ଶିଶୁଙ୍କୁ ଅଣ୍ଡା ବଦଳରେ ବଣଭୋଜି ବାସି ତରକାରି

ମହାକାଳପଡ଼ା,୧୮।୧(ଡି.ଏନ.ଏ.): କେନ୍ଦ୍ର ଓ ରାଜ୍ୟ ସରକାର ଗ୍ରାମାଞ୍ଚଳ ଶିଶୁଙ୍କ କୁପୋଷଣ, ମୃତ୍ୟୁହାର ହ୍ରାସ, ଗର୍ଭବତୀ ଓ ପ୍ରସୂତି ମହିଳାଙ୍କ ଗର୍ଭସ୍ଥ ଶିଶୁର ବିକାଶ ପାଇଁ ପୁଷ୍ଟିକର ଭିଟାମିନ୍‌ ଖାଦ୍ୟ ଯୋଗାଇ ଦେଉଛନ୍ତି। ତେବେ କୋମଳମତି ଶିଶୁମାନଙ୍କୁ ପୁଷ୍ଟିକର ଖାଦ୍ୟ ଅଣ୍ଡା ଦେବା ବଦଳରେ ବଣଭୋଜି ବାସିତରକାରି ମଙ୍ଗଳବାର ଦିଆଯାଇଛି। ଏଭଳି ଅଭିଯୋଗ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଖରିନାସୀ ପଞ୍ଚାୟତ ହରିଆବାଙ୍କ ଅଙ୍ଗନୱାଡ଼ି କେନ୍ଦ୍ରର ଶିଶୁ ଓ ଅଭିଭାବକମାନେ ଆଣିଛନ୍ତି। ଏଠାରେ ଶିଶୁମାନେ ନିକଟସ୍ଥ ଏକ କ୍ଲବ୍‌ ଘରେ ପାଠ ପଢୁଛନ୍ତି।
ମିଳିଥିବା ସୂଚନା ଅନୁସାରେ, ଏହି ଅଙ୍ଗନଓ୍ବାଡି କେନ୍ଦ୍ରରେ ୩୦ରୁ ଅଧିକ ଶିଶୁ ପାଠ ପଢୁଛନ୍ତି। ମଙ୍ଗଳବାର ଶିଶୁମାନଙ୍କୁ ଅଣ୍ଡା ତରକାରି ଦେବା ପାଇଁ ନିୟମ ଥିଲା ବେଳେ ଅଙ୍ଗନୱାଡ଼ି କର୍ମୀ ରିନାବାଳା ସ୍ବାଇଁ ବଣଭୋଜିରୁ ବଳି ପଡିଥିବା ବାସି ମିକ୍ଚର ତରକାରି ଖାଇବାକୁ ଦେଇଛନ୍ତି। ଏହି ବାସି ତରକାରି ଖାଇ କେତେଜଣ ଶିଶୁଙ୍କ ଆମ୍ବିଳା ହାକୁଟି ହେଉଥିବା ଅଭିଭାବକ କଳ୍ପନା ଜେନା, ଲକ୍ଷ୍ମୀ ପାତ୍ର, ରେଣୁବାଳା ଜେନା, ଝିଲି ରାୟ, ରିତିକ ମିର୍ଦ୍ଧା, ରାଧା ମଣ୍ଡଳ, ପୂର୍ଣ୍ଣିମା ଜେନା ଓ ସବିତା ଜେନା ଅଭିଯୋଗ କରିଛନ୍ତି। ଅଭିଭାବକ ମିନତି ଜେନା କହିଛନ୍ତି, ଶିଶୁମାନେ ବାସି ତରକାରି ଖାଇବା ଦ୍ୱାରା ଜୀବନ ପ୍ରତି ବିପଦ ଅଛି। ଅଭିଭାବକମାନେ ଶିଶୁମାନଙ୍କ ଭାଗ୍ୟ ଅଙ୍ଗନୱାଡ଼ି କେନ୍ଦ୍ରର କର୍ମୀଙ୍କ ହାତରେ ଛାଡିଛନ୍ତି। ସୁଷମ ଖାଦ୍ୟ ବଦଳରେ ବାସି ଆମ୍ବିଳା ତରକାରି ଖାଇବାକୁ ଦିଆଯାଇଥିବାରୁ ଶିଶୁମାନଙ୍କ ଅଭିଭାବକମାନେ ସେମାନଙ୍କୁ ଘରକୁ ନେଇଯାଇଥିଲେ। ଅଭିଭାବକମାନେ ଏ ନେଇ ଅସନ୍ତୋଷ ବ୍ୟକ୍ତ କରିବା ସହ ସ୍ଥାନୀୟ ୱାର୍ଡସଭ୍ୟ ଅସୀମା ମିର୍ଦ୍ଧାଙ୍କୁ ଜଣାଇଥିଲେ। ତେବେ ସଭ୍ୟା ମିର୍ଦ୍ଧା ସମ୍ପୃକ୍ତ ଅଙ୍ଗନୱାଡ଼ି କେନ୍ଦ୍ରର କର୍ମୀ ସ୍ବାଇଁଙ୍କୁ ପଚାରିବାରୁ ପ୍ରଥମେ ଏହାକୁ ସେ ଅସ୍ବୀକାର କରିଥିଲେ ମଧ୍ୟ ପରେ ବାସିତରକାରି ଶିଶୁମାନଙ୍କୁ ଖାଇବାକୁ ଦେଇଥିବା ସ୍ବୀକାର କରିଥିଲେ। ତୃଣମୂଳସ୍ତରରେ ଏହିସବୁ ନିୟମକୁ ଅଣଦେଖା କରାଯାଇଛି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର ଧରିଛି। ଏହି ଘଟଣାକୁ ନେଇ ହରିଆବାଙ୍କ ଅଙ୍ଗନଓ୍ବାଡି କେନ୍ଦ୍ରରେ ପଢୁଥିବା ଶିଶୁମାନଙ୍କ ଅଭିଭାବକମାନେ ପ୍ରତିବାଦ କରିବା ସହ ଫୋନ ଯୋଗେ ବିଭାଗୀୟ ଉଚ୍ଚ ଅଧିକାରୀଙ୍କୁ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ସିଡିପିଓ କବିତା ମଲିକଙ୍କୁ ପଚାରିବାରେ ଘଟଣା ସମ୍ପର୍କରେ ଲିଖିତ ଅଭିଯୋଗ ମିଳିଲେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

ଛେଚିଲା କୁଆପଥର ବର୍ଷା, ପବନରେ ଗଛ ଭାଙ୍ଗି ନଷ୍ଟ ହେଲା ଏକାଧିକ ଗାଡ଼ି

ନନ୍ଦପୁର,୧ା୪(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ ବୁଧବାର ପବନ ସହ କୁଆପଥର ବର୍ଷା ହୋଇଛି। ଯାହାର ପ୍ରଭାବରେ ନନ୍ଦପୁର ବ୍ଲକ ସଦର ମହକୁମା ସ୍ଥିତ…

ନଦୀରେ ଗାଧୋଉଥିବାବେଳେ ଆକ୍ରମଣ କଲା କୁମ୍ଭୀର, ଆଉ ତା’ ପରେ…

କଳିଙ୍ଗନଗର,୧ା୪(ଶୁଭାଶିଷ ରାଉତ): ଯୋକଡିଆ ପାଟିଆ ନଈରେ କୁମ୍ଭୀର ଆକ୍ରମଣରେ ଜଣେ ଶ୍ରମଜୀବୀ ଗୁରୁତର ଆହତ ହୋଇଛନ୍ତି। ସୌଭାଗ୍ୟ କ୍ରମେ ଅଳ୍ପକେ ବର୍ତ୍ତିଯାଇଛି ତାଙ୍କ ଜୀବନ। ଯାଜପୁର ଜିଲା…

ANM ସ୍ତ୍ରୀଙ୍କୁ ମାରି ନିଆଁ ଲଗାଇବା ବେଳେ ନିଜେ ଜଳିଯାଇଥିଲେ, ଅର୍ଦ୍ଧଦଗ୍ଧ ସ୍ବାମୀରବି ହେଲା ମୃତ୍ୟୁ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ବନ୍ଧପଡା ଫାଣ୍ଡି ଅନ୍ତର୍ଗତ ରାମଚନ୍ଦ୍ରପୁର ଉପସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ମହିଳା ଏଏନଏମ ଦମୟନ୍ତୀ ବାରିକ (୫୬)ଙ୍କ ମୃତ୍ୟୁ ଘଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri