ସୋସିଆଲ ମିଡିଆ ଭୟ

ଆକାର ପଟେଲ

ଟୁଇଟର୍‌ ଭାରତୀୟ ଜନତା ପାର୍ଟି(ଭାଜପା)ର ବିଶେଷକରି ଏହାର ମୁଖପାତ୍ର ସମ୍ବିତ ପାତ୍ରଙ୍କ ଟୁଇଟ୍‌ଗୁଡ଼ିକୁ ‘ମାନିପୁଲେଟେଡ୍‌ ମିଡିଆ’ ବୋଲି କହିଛି। ଭାରତକୁ ବଦନାମ କରିବା ଲାଗି କଂଗ୍ରେସର ଏହା ଏକ ଟୁଲ୍‌କିଟ୍‌ ଥିଲା ବୋଲି ଭାଜପା ପ୍ରଚାର କଲା। କିନ୍ତୁ ତଥ୍ୟ ଯାଞ୍ଚ କରୁଥିବା ଓ୍ବେବ୍‌ସାଇଟ ଅଲ୍‌ଟନ୍ୟୁଜ ଦର୍ଶାଇଲା ଯେ,ଭାଜପାର ଏହି କଣ୍ଟେଣ୍ଟ ବା ବିଷୟ ପୂରା ଜାଲ୍‌। ଭାଜପା କହିଲା, ଅଖିଳ ଭାରତୀୟ କଂଗ୍ରେସ କମିଟି ଲେଟରହେଡ୍‌ରେ ପାର୍ଟି ତା’କର୍ମୀ, ସେଚ୍ଛାସେବୀ ଏବଂ ସପକ୍ଷବାଦୀଙ୍କୁ ‘ସୁପର ସ୍ପ୍ରେଡର କୁମ୍ଭ’ ଶବ୍ଦ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦେଇଥିଲା। କିନ୍ତୁ ଇଦ୍‌ ସମାବେଶ ଉପରେ ମତାମତ ଦେବାକୁ କହି ନ ଥିଲା। ଏହା ମଧ୍ୟ ନିର୍ଦ୍ଦେଶ ଦେଇଥିତ୍ଲା,କରୋନା ସଙ୍କଟରେ ଅନ୍ତିମ ସଂସ୍କାର ଏବଂ ମୃତଦେହର ଉତ୍ତେଜକ ଛବି ଦେବାକୁ , ଯାହା ବିଦେଶୀ ଗଣମାଧ୍ୟମ କରିସାରିଥିତ୍ଲେ। ଭାଜପାର ଏହି କଥା ସମ୍ପୂର୍ଣ୍ଣ ମନଗଢ଼ା ବା ମିଛ ବୋଲି ଜଣାପଡ଼ିଲା । ଏପରି କି ଲେଟର୍‌ହେଡ ନକଲି ଥିଲା ବୋଲି ଯଥାଶୀଘ୍ର ଅଲ୍‌ଟନ୍ୟୁଜ ପ୍ରକାଶ କଲା। ଅହମଦାବାଦର ଏହି ଓ୍ବେବ୍‌ସାଇଟକୁ ଭାରତ ସରକାରଙ୍କଠାରୁ ଅଧିକ ବିଶ୍ୱାସକୁ ନେଲା ଟୁଇଟର୍‌ ଏବଂ ଟୁଇଟ୍‌ ବିଷୟକୁ ଜାଲ୍‌ ବୋଲି ମୋହର ଲଗାଇଦେଲା। ଭାଜପା ଏବେ ଚିନ୍ତାରେ ପଡ଼ିଯାଇ ଟୁଇଟର୍‌କୁ ଆଉ ଏକ ଧମକପୂର୍ଣ୍ଣ ଚିଠି ଦେଇଛି। ସରକାର ଏହା ଉପରେ ତଦନ୍ତ କରୁଥିବାରୁ ଟୁଇଟର୍‌ ‘ମାନିପୁଲେଟେଡ୍‌ ମିଡିଆ’ ଟ୍ୟାଗ୍‌ ହଟାଇ ନେବା ଉଚିତ ବୋଲି ଚିଠିରେ କୁହାଯାଇଛି। ସମସ୍ୟାଟି ହେଉଛି, ସରକାର ପ୍ରଥମେ କଂଗ୍ରେସକୁ ଅପମାନିତ କଲେ, ପରେ ତାଙ୍କର ମିଛ ପ୍ରଚାର ଧରାପଡ଼ିଲା ଏବଂ ଏବେ କହୁଛନ୍ତି ଏହା ଉପରେ ତଦନ୍ତ କରୁଛନ୍ତିି। ପୁନଶ୍ଚ ଦାବି ସତ ବୋଲି ସାବ୍ୟସ୍ତ କରିବାକୁ ଭାଜପା ତା’ର ସବୁ ମନ୍ତ୍ରୀମାନଙ୍କ ଦ୍ୱାରା ସେମାନଙ୍କ ସରକାରୀ ଆକାଉଣ୍ଟ ମାଧ୍ୟମରେ ଏହି ଘଟଣାକୁ ଆଗକୁ ବଢ଼ାଇଛି। ଯେଉଁଥିପାଇଁ ଏକ ଛୋଟ ଖବରର ସଂଚାଳନ ଏବେ ଭାରତ ଭଳି ଗଣତାନ୍ତ୍ରିକ ସରକାରଙ୍କଠାରୁ ବି ଅଧିତ୍କ ଗୁରୁତ୍ୱପୂର୍ଣ୍ଣ ମନେ ହେଉଛି। ଗୋଟିଏ ଆକାଉଣ୍ଟ ବ୍ଲକ୍‌ କରିବାକୁ, ସରକାର ଚାହୁଁ ନ ଥିବା କିଛି କଣ୍ଟେଣ୍ଟ ହଟାଇବାକୁ କିମ୍ବା ୟୁଜର୍‌ଙ୍କ ପରିଚୟ ପ୍ରକାଶ କରିବାକୁ ଭାରତ ସରକାରଙ୍କ ତରଫରୁ ଲିଗାଲ୍‌ ନୋଟିସଗୁଡ଼ିକରେ ଟୁଇଟର୍‌କୁ କୁହାଯାଇଛି। ଜାନୁୟାରୀ ୨୦୧୨ରୁ ଜୁନ୍‌ ୨୦୧୪ ଯାଏ ଟୁଇଟର୍‌ ଭାରତ ସରକାରଙ୍କଠାରୁ ଗୋଟିଏ କି ଦୁଇଟି ପାଇଁ ରିକ୍ୱେଷ୍ଟ ପାଇଥିଲା। ୨୦୧୬ର ଦ୍ୱିତୀୟାର୍ଦ୍ଧରେ ଟୁଇଟର୍‌ ୧୫୧, ଜାନୁୟାରୀରୁ ଜୁନ୍‌ ୨୦୧୮ ମଧ୍ୟରେ ୩୦୬ ଏବଂ ଜୁଲାଇରୁ ଡିସେମ୍ବର ୨୦୧୯ ମଧ୍ୟରେ ୬୬୨ ରିକ୍ୱେଷ୍ଟ ଟୁଇଟର୍‌ ପାଇଥିଲା। ଜାନୁୟାରୀ ଏବଂ ଜୁନ୍‌ ୨୦୨୦ ମଧ୍ୟରେ ମୋଦି ସରକାର ୨.୩୬୭ ରିକ୍ୱେଷ୍ଟ ପଠାଇଥିବା ସଦ୍ୟ ଉପଲବ୍ଧ ତଥ୍ୟରୁ ସ୍ପଷ୍ଟ ହୋଇଛି। ପରିଚୟ ପ୍ରକାଶ କରିବାକୁ, ଆକାଉଣ୍ଟ ବ୍ଲକ୍‌ କରିବାକୁ ଏବଂ ପସନ୍ଦ ହେଉ ନ ଥିବା ବିଷୟକୁ ହଟାଇଦେବା ଲାଗି ଏହି ରିକ୍ୱେଷ୍ଟ କରାଯାଇଥିଲା।
ପ୍ରଶ୍ନ ଉଠୁଛିି, ସରକାର କାହିଁକି ହଜାର ହଜାର ରିକ୍ୱେଷ୍ଟ ଟୁଇଟର୍‌କୁ ପଠାଉଛନ୍ତି। ଏହାର ଉତ୍ତର ହେଉଛି,ଭାଜପା ଯାହା ଜଣାଇବାକୁ ଚାହୁଁ ନାହିଁ ସୋସିଆଲ ମିଡିଆ ତା’ର ବାସ୍ତବତା ପ୍ରକାଶ କରିଦେଉଛି। ଅନେକ ବ୍ୟକ୍ତି ସୋସିଆଲ ମିଡିଆରେ ସେମାନଙ୍କ ମତ ପ୍ରକାଶ କରୁଛନ୍ତି, ଯାହା ସରକାରଙ୍କୁ ଚିନ୍ତାରେ ପକାଇଦେଉଛି। ସରକାରଙ୍କୁ ସୋସିଆଲ ମିଡ଼ିଆ ଭୟ ଘାରିଛି। ଏହାକୁ ହଟାଇ ଦେବା ହିଁ ଏକମାତ୍ର ବାଟ ଯାହା ଭାରତ ସରକାର ଅତୀତରେ କରିଥିଲେ ଓ ଏବେ ଭାରତରେ ସୋସିଆଲ ମିଡିଆରେ ଯାହା ଚାଲୁଛି ତାକୁ ନେଇ ସରକାର ଏଭଳି ରିକ୍ୱେଷ୍ଟ କରିବା ସ୍ବାଭାବିକ। ଟୁଇଟର୍‌ ଫେସ୍‌ବୁକଠାରୁ ସାମାନ୍ୟ ଭିନ୍ନ। ଏହା ଅଧିକ ସ୍ବାଧୀନତା ପ୍ରଦାନ କରେ। ଏହା ମଧ୍ୟ ବାକ୍‌ ସ୍ବାଧୀନତାକୁ ପ୍ରାଧାନ୍ୟ ଦିଏ। କିନ୍ତୁ ଫେସ୍‌ବୁକ ପ୍ରାଣଘାତକ କର୍ପୋରେଟ କମ୍ପାନୀ। ଏହା ଏକଚ୍ଛତ୍ରବାଦୀ ସରକାର ସହ ସାଲିସ୍‌ ହୋଇ ଚାଲେ। ସେମାନେ ଯାହା ଚାହାନ୍ତି ତାହା କରେ। ଏପରି କିି ୟୁଜର ଓ ବିଷୟବସ୍ତୁକୁ ବ୍ଲକ୍‌ କରିବାଠାରୁ ଆରମ୍ଭ କରି ସରକାରଙ୍କ ସପକ୍ଷ ଘଟଣାକୁ ପ୍ରଚାର କରେ। ଏମିତି କି ହିଂସାକୁ ବି ଏହା ଉତ୍ସାହିତ କରେ। ଟୁଇଟର୍‌ ମତରେ, ଏହା ତା’ୟୁଜରଙ୍କ ସ୍ବାଧୀନତା ଲାଗି ଠିଆ ହୋଇଛି। ଏହା ମଧ୍ୟ ଖୋଲାଖୋଲି ଭାବେ ତଥ୍ୟ ଆଦାନପ୍ରଦାନ କରିବାକୁ ବଚନବଦ୍ଧ। ସେଥିପାଇଁ କେଉଁଠୁ ଡେଟା ନିଆଯାଇଛି ତାହା ଅନୁଧ୍ୟାନ କରି ସ୍ବଚ୍ଛ ରିପୋର୍ଟ ପ୍ରକାଶ କରେ। ଟୁଇଟର୍‌କୁ ରିକ୍ୱେଷ୍ଟ କରିବାରେ ଭାରତ ଏକମାତ୍ର ଲୋକତାନ୍ତ୍ରିକ ଦେଶ ନୁହେଁ। ଆମେରିକାରେ ରାଷ୍ଟ୍ରପତିଙ୍କୁ ସୁରକ୍ଷା ଦେଉଥିତ୍ବା ସିକ୍ରେଟ ସର୍ଭିସ ରାଷ୍ଟ୍ରପତିଙ୍କ ବିରୋଧରେ ଆସୁଥିବା ପ୍ରତିଟି ଧମକ ଏପରିକି ଏହା ଅଜଣାତରେ କରାଯାଇଥିଲେ ମଧ୍ୟ ତାହାକୁ ଆକଳନ କରିବାକୁ ବାଧ୍ୟ। କିନ୍ତୁ ଭାରତରେ କ’ଣ ହେଉଛି? ଏଠାରେ ସରକାରଙ୍କ ବିରୋଧରେ ସମାଲୋଚନାକୁ ଅନୁମତି ଦିଆଯାଉନାହିଁ। ସରକାର ଲଗାତର ବିରୋଧୀଙ୍କୁ ଅଧିକ ନିନ୍ଦା ଓ ଅପମାନିତ କରୁଛନ୍ତି। ଆଉ ଯେତେବେଳେ ଏହା ଧରା ପଡ଼ିଯାଉଛନ୍ତିିି ସେତେବେଳେ ଦାୟିତ୍ୱବୋଧକୁ ସ୍ବୀକାର କରିବାକୁ ଚାହୁଁନାହାନ୍ତି।
ଭାରତ ଚାଇନା ବାଟରେ ଅଗ୍ରସର ହେଉଛି, ଯେଉଁଠି ସରକାରଙ୍କ ଇଚ୍ଛା ଅନୁସାରେ ସୋସିଆଲ ମିଡିଆକୁ ମେସେଜିଂର ନିୟନ୍ତ୍ରଣ ଓ ସାମୂହିକ ନିରୀକ୍ଷଣ କରିବାକୁ ପଡ଼ୁଛି। କେତେକ ଗଣତାନ୍ତ୍ରିକ ଦେଶରେ ନାଗରିକଙ୍କର ବାକ୍‌ ସ୍ବାଧୀନତା ବନ୍ଦ କରିବା ପଛରେ ସରକାରଙ୍କର ପୂରା ହାତ ରହିଛି, ଯାହା ଭାରତରେ ଘଟିଛି। ବାକ ସ୍ବାଧୀନତାରେ ବାଧା ଆସିଛି। ସ୍ବାଧୀନ ମତ ଲାଗି ଆମକୁ ଦେଶଦ୍ରୋହ, ଆପରାଧିତ୍କ ମାନହାନି, ଆପରାଧିତ୍କ ଅବମାନନା ଏବଂ କଥାରେ ହେଉ କି ବିନା କଥାରେ ତାହାକୁ ଅପରାଧ ବୋଲି ବିବେଚନା କରୁଥିବା ଆଇନ ଦ୍ୱାରା ଜେଲ୍‌ ଭୋଗିବାକୁ ପଡୁଛି। ଏଭଳି ଘଟଣା ସବୁବେଳେ ଭାରତରେ ଘଟିଆସିଛି। ପୂର୍ବରୁ କିନ୍ତୁ ସମାଲୋଚନା ସରକାରଙ୍କ ପାଇଁ ଅସହ୍ୟ ନ ଥିଲା, ଯାହା ଏବକାର ସରକାରଙ୍କ ପାଇଁ ହୋଇଛି। ସରକାର ନିଜ ଦୋଷ ସ୍ବୀକାର କରୁନାହାନ୍ତି। କେବଳ ଗୋଟିଏ କଥା ଉପରେ ଜୋର୍‌ ଦେଉଛନ୍ତି ଏବଂ ଅନ୍ୟ ପକ୍ଷର ମତକୁ ଅଟକାଇବାକୁ ଅଧିକ ଚାହୁଁଛନ୍ତି। ଏହା ମଧ୍ୟ ଟୁଲ୍‌କିଟ ବିଫଳତା ଭଳି ଅନ୍ୟଜଣଙ୍କ ମତକୁ ବ୍ୟର୍ଥ ବା ଦୁର୍ବଳ କରିବା ଲାଗି ଚାହୁଁଛନ୍ତି। କହିବାକୁ ଗଲେ ଏହା ଠିକ୍‌ ଜରୁରୀ ପରିସ୍ଥିତି ଭଳି ଏବଂ ଯେଉର୍ଁମାନେ ସେତେବେଳେ ଏଥିରେ ରହିଥିଲେ ସେମାନେ ଏବେ ଅଧିତ୍କ କଷ୍ଟ ଅନୁଭବ କରି ନ ପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରକୃତି ଭୋଗ୍ୟ ନୁହେଁ, ସୁରକ୍ଷାଯୋଗ୍ୟ

ବିକାଶର ଦୌଡ଼ରେ ଆମେ ପ୍ରାୟ ଭୁଲିଯାଉଛୁ ଯେ ନୀରବଥିବା ଏହି ପ୍ରକୃତି ଅସୀମ ନୁହେଁ। ଆମେ ଭାବୁଛୁ ପ୍ରକୃତିରେ ଯାହା କିଛି ନଷ୍ଟ ହେଉଛି, ସେସବୁ ଧୀରେ…

ସମ୍ବଳ ପାଇଁ ଅଧିକ ଋଣ

ଫେବୃଆରୀ ୧ରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଲୋକ ସଭାରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଛନ୍ତି। ଏହି ବଜେଟକୁ ନେଇ ମିଶ୍ରିତ…

ପିଲା ଏବେ ଭାବପ୍ରବଣ

ଗୋଟିଏ ସପ୍ତାହ ଭିତରେ ଦୁଇଟି ଆତ୍ମହତ୍ୟାଜନିତ ଘଟଣା ଏବେ ଦେଶର ବିବେକକୁ ଦୋହଲାଇ ଦେଇଛି। ୪ ଫେବୃଆରୀରେ ଉତ୍ତରପ୍ରଦେଶର ଗାଜିଆବାଦରେ ଏକ ବହୁତଳ ପ୍ରାସାଦର ୯ମ ମହଲାରୁ…

ଏଇ ଭାରତରେ

ନିଷ୍ଠା ଓ ପ୍ରତିବଦ୍ଧତା ସଫଳତା ଆଣେ, ଯାହା ପ୍ରମାଣ କରିପାରିଛନ୍ତି ଉତ୍ତରାଖଣ୍ଡର ସୁଶାନ୍ତ ୟୁନିଆଲ ଏବଂ ତାଙ୍କ ଭାଇ। ଦୁଇ ଭାଇ ସବୁଠୁ ବଡ଼ ଛତୁ ଛତ୍ପାଦନ…

ଡିଜିଟାଲ ଗଣମାଧ୍ୟମ ଓ ଶିଶୁ

ନିକଟରେ ବିଶ୍ୱର ପ୍ରଥମ ଦେଶ ରୂପେ ଅଷ୍ଟ୍ରେଲିଆ ଆଇନ କରିଛି ୧୬ ବର୍ଷରୁ କମ୍‌ ବୟସ୍କ ପିଲାଙ୍କ ପାଇଁ ୧୦ ବଡ଼ ବଡ଼ ଡିଜିଟାଲ ଗଣମାଧ୍ୟମକୁ ନିଷିଦ୍ଧ…

ଗମ୍ଭୀର ସ୍ଥିତିରେ ବାୟୁ ପ୍ରଦୂଷଣ

ସମ୍ପ୍ରତି ବାୟୁ ପ୍ରଦୂଷଣ ଏକ ଜଟିଳ, ବୈଶ୍ୱିକ ଜରୁରିକାଳୀନ ପରିସ୍ଥିତି ପାଲଟିଛି। ଭାରତ ପରିପ୍ରେକ୍ଷୀରେ ଏହା ସ୍ବାସ୍ଥ୍ୟ ନିମନ୍ତେ ପରିବେଶୀୟ ବିପଦ ଭାବରେ ଉଭା ହୋଇଛି। ନିକଟରେ…

ଆଇସ୍‌କ୍ରିମ୍‌ ଖାଇଲେ

କଟକ ଜିଲା ବାଙ୍କୀ ତହସିଲ ଅନ୍ତର୍ଗତ କୁମୁସର ଗାଁରେ ୯ ଫେବୃଆରୀରେ ଅନୁଷ୍ଠିତ ଏକ ଅଷ୍ଟପ୍ରହରୀ କାର୍ଯ୍ୟକ୍ରମରେ ଆଇସ୍‌କ୍ରିମ ଖାଇ ୧୮ ଜଣ ପିଲା ଅସୁସ୍ଥ ହୋଇଥିବା…

ଏଇ ଭାରତରେ

ଅଜିମ ପ୍ରେମଜୀ ବିଶ୍ୱବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ଏକ ଟିମର ବର୍ଜ୍ୟପରିଚାଳନା ଅତ୍ୟନ୍ତ ପ୍ରଶଂସନୀୟ। କର୍ନାଟକ ବେଙ୍ଗାଲୁରୁ ନିକଟରେ ଥିବା ବିଲାପୁରା ଗାଁକୁ ସମ୍ପୂର୍ଣ୍ଣ ବର୍ଜ୍ୟମୁକ୍ତ କରାଯାଇପାରିଛି। ଦେଖିବାକୁ ଗଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri