ସୂଚନା ଅଧିକାର ଆଇନକୁ ଭୟ

ଯାଜପୁର ଅଫିସ,୨୨ା୭: ଯାଜପୁର ଜିଲାରେ ସୂଚନା ଅଧିକାର ଆଇନ (ଆରଟିଆଇ)ର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ସମ୍ପୂର୍ଣ୍ଣ ଭାବେ ପରାହତ ହୋଇଛି। ମାସ ମାସ ଧରି ସୂଚନା ଦେବାକୁ ଉଦ୍ଦେଶ୍ୟମୂଳକ ଭାବେ ଅବହେଳା କରାଯାଉଛି। ଅପିଲ କଲେ ମଧ୍ୟ ସୁଫଳ ମିଳୁନାହିଁ। ଆଉ କେତେକ କ୍ଷେତ୍ରରେ ନିର୍ଦ୍ଦିଷ୍ଟ ଭାବେ ଆବେଦନ ହୋଇ ନାହିଁ ବୋଲି ଦର୍ଶାଯାଉଛି। ଫଳରେ ଦୁର୍ନୀତି ବିରୋଧରେ ଆରଟିଆଇ ଏକ ଅମୋଘ ଅସ୍ତ୍ର ହୋଇଥିଲେ ମଧ୍ୟ ଜିଲାରେ ଏହାର ପ୍ରଭାବ ନୈରାଶ୍ୟଜନକ ରହିଛି। କେତେକାଂଶରେ ଦୁର୍ନୀତିଖୋର ଅଧିକାରୀଙ୍କ ସହ ସଂପୃକ୍ତ ପିଆଇଓ ମିଳିମିଶି ଏଭଳି ଚକ୍ରାନ୍ତ କରୁଥିବା ଅଭିଯୋଗ ହେଉଛି। ଏହିକ୍ରମରେ ଆରଟିଆଇକୁ ଭୟ ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ ବୋଲି ମତପ୍ରକାଶ ପାଇଛି।
କମିଶନରଙ୍କ କୋର୍ଟରେ ପହଞ୍ଚିଲେ ସୂଚନା ଦେବାରେ ଅବହେଳା କରୁଥିବା ଅଧିକାରୀଙ୍କ ଉପରେ ହେଉଥିବା ଜୋରିମାନାର ସେଭଳି କିଛି ପ୍ରଭାବ ପଡୁନାହିଁ। ଉଦହାରଣ ସ୍ବରୂପ ସୂଚନା ଅଧିକାର ଆଇନ ବଳରେ ତଥ୍ୟ ଦେଇ ନ ଥିବାରୁ ଯାଜପୁର ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ନିକଟରେ ୨୦ ହଜାର ଟଙ୍କା ଓ ଉକ୍ତ କାର୍ଯ୍ୟାଳୟର ପିଆଇଓଙ୍କୁ ୫ ହଜାର ଟଙ୍କା ଜୋରିମାନା ଦେବାପାଇଁ ସୂଚନା କମିଶନର ନିର୍ଦ୍ଦେଶ ଦେଇଛନ୍ତି। ଏସବୁ ସତ୍ତ୍ୱେ ଯାଜପୁର ଜିଲାର ବିଭିନ୍ନ ବିଭାଗର ପ୍ରଶାସନିକ ଅଧିକାରୀମାନେ ଆରଟିଆଇକୁ ମାନୁନାହାନ୍ତି। ଫଳରେ ଜିଲାରେ ଦୁର୍ନୀତିର ଚେର ଦିନକୁ ଦିନ ମାଡ଼ି ଚାଲିଛି। କେବଳ ଜିଲା ପ୍ରକଳ୍ପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ନୁହେଁ ପ୍ରାୟ ଅଧିକାଂଶ ବିଭାଗରୁ ସୂଚନା ଅଧିକାର ଆଇନ ବଳରେ ତଥ୍ୟ ମିଳୁନାହିଁ।
ପ୍ରକାଶ ଯେ, ଯାଜପୁର ଜିଲା ଶିକ୍ଷାଧିକାରୀଙ୍କ ନିକଟରେ ରମେଶ ଚନ୍ଦ୍ର ସାହାଣୀ ନାମକ ଜଣେ ସୂଚନା ଅଧିକାର କର୍ମୀ ୧୭ା୫ା୨୦୨୨ରେ ଏକ ସୂଚନା ମାଗିଥିଲେ। ସୂଚନା ଦେବାର ଅବଧି ୩୦ ଦିନ ଧାର୍ଯ୍ୟ କରାଯାଇଥିଲେ ମଧ୍ୟ ୨ ମାସ ପରେ ବି ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏଥିନେଇ କୌଣସି ପଦକ୍ଷେପ ନିଆଯାଇନାହିଁ। ସେହିପରି ସାହାଣୀ ଏହି କାର୍ଯ୍ୟାଳୟରେ ୧୧ା୪ା୨୦୨୨ ଓ ୨୫ା୪ା୨୦୨୨ ରେ ଅନ୍ୟ ଦୁଇଟି ତଥ୍ୟ ପାଇଁ ଆବେଦନ କରିଥିଲେ। କିନ୍ତୁ ତଥ୍ୟ ନ ମିଳିବାରୁ ସେ ୨୫ା୫ା୨୦୨୨ ଓ ୨ା୬ା୨୦୨୨ରେ ଉକ୍ତ କାର୍ଯ୍ୟାଳୟର ପ୍ରଥମ ଆପିଲେଟ ଅଥରିଟିଙ୍କ ନିକଟରେ ଅପିଲ କରିଥିଲେ। କିନ୍ତୁ ଆଜି ପର୍ଯ୍ୟନ୍ତ ଜିଲା ଶିକ୍ଷାଧିକାରୀ ଏହି ମାମଲାର ବିଚାର କରି ତଥ୍ୟ ଯୋଗାଇଦେବା ତ ଦୂରର କଥା କୌଣସି ନୋଟିସ୍‌ କରି ନ ଥିବାର ଅଭିଯୋଗ ହୋଇଛି। ଫଳରେ ସାହାଣୀ ଏଥିନେଇ ସୂଚନା ଅଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇଥିବା ଜଣାପଡିଛି। ଏହାସହ ସୂଚନା କର୍ମୀ ଚନ୍ଦ୍ରକାନ୍ତ ପତି ବଡ଼ଚଣା ବିଇଓ ନକଲି ଜାତିଗତ ପ୍ରମାଣପତ୍ର ବଳରେ ଚାକିରି କରୁଥିବା ଅଭିଯୋଗ କରି ଜିଲା ଶିକ୍ଷାଧିକାରୀଙ୍କ ନିକଟରେ ୧୨ା୪ା୨୦୨୨ରେ ତଥ୍ୟ ମାଗିଥିଲେ। ନିର୍ଦ୍ଦାରିତ ସମୟରେ ସେ ତଥ୍ୟ ନ ଦେବାରୁ ଅପିଲ କରିଛନ୍ତି। ଏହାପରେ ଡିଇଓ ଆବଶ୍ୟକ ତଥ୍ୟ ଦେବାକୁ ବଡ଼ଚଣା ବିଇଓଙ୍କୁ ପତ୍ର ଲେଖିଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇ ପାରିନାହିଁ। ସେହିପରି ସୂଚନା କର୍ମୀ ପତି ୨୩ା୪ା୨୦୨୨ରେ କୋରେଇ ବ୍ଲକର ୭ଜଣ ଶିକ୍ଷକଙ୍କ ସମ୍ପର୍କରେ ତଥ୍ୟ ମାଗିଥିଲେ ମଧ୍ୟ ତାହା ବି ମିଳି ପାରିନାହିଁ। ଏହାବାଦ୍‌ ବ୍ୟାସନଗର ତହସିଲଦାରଙ୍କୁ ୨୧ା୫ା୨୦୨୨ରେ ୬ ଜଣ ଶିକ୍ଷକଙ୍କ ଜାତିଗତ ପ୍ରମାଣପତ୍ର ତଥ୍ୟ ମାଗିଥିଲେ ବି ତାହା ଏଯାଏ ମିଳିନାହିଁ। ଏନେଇ ସୁଜିତ ସାହୁ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିବା ଜଣାପଡିଛି। କେବଳ ଡିଇଓଙ୍କ କାର୍ଯ୍ୟାଳୟ ନୁହେଁ, ଜିଲାସମାଜ ମଙ୍ଗଳ ବିଭାଗ ଆରଟିଆଇ ବଳରେ ତଥ୍ୟ ଦେବାକୁ ଖୋଲା ଖୋଲି ଉଲ୍ଲଂଘନ କରୁଛି। ଏପରିକି ଆରଟିଆଇ ବଳରେ ମଗାଯାଇଥିବା ତଥ୍ୟ ଏହି କାର୍ଯ୍ୟାଳୟରୁ ଗାଏବ କରିଦିଆଯାଉଛି ବୋଲି ଅଭିଯୋଗ ହେଉଛି। ୨୩ା୬ା୨୦୨୨ରେ ଜିଲା ସମାଜ ମଙ୍ଗଳ ବିଭାଗକୁ ଜଣେ ବ୍ୟକ୍ତି କିଛି ତଥ୍ୟ ପାଇଁ ଆବେଦନ କରିଥିଲେ। ଉକ୍ତ କାର୍ଯ୍ୟାଳୟର ପିଆଇଓଙ୍କଠାରୁ କୌଣସି ସୂଚନା ମିଳି ନଥିଲା। ସମ୍ପୃକ୍ତ ଆବେଦନକାରୀ ଉକ୍ତ କାର୍ଯ୍ୟାଳୟର ପିଆଇଓଙ୍କୁ ଭେଟି ଏ ସମ୍ପର୍କରେ ପଚାରି ବୁଝିଥିଲେ। ହେଲେ ଏହି ଦରଖାସ୍ତ କାର୍ଯ୍ୟାଳୟରେ ଅଦ୍ୟାବଧି ପହଞ୍ଚି ନାହିଁ ବୋଲି ସଫେଇ ଦିଆଯାଉଛି। କିନ୍ତୁ ପୋଷ୍ଟାଲରୁ ମିଳିଥିବା ତଥ୍ୟ ଅନୁଯାୟୀ ୨୪ା୬ା୨୦୨୨ରେ ଉକ୍ତ କାର୍ଯ୍ୟାଳୟର ଜଣେ କର୍ମଚାରୀ ଆରଟିଆଇ ଆବେଦନ ପତ୍ର ଗ୍ରହଣ କରିଥିବା ଜଣାପଡିଛି। ଏଭଳି ଏକାଧିକ ଆରଟିଆଇ ଆବେଦନ ଚାପି ଦିଆଯାଉଥିବାର ନଜିର ରହିଛି। ସେହିପରି ଜିଲା ମୁଖ୍ୟ ଚିକିସତ୍ାଳୟ, ଜିଲା ଶ୍ରମ ବିଭାଗ, ଜିଲା ଉଦ୍ୟାନ ବିଭାଗ, ରାସ୍ତା ଓ ଗୃହ ନିର୍ମାଣ ବିଭାଗରେ ମଧ୍ୟ ମାସ ମାସ ଧରି କୌଣସି ସୂଚନା ଦିଆଯାଉନାହିଁ। ଆଉ କେତେକ କାର୍ଯ୍ୟାଳୟରେ ନାମକୁ ମାତ୍ର କିଛି ସୂଚନା ଦେଇ ଅବଶିଷ୍ଟ ସୂଚନାକୁ ଉଦ୍ଦେଶ୍ୟ ମୂଳକ ଭାବେ ଚାପି ଦିଆଯାଉଛି ବୋଲି ସୂଚନା କର୍ମୀ ସାହାଣୀ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?