ଭାବ ଲଗାଇଲେନି ଭାବବିନୋଦିଆ

ଅନୁଗୋଳ ଅଫିସ, ୨୮।୧୧
ଦୀର୍ଘ ୨୫ ବର୍ଷ ପରେ ଶୁକ୍ରବାର ଅତି ଦୁର୍ଲଭ ନାଗାର୍ଜୁନ ବେଶରେ ସଜ୍ଜିତ ହୋଇଥିଲେ ଶ୍ରୀଜୀଉ। ଅନୁଗୋଳ ଶୈଳଶ୍ରୀକ୍ଷେତ୍ରରେ ଏହା ଥିଲା ତିନିଠାକୁରଙ୍କ ପ୍ରଥମ ବୀର ବେଶ। ତେଣୁ ଏହି ଦିନକୁ ଅତି ଆତୁର ହୋଇ ଚାହିଁ ରହିଥିଲେ ଜିଲାର ହଜାର ହଜାର ଶ୍ରଦ୍ଧାଳୁ। କରୋନା କାରଣରୁ ଦୀର୍ଘ ୭ ମାସ ହେଲା ମନ୍ଦିର ଦ୍ୱାର ଭକ୍ତଙ୍କ ପାଇଁ ବନ୍ଦ ରହିଥିବା ବେଳେ ଏହି ବିରଳ ବେଶ ପୂର୍ବରୁ ସରକାର କଟକଣା କୋହଳ କରିପାରନ୍ତି ବୋଲି ସେମାନେ ଆଶା କରିଥିଲେ। ହେଲେ ଏ ଦିଗରେ ସରକାର ପଦକ୍ଷେପ ନ ନେବାରୁ ଭକ୍ତମାନେ ନିରାଶ ହୋଇଛନ୍ତି। ଏ ନେଇ ଅନେକେ ସରକାରଙ୍କ କଠୋର କଟକଣାକୁ ଦାୟୀ କରିଥିବା ବେଳେ ଆଉ କେତେଜଣ ଶ୍ରଦ୍ଧାଳୁ ଭାବ ବିନୋଦିଆ ଭାବ ଲଗାଇଲେନି ବୋଲି ମତବ୍ୟକ୍ତ କରିଛନ୍ତି।
୨୦୦୨ ମସିହାରେ ପ୍ରତିଷ୍ଠା ହୋଇଥିଲା ଅନୁଗୋଳ ଶୈଳଶ୍ରୀକ୍ଷେତ୍ର। ତେଣୁ ପ୍ରଥମ କରି ୩ ଠାକୁରଙ୍କ ଏହି ପରାକ୍ରମୀ ବେଶ ଦେଖିବା ପାଇଁ ଅନୁଗୋଳବାସୀଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ଥିଲା। ମନ୍ଦିର ପରିଚାଳନା କମିଟି ପକ୍ଷରୁ ମଧ୍ୟ ବହୁ ପୂର୍ବରୁ ପ୍ରସ୍ତୁତି ଆରମ୍ଭ କରାଯାଇଥିଲା। ବନ୍ତଳାରେ ଥିବା କାରିଗରଙ୍କୁ ଧନୁ, ତୀର ଓ ଅନ୍ୟ ଅସ୍ତ୍ରଶସ୍ତ୍ର ନିର୍ମାଣ ପାଇଁ ବରାଦ ଦିଆଯାଇଥିଲା। ଶୁକ୍ରବାର ନିର୍ଦ୍ଧାରିତ ପରମ୍ପରା ଅନୁଯାୟୀ ସରକାରୀ କଟକଣା ମଧ୍ୟରେ ଶୈଳଶ୍ରୀକ୍ଷେତ୍ରରେ ତିନି ଠାକୁରଙ୍କ ନାଗାର୍ଜୁନ ବେଶ କରାଯାଇଥିଲା। ଏହା ପୂର୍ବରୁ ସବୁଦିନ ଭଳି ଅନ୍ୟ ନୀତିକାନ୍ତି ଶେଷ କରାଯାଇଥିଲା। ଭୋର୍‌ ୬ଟା ବେଳେ ଦିଅଁଙ୍କୁ ବୀର ବେଶରେ ସାଜସଜ୍ଜା କାର୍ଯ୍ୟ ଆରମ୍ଭ ହୋଇଥିଲା। ମନ୍ଦିରର ପୂଜକ ମାନସ ରଞ୍ଜନ କର ଓ ତାଙ୍କ ସହଯୋଗୀମାନେ ଏହି କାର୍ଯ୍ୟ ସମ୍ପନ୍ନ କରିଥିଲେ। ତିନି ଦିଅଁଙ୍କ ମଥାରେ ପଗଡ଼ି ବାନ୍ଧିବା ସହ ଯୋଦ୍ଧା ଭାବେ ସଜାଇଥିଲେ। ପୂର୍ବରୁ ପ୍ରସ୍ତୁତ କରି ରଖାଯାଇଥିବା ପାରମ୍ପରିକ ଅସ୍ତ୍ରଶସ୍ତ୍ର ମହାବାହୁ ଧାରଣ କରିଥିଲେ। ପୂର୍ବାହ୍ନ ୭ଟାରେ ମହାପ୍ରଭୁ ନାର୍ଗାଜୁନ ବେଶରେ ସଜ୍ଜିତ ହୋଇଥିବା ମନ୍ଦିର ପରିଚାଳନା କମିଟି ପକ୍ଷରୁ ସୂଚନା ଦିଆଯାଇଛି। ତେବେ ମଧ୍ୟାହ୍ନ ଧୂପ ପରେ ଉକ୍ତ ବେଶ ଓଲାଗି କରାଯାଇଥିଲା। କିନ୍ତୁ ଠାକୁରଙ୍କୁ ଏହି ବେଶରେ ଶ୍ରଦ୍ଧାଳୁମାନେ ଦର୍ଶନ କରିପାରି ନ ଥିବା ଦୁଃଖର ବିଷୟ ବୋଲି କମିଟି କର୍ମକର୍ତ୍ତାମାନେ କହିଛନ୍ତି।
ବିରଳ ବେଶ ଦର୍ଶନ ଆଉ ସମ୍ଭବ ନୁହେଁ
ମହାପ୍ରଭୁଙ୍କ ଏହି ବିରଳ ବେଶ ଦର୍ଶନ ଭାଗ୍ୟରେ ଥିଲେ ମିଳେ। ଦୀର୍ଘ ୨୫ ବର୍ଷ ପରେ ଏହି ନାଗାର୍ଜୁନ ବେଶ ପଡ଼ୁଥିବାରୁ ପୁରୀ ଯାଇ ନ ପାରିଲେ ମଧ୍ୟ ଅନୁଗୋଳରେ ଦେଖିବାର ଇଚ୍ଛା ଥିଲା। କିନ୍ତୁ କରୋନା ଯୋଗୁ ସେହି ଆଶା ଆଶାରେ ରହିଗଲା। ଆଉ ଥରେ ସୁଯୋଗ ପାଇବି କି ନାହିଁ ଜଣାନାହିଁ।
-ସୌଦାମିନୀ ବାରିକ, ଶ୍ରଦ୍ଧାଳୁ
ସବୁ କାଳିଆର ଲୀଳା
ବଡ଼ ଠାକୁରଙ୍କ ବଡ଼ ଲୀଳା। ସବୁ ତାଙ୍କରି ଇଚ୍ଛାରେ ଚାଲିଛି। ବିନା ଭକ୍ତରେ ଏଥର ରଥଯାତ୍ରା ହେଲା। ବଡ଼ଦାଣ୍ଡରେ ରଥ ଗଡ଼ିଲେ ବି ଭକ୍ତଙ୍କୁ ବାରଣ କରାଗଲା। ଆଉ ଏବେ ଦୁର୍ଲଭ ନାଗାର୍ଜୁନ ବେଶ ଦର୍ଶନରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କୁ ବଞ୍ଚିତ ରଖାଗଲା। ବୋଧହୁଏ ଏହା କାଳିଆର ଇଚ୍ଛା।
-ସ୍ବର୍ଣ୍ଣପ୍ରଭା ପ୍ରଧାନ, ଶ୍ରଦ୍ଧାଳୁ
ବଞ୍ଚିତ କଲା କରୋନା
୧୯୯୪ରେ ଶ୍ରୀମନ୍ଦିରରେ ହୋଇଥିବା ନାଗାର୍ଜୁନ ବେଶ ଦର୍ଶନ ପାଇଁ ପୁରୀ ଯାଇପାରି ନ ଥିଲି। ଏଥର ଅନୁଗୋଳ ଶୈଳଶ୍ରୀକ୍ଷେତ୍ରରେ ସେହି ଆଶା ପୂରଣ ହେବ ବୋଲି ଭାବିଥିଲି। କିନ୍ତୁ ଏ କରୋନା ସବୁ ସାରିଦେଲା। ଠାକୁରଙ୍କୁ ଆଉ ବୀର ବେଶରେ ଦେଖିପାରିବି କି ନାହିଁ ସେ ନେଇ ଦ୍ୱନ୍ଦ୍ୱରେ ପଡ଼ିଛି।
-ସଞ୍ଜୁବାଳା ପାଢ଼ୀ, ଶ୍ରଦ୍ଧାଳୁ
ଏମିତି ସ୍ଥିତି କଥା ଭାବି ନ ଥିଲୁ
ଶୈଳଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିରରେ ପ୍ରଥମ ଥର ପାଇଁ ମହାପ୍ରଭୁଙ୍କ ଏହି ବିରଳ ବେଶ ହୋଇଥିଲା। ଏଥିପାଇଁ ବର୍ଷକ ପୂର୍ବରୁ ପ୍ରସ୍ତୁତି ଚଳାଇଥିଲୁ। ମହାମାରୀ ଏମିତି ସ୍ଥିତି ସୃଷ୍ଟି କରିବ ବୋଲି କେବେ ଭାବି ନ ଥିଲୁ। କିନ୍ତୁ ସରକାର ମନ୍ଦିର ଦ୍ୱାର ଭକ୍ତଙ୍କ ପାଇଁ ଏଯାଏ ଖୋଲି ନ ଥିବାରୁ ଶ୍ରଦ୍ଧାଳୁମାନେ ଦର୍ଶନରୁ ବଞ୍ଚିତ ହୋଇଛନ୍ତି।
-ହେମନ୍ତ ଦାସ, ସାଧାରଣ ସମ୍ପାଦକ, ମନ୍ଦିର ପରିଚାଳନା କମିଟି


Enter your email to get our daily news in your inbox.

All Right Reserved By Dharitri.Com

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା: ୨ ଭାଇଙ୍କ ସମେତ ସହଯୋଗୀ ଗଲେ ଜେଲ

ଦିଗପହଣ୍ଡି,୨୪।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡରେ ରହୁଥିବା ପଦ୍ମନାଭପୁର ଗ୍ରାମର ବଳିଆ ସେଠୀ ଏବଂ ତାଙ୍କ ଭାଇ କାଳିଆ ସେଠୀଙ୍କ ସମେତ ସହଯୋଗୀ ଚାଞ୍ଚଡାପଲ୍ଲୀ ଗ୍ରାମର…

ଅଭିଭାବକ, ଶିକ୍ଷକ ମଧ୍ୟରେ ସମନ୍ବୟ ରହିଲେ…

ଭଞ୍ଜନଗର,୨୪।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଗାମୁଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିଥି ମାନେ ଯୋଗଦେଇ ଅଭିଭାବକ,…

ପୋଲିସ -ପଡାବାସୀ ମୁହାଁମୁହିଁ : ଗରିବଙ୍କ ଘର ଉପରେ ମାଡିଲା ବୁଲଡୋଜର

ବରଗଡ଼,୨୪।୩(ପ୍ରେମାନନ୍ଦ ଖମାରୀ) : ବରଗଡ଼ ସହରରେ ଜବରଦଖଲ ଉଚ୍ଛେଦ ଚାଲିଛି। ପର୍ଯ୍ୟାୟକ୍ରମେ ସହରର ଗୋଟିଏ ପଡାରୁ ଅନ୍ୟ ପଡାରେ ଏହି ଅଭିଯାନ ଚାଲିଛି। ତେବେ ଏଥିରେ ଅଧିକ…

ଆତ୍ମସମର୍ପଣ କଲେ ମୋଷ୍ଟ ୱାଣ୍ଟେଡ ମାଓବାଦୀ ନେତା ଶୁକ୍ରୁ, ୫୫ ଲକ୍ଷର…

ଫୁଲବାଣୀ,୨୪।୩(ରିଙ୍କୁ ରାଉତ): ଆତ୍ମସମର୍ପଣ କଲେ ମୋଷ୍ଟ ୱାଣ୍ଟେଡ ମାଓବାଦୀ ନେତା ଶୁକ୍ରୁ। କନ୍ଧମାଳ ପୋଲିସ ପାଖରେ ଶୁକ୍ରୁର ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି। ଏକେ-୪୭ ସହ ସେ  ଆତ୍ମସମର୍ପଣ…

ମିଳିଲା ଢାବା ମାଲିକଙ୍କ ଗାଡ଼ି: ବଡଦେବତାରୁ ଚୋରି ହୋଇଥିବା ଗାଡ଼ି ପଟଙ୍ଗି ଜଙ୍ଗଲରୁ …

ନନ୍ଦପୁର/ପାଡୁଆ,୨୪।୩:(ତୁଷାର କାନ୍ତ ମହାନ୍ତ/ଶଙ୍କର ପୂଜାରୀ): କୋରାପୁଟ ଜିଲା ପାଡୁଆ ପୋଲିସର ବଡ଼ ସଫଳତା। ଗତ ରବିବାର ରାତିରେ ବଡଦେବତା ମନ୍ଦିର ଛକ ଢାବା ମାଲିକଙ୍କ ଚୋରି ହୋଇଥିବା…

ପ୍ରତାପ ଷଡ଼ଙ୍ଗୀଙ୍କୁ ଭେଟିଲେ ରବୀନ୍ଦ୍ର ଜେନ, ହୋଇଥିଲା କି…

ଭୁବନେଶ୍ୱର,୨୪।୩: ବାଲେଶ୍ବର ଏମ୍‌ପି ପ୍ରତାପ ଷଡ଼ଙ୍ଗୀଙ୍କୁ ଭେଟିଲେ ରବୀନ୍ଦ୍ର ଜେନା। ଦିଲ୍ଲୀସ୍ଥିତ ପ୍ରତାପଙ୍କ ବାସଭବନକୁ ଯାଇ ସେ ଭେଟଥିବା ଜଣାପଡ଼ିଛି। ନିକଟରେ ବିଜେଡି ଛାଡ଼ି ବିଜେପିରେ ସାମିଲ…

ବିଜେଡିରେ ବିଦ୍ରୋହ: ଦଳ ଛାଡ଼ିପାରନ୍ତି ୧୪ କର୍ପୋରେଟର!

ଭୁବନେଶ୍ୱର,୨୪।୩: ବିଜେଡିରେ ବିଦ୍ରୋହ। ଦଳ ଛାଡ଼ିପାରନ୍ତି ୧୪ କର୍ପୋରେଟର। ଚୌଦ୍ୱାର-କଟକର ସମସ୍ତ କର୍ପୋରେଟର ଏକାଠି ହୋଇଥିବା ଜଣାପଡିଛି। ପ୍ରଭାତ ଓ ସୌଭିକଙ୍କ କୁଶପୁତ୍ତଳିକା ଦାହକୁ କର୍ପୋରେଟର ବିରୋଧ…

କଲେଜ ଛାତ୍ରୀଙ୍କୁ ଅପହରଣ ଅଭିଯୋଗ, ଥାନାରେ ଏତଲା ଦେଲେ ହତ୍ୟା….

ଦିଗପହଣ୍ଡି,୨୪।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧିନ ଏକ ଗାଁର କଲେଜରେ ଯୁକ୍ତ ୨ ଦ୍ୱିତୀୟ ବର୍ଷ କଳା ବିଭାଗରେ ପଢୁଥିବା ଜଣେ ୧୭…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri