ସୂଚନା ଅଧିକାର ଆଇନକୁ ଭୟ

ଯାଜପୁର ଅଫିସ,୨୨ା୭: ଯାଜପୁର ଜିଲାରେ ସୂଚନା ଅଧିକାର ଆଇନ (ଆରଟିଆଇ)ର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ସମ୍ପୂର୍ଣ୍ଣ ଭାବେ ପରାହତ ହୋଇଛି। ମାସ ମାସ ଧରି ସୂଚନା ଦେବାକୁ ଉଦ୍ଦେଶ୍ୟମୂଳକ ଭାବେ ଅବହେଳା କରାଯାଉଛି। ଅପିଲ କଲେ ମଧ୍ୟ ସୁଫଳ ମିଳୁନାହିଁ। ଆଉ କେତେକ କ୍ଷେତ୍ରରେ ନିର୍ଦ୍ଦିଷ୍ଟ ଭାବେ ଆବେଦନ ହୋଇ ନାହିଁ ବୋଲି ଦର୍ଶାଯାଉଛି। ଫଳରେ ଦୁର୍ନୀତି ବିରୋଧରେ ଆରଟିଆଇ ଏକ ଅମୋଘ ଅସ୍ତ୍ର ହୋଇଥିଲେ ମଧ୍ୟ ଜିଲାରେ ଏହାର ପ୍ରଭାବ ନୈରାଶ୍ୟଜନକ ରହିଛି। କେତେକାଂଶରେ ଦୁର୍ନୀତିଖୋର ଅଧିକାରୀଙ୍କ ସହ ସଂପୃକ୍ତ ପିଆଇଓ ମିଳିମିଶି ଏଭଳି ଚକ୍ରାନ୍ତ କରୁଥିବା ଅଭିଯୋଗ ହେଉଛି। ଏହିକ୍ରମରେ ଆରଟିଆଇକୁ ଭୟ ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ ବୋଲି ମତପ୍ରକାଶ ପାଇଛି।
କମିଶନରଙ୍କ କୋର୍ଟରେ ପହଞ୍ଚିଲେ ସୂଚନା ଦେବାରେ ଅବହେଳା କରୁଥିବା ଅଧିକାରୀଙ୍କ ଉପରେ ହେଉଥିବା ଜୋରିମାନାର ସେଭଳି କିଛି ପ୍ରଭାବ ପଡୁନାହିଁ। ଉଦହାରଣ ସ୍ବରୂପ ସୂଚନା ଅଧିକାର ଆଇନ ବଳରେ ତଥ୍ୟ ଦେଇ ନ ଥିବାରୁ ଯାଜପୁର ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ନିକଟରେ ୨୦ ହଜାର ଟଙ୍କା ଓ ଉକ୍ତ କାର୍ଯ୍ୟାଳୟର ପିଆଇଓଙ୍କୁ ୫ ହଜାର ଟଙ୍କା ଜୋରିମାନା ଦେବାପାଇଁ ସୂଚନା କମିଶନର ନିର୍ଦ୍ଦେଶ ଦେଇଛନ୍ତି। ଏସବୁ ସତ୍ତ୍ୱେ ଯାଜପୁର ଜିଲାର ବିଭିନ୍ନ ବିଭାଗର ପ୍ରଶାସନିକ ଅଧିକାରୀମାନେ ଆରଟିଆଇକୁ ମାନୁନାହାନ୍ତି। ଫଳରେ ଜିଲାରେ ଦୁର୍ନୀତିର ଚେର ଦିନକୁ ଦିନ ମାଡ଼ି ଚାଲିଛି। କେବଳ ଜିଲା ପ୍ରକଳ୍ପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ନୁହେଁ ପ୍ରାୟ ଅଧିକାଂଶ ବିଭାଗରୁ ସୂଚନା ଅଧିକାର ଆଇନ ବଳରେ ତଥ୍ୟ ମିଳୁନାହିଁ।
ପ୍ରକାଶ ଯେ, ଯାଜପୁର ଜିଲା ଶିକ୍ଷାଧିକାରୀଙ୍କ ନିକଟରେ ରମେଶ ଚନ୍ଦ୍ର ସାହାଣୀ ନାମକ ଜଣେ ସୂଚନା ଅଧିକାର କର୍ମୀ ୧୭ା୫ା୨୦୨୨ରେ ଏକ ସୂଚନା ମାଗିଥିଲେ। ସୂଚନା ଦେବାର ଅବଧି ୩୦ ଦିନ ଧାର୍ଯ୍ୟ କରାଯାଇଥିଲେ ମଧ୍ୟ ୨ ମାସ ପରେ ବି ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏଥିନେଇ କୌଣସି ପଦକ୍ଷେପ ନିଆଯାଇନାହିଁ। ସେହିପରି ସାହାଣୀ ଏହି କାର୍ଯ୍ୟାଳୟରେ ୧୧ା୪ା୨୦୨୨ ଓ ୨୫ା୪ା୨୦୨୨ ରେ ଅନ୍ୟ ଦୁଇଟି ତଥ୍ୟ ପାଇଁ ଆବେଦନ କରିଥିଲେ। କିନ୍ତୁ ତଥ୍ୟ ନ ମିଳିବାରୁ ସେ ୨୫ା୫ା୨୦୨୨ ଓ ୨ା୬ା୨୦୨୨ରେ ଉକ୍ତ କାର୍ଯ୍ୟାଳୟର ପ୍ରଥମ ଆପିଲେଟ ଅଥରିଟିଙ୍କ ନିକଟରେ ଅପିଲ କରିଥିଲେ। କିନ୍ତୁ ଆଜି ପର୍ଯ୍ୟନ୍ତ ଜିଲା ଶିକ୍ଷାଧିକାରୀ ଏହି ମାମଲାର ବିଚାର କରି ତଥ୍ୟ ଯୋଗାଇଦେବା ତ ଦୂରର କଥା କୌଣସି ନୋଟିସ୍‌ କରି ନ ଥିବାର ଅଭିଯୋଗ ହୋଇଛି। ଫଳରେ ସାହାଣୀ ଏଥିନେଇ ସୂଚନା ଅଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇଥିବା ଜଣାପଡିଛି। ଏହାସହ ସୂଚନା କର୍ମୀ ଚନ୍ଦ୍ରକାନ୍ତ ପତି ବଡ଼ଚଣା ବିଇଓ ନକଲି ଜାତିଗତ ପ୍ରମାଣପତ୍ର ବଳରେ ଚାକିରି କରୁଥିବା ଅଭିଯୋଗ କରି ଜିଲା ଶିକ୍ଷାଧିକାରୀଙ୍କ ନିକଟରେ ୧୨ା୪ା୨୦୨୨ରେ ତଥ୍ୟ ମାଗିଥିଲେ। ନିର୍ଦ୍ଦାରିତ ସମୟରେ ସେ ତଥ୍ୟ ନ ଦେବାରୁ ଅପିଲ କରିଛନ୍ତି। ଏହାପରେ ଡିଇଓ ଆବଶ୍ୟକ ତଥ୍ୟ ଦେବାକୁ ବଡ଼ଚଣା ବିଇଓଙ୍କୁ ପତ୍ର ଲେଖିଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇ ପାରିନାହିଁ। ସେହିପରି ସୂଚନା କର୍ମୀ ପତି ୨୩ା୪ା୨୦୨୨ରେ କୋରେଇ ବ୍ଲକର ୭ଜଣ ଶିକ୍ଷକଙ୍କ ସମ୍ପର୍କରେ ତଥ୍ୟ ମାଗିଥିଲେ ମଧ୍ୟ ତାହା ବି ମିଳି ପାରିନାହିଁ। ଏହାବାଦ୍‌ ବ୍ୟାସନଗର ତହସିଲଦାରଙ୍କୁ ୨୧ା୫ା୨୦୨୨ରେ ୬ ଜଣ ଶିକ୍ଷକଙ୍କ ଜାତିଗତ ପ୍ରମାଣପତ୍ର ତଥ୍ୟ ମାଗିଥିଲେ ବି ତାହା ଏଯାଏ ମିଳିନାହିଁ। ଏନେଇ ସୁଜିତ ସାହୁ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିବା ଜଣାପଡିଛି। କେବଳ ଡିଇଓଙ୍କ କାର୍ଯ୍ୟାଳୟ ନୁହେଁ, ଜିଲାସମାଜ ମଙ୍ଗଳ ବିଭାଗ ଆରଟିଆଇ ବଳରେ ତଥ୍ୟ ଦେବାକୁ ଖୋଲା ଖୋଲି ଉଲ୍ଲଂଘନ କରୁଛି। ଏପରିକି ଆରଟିଆଇ ବଳରେ ମଗାଯାଇଥିବା ତଥ୍ୟ ଏହି କାର୍ଯ୍ୟାଳୟରୁ ଗାଏବ କରିଦିଆଯାଉଛି ବୋଲି ଅଭିଯୋଗ ହେଉଛି। ୨୩ା୬ା୨୦୨୨ରେ ଜିଲା ସମାଜ ମଙ୍ଗଳ ବିଭାଗକୁ ଜଣେ ବ୍ୟକ୍ତି କିଛି ତଥ୍ୟ ପାଇଁ ଆବେଦନ କରିଥିଲେ। ଉକ୍ତ କାର୍ଯ୍ୟାଳୟର ପିଆଇଓଙ୍କଠାରୁ କୌଣସି ସୂଚନା ମିଳି ନଥିଲା। ସମ୍ପୃକ୍ତ ଆବେଦନକାରୀ ଉକ୍ତ କାର୍ଯ୍ୟାଳୟର ପିଆଇଓଙ୍କୁ ଭେଟି ଏ ସମ୍ପର୍କରେ ପଚାରି ବୁଝିଥିଲେ। ହେଲେ ଏହି ଦରଖାସ୍ତ କାର୍ଯ୍ୟାଳୟରେ ଅଦ୍ୟାବଧି ପହଞ୍ଚି ନାହିଁ ବୋଲି ସଫେଇ ଦିଆଯାଉଛି। କିନ୍ତୁ ପୋଷ୍ଟାଲରୁ ମିଳିଥିବା ତଥ୍ୟ ଅନୁଯାୟୀ ୨୪ା୬ା୨୦୨୨ରେ ଉକ୍ତ କାର୍ଯ୍ୟାଳୟର ଜଣେ କର୍ମଚାରୀ ଆରଟିଆଇ ଆବେଦନ ପତ୍ର ଗ୍ରହଣ କରିଥିବା ଜଣାପଡିଛି। ଏଭଳି ଏକାଧିକ ଆରଟିଆଇ ଆବେଦନ ଚାପି ଦିଆଯାଉଥିବାର ନଜିର ରହିଛି। ସେହିପରି ଜିଲା ମୁଖ୍ୟ ଚିକିସତ୍ାଳୟ, ଜିଲା ଶ୍ରମ ବିଭାଗ, ଜିଲା ଉଦ୍ୟାନ ବିଭାଗ, ରାସ୍ତା ଓ ଗୃହ ନିର୍ମାଣ ବିଭାଗରେ ମଧ୍ୟ ମାସ ମାସ ଧରି କୌଣସି ସୂଚନା ଦିଆଯାଉନାହିଁ। ଆଉ କେତେକ କାର୍ଯ୍ୟାଳୟରେ ନାମକୁ ମାତ୍ର କିଛି ସୂଚନା ଦେଇ ଅବଶିଷ୍ଟ ସୂଚନାକୁ ଉଦ୍ଦେଶ୍ୟ ମୂଳକ ଭାବେ ଚାପି ଦିଆଯାଉଛି ବୋଲି ସୂଚନା କର୍ମୀ ସାହାଣୀ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ପ୍ରଭାବ: ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଦର୍ଶକଙ୍କ ନିମନ୍ତେ ବନ୍ଦ ରହିବ ‘କଳାଭୂମି’

ଭୁବନେଶ୍ୱର, ୧୪।୩(ବ୍ୟୁରୋ): ବିଶ୍ୱରେ ଦେଖାଦେଇଥିବା କରୋନା ଭାଇରସ୍‌ ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନ...

ବରିଷ୍ଠ ନାଗରିକଙ୍କୁ ପୋଲିସ ବାଣ୍ଟିଲା ପରିଚୟପତ୍ର: ଏକୁଟିଆ ଥିଲେ ରହିବ ସ୍ବତନ୍ତ୍ର ଦୃଷ୍ଟି: ଏସ୍‌ପି

ଅନୁଗୋଳ ଅଫିସ, ୧୩।୧୦ – ଅନୁଗୋଳ ପୋଲିସ ପକ୍ଷରୁ ଶନିବାର ମଧ୍ୟାହ୍ନରେ ବରିଷ୍ଠ ନାଗରିକମାନଙ୍କୁ ପରିଚୟପତ୍ର ପ୍ରଦାନ କରାଯାଇଛି। ଅନୁଗୋଳ ଥାନା ପରିସରରେ ଆୟୋଜିତ ଏହି...

ଅଟୋକୁ ଧକ୍କା ଦେଲା ହାଇଓ୍ବା: ୩ ମୃତ, ଜଣେ ଗୁରୁତର

ଆନନ୍ଦପୁର,୨୧।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅନ୍ତର୍ଗତ କୋଡ଼ପଡ଼ା ଛକ ନିକଟରେ ଗୁରୁବାର ଅପରାହ୍ନରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଚିପ୍ସ ବୋଝେଇ ହାଇଓ୍ବା...

ଏବେ ବି ଖୋର୍ଦ୍ଧା ଶୀର୍ଷରେ

ଭୁବନେଶ୍ୱର,୩।୨(ବ୍ୟୁରୋ): ରାଜ୍ୟରୁ ଗତ ୨୪ ଘଣ୍ଟାରେ ଆଉ ୩,୬୨୯ ଜଣ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୫୧୫ ଜଣ ସଂକ୍ରମିତ ପିଲା...

ପୁରୁଣା ବୋର୍ଡରେ ରଙ୍ଗ ଲଗାଇ ଚପାଇବା ଉଦ୍ୟମ

ସମ୍ବଲପୁର,୯ା୧୨(ବ୍ୟୁରୋ): ସମ୍ବଲପୁର ଜିଲା ଯୁଯୁମୁରା ପଞ୍ଚାୟତ ସମିତି ପକ୍ଷରୁ ତହସିଲ ଅଫିସ ପଛପଟେ ମିନି ଷ୍ଟାଡିୟମ ନିର୍ମାଣ କାମରେ ଅନିୟମିତତା ଅଭିଯୋଗ ହୋଇଥିଲା। ଯୁଯୁମୁରା ସରପଞ୍ଚ...

ଖାଲଖମାରେ ଭର୍ତ୍ତି ମହାନଦୀ ସେତୁ

ବୌଦ୍ଧ,୨୦ା୧(ସ୍ବ.ପ୍ର.): ବୌଦ୍ଧ କିଆକଟା ମହାନଦୀ ସେତୁ ପାଲଟିଛି ମରଣଯନ୍ତା ା ବୌଦ୍ଧ ସହରର ଦ୍ରୁତ ବିକାଶ ଓ ସୌନ୍ଦର୍ଯ୍ୟକରଣକୁ ପ୍ରାଧାନ୍ୟ ଦିଆଯାଇ ବିଭିନ୍ନ କାର୍ଯ୍ୟକ୍ରମ ଚାଲିଛି।...

ଦୁମାଗୁଡ଼ା ନିକଟରେ ହାତୀ ଶାବକର ମୃତ୍ୟୁ

ନୂଆଗାଁ, ୧୭।୧୦ (ଡି.ଏନ୍‌.ଏ.)- ସୁନ୍ଦରଗଡ ଜିଲା ନୂଆଗାଁ ବ୍ଲକ ବୀରମିତ୍ରପୁର ବନାଞ୍ଚଳ ଅନ୍ତର୍ଗତ ହାତୀବାରୀ ଦୁମାଗୁଡା ନିକଟସ୍ଥ ରାଣୀବଗିଚା ଜବତି ଜଙ୍ଗଲରେ ଗୁରୁବାର ଏକ ହାତୀ...

ବକେୟା ପାଉଣା ଦାବିରେ ଡିଆରଡିଏ ଅଫିସ ଘେରିଲେ ଶ୍ରମିକ

ବଲାଙ୍ଗୀର ଅଫିସ,୨୯ା୪: ବଲାଙ୍ଗୀର ଡିଆରଡିଏ ଅଫିସ ସମ୍ମୁଖରେ ଶ୍ରମିକମାନେ ଅଭିନବ ଢଙ୍ଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଦୀର୍ଘଦିନର ବକେୟା ପାଉଣା ଦାବିରେ ଆନ୍ଦୋଳନକୁ ଓହ୍ଲାଇଥିଲେ ବଲାଙ୍ଗୀର...

Advertisement
Archives

Model This Week