Posted inଜାତୀୟ

ଭୟରେ କଶ୍ମୀରୀ ପଣ୍ଡିତଙ୍କ ଶିବିର ସିଲ୍‌

ଶ୍ରୀନଗର, ୨ା୬: କଶ୍ମୀରରେ ଟାର୍ଗେଟ କିଲିଂ ଥମୁ ନ ଥିବାରୁ ଉପତ୍ୟକା ଛାଡ଼ିବାକୁ କଶ୍ମୀରୀ ପଣ୍ଡିତମାନେ ଚେତାବନୀ ଦେବା ପରେ ସ୍ଥାନୀୟ ପ୍ରଶାସନ ସେମାନଙ୍କ ଟ୍ରାଞ୍ଜିଟ୍‌ କ୍ୟାମ୍ପ୍‌ଗୁଡ଼ିକୁ ବୁଧବାର ସିଲ୍‌ କରିଛି। ସେମାନଙ୍କୁ ଶିବିର ବାହାରକୁ ଆସିବା ପାଇଁ ବାରଣ କରାଯାଇଛି। ଏଥିସହ କ୍ୟାମ୍ପ୍‌ ଆଖପାଖରେ ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ସ୍ବତନ୍ତ୍ର ପ୍ୟାକେଜ ଅଧୀନରେ ନିଯୁକ୍ତି ପାଇଥିବା ପ୍ରାୟ ୪ ହଜାର କଶ୍ମୀରୀ ପଣ୍ଡିତଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ୨୪ ଘଣ୍ଟା ମଧ୍ୟରେ ସେମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ଦାବି କରିଥିଲେ। ଏହା ନ ହେଲେ ସେମାନେ ଉପତ୍ୟକା ଛାଡ଼ି ପଳାୟନ କରିବେ ବୋଲି ମଙ୍ଗଳବାର ଚେତାବନୀ ଦେଇଥିଲେ।

ଜିଲାରେ ମଙ୍ଗଳବାର ଜମ୍ମୁର ଜଣେ ହିନ୍ଦୁ ଶିକ୍ଷୟିତ୍ରୀ ରାଜନୀ ବାଲାଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା। ଗତମାସରେ ବୁଡଗାମ୍‌ରେ ମାଜିଷ୍ଟ୍ରେଟଙ୍କ ଅଫିସରେ ଆଉ ଜଣେ କଶ୍ମୀର ପଣ୍ଡିତ ରାହୁଲ ଭଟ୍ଟଙ୍କୁ ଆତଙ୍କବାଦୀ ଗୁଳି କରି ହତ୍ୟା କରିଥିଲେ। ବାରମ୍ବାର ଟାର୍ଗେଟ କିଲିଂ ଯୋଗୁ କଶ୍ମୀରୀ ପଣ୍ଡିତମାନେ ନିଜକୁ ଅସୁରକ୍ଷିତ ମନେକରି ସୁରକ୍ଷା ଦାବିରେ ଆନ୍ଦୋଳନକୁ ଓହ୍ଲାଇବା ସହ ସେହି ସ୍ଥାନ ଛାଡ଼ିବାକୁ ଧମକ ଦେଇଛନ୍ତି। ସରକାର କୌଣସି ବ୍ୟବସ୍ଥା ନ କରି ସେମାନଙ୍କୁ ସେଠାରେ ମରିବା ପାଇଁ ଛାଡ଼ି ଦେଇଥିବା ସେମାନେ ଅଭିଯୋଗ କରିଛନ୍ତି। ଫଳରେ ସ୍ଥାନୀୟ ପ୍ରଶାସନ ବିଭିନ୍ନ ସ୍ଥାନରେ ଥିବା କଶ୍ମୀରୀ ପଣ୍ଡିତଙ୍କ ଶିବିରକୁ ସିଲ୍‌ କରି ସେମାନଙ୍କୁ ବାହାରକୁ ନ ବାହାରିବାକୁ କହିଛି। କ୍ୟାମ୍ପ୍‌ର ପ୍ରମୁଖ ଗେଟ୍‌ ବନ୍ଦ କରିଦିଆଯାଇଛି।

ସେଠାରେ ପୋଲିସ ବ୍ୟାରିକେଡ୍‌ ନିର୍ମାଣ କରିବା ସହ ଯାତାୟାତ କରୁଥିବା ସମସ୍ତ ଯାନବାହନକୁ ଯାଞ୍ଚ କରୁଛି। ଚଳିତ ବର୍ଷ ଜାନୁୟାରୀରୁ ଅଦ୍ୟାବଧି କଶ୍ମୀର ଉପତ୍ୟକାରେ ୧୬ ଜଣ ଟାର୍ଗେଟ କିଲିଂର ଶିକାର ହେଲେଣି। ଟାର୍ଗେଟ କିଲିଂ ବଢ଼ୁଥିଲେ ହେଁ କେନ୍ଦ୍ର ସରକାର କଶ୍ମୀରୀ ପଣ୍ଡିତଙ୍କୁ ଉପଯୁକ୍ତ ସୁରକ୍ଷା ଦେଇପାରି ନ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ କହିଛନ୍ତି। କଶ୍ମୀରୀ ପଣ୍ଡିତଙ୍କୁ ହତ୍ୟା ୯୦ ଦଶକର ଘଟଣାକୁ ମନେପକାଉଛି। ସେମାନଙ୍କୁ ନିଜ ଘରେ ସୁରକ୍ଷିତ ରଖିବା ପାଇଁ କେନ୍ଦ୍ର ସରକାର ବ୍ୟାପକ ବ୍ୟବସ୍ଥା କରନ୍ତୁ ବୋଲି କେଜ୍‌ରିଓ୍ବାଲ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାତ୍ର ୧୪ ବର୍ଷ ବୟସରେ ବଡ଼ ରେକର୍ଡ ଭାଙ୍ଗିଦେଲେ ବୈଭବ ସୂର୍ଯ୍ୟବଂଶୀ: କ୍ରିକେଟ୍‌ ଜଗତରେ ପଡ଼ିଗଲା ଚହଳ

ନୂଆଦିଲ୍ଲୀ,୨୪।୧୨: ବିଜୟ ହଜାରେ ଟ୍ରଫି ୨୦୨୫-୨୬ ବୈଭବ ସୂର୍ଯ୍ୟବଂଶୀ ଏବଂ ତାଙ୍କ ଦଳ ବିହାର ପାଇଁ ଏକ ଭଲ ଆରମ୍ଭ ହୋଇଛି। ବିହାରର ଉପ-ଅଧିନାୟକ ବୈଭବ...

ତାଳଚେରରେ ଚାଞ୍ଚଲ୍ୟ: ପାଇପଲାଇନ ନିକଟରୁ ମିଳିଲା ୨ ମୃତଦେହ, ହତ୍ୟା ସନ୍ଦେହ

ତାଳଚେର,୨୪।୧୨(ମନୋଜ ନନ୍ଦ): ଅନୁଗୋଳ ଜିଲା ତାଳଚେର ଥାନାର ୧୪୯ନଂ ଜାତୀୟ ରାଜପଥର ଲିଙ୍ଗରାକଟା ଗ୍ରାମ ନିକଟସ୍ଥ ନାଲକୋର ପାଇପଲାଇନ ନିକଟରେ ବୁଧବାର ସକାଳ ସମୟରେ ରାସ୍ତାର...

ପ୍ରିୟଙ୍କା ଗାନ୍ଧୀ ହେବେ ପ୍ରଧାନମନ୍ତ୍ରୀ? ଚମକାଇବା ଭଳି ଉତ୍ତର ଦେଲେ ରବର୍ଟ ଭଦ୍ରା, ରାହୁଲଙ୍କୁ ଟାର୍ଗେଟ କରୁଛି ଭାଜପା

ନୂଆଦିଲ୍ଲୀ,୨୪।୧୨: କଂଗ୍ରେସ ଏମପି ଇମ୍ରାନ ମାସୁଦ ପ୍ରିୟଙ୍କା ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିବାକୁ ଦାବି କରିଥିଲେ। ରବର୍ଟ ଭଦ୍ରା ମଧ୍ୟ ତାଙ୍କ ବକ୍ତବ୍ୟକୁ ସମର୍ଥନ କରିଥିଲେ।...

ଜିଦରେ ଅଟଳ ରହିପାରିଲାନି ବାଂଲାଦେଶ, ଏବେ ଭାରତକୁ କହିଲାଣି…

ଢାକା,୨୪।୧୨: ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ଆର୍ଥିକ ପରାମର୍ଶଦାତା ସାଲେହୁଦ୍ଦିନ ଅହମ୍ମଦ ମଙ୍ଗଳବାର (ଡିସେମ୍ବର ୨୩, ୨୦୨୫) କହିଛନ୍ତି ଯେ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ ନୂଆଦିଲ୍ଲୀ...

ବାଂଲାଦେଶ ହିଂସା: ହିନ୍ଦୁଙ୍କ ଘର ଜାଳିଦେଲେ କଟ୍ଟରପନ୍ଥୀ, ସାମ୍ନାକୁ ଆସିଲା ଭୟଙ୍କର ଭିଡ଼ିଓ

ଢାକା,୨୪।୧୨: ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ଅତ୍ୟାଚାରର ଧାରା ଥମିବାର ନାଁ ନେଉନାହିଁ। ବାଂଲାଦେଶୀ ଲେଖିକା ତସଲିମା ନସରିନ ଏକ ଭିଡିଓ ଜାରି କରିଛନ୍ତି ଯେଉଁଥିରେ ଚିଟାଗଙ୍ଗରେ...

ଇତିହାସ ରଚିଲା ଇସ୍ରୋ: ଏଣିକି ବିନା ମୋବୋଇଲ୍‌ ଟାଓ୍ବାରରେ ଆସିବ ନେଟଓ୍ବର୍କ

ନୂଆଦିଲ୍ଲୀ,୨୪।୧୨: ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ପୁଣି ଥରେ ବିଶ୍ୱ ସମ୍ମୁଖରେ ନିଜର ଶକ୍ତି ଏବଂ ଆତ୍ମବିଶ୍ୱାସ ପ୍ରଦର୍ଶନ କରିଛି। ଏକ କମ ବଜେଟ,...

ସୋଲାର ଲାଇଟ ଅଚଳ ଘଟଣା: ସରପଞ୍ଚ ଲଗାଇଲେ ଷ୍ଟ୍ରିଟ ଲାଇଟ

ଦାରିଙ୍ଗବାଡି, ୨୪୧୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ପଞ୍ଚାୟତରେ ପ୍ରତି ମଙ୍ଗଳବାର ସାପ୍ତାହିକ ହାଟ ହେଉଛି। ଏହି ହାଟରେ ଭିଡ଼ ଜମୁଛି।...

ଲୋକ ଉତ୍ସବ ପ୍ରସ୍ତୁତି ବୈଠକ: ଗଣମାଧ୍ୟମ ପ୍ରତିନିଧିଙ୍କୁ ଅଣଦେଖା

ବଲାଙ୍ଗୀର,୨୪।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପ୍ରଶାସନ ଏବଂ ଜିଲା ସଂସ୍କୃତି ବିଭାଗ ପକ୍ଷରୁ ସ୍ଥାନୀୟ ଡିଏଫ୍‌ଓ ସମ୍ମିଳନୀ କକ୍ଷରେ ବଲାଙ୍ଗୀର ଲୋକ ଉତ୍ସବ ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri