ରାତିରେ ରାସ୍ତା ଭୟ

ବଇଣ୍ଡା,୧୩ା୧୧(ଡି.ଏନ.ଏ.) – କିଛି ବର୍ଷ ହେଲା ଗାଁର ସହରୀକରଣ ଉପରେ ଗୁରୁତ୍ୱ ଦେଉଛନ୍ତି ସରକାର। ସେଥିପାଇଁ ପ୍ରତି ପଞ୍ଚାୟତକୁ ପ୍ରଥମେ ପକ୍କା ରାସ୍ତା ନିର୍ମାଣ କରାଯାଉଛି। ଏଥିସହ ପାଇପ୍‌ ପାଣି, ବିଦ୍ୟୁତ୍‌, ବଜାର ସୁବିଧା ସହ ଇଣ୍ଟରନେଟ୍‌ ସଂଯୋଗର ପ୍ରୟାସ କରାଯାଉଛି। କିନ୍ତୁ ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକର ବହୁ ପଞ୍ଚାୟତ ଏ କ୍ଷେତ୍ରରେ ଅବହେଳିତ ଅବସ୍ଥାରେ ରହିଛି। ବିଶେଷକରି ସାନହୁଲା ଓ କୁରୁମଟାପ ପଞ୍ଚାୟତକୁ ଗମନାଗମନ ବ୍ୟବସ୍ଥା ଏତେ ଶୋଚନୀୟ ଯେ ରାତି ହେଲେ ରାସ୍ତାକୁ ଭୟ କରୁଛନ୍ତି ଲୋକେ।
ପଞ୍ଚାୟତବାସୀଙ୍କ କହିବା ଅନୁଯାୟୀ, ସାନହୁଲା ପଞ୍ଚାୟତ ଅଧୀନରେ ଥିବା ସିନ୍ଦୂରଖୋଳ-ଜୟପୁର ୭ କିଲୋମିଟର ମାଟି ରାସ୍ତାରେ ଦୀର୍ଘବର୍ଷ ହେଲା ମାଟି ମୁଠାଏ ପଡ଼ିନାହିଁ। ଏହାକୁ ପକ୍କା କରିବା ପାଇଁ ମିଣ୍ଡୋଳ ଗ୍ରାମବାସୀ ୨୦୧୪ରୁ ଉଦ୍ୟମ କରି ଆସୁଛନ୍ତି। ସେମାନେ ବ୍ଲକ ଠାରୁ ଆରମ୍ଭ କରି ଜିଲା ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ କରୁଥିଲେ ମଧ୍ୟ ଏ ଦିଗରେ ପଦକ୍ଷେପ ନିଆଯାଉ ନାହିଁ। ଜନପ୍ରତିନିଧିମାନେ ମଧ୍ୟ ପଞ୍ଚାୟତବାସୀଙ୍କୁ ନ୍ୟାୟ ଦେଇପାରୁ ନାହାନ୍ତି। ସେହିପରି ଗୁଣ୍ଡୁରୀ-ଘୋଡ଼ାବାନ୍ଧୁଣୀ ୧୦ କିଲୋମିଟର ରାସ୍ତାକୁ ମଧ୍ୟ ପକ୍କା କରାଯାଉ ନାହିଁ। ଜଙ୍ଗଲିଆ ଏହି ରାସ୍ତାର ଖଇରାବସା ନାଳ ଉପରେ ପୋଲଟିଏ ନ ଥିବାରୁ ବର୍ଷ ତମାମ ଲୋକେ ପାଣିରେ ପଶି ଯାତାୟାତ କରୁଛନ୍ତି। ବର୍ଷାଦିନେ ଏହି ନାଳ ଯୋଗୁ ଗଁା ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ୁଛି। ଦିନବେଳା ଯାହା ଯେମିତି ଅସୁବିଧାରେ ଯାତାୟାତ ହେଉଥିଲେ ମଧ୍ୟ ରାତି ଅନ୍ଧାରକୁ ନାଳ ପାଣି ଲୋକଙ୍କ ଛାତି ଥରାଇ ଦେଉଛି। ତେଣୁ ବାହାରକୁ ଯାଇଥିବା ଲୋକେ ସନ୍ଧ୍ୟା ପୂର୍ବରୁ ଘରକୁ ଫେରି ଆସିବାକୁ ବାଧ୍ୟ ହେଉଛନ୍ତି। ସେହିପରି କୁରୁମଟାପ ପଞ୍ଚାୟତର କୁରୁମଟାପ -ଗୁଣ୍ଡୁରୁଖଳୀ ୫ କିଲୋମିଟର, ଦାମଦରପୁର-ଧଉରାଗୋଠ ୪ କିଲୋମିଟର, ମନ୍ଦରବାହାଳ-କିଷାନସାହି ଅଢ଼େଇ କିଲୋମିଟର ମାଟି ରାସ୍ତାକୁ ପକ୍କା କରାଯାଉ ନାହିଁ। ଭଲ ସଡ଼କ ନ ଥିବାରୁ ଏହି ଦୁଇ ପଞ୍ଚାୟତବାସୀ କେବଳ ଗମନାଗମନ ନୁହେଁ ସ୍ବାସ୍ଥ୍ୟ ଓ ଶିକ୍ଷା ବ୍ୟବସ୍ଥାର ସୁବିଧା ମଧ୍ୟ ପାଇପାରୁ ନାହାନ୍ତି। ଗାଁକୁ ଆମ୍ବୁଲାନ୍ସ ଆସିପାରୁ ନ ଥିବାରୁ ରୋଗୀଙ୍କୁ ମେଡିକାଲ ନେବାକୁ ନାନା ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି। ଦୂର ସ୍ଥାନରୁ ସରକାରୀ ରାଶନ ସାମଗ୍ରୀ ଆଣିବାକୁ ଲୋକଙ୍କୁ ହଇରାଣ ହେବାକୁ ପଡ଼ୁଛି। ବିଶେଷକରି ବର୍ଷା ଦିନେ କାଦୁଅ ରାସ୍ତାରେ ଯାତାୟାତ କରିବା ଅସମ୍ଭବ ହୋଇଯାଉଛି। କୁରୁମଟାପ-ଗୁଣ୍ଡୁରୀଖଳି ରାସ୍ତାକୁ ପକ୍କା କରିବା ପାଇଁ ୨୦୧୯ରେ ସର୍ଭେ କରାଯାଇଥିଲେ ମଧ୍ୟ ତାହା ସେତିକିରେ ସୀମିତ ରହିଯାଇଥିବା ପଞ୍ଚାୟତବାସୀ ଅଭିଯୋଗ କରିଛନ୍ତି।
ସନ୍ଧ୍ୟା ପରେ ଯାତାୟାତ ଠପ୍‌
ପକ୍କା ରାସ୍ତା ନିର୍ମାଣ ପାଇଁ ବହୁବାର ପଲ୍ଲିସଭାରେ ଦାବି କରାଯାଇଛି। କିନ୍ତୁ ପ୍ରଶାସନିକ ଅଧିକାରୀମାନେ ଦୃଷ୍ଟି ଦେଉନାହାନ୍ତି। ଦିନରେ ବହୁ କଷ୍ଟରେ ଦେଖି ଚାହିଁ ଯିବାଆସିବା କରୁଛୁ। ସନ୍ଧ୍ୟା ପରେ ଯାତାୟାତ ଅତି କଷ୍ଟକର ହୋଇପଡୁଛି।
-ସଂସାର ପ୍ରଧାନ, କିଷାନସାହି
ପ୍ରଶାସନିକ ଅବହେଳାର ଶିକାର
୨ଟି ପଞ୍ଚାୟତକୁ ବ୍ଲକ ପ୍ରଶାସନ ପକ୍ଷରୁ ଅବହେଳା କରାଯାଉଛି। ଫଳରେ ବିକାଶଠାରୁ ଅଞ୍ଚଳବାସୀ ବହୁ ଦୂରରେ ରହିଛନ୍ତି। ଏ ଦିଗରେ ପଦକ୍ଷେପ ନେବାକୁ ବାରମ୍ବାର ଅଭିଯୋଗ କରାଯାଉଥିଲେ ମଧ୍ୟ ଏଯାଏ କିଛି ସୁଫଳ ମିଳୁନି।
-ଅର୍ଜୁନ ପ୍ରଧାନ, ମନ୍ଦରବାହାଳ
ତୁରନ୍ତ ପଦକ୍ଷେପ ନିଆଯାଉ
ପକ୍କା ରାସ୍ତା ପାଇଁ ଦୀର୍ଘ ବର୍ଷ ହେଲା ଦାବି କରାଯାଉଛି। କିନ୍ତୁ ଜଙ୍ଗଲ ଅଧ୍ୟୁଷିତ ଅଞ୍ଚଳ ହୋଇଥିବାରୁ ପ୍ରଶାସନ ଅଣଦେଖା କରୁଛି। ଭତ୍ତା, ରାଶନ ସାମଗ୍ରୀ ଆଣିବାକୁ ପଞ୍ଚାୟତ ଅଫିସ୍‌ ଯିବାବେଳେ ଅସୁବିଧାର ସମ୍ମୁଖୀନ ହେଉଛୁ। ତୁରନ୍ତ ପଦକ୍ଷେପ ନିଆଯାଉ।
-ଅନାମ ରାଉଳ, ମିଣ୍ଡୋଳ
ବର୍ଷାଦିନେ ବେଶି କଷ୍ଟ
ବର୍ଷା ଦିନେ ଖଇରବସା ନାଳରେ ପ୍ରଖର ସ୍ରୋତ ଯୋଗୁ ଯାତାୟାତ ଠପ୍‌ ହୋଇଯାଉଛି। ରାସ୍ତା ଓ ପୋଲ ନିର୍ମାଣ ହେଉ ନ ଥିବାରୁ ଗ୍ରାମରୁ ବାହାରକୁ ଯିବା କଷ୍ଟସାଧ୍ୟ ହେଉଛି। ପ୍ରଶାସନଠାରୁ ଜନପ୍ରତିନିଧିଙ୍କ ଯାଏ କେହି ବି ପ୍ରତିକାର କରୁନାହାନ୍ତି।
-କନ୍ଦର୍ପ ବେହେରା, ଖଇରା
ବିଡିଓଙ୍କୁ ନିର୍ଦ୍ଦେଶ ଦିଆଯିବ
୨ ପଞ୍ଚାୟତବାସୀଙ୍କ ଯାତାୟାତ ବ୍ୟବସ୍ଥାକୁ ସୁଦୃଢ଼ କରାଯିବ। ଏଥିପାଇଁ ସମସ୍ତ ଆବଶ୍ୟକ ପଦକ୍ଷେପ ପ୍ରଶାସନ ପକ୍ଷରୁ ନିଆଯିବ। କିଭଳି ତୁରନ୍ତ ସର୍ଭେ କରାଯାଇପାରିବ ସେଥିପାଇଁ ଆଠମଲ୍ଲିକ ବିଡିଓଙ୍କୁ ନିର୍ଦ୍ଦେଶ ଦିଆଯିବ।
-ଲଳିତମୋହନ ବେହେରା, ଉପଜିଲାପାଳ, ଆଠମଲ୍ଲିକ


Enter your email to get our daily news in your inbox.

All Right Reserved By Dharitri.Com

ଓମ୍‌ଫେଡ୍‌ର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ଦୁଗ୍ଧଚାଷୀଙ୍କୁ ଲିଟର ପ୍ରତି ୨ ଟଙ୍କା ଅଧିକ ମିଳିବ

ଭୁବନେଶ୍ୱର,୯ା୯: ରାଜ୍ୟର ଦୁଗ୍ଧଚାଷୀମାନଙ୍କ ଜୀବିକା, ଆୟ ଓ ସ୍ବାର୍ଥକୁ ପ୍ରାଥମିକତା ଦେଇ ଓମ୍‌ଫେଡ୍‌ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଆସନ୍ତା ୧୧ ତାରିଖରୁ ଚାଷୀମାନଙ୍କଠାରୁ ଦୁଗ୍ଧ…

ମଦ ନିଶାରେ ବାପାଙ୍କୁ ପିଟି ହତ୍ୟା, ଥାନାରେ ଆତ୍ମସମର୍ପଣ କଲା ପୁଅ

ପାଟଣା, ୯/୯ (ବୀର କିଶୋର ଦାଶ): ପାରିବାରିକ କଳହକୁ କେନ୍ଦ୍ର କରି କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ନୁଆଖମଣ ଗ୍ରାମରେ ଏକ ଅଭାବନୀୟ ହତ୍ୟାକାଣ୍ଡ ଘଟିଛି।…

ବିବାହ ପରେ ଏହି ୨ ରାଶିଙ୍କର ଖୋଲେ ଭାଗ୍ୟର ତାଲା, ହୁଅନ୍ତି କୋଟିପତି! ଜୀବନରେ ଆସେ ଧନ-ଐଶ୍ୱର୍ଯ୍ୟ

ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟେକ ରାଶିର ନିଜସ୍ବ ଗୁଣ ଓ ଗ୍ରହ ପ୍ରଭାବ ରହିଛି। ଜ୍ୟୋତିଷୀୟ ମାନ୍ୟତା ଅନୁସାରେ, କିଛି ରାଶିର ଲୋକଙ୍କ ପାଇଁ ବିବାହ ପରେ ଧନ,…

ବ୍ଲାକ୍‌ରୋଜ୍‌ ଜାହାଜ ବୁଡ଼ି ଘଟଣାକୁ ୧୭ ବର୍ଷ ପୂରିଲା: କାରଣ ଏବେବି ଅସ୍ପଷ୍ଟ

ପାରାଦୀପ, ୯।୯(ଶରତ ରାଉତ):ପାରାଦୀପ ବନ୍ଦରରୁ ଚାଇନା ଅଭିମୁଖେ ଯାଉଥିବା ଏମ୍‌ଭି ବ୍ଲାକରୋଜ୍‌ ଜାହାଜ ବୁଡ଼ିବା ଘଟଣାକୁ ଇତିମଧ୍ୟରେ ୧୭ ବର୍ଷ ପୂରିଗଲାଣି। ଉକ୍ତ ବ୍ଲାକରୋଜ୍‌ ବୁଡ଼ି ଘଟଣାକୁ…

୪୮ ଘଣ୍ଟା ପରେ ବଦଳିବ ଗ୍ରହଙ୍କ ଚଳନ: ଫେବୃଆରୀ ୨୦୨୭ ଯାଏ ବୃଷ ସମେତ ୪ ରାଶିଙ୍କୁ ମିଳିବ ଅପ୍ରତ୍ୟାଶିତ ଲାଭ, ବ୍ୟବସାୟରେ…

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ୟୁରେନସ୍‌କୁ ଅରୁଣ ଗ୍ରହ ବୋଲି କୁହାଯାଏ। ଆଧୁନିକ ଏବଂ ପାଶ୍ଚାତ୍ୟ ଜ୍ୟୋତିଷରେ ଏହି ଗ୍ରହକୁ ଅଚାନକ ପରିବର୍ତ୍ତନ, ନୂଆ ପରିସ୍ଥିତି ଓ ଅପ୍ରତ୍ୟାଶିତ…

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ୫ ଓରାଙ୍ଗଉଟାନ: ଦେଖନ୍ତୁ…

ଭୁବନେଶ୍ୱର,୯।୯: ବାଲେଶ୍ୱର ବିଚିତ୍ରପୁର ଜଙ୍ଗଲରୁ ଉଦ୍ଧାର ହୋଇଥିବା ୫ଟି ଓରାଙ୍ଗଉଟାନ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ପହଞ୍ଚିଛନ୍ତି। ଉଦୟପୁର ଫରେଷ୍ଟ ଅଫିସରୁ ଏହି ୫ଟି ଓରାଙ୍ଗଉଟାନଙ୍କୁ ନନ୍ଦନକାନନକୁ ଅଣାଯାଇଛି।…

ଫ୍ଲାଟ୍‌ରୁ ଝୁଲନ୍ତା ଅବସ୍ଥାରେ ମିଳିଲା ପୂର୍ବତନ ମୁଖ୍ୟ ଶାସନ ସଚିବଙ୍କ ମୃତଦେହ, ଘଟଣାକୁ ନେଇ ଖେଳିଗଲା ଚାଞ୍ଚଲ୍ୟ

ନୂଆଦିଲ୍ଲୀ, ୯।୯: ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ୧୯୭୫ ବ୍ୟାଚ୍‌ ଆଇପିଏସ୍‌ ଅଧିକାରୀ ରାକେଶ ମେହଟ୍ଟା (୭୪) ନୋଏଡ଼ା ସ୍ଥିତ ନିଜ ଫ୍ଲାଟ୍‌ରେ ଆତ୍ମହତ୍ୟା…

କୋହଲିଙ୍କୁ ପଛରେ ପକାଇଲେ ରୋହିତ! ଟି-୨୦ ଅନ୍ତର୍ଜାତୀୟରେ ଭାରତର ଦ୍ରୁତତମ ଶତକ ଭାବେ ନମ୍ବର-୧, ଜାଣନ୍ତୁ କିଏ କେଉଁ ସ୍ଥାନରେ…

ନୂଆଦିଲ୍ଲୀ,୯।୯: ଗତ ଦୁଇ ଦଶନ୍ଧି ଧରି କ୍ରିକେଟର ସବୁଠୁ ଲୋକପ୍ରିୟ ଫର୍ମାଟ ହେଉଛି ଟି-୨୦। ପ୍ରାୟ ପ୍ରତି ମାସରେ ବିଶ୍ୱର କୌଣସି ନା କୌଣସି ଦେଶରେ ଟି-୨୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri