୭ ଜିଲାକୁ ସୁନାମି ଭୟ

ଭୁବନେଶ୍ୱର,୩।୭(ବ୍ୟୁରୋ):ରାଜ୍ୟକୁ ବାତ୍ୟା, ବନ୍ୟା, ବଜ୍ରପାତ, ମରୁଡ଼ି ଭଳି ସୁନାମି ଆଉ ଏକ ବିପତ୍ତି ଭାବେ ଉଭାହେଲାଣି। କେଉଁ ସମୟରେ ସୁନାମି ଉପକୂଳକୁ କ୍ଷତି ପହଞ୍ଚାଇବ ତାହା ଆକଳନ କରିବା ମୁସ୍କିଲ। ତେବେ ଏହି ବିପଦରୁ ଉପକୂଳ ଅଞ୍ଚଳର ଲୋକମାନଙ୍କୁ ରକ୍ଷା କରିବା ପାଇଁ ରାଜ୍ୟ ସରକାର ଯୋଜନା ଆରମ୍ଭ କରିଛନ୍ତି। ୭ଟି ଜିଲାକୁ ସୁନାମିପ୍ରବଣ ଜିଲା ଭାବେ ଘୋଷଣା କରାଯାଇଛି। ସେଗୁଡିକ ହେଲା ବାଲେଶ୍ୱର, ଭଦ୍ରକ, ଗଞ୍ଜାମ, କଟକ, ପୁରୀ, ଜଗତ୍‌ସିଂହପୁର ଏବଂ କେନ୍ଦ୍ରାପଡା। ଉକ୍ତ ଜିଲାଗୁଡ଼ିକର ସମୁଦ୍ରକୁ ଲାଗି ରହିଥିବା ୩୨୮ଟି ଗ୍ରାମକୁ ସୁନାମିପ୍ରବଣ ଭାବେ ଚିହ୍ନଟ କରାଯାଇଛି।
ପ୍ରଥମ ଥର ଲାଗି ରାଜ୍ୟ ସରକାର ସୁନାମିରୁ ଲୋକମାନଙ୍କୁ ରକ୍ଷା କରିବା ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି। ହେଲେ କୋଭିଡ-୧୯ ମହାମାରୀ ଯୋଗୁ ସେ ଯୋଜନା ଅଧାବାଟରେ ଲଟକି ରହିଛି। ଲୋକମାନଙ୍କୁ ପ୍ରଶିକ୍ଷଣ ଦେଇ ସଚେତନ କରାଯାଇ ପାରୁନାହିଁ। ଯଦି ହଠାତ୍‌ କେବେ ସୁନାମି ଆସେ ତେବେ ଉପକୂଳ ଲୋକଙ୍କୁ ବଞ୍ଚାଇବା କାଠିକର ପାଠ ହୋଇଯିବ।
ସୁନାମି ପ୍ରଭାବରେ ଉପକୂଳବର୍ତ୍ତୀ ଜିଲାଗୁଡିକର ସମୁଦ୍ରକୂଳିଆ ଲୋକମାନଙ୍କ ପାଇଁ ଏକ ବିଷମ ପରିସ୍ଥିତି ସୃଷ୍ଟି ଆଶଙ୍କା ରହିଛି। ସେହି ଲୋକମାନଙ୍କୁ ସୁନାମି ଭଳି ପ୍ରାକୃତିକ ବିପତ୍ତିରୁ କିପରି ରକ୍ଷା କରାଯାଇ ପାରିବ ସେ ନେଇ ଓଡ଼ିଶା ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ କର୍ତ୍ତୃପକ୍ଷ(ଓସ୍‌ଡମା)ଉପକୂଳବର୍ତ୍ତୀ ୭ଟି ଜିଲାରେ ତାଲିମ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସୁନାମିପ୍ରବଣ ସମସ୍ତ ଗ୍ରାମରେ ବିପର୍ଯ୍ୟୟ ପରିଚାଳନା ଯୋଜନା ପ୍ରସ୍ତୁତ ହେବ। ପ୍ରଥମ ପର୍ଯ୍ୟାୟରେ ୧୨୨ ଜଣ ବିଡିଓ, ଭିଏଲ୍‌ଡବ୍ଲ୍ୟୁ, ସରପଞ୍ଚ, ପଞ୍ଚାୟତ ସମିତି ସଦସ୍ୟ, ଗ୍ରାମବାସୀ, ଓ୍ବାର୍ଡମେମ୍ବର, ମହିଳା ସ୍ବୟଂସହାୟକ ଗୋଷ୍ଠୀ ଆଦିଙ୍କୁ ତାଲିମ ଦେବାକୁ ନିଷ୍ପତ୍ତି ନିଆଯାଇଛି। ଖୁବ୍‌ଶ୍ରୀଘ୍ର ଏହି ତାଲିମ କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି ଓସ୍‌ଡମା ପକ୍ଷରୁ ସୂଚନା ଦିଆଯାଇଛି। ନିକଟରେ ୟୁନେସ୍କୋ ଏବଂ ଭାରତ ସରକାରଙ୍କ ଇଣ୍ଡିଆନ ନ୍ୟାଶନାଲ ସେଣ୍ଟର ଫର ଓସେନ ଇନଫର୍ର୍‌ମିଂ ସିଷ୍ଟମ(ଆଇଏନ୍‌ସିଓଆଇଏସ୍‌) ପକ୍ଷରୁ ଗଞ୍ଜାମ ଜିଲା ରଙ୍ଗେଇଲୁଣ୍ଡା ବ୍ଲକର ବକ୍ସିପାଲି(ଭେଙ୍କଟରାୟପୁର) ଏବଂ ଜଗତ୍‌ସିଂହପୁର ଜିଲା ନୋଳିଆସାହି ପଞ୍ଚାୟତର ଗଡ଼ ହରିଶପୁର ଗ୍ରାମକୁ ସୁନାମି ପ୍ରସ୍ତୁତି ଗ୍ରାମ ଭାବେ ଚିହ୍ନଟ କରାଯାଇଛି। ଏହି ଦୁଇଟି ଗ୍ରାମରେ ତାଲିମ କାର୍ଯ୍ୟ ଶେଷ ହୋଇଛି। ଖୁବ୍‌ଶୀଘ୍ର ଏହି ଦୁଇଟି ଗ୍ରାମକୁ ୟୁନେସ୍କୋ ପକ୍ଷରୁ ସୁନମି ପ୍ରସ୍ତୁତି ଗ୍ରାମ ଭାବେ ଘୋଷଣା କରାଯିବ। ମୋବାଇଲ ଏସ୍‌ଏମ୍‌ଏସ୍‌, ଡିଜିଟାଲ ରେଡିଓ ଏବଂ ସାଇରନ୍‌ ମାଧ୍ୟମରେ ଲୋକାମାନଙ୍କୁ ସୁନାମି ଆସିବା ପୂର୍ବରୁ ସତର୍କ ସୂଚନା ଦିଆଯିବ। ଏହି ଖବର ପାଇବା ମାତ୍ରେ ଲୋକମାନେ କେଉଁ ସ୍ଥାନକୁ ଯିବେ ସେ ନେଇ ତାଲିମ ଦିଆଯାଇଛି। ଆଇଏନ୍‌ସିଓଆଇଏସ୍‌ ସୂଚନା ଦେବା ମାତ୍ରେ ସୁନାମି ଆସିବାର ୩ ଘଣ୍ଟା ପୂର୍ବରୁ ସାଇରନ ବାଜିଉଠିବ। ଏହାର ଶବ୍ଦ ପ୍ରାୟ ଦେଢ଼ କିଲୋମିଟର ଯାଏ ଶୁଣାଯିବ। ଆଇଏନ୍‌ସିଓଆଇଏସ୍‌କୁ ସୂଚନା ମିଳିବା ମାତ୍ରେ ତୁରନ୍ତ ରାଜ୍ୟ ଆଇଏମ୍‌ଡି ଆଞ୍ଚଳିକ ଶାଖାକୁ ସୂଚନା ଆସିବ। ରାଜ୍ୟ ସରକାରଙ୍କୁ ସୂଚନା ମିଳିବା ମାତ୍ରେ ତୁରନ୍ତ ସୁନାମିପ୍ରବଣ ଜିଲା, ବ୍ଲକ, ପଞ୍ଚାୟତଗୁଡିକୁ ତତ୍‌କ୍ଷଣାତ ଜଣାଇ ଦିଆଯିବ। ଏହି ଶବ୍ଦ ଶୁଣିବାମାତ୍ରେ ତାଲିମପ୍ରାପ୍ତ ଲୋକମାନେ ଅନ୍ୟ ଲୋକମାନଙ୍କୁ ସତର୍କ କରାଇ ସୁରକ୍ଷିତ ସ୍ଥାନକୁ ଯିବାକୁ ପରାମର୍ଶ ଦେବେ। କୋଭିଡ୍‌ ଯୋଗୁ ସୁନାମି ପ୍ରସ୍ତୁତି କାର୍ଯ୍ୟ ଆଗେଇ ପାରୁ ନାହିଁ ବୋଲି ଓସ୍‌ଡମାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ନିଆଁ ସହ ଖେଳୁଛି ଭାଜପା, ପରିଣାମ ଭୟଙ୍କର ହେବ: ନିଆଁବାଣ ହେଲେ ମମତା

କୋଲକାତା,୨।୪: ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଏକ ରାଲିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାମ୍ପ୍ରତିକ ମାଲଦା ଘଟଣା ଉପରେ କେନ୍ଦ୍ର ସରକାର ଏବଂ ଭାଜପାକୁ ଟାର୍ଗେଟ୍‌ କରିଛନ୍ତି। ରାଜ୍ୟର ପରିସ୍ଥିତି…

ମଦ ବନ୍ଦ ଦାବିରେ ଅବକାରୀ ଥାନା ଘେରିଲେ ମହିଳା

ପାଟଣା,୨ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣାବ୍ଲକ ବଡ଼ ପାଟଣା ପଞ୍ଚାୟତ ଓ ଟାଙ୍ଗରପଡ଼ା ପଞ୍ଚାୟତ ବିଭିନ୍ନ ଗ୍ରାମର ଶତାଧିକ ମହିଳା କେନ୍ଦୁଝର ଏମ୍‌ପି ଅନନ୍ତ ନାୟକଙ୍କ ଅବକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri