Posted inଫୁରସତ

ସ୍ପର୍ଶର ଭୟ ‘ଜର୍ମୋଫୋବିଆ’

ନୂଆଦିଲ୍ଲୀ: ନିକଟରେ ଆମେରିକା ଉପରାଷ୍ଟ୍ରପତି କମଲା ହାରିସ୍‌ଙ୍କ ଏକ ଭିଡିଓ ଭାଇରାଲ ହେଉଛି। ଦକ୍ଷିଣ କୋରିଆ ରାଷ୍ଟ୍ରପତି ମୁନ୍‌ ଜେ ଇନ୍‌ଙ୍କ ସହ ହାତ ମିଳାଇବା ପରେ ହାରିସ୍‌ ତାଙ୍କ ଟ୍ରାଉଜରରେ ହାତ ପୋଛୁଥିବା ଦେଖିବାକୁ ମିଳୁଛି। ଏହି ଭାରତୀୟ ବଂଶୋଦ୍ଭବ ଆମେରିକୀୟ ତୁଙ୍ଗନେତାଙ୍କ ଏଭଳି କାର୍ଯ୍ୟ ଏବେ ଚର୍ଚ୍ଚାରେ ରହିଛି। ଏହାକୁ ନେଇ ଭିନ୍ନ ମତ ପ୍ରକାଶ ପାଇଛି। ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମରେ ଏହାକୁ ଅନେକେ ରଙ୍ଗଭେଦ ବୋଲି କହୁଥିବାବେଳେ ଅନ୍ୟ କେତେଜଣ ଏହାକୁ ଜର୍ମୋଫୋବିଆ କହୁଛନ୍ତି।
କ୍ୱଚିତ୍‌ ମଣିଷଙ୍କୁ ବାଦ୍‌ଦେଲେ ଅନ୍ୟ ସମସ୍ତେ କୌଣସି ନା କୌଣସି ଫୋବିଆରେ ପୀଡ଼ିତ। ହେଲେ ଏହାକୁ ଅଧିକାଂଶ ସମୀକ୍ଷା କରନ୍ତି ନାହିଁ। କେତେଜଣ ପାଣି, ଉଚ୍ଚତମ ସ୍ଥାନକୁ ଦେଖି ଡରିଥାଆନ୍ତି। କୀଟପତଙ୍ଗକୁ ଦେଖିଲେ ଭୟଭୀତ ହେବା ସାଧାରଣ କଥା। ଅନ୍ୟ କେତେଜଣ ବନ୍ଦ କୋଠରି, ବିମାନରେ ଅସ୍ତବ୍ୟସ୍ତ ହୋଇପଡ଼ିବା ନଜିର ରହିଛି। ସାଧାରଣ ଭାବେ କହିଲେ କୌଣସି ଏକ ନିର୍ଦ୍ଦିଷ୍ଟ ପରିସ୍ଥିତିରେ ମନରେ ସ୍ବତଃପ୍ରବୃତ୍ତ ଭାବେ ଭୟ ସୃଷ୍ଟି ହେବା ଫୋବିଆ। ‘ଜର୍ମୋଫୋବିଆ’ ସେଥିରୁ ଅନ୍ୟତମ। ଏହାର ଶିକାର ହୋଇଥିବା ଲୋକଙ୍କ ମନରେ ଜର୍ମ ବା କୀଟାଣୁକୁ ନେଇ ଡର ରହିଥାଏ। ସେମାନେ ଅନୁଭବ କରିଥାଆନ୍ତି ଯେ, ଛୁଇଁବା ଦ୍ୱାରା କୀଟାଣୁ ସଂକ୍ରମଣର ଶିକାର ହୋଇଯିବେ। ସେହିପରି ଦୁର୍ଘଟଣା ଶିକାର ହେଲେ କିମ୍ବା କୌଣସି କାରଣରୁ ଆଭ୍ୟନ୍ତରୀଣ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ପ୍ରଭାବିତ ହେଲେ ସମ୍ପୃକ୍ତ ବ୍ୟକ୍ତି ବ୍ୟକ୍ତିଗତ ସ୍ବଚ୍ଛତା ଉପରେ ଗୁରୁତ୍ୱ ଦେଇଥାଆନ୍ତି। ଏହା ଧୀରେ ଧୀରେ ଅଭ୍ୟାସରେ ପରିଣତ ହୋଇଯାଏ। ଫଳରେ ସମ୍ପୃକ୍ତ ବ୍ୟକ୍ତି ଜର୍ମୋଫୋବିଆର ଶିକାର ହେବା ଆଶଙ୍କା ବେଶି। ଏହି ରୋଗର ନିର୍ଦ୍ଦିଷ୍ଟ ଭାବେ କୌଣସି ଚିକିତ୍ସା ପଦ୍ଧତି ନାହିଁ। ତେବେ ଔଷଧ ସେବନ ସମେତ ମନସ୍ତାତ୍ତ୍ୱିକ ଚିକିତ୍ସା ଦ୍ୱାରା ଏହାର ଉପଶମ କରାଯାଇପାରିବ, ଯାହା ଏକ ଦୀର୍ଘ ପ୍ରକ୍ରିୟା ଏବଂ ବ୍ୟୟବହୁଳ ମଧ୍ୟ।

ସଂକ୍ରମଣକୁ ବେଶି ଡର

ସ୍ବଚ୍ଛ ପରିବେଶରେ ରହିବା ସ୍ବାସ୍ଥ୍ୟ ପକ୍ଷେ ନିଶ୍ଚିତ ଭାବେ ଉପଯୋଗୀ। ହେଲେ କେତେଜଣ ସଫାସୁତରା ରହିବାକୁ ଅତ୍ୟଧିକ ଗୁରୁତ୍ୱ ଦିଅନ୍ତି। ଏଥିରେ ସେମାନେ ଧୀରେ ଧୀରେ ଅଭ୍ୟସ୍ତ ହୋଇଯାଆନ୍ତି। ଫଳରେ ସାମାନ୍ୟ ଧୂଳି, ମଇଳା ଦେଖିଲେ ସେମାନଙ୍କୁ ଘାରିଥାଏ କୀଟାଣୁ ସଂକ୍ରମଣର ଭୟ। ଏହା ହିଁ ‘ଜର୍ମୋଫୋବିଆ’ ବା ‘ମାଇସୋଫୋବିଆ’। କେବଳ ଏତିକି ନୁହେଁ, ଅତ୍ୟଧିକ ସ୍ବଚ୍ଛ ପରିବେଶରେ ରନ୍ଧାଯାଇଥିବା ଖାଦ୍ୟରେ ବି ସେମାନେ ମାରାତ୍ମକ ଭୂତାଣୁର ପରିକଳ୍ପନା କରିଥାଆନ୍ତି। ଏହାର ଶିକାର ହୋଇଥିବା ବ୍ୟକ୍ତି ସାଧାରଣ ଧୂଳି ପରିବେଶ, ଭିଡ଼ସ୍ଥାନରେ ଅସ୍ତବ୍ୟସ୍ତ ହୋଇପଡ଼ନ୍ତି। ନିଜର ବ୍ୟକ୍ତିଗତ ସାମଗ୍ରୀ ଅନ୍ୟ କାହାକୁ ଦେବାକୁ ପସନ୍ଦ କରନ୍ତି ନାହିଁ। ଜରୁରୀ କାମ ଛାଡ଼ି ଅଧିକାଂଶ ସମୟ ସଫେଇରେ ବିତାଇଥାନ୍ତି। ଅତ୍ୟଧିକ ଭୟ କାରଣରୁ ସେମାନଙ୍କ ଶାରୀରିକ ଏବଂ ମାନସିକ ସ୍ବାସ୍ଥ୍ୟ ପ୍ରଭାବିତ ହୋଇଥାଏ। ଶ୍ୱାସକ୍ରିୟା ପ୍ରଭାବିତ ହେବା, ହୃଦ୍‌ସ୍ପନ୍ଦନ ବଢ଼ିବା, ଛାତିରେ ଯନ୍ତ୍ରଣା, ଥରିବା ଭଳି ଲକ୍ଷଣ ମଧ୍ୟ ଦେଖାଦେଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri