେତିକି ଗଛ କାଟିବୁ ତା’ର ୧୦ ଗୁଣ ଗଛ ଲଗାଇବୁ। ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ପ୍ରଫୁଲ୍ଲ କୁମାର ବେହେରାଙ୍କୁ ପଚାରିବାରୁ ସେ କୁହନ୍ତି, ଗଛ କାଟିବା ବିଳମ୍ବ ହୋଇଛି। ପୁନର୍ବାର ରାସ୍ତା ସମ୍ପ୍ରସାରଣ ସମୟରେ ଏହା କାର୍ଯ୍ୟରେ ଲାଗିବ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri