Posted inଜାତୀୟ

ମୁମ୍ବାଇ ପୋଲିସରେ କୋକୁଆ ଭୟ

ମୁମ୍ବାଇ,୮ା୪ :ଆଣ୍ଟିଲିଆ ବାହାରେ ବିସ୍ଫୋରକ ଭର୍ତ୍ତି ସ୍କର୍ପିଓ ରଖିବା ଓ ପୁଣେ ବ୍ୟବସାୟୀ ମନ୍‌ସୁଖ ହିରେନଙ୍କୁ ହତ୍ୟା କରିବା ଅଭିଯୋଗରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ହାଜତରେ ଅଛନ୍ତି ମୁମ୍ବାଇ ପୋଲିସର ନିଲମ୍ବିତ ଆସିଷ୍ଟାଣ୍ଟ ପୋଲିସ ଇନ୍‌ସ୍ପେକ୍ଟର (ଏପିଆଇ) ସଚିନ ଓ୍ବାଜେ। ତାଙ୍କୁ ଇନ୍‌ଭେଷ୍ଟିଗେଟିଂ ଏଜେନ୍ସି ବଟି ଅସୁଲ ମାମଲାରେ ମଧ୍ୟ ଜେରା କରୁଛି। ଖୋଳତାଡ଼ ବେଳେ ଏନ୍‌ଆଇଏ ହାତରେ ସମ୍ଭବତଃ ବଡ଼ ପ୍ରମାଣ ଲାଗିଛି। ଏଥିପାଇଁ ସଚିନ ଓ୍ବାଜେଙ୍କ ମେଣ୍ଟର ତଥା ପୂର୍ବତନ ଏନ୍‌କାଉଣ୍ଟର ସ୍ପେଶାଲିଷ୍ଟ ପ୍ରଦୀପ ଶର୍ମାଙ୍କୁ ଏନ୍‌ଆଇଏ ସମନ ଜାରି କରିଥିଲା। ସେ ଏନ୍‌ଆଇଏ ଅଫିସ୍‌ରେ ପହଞ୍ଚତ୍ବା ପରେ ତାଙ୍କୁ ତଦନ୍ତକାରୀ ଅଧିକାରୀମାନେ ଜେରା କରୁଛନ୍ତି। ଏହାକୁ ନେଇ ମୁମ୍ବାଇର ଟପ୍‌ କପ୍‌ ମହଲରେ ସୃଷ୍ଟି ହୋଇଛି କୋକୁଆ ଭୟ। ବରିଷ୍ଠ ପୋଲିସ ଅଧିକାରୀମାନଙ୍କ ମୁଣ୍ଡରେ ଭାଳେଣି ଯେ, ଆମ ପାଳି କେବେ ପଡ଼ିବ।
ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମରେ ଏନ୍‌ଆଇଏ ମୁମ୍ବାଇ ପୋଲିସର ପୂର୍ବତନ ଅଫିସର ପ୍ରଦୀପ ଶର୍ମାଙ୍କୁ ବୁଧବାର ଜେରା କରିଛି। ୫୮ ବର୍ଷୀୟ ପ୍ରଦୀପଙ୍କ ପାଇଁ ବିବାଦ ନୂଆ ନୁହେଁ। ଅଣ୍ଡରଓ୍ବାଲର୍‌ଡ ସହ ସମ୍ପର୍କକୁ ନେଇ ଚର୍ଚ୍ଚିତ ଏହି ଅଫିସର ନ୍ୟାୟ ବହିର୍ଭୂତ ହତ୍ୟା ବା ଫେକ୍‌ ଏନ୍‌କାଉଣ୍ଟର ମାମଲାରେ ମଧ୍ୟ ପୂର୍ବରୁ ଫସିଥିଲେ। ଏବେ ଏନ୍‌ଆଇଏ ଡାକରା ପାଇ ପ୍ରଦୀପ ତଦନ୍ତକାରୀ ସଂସ୍ଥାର ଅଫିସରେ ହାଜର ହୋଇଛନ୍ତି। କାରଣ ପ୍ରଦୀପ ଓ ଓ୍ବାଜେ ମୁମ୍ବାଇ ପୋଲିସର ପୂର୍ବତନ କମିଶନର ପରମବୀର ସିଂଙ୍କ ଘନିଷ୍ଠ ବୋଲି କୁହାଯାଉଛି। ପୂର୍ବରୁ ଲଖନ ଭୈୟା ଫେକ୍‌ ଏନ୍‌କାଉଣ୍ଟର ମାମଲାରେ ସମ୍ପୃକ୍ତ ଥିବା ପ୍ରଦୀପଙ୍କ ସହଯୋଗୀ ବିନାୟକ ସିନ୍ଧେଙ୍କୁ ମଧ୍ୟ ଏନ୍‌ଆଇଏ ଗିରଫ କରିସାରିଛି। ଏହି ମାମଲାରେ ପ୍ରଦୀପ ଦୋଷମୁକ୍ତ ହୋଇସାରିଛନ୍ତି। ତେବେ ପ୍ରଦୀପଙ୍କ ଜେରା ଆର୍ଥିକ ରାଜଧାନୀରେ ବଟି ଅସୁଲ ର଼୍ୟାକେଟ ମାମଲାରେ ନୂଆ ମୋଡ଼ ଆଣିବ ବୋଲି କୁହାଯାଉଛି।
ମାର୍ଚ୍ଚ ୧୭ରେ ପରମବୀର ସିଂଙ୍କୁ ହୋମଗାର୍ଡକୁ ବଦଳି କରାଯିବା ପରେ ସେ ମହାରାଷ୍ଟ୍ର ଗୃହମନ୍ତ୍ରୀ ଦେଶମୁଖଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଥିଲେ। ବାର୍‌ ଓ ରେଷ୍ଟୁରାଣ୍ଟଗୁଡ଼ିକରୁ ମାସକୁ ୧୦୦ କୋଟି ଟଙ୍କା ଅସୁଲ କରି ଆଣିଦେବା ପାଇଁ ଓ୍ବାଜେଙ୍କୁ ଦେଶମୁଖ ନିର୍ଦ୍ଦେଶ ଦେଇଥିବା ପରମବୀର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ନିକଟକୁ ଚିଠି ଲେଖିଥିଲେ। ଏହି ମାମଲାରେ ବମ୍ବେ ହାଇକୋର୍ଟ ୧୫ ଦିନ ମଧ୍ୟରେ ତଦନ୍ତ ଶେଷ କରିବାକୁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)କୁ ସୋମବାର ନିର୍ଦ୍ଦେଶ ଦେଇଥିଲେ। ଫଳରେ ଦେଶମୁଖ ବାଧ୍ୟହୋଇ ଉଦ୍ଧବ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଥିଲେ। ସେପଟେ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ମଙ୍ଗଳବାର ରାଜ୍ୟ ସରକାର ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି। ଏହାର ଦିନକ ପରେ ବୁଧବାର ଏନ୍‌ଆଇଏ କୋର୍ଟ ଓ୍ବାଜେଙ୍କୁ ଜେରା କରିବା ପାଇଁ ସିବିଆଇକୁ ଅନୁମତି ଦେଇଛନ୍ତି। ସିବିଆଇର ଆବେଦନର ଶୁଣାଣି କରି ବିଚାରପତି ପି.ଆର. ସିତ୍ରେ ଓ୍ବାଜେଙ୍କ ଏନ୍‌ଆଇଏ ହାଜତ ମିଆଦକୁ ଏପ୍ରିଲ ୯ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଫେବୃୟାରୀ ୨୫ରେ ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଦକ୍ଷିଣ ମୁମ୍ବାଇସ୍ଥିତ ବାସଭବନ ଆଣ୍ଟିଲିଆ ବାହାରେ ଜିଲାଟିନ୍‌ ଭର୍ତ୍ତି କାର୍‌ ଠାବ ହେବା ପରେ ଓ୍ବାଜେଙ୍କୁ ମାର୍ଚ୍ଚ ୧୩ରେ ଗିରଫ କରାଯାଇଥିଲା।

ପ୍ରଦୀପ ଶର୍ମା କିଏ
୧୯୯୦ ଦଶକରେ ମୁମ୍ବାଇରେ ଏନ୍‌କାଉଣ୍ଟର ସ୍ପେଶାଲିଷ୍ଟ ପ୍ରଦୀପ ଶର୍ମା ରାଜ କରୁଥିଲେ। ୧୯୯୩ ଧାରାବାହିକ ବିସ୍ଫୋରଣ ପରେ ମୁମ୍ବାଇରେ ଗ୍ୟାଙ୍ଗ୍‌ଓ୍ବାର ବଢ଼ିବାରେ ଲାଗିଥିଲା। ଏନ୍‌କାଉଣ୍ଟର ସ୍ପେଶାଲିଷ୍ଟ ଦୟା ନାଏକ ପ୍ରଦୀପଙ୍କ ଅଧୀନରେ କାମ କରୁଥିବାବେଳେ ସଚିନ ଓ୍ବାଜେ କ୍ରମଶଃ ତାଙ୍କ ନିକଟତର ହୋଇଥିଲେ। ପରେ ଦୟାଙ୍କୁ ଅଣଦେଖା କରି ଓ୍ବାଜେଙ୍କୁ ତାଙ୍କ ସ୍ଥାନରେ ବସାଇଥିଲେ ପ୍ରଦୀପ। ଅନ୍ଧେରୀରେ ଓ୍ବାଜେଙ୍କ ପୋଷ୍ଟିଂ ହୋଇଥିବାବେଳେ ପ୍ରଦୀପ ବହୁତ ନାଁ କମାଇସାରିଥିଲେ। ସେତେବେଳେ ଏହି ଏନ୍‌କାଉଣ୍ଟର ସ୍ପେଶାଲିଷ୍ଟମାନେ ଲୋକଙ୍କ ନଜରରେ ରାତାରାତି ହିରୋ ପାଲଟିଯାଇଥିଲେ। ପ୍ରଦୀପ ୩୦୦ରୁ ଊର୍ଦ୍ଧ୍ୱ ଅପରାଧୀଙ୍କୁ ଏନ୍‌କାଉଣ୍ଟର କରିଥିବା କୁହାଯାଏ। ଭ୍ରଷ୍ଟାଚାର ଅଭିଯୋଗରେ ନିଲମ୍ବିତ ହୋଇଥିବା ପ୍ରଦୀପଙ୍କୁ ୨୦୧୭ରେ ପୁନଃ ଅବସ୍ଥାପିତ କରାଯାଇଥିଲା। ହେଲେ ସେ ୩୫ ବର୍ଷର କ୍ୟାରିୟରରେ ପୂର୍ଣ୍ଣଚ୍ଛେଦ ପକାଇ ୨୦୧୯ରେ ପୋଲିସ ଚାକିରି ଛାଡ଼ି ଶିବସେନାରେ ଯୋଗଦେଇଥିଲେ। ମହାରାଷ୍ଟ୍ରର ନାଲାସୋପାରା ନିର୍ବାଚନମଣ୍ଡଳୀରୁ ଶିବସେନା ଟିକେଟରେ ପ୍ରତିଦ୍ୱନ୍ଦ୍ୱିତା କରି ହାରିଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କେନାଲରୁ ମିଳିଲା ଶୁଭଲକ୍ଷ୍ମୀଙ୍କ ମୃତଦେହ, ହତ୍ୟା ସନ୍ଦେହ, ପଡ଼ୋଶୀ ଘରକୁ ପଶିଲା ସନ୍ଧାନୀ କୁକୁର

ରାଜନଗର, ୪ା୪(ଭାସ୍କର ରାଉତରାୟ): ନିଖୋଜ ଥିବା ଶୁଭଲକ୍ଷ୍ମୀଙ୍କ ମୃତଦେହ ଶୁକ୍ରବାର କେନାଲରୁ ମିଳିଛି। ଗାଁ ନିକଟ କେନାଲରେ ଖୋଜାଖୋଜି ପୂର୍ବରୁ ମୃତଦେହ ଭାସି ଆସିଥିବା ଦେଖିବାକୁ ମିଳିଥିଲା।…

ଶେଷ ହେବ ନାହିଁ ଯୁଦ୍ଧ? ଚିନ୍ତାରେ ପଡ଼ିଲାଣି ଆମେରିକା, ବଢାଇପାରେ ଡିଫେନ୍ସ ବଜେଟ

ଓ୍ବାଶିଂଟନ,୪।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ୩୬ ତମ ଦିନରେ ପହଞ୍ଚିଛି। ନିରନ୍ତର ଆକ୍ରମଣ ଏବଂ ପ୍ରତିଶୋଧମୂଳକ ଆକ୍ରମଣ ମଧ୍ୟରେ, ପରିସ୍ଥିତି କ୍ରମଶଃ…

ଗଛ କାଟୁଥିବା ବେଳେ ଉପରେ ପଡିଗଲା ଡାଳ; ୨୦ ଫୁଟ ଉପରେ ଝୁଲି ରହିଲେ ଯୁବକ, ତାପରେ…

ଉଦଳା,୪।୪(ସନ୍ତୋଷ କୁମାର ବାଛିନୀ): କପ୍ତିପଦା ଥାନା କଟୁରିଆ ଗ୍ରାମରେ ଅଭାବନୀୟ ଘଟଣା । ଗଛ ଉପରେ ଚଢ଼ି ଡାଳ କାଟୁଥିବା ବେଳେ ଉପରେ ପଡିଗଲା ଆଉ ଏକ…

ଇରାନକୁ ଫାଇନାଲ୍‌ ଅଲ୍ଟିମେଟମ: ହର୍ମୁଜ ନ ଖୋଲିଲେ…

ଓ୍ବାଶିଂଟନ୍‌,୪।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଇରାନକୁ ଅଲ୍ଟିମେଟମ ଦେଇଛନ୍ତି। ସେ କହିଛନ୍ତି, ଇରାନ ଯଦି ହର୍ମୁଜ ଷ୍ଟ୍ରେଟ୍‌ ନ ଖୋଲେ, ତେବେ ଆମେରିକା ପାଓ୍ବାର…

ଇରାନକୁ ନୁହେଁ, ବରଂ ନିଜ ପାଇଁ ସମୟସୀମା ଧାର୍ଯ୍ୟ କଲେ ଟ୍ରମ୍ପ, ଏହି ତାରିଖକୁ ରଖିଥିଲେ ଡେଡ ଲାଇନ

ଓ୍ବାଶିଂଟନ,୪।୪: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ଆତ୍ମସମର୍ପଣ ପାଇଁ ଏପ୍ରିଲ ୬ ପର୍ଯ୍ୟନ୍ତ ସମୟସୀମା ଦେଇଥିଲେ। ତଥାପି, ଏହା ଏବେ ସ୍ପଷ୍ଟ ହୋଇଯାଇଛି ଯେ ଏହି…

ବାଇକ୍‌କୁ ଧକ୍କାଦେଲା ଟ୍ରାକ୍ଟ୍ରର, ଚାଲିଗଲା ୨ ଜଣଙ୍କ ଜୀବନ

ଧାମନଗର,୪ା୪(ସନ୍ତୋଷ କୁମାର ମହାପାତ୍ର/ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଜିଲା ଧାମନଗର ବିଜ୍ଞାପିତ ଅଞ୍ଚଳ ଭଣ୍ଡାରିପଦୀ ଛକ ମୁଖ୍ୟ ରାସ୍ତାରେ ଶନିବାର ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଫଳରେ ୨…

RCBକୁ ପଛରେ ପକାଇ ମହାରେକର୍ଡ କଲା ଚେନ୍ନାଇ ସୁପର୍‌ କିଙ୍ଗ୍ସ: ପ୍ରଥମ ଦଳ ଭାବେ…

ନୂଆଦିଲ୍ଲୀ,୪।୪: ଚେନ୍ନାଇ ସୁପର କିଙ୍ଗସ IPLରେ ଏପରି ଏକ ସଫଳତା ହାସଲ କରିଛି ଯାହା ପୂର୍ବରୁ ଅନ୍ୟ କୌଣସି ଦଳ କରିପାରି ନାହିଁ। ଚେନ୍ନାଇ ଏବେ ଇଣ୍ଡିଆନ…

ଠାକୁରଘରେ ପଶିିଯିବାରୁ ଦଳିତ ବୃଦ୍ଧାଙ୍କୁ ଆକ୍ରମଣ, ଥାନାର ଦ୍ୱାରସ୍ଥ ହେବା ପରେ…

ପଟ୍ଟାମୁଣ୍ଡାଇ,୪ା୪(କଳ୍ପତରୁ ନାୟକ): କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅଧିନ ଖଣତା ଗ୍ରାମର ଜଣେ ଦଳିତ ମାନସିକ ବିକାରଗ୍ରସ୍ତ ବୃଦ୍ଧାଙ୍କୁ ଗୁରୁବାର ଆକ୍ରମଣ ହୋଇଛି। ଗ୍ରାମର ଜଣଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri