Categories: ରାଜ୍ୟ

ଧରାପଡ଼ିବା ଭୟରେ ପ୍ରେମିକଙ୍କୁ ଲୁଚାଇ ଦେଲେ ବାକ୍ସରେ

ବାରିପଦା ଅଫିସ,୮ା୭- ପରିବାର ଲୋକଙ୍କ ଅନୁପସ୍ଥିତିରେ ପ୍ରେମିକଙ୍କୁ ଘରକୁ ଡାକିଥିଲେ ପ୍ରେମିକା। ଦୁହେଁ ବ୍ୟସ୍ତ ଥିବାବେଳେ ହଠାତ୍‌ ଘରେ ପହଞ୍ଚିଥିଲେ ଯୁବତୀଙ୍କ ଭାଇ। କିଛି ଉପାୟ ନ ପାଇ ଘରେ ଥିବା ଏକ ବାକ୍ସ ଭିତରେ ପ୍ରେମିକଙ୍କୁ ଲୁଚାଇ ତାଲା ପକାଇ ଦେଇଥିଲେ। ପରିବାର ଲୋକଙ୍କ ସନ୍ଦେହ ହେବାରୁ ଯୁବତୀଙ୍କୁ ବାକ୍ସର ତାଲା ଖୋଲିବାକୁ କହିଥିଲେ। ଯୁବତୀ ଜଣକ ଭୟରେ ବାକ୍ସ ଖୋଲି ନ ଥିଲେ। ପରିବାର ଲୋକଙ୍କ ଠାରୁ ବହେ ମାଡ଼ ଖାଇବା ପରେ ତାଲା ଖୋଲିଥିଲେ। ବାକ୍ସରୁ ବାହାରି ଥିଲେ ପ୍ରେମିକ। ଯୁବତୀଙ୍କ ପରିବାର ଲୋକେ ଘଟଣାର ଭିଡିଓ ରେକର୍ଡ କରି ସୋସିଆଲ ମିଡିଆରେ ଶେୟାର କରି ଦେଇଥିଲେ। ବର୍ତ୍ତମାନ ଏହି ଭିଡିଓ ଭାଇରାଲ ହେଉଛି। ମୟୂରଭଞ୍ଜ ଜିଲା ଶୁକୃଳି ବ୍ଲକ ଅଞ୍ଚଳରୁ ସାମ୍ନାକୁ ଆସିଛି ଏହି ଘଟଣା।