ଗୁଣି ସନ୍ଦେହରେ ଦମ୍ପତିଙ୍କୁ ଅଖାଦ୍ୟ ଖୁଆଇଲେ

ଫୁଲବାଣୀ ଅଫିସ, ୯ା୫: କନ୍ଧମାଳ ଜିଲା ସାରଙ୍ଗଗଡ଼ ଥାନା ଅଞ୍ଚଳରେ ଗୁଣି ଗାରେଡ଼ି ସନ୍ଦେହ କରି ଏକ ବୃଦ୍ଧ ଦମ୍ପତିଙ୍କୁ ଲୋକେ ଅଖାଦ୍ୟ ଖୁଆଇଛନ୍ତି। ସେମାନେ ବୃଦ୍ଧଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି। ଲୁହା ଛଡ଼ରେ ମାଡ଼ ମରାଯିବାରୁ ତାଙ୍କ ଡାହାଣ ଗୋଡ଼ ଭାଙ୍ଗିଯାଇଛି। ଗୁରୁତର ଅବସ୍ଥାରେ ବୃଦ୍ଧଙ୍କୁ ଫୁଲବାଣୀସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ର୍ତ୍ତି କରାଯାଇଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ପ୍ରକାଶ ପାଇଛି। ଦମ୍ପତିଙ୍କ ପୁଅଙ୍କ ଅଭିଯୋଗକ୍ରମେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଦୁଇଦିନ ତଳେ ସାରଙ୍ଗଗଡ଼ ଅଞ୍ଚଳର ବୃଦ୍ଧ ଜଣଙ୍କ କୌଣସି କାମରେ ନିକଟସ୍ଥ ବଜାରକୁ ଯାଇଥିଲେ। ରାତିରେ ସେ ଘରକୁ ଫେରିବା ବେଳେ ବିଦ୍ୟୁତ୍‌ ଚାଲିଯାଇଥିଲା। ଅନ୍ଧାରରେ ଜାଣି ନ ପାରି ବୃଦ୍ଧଜଣଙ୍କ ପଡ଼ୋଶୀଙ୍କ ଘର ବାରଣ୍ଡାକୁ ଚାଲି ଯାଇଥିଲେ। ଏହାଦେଖି ସମ୍ପୃକ୍ତ ଘରର ଲୋକେ କାହିଁକି ଏଠାକୁ ଆସିଛୁ, କାହାକୁ ଗୁଣି କରିବୁ କହି ହଠାତ୍‌ ଆକ୍ରମଣ କରିଥିଲେ। ସାହିର ଅନ୍ୟମାନେ ମଧ୍ୟ ବୃଦ୍ଧଙ୍କୁ ଘେରିଯିବା ସହ ଛଡ଼ରେ ବାଡ଼େଇବା ଆରମ୍ଭ କରି ଦେଇଥିଲେ। ଦାଣ୍ଡରେ ଥିବା ନାତୁଣୀ ଏହା ଦେଖି ଘରକୁ ଆସି ଜଣାଇବା ପରେ ବୃଦ୍ଧଙ୍କ ସ୍ତ୍ରୀ ସେଠାକୁ ଯାଇଥିଲେ। ଲୋକେ ତାଙ୍କୁ ମଧ୍ୟ ଅଟକାଇଥିଲେ। ଏହାପରେ ଏକ ପାତ୍ରରେ ପାଣି ଆଣି ସେଥିରେ ଅଖାଦ୍ୟ ମିଶାଇ ଦମ୍ପତିଙ୍କୁ ଜୋର ଜବରଦସ୍ତ ୨/୩ ଥର ପିଆଇଥିଲେ। ଏଭଳି ଅମାନବୀୟ କାର୍ଯ୍ୟ ଓ ଯନ୍ତ୍ରଣାରେ ଛଟପଟ ହେଉଥିବା ବୃଦ୍ଧଙ୍କୁ ଦେଖି କେହିଜଣେ ଆମ୍ବୁଲାନ୍ସକୁ ଖବର ଦେଇଥିଲେ। କିଛି ସମୟ ପରେ ଆମ୍ବୁଲାନ୍ସ ପହଞ୍ଚି ବୃଦ୍ଧ ଦମ୍ପତିଙ୍କୁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲା। ସେଠାରେ ବର୍ତ୍ତମାନ ସୁଦ୍ଧା ବୃଦ୍ଧଜଣଙ୍କ ଚିକିତ୍ସିତ ହେଉଛନ୍ତି। ତାଙ୍କ ଗୋଡ ଭାଙ୍ଗିଛି। ଦମ୍ପତି ଏବେ ବି ଭୟଭୀତ ଅବସ୍ଥାରେ ଅଛନ୍ତି। ଗାଁକୁ ଫେରିଲେ ମାରି ଦିଆଯିବ ବୋଲି ଧମକ ମିଳୁଥିବା ଦମ୍ପତି ଏବଂ ତାଙ୍କ ପୁଅ ପ୍ରକାଶ କରିଛନ୍ତି। ଏ ନେଇ ସାରଙ୍ଗଗଡ ଥାନାଧିକାରୀ ବଧୂଲିକା ବିଶ୍ୱାଳଙ୍କୁ ପଚରିବାରେ, ଏହି ଘଟଣା ନେଇ ଅଭିଯୋଗକ୍ରମେ ନଂ.୪୦/୨୨ରେ ମାମଲା ରୁଜୁ ହୋଇଛି। ଖୁବ୍‌ଶୀଘ୍ର ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମହେନ୍ଦ୍ରଗିରିରେ ଭୟଙ୍କର ଦୁର୍ଘଟଣା: ଘାଟିରେ ଓଲଟିଲା ପାଣି ଟ୍ୟାଙ୍କର ଟ୍ରାକ୍ଟର, ଚାଲିଗଲା ହେଲ୍‌ପରଙ୍କ ଜୀବନ, ଚାଳକ…

ଗଜପତି, ୪ା୪(ଗିରିଧାରୀ ପରିଛା): ଗଜପତି ଜିଲା ଗାରାବନ୍ଧ ଥାନା ରାୟଗଡ଼ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ମହେନ୍ଦ୍ରଗିରିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପାଣି ବୋଝେଇ…

ଛତ୍ରପୁରରେ ଜିଲାସ୍ତରୀୟ ପ୍ରବେଶ ଉତ୍ସବ: ଜିଲାପାଳ କଲେ ଖଡ଼ିଛୁଆଁ, ଶିକ୍ଷାବର୍ଷର ଶୁଭାରମ୍ଭ…

ଛତ୍ରପୁର, ୪।୪ (ଦିଲ୍ଲୀପ ସାମଲ): “ଆସରେ ଆସ ସ୍କୁଲ ଯିବା, ସାଙ୍ଗ ପିଲାଙ୍କ ସାଙ୍ଗେ ପାଠ ପଢ଼ିବା”ଏହି ନାରା ସହ ଗଞ୍ଜାମ ଜିଲ୍ଲାରେ ଆଜିଠାରୁ ନୂତନ ଶିକ୍ଷାବର୍ଷର…

ମଦ ପିଇ ବସ୍‌ ଚଳାଉଥିଲେ ଡ୍ରାଇଭର, ବ୍ରେଥ୍‌ ଆନାଲାଇଜର୍‌ରେ ଯାଞ୍ଚ କରି ଧରିଲା ପୋଲିସ, ଡିଏଲ୍‌ ସସ୍‌ପେଣ୍ଡ ସହ…

ଛତ୍ରପୁର, ୪।୪(ଦିଲୀପ ସାମଲ): ଯାତ୍ରୀଙ୍କ ଜୀବନ ସହ ଖେଳୁଥିବା ଜଣେ ଦାୟିତ୍ୱହୀନ ବସ୍‌ ଚାଳକଙ୍କୁ ଧରିଛି ପୋଲିସ। ନିଶାଶକ୍ତ ଅବସ୍ଥାରେ ବସ ଚଳାଇବା ଅଭିଯୋଗରେ ଗାଡ଼ି ଜବତ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ଫାସଡ୍‌ ଶୁକତେଲ ନଦୀ ପୋଲତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ: ଚାଲିଗଲା ଡ୍ରାଇଭରଙ୍କ ଜୀବନ, ହେଲ୍‌ପର…

ବଲାଙ୍ଗୀର,୪।୪(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ୨୬ ନମ୍ବର ଜାତୀୟ ରାଜପଥ ଲୋଇସିଂହା ଥାନା ଅନ୍ତର୍ଗତ ଫାସଡ୍‌ ଶୁକତେଲ ନଦୀ…

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri