ଭାବ ସଂସାରର ଖିଅ

ହି ଚାରିପାଖର ସଂସାରକୁ ଝାଳନାଳ ହୋଇ ଭବ ସଂସାର ବୋଲିବାରେ କୋଶ କୋଶକୁ ଦୁନ୍ଦୁଭି ବାଜୁଥାଏ। ତାହାରି ଭିତରେ ମଣିଷ ଆତଯାତ ହୋଇ ଧର୍ମ, ଅର୍ଥ, କାମ, ମୋକ୍ଷର ସବୁତକ ହୁନ୍ଦର ଭିଆଣ କରିପାରୁଥାଏ। ମାତ୍ର ଖୁଦ ମଳୁଖର ଭବ ସଂସାର ଆଉ ଏକ ଦିଗକୁ ଖୁବ୍‌ ନିଘା କରି ରହିଥାଏ। ଯଦି ସଂସାର ଭବ ସଂସାର ହେଲା, ତେବେ କିଆଁ ଏଠାରେ ମାଳ ମାଳ ଧ୍ୱଜା କ’ଣ ଏହି ଦି’ଦିନିଆ ଭବ ସଂସାରର? କାଳକୁ କଜ୍ଜଳ କରି ଭବ ସଂସାରକୁ ଦେଖିବା ଏବଂ ପରତେଯିବା ବଡ଼ ମିହନତୀର କଥା; ଅଙ୍ଗେନିଭା ଆଉଜି ହେବାର ଗୋଟେ ସମ୍ପୃକ୍ତି। ଭବ ସଂସାରକୁ ତୁଚ୍ଛ ଜ୍ଞାନରେ ମଣିଷର କାହାଣ କାହାଣ ଇତିହାସ ଆଉ କିଛିର ହରେଇବାକୁ ସଙ୍ଗରେ ନେଇଥା’ନ୍ତି ସିନା ମାତ୍ର ସାଙ୍ଗଟିଏ ହୋଇପାରନ୍ତି ନାହିଁ। ଏତେ ଏତେ ସୁଖ ଦୁଃଖର ଖେଳପଡ଼ିଆ ଭିତରେ ଭବ ସଂସାରରେ ସାଙ୍ଗ ହେବାର ସୌଭାଗ୍ୟ ଖୁବ୍‌ ଅଲଗା କଥାଟିଏ, ଅଲଗା ବାସନାଟିଏ, ଅଲଗା ସୌରଭର ଉଜ୍ଜ୍ୱଳ ଦିଗ୍‌ବଳୟ; ଯାହାକୁ ଛୁଇଁପାରିଲେ ହସିହୁଏ, ଧର୍ମ, ଦେଶ, ବୟସ, ତୁଳନାର କାଉଁରିକାଠି ନିଜର ଶକ୍ତି ହରାଇଦିଏ। ନିଜକୁ ଭବ ସଂସାର ଭିତରେ ସାଙ୍ଗଟିଏ ଭଳି ଅନୁରାଗ ଆସେ। ଭବ ସଂସାରରୁ ଖିଅ ଖଣ୍ଡେ ଭାବ ସଂସାର ଭିତରକୁ ଭାସି ଆସେ, ଲକ୍ଷ୍ୟରେ ହେଉ ଅବା ଅଲକ୍ଷ୍ୟରେ। ସେଆଡ଼କୁ ଆଉ ତର ନ ଥାଏ କି ତର ସହେ ନାହିଁ। ଭବ ସଂସାରର ଇଶାଣ ଭାବ ସଂସାରକୁ ନିଜର ସବୁଯାକ ବିଶ୍ୱାସ ଓ ପ୍ରଶ୍ୱାସ ଅଜାଡ଼ିଦିଏ। ଏଇଠି ମନେପଡ଼ନ୍ତି ପ୍ରିୟ ଚିତ୍ତଭାଇ (ପ୍ରଫେସର ଚିତ୍ତରଞ୍ଜନ ଦାସ)। ଅକ୍ଟୋବରରେ ଜନ୍ମିତ ଏହି ପ୍ରଜ୍ଞା ପୁରୁଷଙ୍କ ଜୀବନ ଓ ଦର୍ଶନକୁ ଦେଖିଲେ ମଣିଷ କେତେ ବାସ୍ତବବାଦୀ ହୋଇପାରେ ତାହାର ପ୍ରମାଣ ମିଳେ।
୧୯୨୩ରେ ଚିତ୍ତରଞ୍ଜନଙ୍କ ଜନ୍ମ ବେଳକୁ ଦେଶର ପାଣିପାଗ ସେତେବେଳେ ସ୍ବାଧୀନତା ଆନ୍ଦୋଳନ ଲାଗି ନିଜକୁ ପ୍ରସ୍ତୁତ କରି ଆଣୁଥିଲା ଏବଂ ଏହି ପାଣିପାଗରେ ଚିତ୍ତରଂଜନଙ୍କ ଜୀବନ-ବେଦି ଧୀରେ ଧୀରେ ରୂପ ନେଉଥିଲା। ତା’ଙ୍କ ସହ ବନ୍ଧୁ ବାନ୍ଧିବା ଯେତିକି ସହଜ, ସେତିକି ଥିଲା ସ୍ବଚ୍ଛଳ ଓ ସ୍ବଚ୍ଛନ୍ଦ। ବୟସ, ଯୋଗ୍ୟତା, ରୁଚି ଅରୁଚି, ଧର୍ମ, ବିଶ୍ୱାସ-ଅବିଶ୍ୱାସ, ଦେଶ-ବିଦେଶ, ଭାଷା-ପ୍ରଦେଶ ଏ ସବୁର ଅର୍ଥ ଓ ମାର୍ଗ ଚିତ୍ତଭାଇଙ୍କ ନିକଟରେ ଥିଲା ଆଉ ଏକ ଉପବୀତର କାହାଣୀ। ଠିକ୍‌ ଯେପରି ‘ଭିନ୍ନ ଜଣେ ବିବେକାନନ୍ଦ’ର ଚିତ୍ର ଓ ସଂଳାପ ପରି। ସାଙ୍ଗ ହୋଇ ବସିଲେ, ସାଙ୍ଗର ସବୁତକ ବିଭବ କିପରି ଅକୁଣ୍ଠ-ଚିତ୍ତରେ ଜଳ ଜଳ ହୋଇ ଦିଶିଯାଆନ୍ତି, ପ୍ରିୟ ଚିତ୍ତଭାଇଙ୍କ ସ୍ବାଧୀନଚେତା ମୀମାଂସା ତାହାର ଅଭୁଲା ସ୍ବାକ୍ଷର ବହନ କରିଛି। ଓଡ଼ିଆ ସାହିତ୍ୟର ଦଉଡ଼ି ବା ପଘା ପ୍ରିୟ ଚିତ୍ତଭାଇଙ୍କୁ ଗଣ୍ଠି ପକାଇ ରଖିପାରିନାହିଁ। ଯିଏ ଗଣ୍ଠିକୁ ହୁଗୁଳା କରି ଆଣୁଥିଲେ, ଆଉ ପାକଳପଣକୁ ଅଚିରେ ପରଖି ପାରୁଥିଲେ ଭବିଷ୍ୟ-ସଂସାର ଭାବମୟ ପୃଥିବୀର କଥା ମନେପଡ଼ିଲେ ଅଭୁଲା ଲାଗନ୍ତି ଚିତ୍ତଭାଇ। ସୁଦୂର ଫିନ୍‌ଲାଣ୍ଡ ହେଉ ଅବା ଗଞ୍ଜାମମାଳର ଖୋଲା ଆକାଶତଳର ମଣିଷ ହେଉ ଅବା ଇସ୍ରାଏଲ ହେଉ, ସବୁ ମଣିଷର ହେତୁକୁ ଛୁଇଁପାରୁଥିବା ଏହି ଓଡ଼ିଶାର ଯେ ମାଟିପୁତ୍ର ଥିଲେ, ସେକଥାକୁ ଜିଗର କରିହୁଏ ନାହିଁ, ମାତ୍ର ନମ୍ର ଭାବରେ ସ୍ବୀକାର କରିହୁଏ। ଓଡ଼ିଶାର ମୌଳିକ ଭାଷା-ଭଣ୍ଡାରର ଧୁରୀଣ ବିନ୍ଧାଣି ଥିଲେ ଚିତ୍ତରଞ୍ଜନ। ସେ ସବୁର ପ୍ରୟୋଗ ଏତେ ମର୍ମ-ଭେଦୀ ହେଉଥିଲା ଯେ ଆରାମ-ଆଲୋଚନା, ଆରାମ-ଖିଆଲକୁ ତାହା ଅଣନିଃଶ୍ୱାସୀ କରି ଦେଉଥିଲା। ମାତ୍ର ସାଙ୍ଗ କିଏ ଛାଡ଼ି ହୋଇ ଯାଉଥିଲେ ସିନା, ସିଏ କିନ୍ତୁ ସାଙ୍ଗପଣରେ ଭିଡ଼ି ଧରୁଥିଲେ। ତାଙ୍କର ସାଙ୍ଗପଣ ଥିଲା ଅକ୍ଳାନ୍ତ ଏବଂ ଅତନ୍ଦ୍ର। ଭବ-ସଂସାରର ବିରାଦରୀକୁ ସେଥିପାଇଁ ସେ ଖାତିର ନ କରି ଭାବ-ସଂସାରର ସଖ୍ୟରେ ବାନ୍ଧି ହୋଇଥିଲେ। ଉଖୁରେଇ ଉଖୁରେଇ ନିଦ ଭାଙ୍ଗି ପାଉଁଶ ତଳର ଦୁକୁଦୁକୁ ଝୁଲକୁ ଜଳାଇ ଦେଉଥିଲେ କୁହୁଳାରେ। ବନ୍ଧୁପଣର ହସ ଓ ଆଭିଜାତ୍ୟରେ ଭାବ ସଂସାରର ସେ ଥିଲେ ନିକଟତର ଏକ ଅକାଟ୍ୟ ପ୍ରମାଣ। ଘୋ’ ଘୋ’ ଭିତରେ ସେଥିଲାଗି ସେ ମିଳୁ ନ ଥିଲେ। ଗହଳିଆ ଗଛ ତଳର ପୋଖରୀ ହୁଡ଼ା ଉପରେ ଚିତ୍ତରଞ୍ଜନ ଦେଖୁଥିଲେ ଭାବସଂସାରର ଡୋର ସୁହୃଦ୍‌କୁ-ଭବିଷ୍ୟର ଫଳନ୍ତି ଗଛକୁ, ଚଳନ୍ତି ସମାଜର ହାତପାହାନ୍ତା ଭିନ୍ନ ମେଳକୁ। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ୟୁରୋପରେ ଗଭୀର ଅଧ୍ୟୟନରେ ମନୋନିବେଶ କରି ତତ୍କାଳୀନ ବ୍ୟକ୍ତି-ଜୀବନ, ସାମୁଦାୟିକ ବିକାଶମୁଖୀ ଜୀବନ ଏବଂ ରାଷ୍ଟ୍ର ଭୂମିକାକୁ ବିଶ୍ଳେଷଣ କରି ମଣିଷ-ସମାଜର ବାଦ-ବିବାଦ-ସମ୍ବାଦ (ଥେସିସ୍‌-ଆଣ୍ଟିଥେସିସ୍‌ ଓ ସିନ୍‌ଥେସିସ୍‌)ର ହେତୁ ନିର୍ଣ୍ଣୟରେ ସେ ସଫଳ ହୋଇଥିଲେ। ସକଳ ହିଁ ସକାଳ। ତାହା ବ୍ୟକ୍ତି ଜୀବନ ହୋଇ ଅବା ସମୁଦାୟ। ସେଥିଲାଗି ସକାଳ ଥିଲା ତାଙ୍କ ଅନ୍ବେଷା ଓ ଉତ୍ତୁଙ୍ଗ ବ୍ୟକ୍ତିତ୍ୱର ନିଅଁ। ସକାଳର ଜାତି ନ ଥାଏ, ସକାଳ ଏକ ଅର୍ଘ୍ୟ ଭବିଷ୍ୟ-ସଂସାର ଓ ଭାବ ସଂସାରର। ପ୍ରିୟ ଚିତ୍ତଭାଇ ଥିଲେ ସକାଳର ସ୍ଫୁରଣ ଏବଂ ଆଲୋଡ଼ନ ସକଳଙ୍କ ଲାଗି।

ଡ. ଚନ୍ଦନ କୁମାର ସିଂହ
ବିଷମକଟକ, ରାୟଗଡ଼ା
ମୋ: ୮୨୪୯୬୫୭୭୭୮

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବାଲ୍ୟ ବିବାହ ପାଇଁ ଚାଲିଥିଲା ପ୍ରସ୍ତୁତି, ପହଞ୍ଚିଗଲା ପ୍ରଶାସନ: ଆଉ ତା’ପରେ…

ଲୋଇସିଂହା,୩୧।୧(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଆଗଲପୁର ବ୍ଳକ ନଅଗାଁ(କ) ଗ୍ରାମରେ ଫେବୃଆରୀ ୨ରେ ହେବାକୁ ଥିବା ଏକ ବାଲ୍ୟ ବିବାହକୁ ଶନିବାର ରୋକିଛି ଜିଲା ପ୍ରଶାସନ। ଜିଲା…

ଦଶନ୍ଧିରେ ସର୍ବାଧିକ ଖସିଲା ରୁପା ଦର, ସୁନା ଦରରେ ବି ଲାଗିଲା ବ୍ରେକ୍‌, ସିଧା ୮୦୦୦ କମିଲା…

ଭୁବନେଶ୍ୱର,୩୧।୧: ସୁନା ଦରରେ ଲାଗିଲା ବ୍ରେକ୍‌। ଆଜି ପୁଣି କମିଲା ସୁନା ରୁପା ଦର। ୨୪ କ୍ୟାରେଟ ସୁନା ଦର ୮ହଜାର ୬୨୦ ଟଙ୍କା ହ୍ରାସ ପାଇଛି…

ସୁନେତ୍ରା ଉପମୁଖ୍ୟମନ୍ତ୍ରୀ ହେବା ନେଇ ଏମିତି କହିଦେଲେ ଶରଦ ପାଓ୍ବାର: ତେଜିଲା ବିବାଦ

ପୁଣେ,୩୧।୧: ମହାରାଷ୍ଟ୍ରର ରାଜନୀତିର ଚକ ପୁଣି ଥରେ ଘୂର୍ଣ୍ଣନ ଆରମ୍ଭ କରିଛି। ଉପ-ମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାରେ ମୃତ୍ୟୁ ପରେ ପରିବର୍ତ୍ତିତ ପରିସ୍ଥିତି ରାଜନୈତିକ କାର୍ଯ୍ୟକଳାପକୁ…

ଆକ୍ସନ୍‌ ମୋଡ୍‌ରେ ଉଚ୍ଚଶିକ୍ଷା ବିଭାଗ: କ୍ଲାସ ନ କରି ଖଟି କଲେ ନିଆଯିବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୩୧।୧: ଆକ୍ସନ୍‌ ମୋଡ୍‌ରେ ଉଚ୍ଚଶିକ୍ଷା ବିଭାଗ। ଏଣିକି କଲେଜରେ କ୍ଲାସ ନ କରି ଖଟି କରୁଥିବା ଅଧ୍ୟାପକ ଅଧ୍ୟାପିକାଙ୍କ ଉପରେ ନିଆଯିବ କଠୋର କାର୍ଯ୍ୟାନୁଷ୍ଠାନ। କଲେଜରେ ଅବହେଳା…

ସ୍ବାମୀଙ୍କ ଥଟ୍ଟାକୁ ସହିପାରିଲେନି ମଡେଲ ସ୍ତ୍ରୀ, ‘ମାଙ୍କଡ’ କହିଦେଲେ ବୋଲି…

ନୂଆଦିଲ୍ଲୀ,୩୧।୧: ମଜା କରିବା ଏକ ସୁଖୀ ପରିବାର ପାଇଁ ମହଙ୍ଗା ପଡିଲା। ସ୍ବାମୀ ତାଙ୍କ ସ୍ତ୍ରୀଙ୍କୁ ‘ମାଙ୍କଡ’ କହିଦେଲେ ବୋଲି ଆତ୍ମହତ୍ୟା କରିଦେଲେ ସ୍ତ୍ରୀ। ଏଭଳି ଘଟଣା…

ଫୁଲ ତୋଳିବା ପାଇଁ ଯାଇଥିଲେ ବୃଦ୍ଧା, ବାଟରେ ଘଟିଲା ବଡ଼ ଅଘଟଣ

ଦିଗପହଣ୍ଡି,୩୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ନିକଟରେ ଶନିବାର ଭୋର୍‌ ସମୟରେ ବାଇକ ଧକ୍କାରେ ଜଣେ ବୃଦ୍ଧାଙ୍କର ମୃତ୍ୟୁ ହୋଇଛି। ବୃଦ୍ଧା ଜଣଙ୍କ…

ବ୍ରିଜ୍‌ ତଳ ନାଳରୁ ମିଳିଲା ୨ ବର୍ଷ ଶିଶୁପୁତ୍ରର ମୃତଦେହ: କୁକୁର ସହିତ ଖେଳୁଖେଳୁ…

ପରଜଙ୍ଗ,୩୧।୧(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କାମାକ୍ଷାନଗର ଥାନା ସିଆରିମାଳିଆ ଗାଁ ଓଭରବ୍ରିଜ୍‌ ତଳ ନାଳରୁ ଜଣେ ୨ ବର୍ଷ ଶିଶୁ ପୁତ୍ରର ମୃତଦେହ ଉଦ୍ଧାର…

ପଦ ଛାଡିବାକୁ ଧମକ ଦେଲେ ଭାରତୀୟ ହକି ଦଳର କୋଚ: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୩୧।୧: ଭାରତୀୟ ହକି ଦଳରେ ବିଦ୍ରୋହ ଦେଖାଯାଇଛି। ଭେଟେରାନ ମିଡ୍‌ ଫିଲ୍ଡର ମନପ୍ରୀତ ସିଂଙ୍କୁ ଦଳରୁ ବିଦା କରିବାକୁ ନେଇ ଦେଖାଦେଇଛି କନ୍ଦଳ। ଭାରତୀୟ ହକି ଦଳର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri