ଶିଶୁଙ୍କୁ ଅଣ୍ଡା ବଦଳରେ ବଣଭୋଜି ବାସି ତରକାରି

ମହାକାଳପଡ଼ା,୧୮।୧(ଡି.ଏନ.ଏ.): କେନ୍ଦ୍ର ଓ ରାଜ୍ୟ ସରକାର ଗ୍ରାମାଞ୍ଚଳ ଶିଶୁଙ୍କ କୁପୋଷଣ, ମୃତ୍ୟୁହାର ହ୍ରାସ, ଗର୍ଭବତୀ ଓ ପ୍ରସୂତି ମହିଳାଙ୍କ ଗର୍ଭସ୍ଥ ଶିଶୁର ବିକାଶ ପାଇଁ ପୁଷ୍ଟିକର ଭିଟାମିନ୍‌ ଖାଦ୍ୟ ଯୋଗାଇ ଦେଉଛନ୍ତି। ତେବେ କୋମଳମତି ଶିଶୁମାନଙ୍କୁ ପୁଷ୍ଟିକର ଖାଦ୍ୟ ଅଣ୍ଡା ଦେବା ବଦଳରେ ବଣଭୋଜି ବାସିତରକାରି ମଙ୍ଗଳବାର ଦିଆଯାଇଛି। ଏଭଳି ଅଭିଯୋଗ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଖରିନାସୀ ପଞ୍ଚାୟତ ହରିଆବାଙ୍କ ଅଙ୍ଗନୱାଡ଼ି କେନ୍ଦ୍ରର ଶିଶୁ ଓ ଅଭିଭାବକମାନେ ଆଣିଛନ୍ତି। ଏଠାରେ ଶିଶୁମାନେ ନିକଟସ୍ଥ ଏକ କ୍ଲବ୍‌ ଘରେ ପାଠ ପଢୁଛନ୍ତି।
ମିଳିଥିବା ସୂଚନା ଅନୁସାରେ, ଏହି ଅଙ୍ଗନଓ୍ବାଡି କେନ୍ଦ୍ରରେ ୩୦ରୁ ଅଧିକ ଶିଶୁ ପାଠ ପଢୁଛନ୍ତି। ମଙ୍ଗଳବାର ଶିଶୁମାନଙ୍କୁ ଅଣ୍ଡା ତରକାରି ଦେବା ପାଇଁ ନିୟମ ଥିଲା ବେଳେ ଅଙ୍ଗନୱାଡ଼ି କର୍ମୀ ରିନାବାଳା ସ୍ବାଇଁ ବଣଭୋଜିରୁ ବଳି ପଡିଥିବା ବାସି ମିକ୍ଚର ତରକାରି ଖାଇବାକୁ ଦେଇଛନ୍ତି। ଏହି ବାସି ତରକାରି ଖାଇ କେତେଜଣ ଶିଶୁଙ୍କ ଆମ୍ବିଳା ହାକୁଟି ହେଉଥିବା ଅଭିଭାବକ କଳ୍ପନା ଜେନା, ଲକ୍ଷ୍ମୀ ପାତ୍ର, ରେଣୁବାଳା ଜେନା, ଝିଲି ରାୟ, ରିତିକ ମିର୍ଦ୍ଧା, ରାଧା ମଣ୍ଡଳ, ପୂର୍ଣ୍ଣିମା ଜେନା ଓ ସବିତା ଜେନା ଅଭିଯୋଗ କରିଛନ୍ତି। ଅଭିଭାବକ ମିନତି ଜେନା କହିଛନ୍ତି, ଶିଶୁମାନେ ବାସି ତରକାରି ଖାଇବା ଦ୍ୱାରା ଜୀବନ ପ୍ରତି ବିପଦ ଅଛି। ଅଭିଭାବକମାନେ ଶିଶୁମାନଙ୍କ ଭାଗ୍ୟ ଅଙ୍ଗନୱାଡ଼ି କେନ୍ଦ୍ରର କର୍ମୀଙ୍କ ହାତରେ ଛାଡିଛନ୍ତି। ସୁଷମ ଖାଦ୍ୟ ବଦଳରେ ବାସି ଆମ୍ବିଳା ତରକାରି ଖାଇବାକୁ ଦିଆଯାଇଥିବାରୁ ଶିଶୁମାନଙ୍କ ଅଭିଭାବକମାନେ ସେମାନଙ୍କୁ ଘରକୁ ନେଇଯାଇଥିଲେ। ଅଭିଭାବକମାନେ ଏ ନେଇ ଅସନ୍ତୋଷ ବ୍ୟକ୍ତ କରିବା ସହ ସ୍ଥାନୀୟ ୱାର୍ଡସଭ୍ୟ ଅସୀମା ମିର୍ଦ୍ଧାଙ୍କୁ ଜଣାଇଥିଲେ। ତେବେ ସଭ୍ୟା ମିର୍ଦ୍ଧା ସମ୍ପୃକ୍ତ ଅଙ୍ଗନୱାଡ଼ି କେନ୍ଦ୍ରର କର୍ମୀ ସ୍ବାଇଁଙ୍କୁ ପଚାରିବାରୁ ପ୍ରଥମେ ଏହାକୁ ସେ ଅସ୍ବୀକାର କରିଥିଲେ ମଧ୍ୟ ପରେ ବାସିତରକାରି ଶିଶୁମାନଙ୍କୁ ଖାଇବାକୁ ଦେଇଥିବା ସ୍ବୀକାର କରିଥିଲେ। ତୃଣମୂଳସ୍ତରରେ ଏହିସବୁ ନିୟମକୁ ଅଣଦେଖା କରାଯାଇଛି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର ଧରିଛି। ଏହି ଘଟଣାକୁ ନେଇ ହରିଆବାଙ୍କ ଅଙ୍ଗନଓ୍ବାଡି କେନ୍ଦ୍ରରେ ପଢୁଥିବା ଶିଶୁମାନଙ୍କ ଅଭିଭାବକମାନେ ପ୍ରତିବାଦ କରିବା ସହ ଫୋନ ଯୋଗେ ବିଭାଗୀୟ ଉଚ୍ଚ ଅଧିକାରୀଙ୍କୁ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ସିଡିପିଓ କବିତା ମଲିକଙ୍କୁ ପଚାରିବାରେ ଘଟଣା ସମ୍ପର୍କରେ ଲିଖିତ ଅଭିଯୋଗ ମିଳିଲେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମାଓବାଦୀ ବିରୋଧୀ ଅଭିଯାନ: ୯୨ କୋଟିର ସମ୍ପତ୍ତି ଜବତ

ନୂଆଦଲ୍ଲୀ,୧୩ା୧୨: ଦେଶରେ ମାଓବାଦୀ ବିରୋଧୀ ଅଭିଯାନ ବେଳେ ୯୨ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ବିଭିନ୍ନ ସୁରକ୍ଷା ଏଜେନ୍ସି ମିଳିତ ଚଢ଼ାଉ ଫଳରେ ମାଓବାଦୀମାନଙ୍କ...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ପୂର୍ବତନ ବାୟୁସେନା ଅଧିକାରୀ ଗିରଫ

ଗୁଆହାଟୀ,୧୩ା୧୨: ପାକିସ୍ତାନ ଗୁପ୍ତଚରଗିରି ନେଟ୍‌ଓ୍ବର୍କ ସହ ସମ୍ପୃକ୍ତି ଅଭିଯୋଗରେ ଭାରତୀୟ ବାୟୁସେନାର ଜଣେ ଅବସରପ୍ରାପ୍ତ ଅଫିସରଙ୍କୁ ଆସାମ ପୋଲିସ ଗିରଫ କରିଛି। ଅଭିଯୁକ୍ତ କୁଳେନ୍ଦ୍ର ଶର୍ମାଙ୍କ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ରିକି କେଜ୍‌ଙ୍କ ଘରୁ ଚୋରି: ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ସହାୟତା କରିବାକୁ ନିବେଦନ

ବେଙ୍ଗାଲୁରୁ,୧୩ା୧୨: ଗ୍ରାମୀ ପୁରସ୍କାର ବିଜେତା ତଥା ବିଶିଷ୍ଟ ସଙ୍ଗୀତଜ୍ଞ ରିକି କେଜ୍‌ଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘରୁ ଏକ ସମ୍ପ୍‌ କଭର ଚୋରି...

ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ

ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...

ମଣ୍ଡିରୁ ଉଠୁନି ଧାନ: ବଢୁଛି ଚାଷୀ ଅସନ୍ତୋଷ

ନୂଆପଡ଼ା,୧୨ା୧୨(ମକାରୁ ବେମାଲ): ନୂଆପଡ଼ା ଜିଲାରେ ମଣ୍ଡି ଆରମ୍ଭର ୧୦ ଦିନ ବିତିଯାଇଥିଲେ ମଧ୍ୟ କୌଣସି ମଣ୍ଡିରେ ଧାନ ଉଠା ନ ଯିବା ନେଇ ଶୁକ୍ରବାର ନୂଆପଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri