ଗୁଣି ସନ୍ଦେହରେ ଦମ୍ପତିଙ୍କୁ ଅଖାଦ୍ୟ ଖୁଆଇଲେ

ଫୁଲବାଣୀ ଅଫିସ, ୯ା୫: କନ୍ଧମାଳ ଜିଲା ସାରଙ୍ଗଗଡ଼ ଥାନା ଅଞ୍ଚଳରେ ଗୁଣି ଗାରେଡ଼ି ସନ୍ଦେହ କରି ଏକ ବୃଦ୍ଧ ଦମ୍ପତିଙ୍କୁ ଲୋକେ ଅଖାଦ୍ୟ ଖୁଆଇଛନ୍ତି। ସେମାନେ ବୃଦ୍ଧଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି। ଲୁହା ଛଡ଼ରେ ମାଡ଼ ମରାଯିବାରୁ ତାଙ୍କ ଡାହାଣ ଗୋଡ଼ ଭାଙ୍ଗିଯାଇଛି। ଗୁରୁତର ଅବସ୍ଥାରେ ବୃଦ୍ଧଙ୍କୁ ଫୁଲବାଣୀସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ର୍ତ୍ତି କରାଯାଇଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ପ୍ରକାଶ ପାଇଛି। ଦମ୍ପତିଙ୍କ ପୁଅଙ୍କ ଅଭିଯୋଗକ୍ରମେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଦୁଇଦିନ ତଳେ ସାରଙ୍ଗଗଡ଼ ଅଞ୍ଚଳର ବୃଦ୍ଧ ଜଣଙ୍କ କୌଣସି କାମରେ ନିକଟସ୍ଥ ବଜାରକୁ ଯାଇଥିଲେ। ରାତିରେ ସେ ଘରକୁ ଫେରିବା ବେଳେ ବିଦ୍ୟୁତ୍‌ ଚାଲିଯାଇଥିଲା। ଅନ୍ଧାରରେ ଜାଣି ନ ପାରି ବୃଦ୍ଧଜଣଙ୍କ ପଡ଼ୋଶୀଙ୍କ ଘର ବାରଣ୍ଡାକୁ ଚାଲି ଯାଇଥିଲେ। ଏହାଦେଖି ସମ୍ପୃକ୍ତ ଘରର ଲୋକେ କାହିଁକି ଏଠାକୁ ଆସିଛୁ, କାହାକୁ ଗୁଣି କରିବୁ କହି ହଠାତ୍‌ ଆକ୍ରମଣ କରିଥିଲେ। ସାହିର ଅନ୍ୟମାନେ ମଧ୍ୟ ବୃଦ୍ଧଙ୍କୁ ଘେରିଯିବା ସହ ଛଡ଼ରେ ବାଡ଼େଇବା ଆରମ୍ଭ କରି ଦେଇଥିଲେ। ଦାଣ୍ଡରେ ଥିବା ନାତୁଣୀ ଏହା ଦେଖି ଘରକୁ ଆସି ଜଣାଇବା ପରେ ବୃଦ୍ଧଙ୍କ ସ୍ତ୍ରୀ ସେଠାକୁ ଯାଇଥିଲେ। ଲୋକେ ତାଙ୍କୁ ମଧ୍ୟ ଅଟକାଇଥିଲେ। ଏହାପରେ ଏକ ପାତ୍ରରେ ପାଣି ଆଣି ସେଥିରେ ଅଖାଦ୍ୟ ମିଶାଇ ଦମ୍ପତିଙ୍କୁ ଜୋର ଜବରଦସ୍ତ ୨/୩ ଥର ପିଆଇଥିଲେ। ଏଭଳି ଅମାନବୀୟ କାର୍ଯ୍ୟ ଓ ଯନ୍ତ୍ରଣାରେ ଛଟପଟ ହେଉଥିବା ବୃଦ୍ଧଙ୍କୁ ଦେଖି କେହିଜଣେ ଆମ୍ବୁଲାନ୍ସକୁ ଖବର ଦେଇଥିଲେ। କିଛି ସମୟ ପରେ ଆମ୍ବୁଲାନ୍ସ ପହଞ୍ଚି ବୃଦ୍ଧ ଦମ୍ପତିଙ୍କୁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲା। ସେଠାରେ ବର୍ତ୍ତମାନ ସୁଦ୍ଧା ବୃଦ୍ଧଜଣଙ୍କ ଚିକିତ୍ସିତ ହେଉଛନ୍ତି। ତାଙ୍କ ଗୋଡ ଭାଙ୍ଗିଛି। ଦମ୍ପତି ଏବେ ବି ଭୟଭୀତ ଅବସ୍ଥାରେ ଅଛନ୍ତି। ଗାଁକୁ ଫେରିଲେ ମାରି ଦିଆଯିବ ବୋଲି ଧମକ ମିଳୁଥିବା ଦମ୍ପତି ଏବଂ ତାଙ୍କ ପୁଅ ପ୍ରକାଶ କରିଛନ୍ତି। ଏ ନେଇ ସାରଙ୍ଗଗଡ ଥାନାଧିକାରୀ ବଧୂଲିକା ବିଶ୍ୱାଳଙ୍କୁ ପଚରିବାରେ, ଏହି ଘଟଣା ନେଇ ଅଭିଯୋଗକ୍ରମେ ନଂ.୪୦/୨୨ରେ ମାମଲା ରୁଜୁ ହୋଇଛି। ଖୁବ୍‌ଶୀଘ୍ର ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

କଳାହାଣ୍ଡି ଉତ୍ସବ ଲାଗି ପ୍ରସ୍ତୁତି ବୈଠକକୁ ନେଇ ପ୍ରଶ୍ନବାଚୀ: ଅନୁପସ୍ଥିତ ରହିଲେ ଉପରିସ୍ଥ ଅଧିକାରୀ, ଜାନୁଆରୀ ୯ରେ…

ଥୁଆମୂଳ ରାମପୁର,୩୦।୧୨(ଦୁର୍ଗା କୀର୍ତ୍ତି): ଆସନ୍ତା ୨୮ତମ କଳାହାଣ୍ଡି ଉତ୍ସବ ’ଘୁମୁରା-୨୦୨୬’ ଅବସରରେ ମାହୁଲପାଟଣା ସ୍ଥିତ ଇନ୍ଦ୍ରାବତୀ ଜଳଭଣ୍ଡାରର କେନ୍ଦୁଗୁଡ଼ା ଘାଟଠାରେ ଆୟୋଜିତ ହେବାକୁ ଥିବା ପାରମ୍ପରିକ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ରାସ୍ତାକଡ଼ରେ ପଡ଼ିଛି ନବଜାତ ଶିଶୁପୁତ୍ରର ମୃତଦେହ, କିଏ-କାହିଁକି ଫିଙ୍ଗି…

ରାୟଗଡ଼ା,୩୦।୧୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହର ମହିଳା ମହାବିଦ୍ୟାଳୟ ପାର୍ଶ୍ୱ ଗଳିରେ ରିଙ୍ଗ ରୋଡକୁ ସଂଯୋଗ କରୁଥିବା ରାସ୍ତାକଡ଼ରେ ଏକ ନବଜାତ ଶିଶୁପୁତ୍ର ମୃତଦେହ ପଡ଼ିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri