Posted inଫୁରସତ

ଭୁଲ୍‌ ବୁଝାମଣାକୁ ବହୁତ ଡରେ

କେବଳ ରିଲ୍‌ରେ ନୁହେଁ, ରିୟଲ ଲାଇଫ୍‌ରେ ଅନେକଙ୍କ ପାଇଁ ହିରୋ ସାଜିଛନ୍ତି ସବ୍ୟସାଚୀ ମିଶ୍ର। ପେସାରେ ଜଣେ ଇଞ୍ଜିନିୟର ହୋଇଥିଲେ ବି ଅଭିନୟ ପାଇଁ ଚାକିରି ଛାଡ଼ିଥିଲେ। ଆଲ୍‌ବମ୍‌ ‘ବେଣୀ ନୁହେଁ ତତେ ଖୋସା ମାନିବ’ ମାଧ୍ୟମରେ ସେ ପରଦାକୁ ଓହ୍ଲାଇଥିଲେ। ତାଙ୍କ ଅଭିନୀତ ପ୍ରଥମ ଚଳଚ୍ଚିତ୍ର ଥିଲା ‘ପାଗଳପ୍ରେମୀ’। ସେ ଶ୍ରେଷ୍ଠ ଅଭିନେତା ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର, ଫିଲ୍ମ ଫେୟାର ଆଓ୍ବାର୍ଡ ପାଇଛନ୍ତି। ୧୦୦ରୁ ଊର୍ଦ୍ଧ୍ୱ ଆଲବମ୍‌, ୪୫ରୁ ଅଧିକ ଓଡ଼ିଆ ଚଳଚ୍ଚିତ୍ର ସମେତ ତେଲୁଗୁ, ବଙ୍ଗଳା ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଛନ୍ତି। ୧୯୮୫ ଅକ୍ଟୋବର ୬ରେ ସମ୍ବଲପୁର ଜିଲା ବୁର୍ଲାରେ ଜନ୍ମଗ୍ରହଣ କରିଥିବା ସବ୍ୟସାଚୀ ଏବେ ଭୁବନେଶ୍ୱରରେ ରହୁଛନ୍ତି। ତାଙ୍କ ମା’ ଡ. ସୁଷମା ମିଶ୍ର ଜଣେ ସାହିତି୍ୟକା ଏବଂ ବାପା ସୁରେନ୍ଦ୍ର ମିଶ୍ର ହେଉଛନ୍ତି ଅବସରପ୍ରାପ୍ତ ଆଇଏଏସ୍‌ ଅଫିସର। ଅଭିନୟ ଓ ବ୍ୟକ୍ତିଗତ ଜୀବନକୁ ନେଇ ସବ୍ୟସାଚୀଙ୍କ ସହ ଧରିତ୍ରୀର ବନ୍ଦନା ସେଠୀଙ୍କ ଆଳାପ।

ପ୍ରଶ୍ନ- ଚାକିରି ଛାଡ଼ି ଅଭିନୟକୁ କାହିଁକି ପ୍ରଫେସନ କଲେ?
ଉତ୍ତର: ଛୋଟବେଳୁ ମୋର ଅଭିନୟ କରିବାର ବହୁତ ଇଚ୍ଛା ଥିଲା। କିନ୍ତୁ ବାପାଙ୍କର ନିୟମ ଥିଲା, ଯାହା ବି କର କିନ୍ତୁ ପାଠ ଛାଡ଼ିବୁନି। ତେଣୁ ତାଙ୍କ କଥା ମାନି ପାଠ ପଢୁଥିଲି। ଇଞ୍ଜିନିୟରିଂ ପରେ ଏକ ସଫ୍ଟଓ୍ବେୟାର କମ୍ପାନୀରେ ଚାକିରି କଲି। ମାତ୍ର ମନ ମୋର ଅଭିନୟରେ ଥିଲା। ସେଥିପାଇଁ ଆଲ୍‌ବମ୍‌କୁ ମାଧ୍ୟମ କଲି। ଆଲବମ୍‌ ପରେ ଚଳଚ୍ଚିତ୍ର କରିବାର ସୁଯୋଗ ମିଳିଲା। ଦର୍ଶକମାନେ ପସନ୍ଦ କଲେ ଓ ଧୀରେ ଧୀରେ ମତେ ଅଫର୍‌ ମିଳିବା ଆରମ୍ଭ ହେଲା, ତା’ପରେ ଚାକିରି ଛାଡ଼ିଦେଲି।
ପ୍ରଶ୍ନ- ଅଭିନୟର ପ୍ରଥମ ସୁଯୋଗ କେମିତି ପାଇଥିଲେ?
ଉତ୍ତର: ସେତେବେଳେ ଦୂରଦର୍ଶନରେ ‘ରଙ୍ଗାରଙ୍ଗ’ ନାମରେ ଏକ କାର୍ଯ୍ୟକ୍ରମ ପ୍ରସାରିତ ହେଉଥିଲା। ଯୁକ୍ତ୨ ସରିବା ପରେ ମୋର କିଛିଟା ଫଟୋ ସେହି କାର୍ଯ୍ୟକ୍ରମର ଯୋଗାଯୋଗ ଠିକଣାରେ ପଠାଇଥିଲି। ରଙ୍ଗାରଙ୍ଗର ନିର୍ଦ୍ଦେଶକ ସରୋଜ ଶତପଥୀଙ୍କୁ ମୋ ଫଟୋ ଭଲ ଲାଗିଥିଲା ଓ ସେ ମତେ ପ୍ରଥମ କରି ଆଲ୍‌ବମ୍‌ରେ ସୁଯୋଗ ଦେଇଥିଲେ।
ପ୍ରଶ୍ନ- ଲକ୍‌ଡାଉନ ସମୟରେ ଆପଣ ଲୋକଙ୍କୁ ସହାୟତା କରୁଥିବା ଦେଖିବାକୁ ମିଳିଥିଲା। ସମାଜସେବାର ପ୍ରେରଣା କେଉଁଠୁ ପାଇଥିଲେ?
ଉତ୍ତର: ଏଥିପାଇଁ ଛୋଟବେଳୁ ମା’ ବାପାଙ୍କଠାରୁ ମତେ ପ୍ରେରଣା ମିଳିଛି। ବାପାଙ୍କର ଚାକିରି କାଳରେ ବହୁଥର ଟ୍ରାନ୍ସଫର ହୋଇଥିଲା। ତେଣୁ ଆମକୁ ନୂଆ ନୂଆ ଜାଗାକୁ ଯିବାକୁ ପଡ଼େ। ମା’ ସେଠାରେ ଥିବା ବସ୍ତି ଅଞ୍ଚଳର ପିଲାମାନଙ୍କୁ ପାଠ ପଢ଼ାନ୍ତି। ସେମାନଙ୍କୁ ଡ୍ରେସ୍‌ ଓ ଅନ୍ୟାନ୍ୟ ଜିନିଷ ବାଣ୍ଟନ୍ତି। ବସ୍ତି ପିଲାଙ୍କ ସହ ଏକାଠି ବସି ମୁଁ ମଧ୍ୟ ପାଠ ପଢ଼ିଛି। ଏହିଠାରୁ ମୋ ସମାଜସେବାର ମୂଳଦୁଆ ପଡ଼ିଥିଲା କହିଲେ ଭୁଲ ହେବ ନାହିଁ। ଗତବର୍ଷ ଲକ୍‌ଡାଉନ୍‌ ସମୟରେ ମୁଁ ବି ଅନ୍ୟମାନଙ୍କ ପରି ଘରେ ଥାଏ। ସେ ସମୟରେ କାହାର ମେଡିକାଲ ସହାୟତା, କାହାର ଘରକୁ ଫେରିବା ପାଇଁ ସହାୟତା ଭଳି ଅନେକ ମେସେଜ୍‌ ସୋସିଆଲ ମିଡିଆରେ ଆସୁଥିଲା। ସେପରି ମେସେଜ୍‌ ଦେଇଥିବା ଲୋକଙ୍କୁ ମୋ ତରଫରୁ ଯୋଗାଯୋଗ କରି ସାହାଯ୍ୟ କରିଥିଲି। ଏପରି ଦୁଇ ତିନିଟା ଘଟଣାରେ ସଫଳତା ପାଇବା ପରେ ଲୋକମାନେ ମତେ ତାଙ୍କ ତରଫରୁ ଯୋଗାଯୋଗ କରିବା ଆରମ୍ଭ କରି ଦେଇଥିଲେ। ତା’ପରଠାରୁ ମୋ କାମ ଚାଲିଛି। ଏବେ ‘ସ୍ମାଇଲ୍‌ ପ୍ଲିଜ୍‌’ ନାଁରେ ଏକ ଟ୍ରଷ୍ଟ ଗଠନ କରି କାମ କରୁଛି। ଏଥିରେ ଥିବା ସମସ୍ତ ସଦସ୍ୟଙ୍କୁ ‘ସ୍ମାଇଲ୍‌ ଫୋର୍ସ’ କୁହାଯାଉଛି। ଏବେ ସାରା ଓଡ଼ିଶାରେ ୧୨ହଜାର ସ୍ମାଇଲ ଫୋର୍ସ ରହିଛନ୍ତି, ଯେଉଁମାନେ ସ୍ବଇଚ୍ଛାରେ ଟ୍ରଷ୍ଟରେ ଯୋଗଦେଇଛନ୍ତି।
ପ୍ରଶ୍ନ- ଲୋକଙ୍କୁ ସହଯୋଗ କରିବା ପାଇଁ କିପରି ଅର୍ଥ ଯୋଗାଡ଼ କରୁଛନ୍ତି?
ଉତ୍ତର: ଗତବର୍ଷ ରାଶନ ବାଣ୍ଟିବାଠାରୁ ଆରମ୍ଭ କରି ପ୍ରବାସୀଙ୍କୁ ଘରକୁ ଫେରାଇବା ପର୍ଯ୍ୟନ୍ତ ସବୁକିଛି ମୋ ନିଜ ପଇସାରେ କରିଥିଲି। କରୋନାର ଦ୍ୱିତୀୟ ଲହର ବେଳକୁ ବହୁ ବନ୍ଧୁ, ସହଯୋଗୀ ମତେ ସାହାଯ୍ୟର ହାତ ବଢ଼ାଇଲେ। ଏହାଛଡ଼ା ଓଡ଼ିଶା ସୋସାଇଟି ଅଫ୍‌ ଆମେରିକା ଭଳି ଅନେକ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷ ସହଯୋଗ କରିଛନ୍ତି। ମୋ ମତରେ ଯଦି ଆମ ଲକ୍ଷ୍ୟ ସ୍ଥିର ଓ ମହତ୍‌ ହୋଇଥାଏ, ତେବେ କୌଣସି ନା କୌଣସି ରାସ୍ତାରେ ସହଯୋଗ ମିଳିଯାଏ। ଭଲ କାମ ପାଇଁ ଅର୍ଥ କେବେ ପ୍ରତିବନ୍ଧକ ସାଜିପାରିବ ନାହିଁ।
ପ୍ରଶ୍ନ- ରାଜନୀତିରେ କେବେ ପ୍ରବେଶ କରିବେ?
ଉତ୍ତର: ରାଜନୀତି ପ୍ରତି ମୋର ଆଦୌ ଆଗ୍ରହ ନାହିଁ। ରାଜନୀତି ଏକ ବହୁ ଦାୟିତ୍ୱସମ୍ପନ୍ନ କାମ। ଜଣେ ଅଭିନେତା ଭାବେ ମୁଁ ଯେତିକି ଦାୟିତ୍ୱ ତୁଲାଇ ପାରୁଛି ତାହା ହିଁ ବଡ଼ କଥା। ରାଜନୀତି ଏତେ ମଧ୍ୟ ଶସ୍ତା ହୋଇଯିବା ଉଚିତ୍‌ ନୁହେଁ ଯେ, ଯେକେହି ବ୍ୟକ୍ତି କିଛି ଭଲ କାମ କରିଦେଲେ ତା’ ପାଇଁ ରାଜନୀତିର ବାଟ ଖୋଲିଯିବ। ଯଦି ମୁଁ ରାଜନୀତି ନ କରି ବି ସମାଜ ପାଇଁ କିଛି କରିପାରୁଛି, ତେବେ ଏଥିରେ ପ୍ରବେଶ କରିବାର ଆବଶ୍ୟକତା ନାହିଁ।
ପ୍ରଶ୍ନ- କ’ଣ କରିବାକୁ ଇଚ୍ଛା ରହିଛି?
ଉତ୍ତର: ମତେ ଏବେ ଭିନ୍ନ ଭିନ୍ନ ଭାଷାର ଚଳଚ୍ଚିତ୍ରରେ ଅଭିନୟ କରିବାର ଇଚ୍ଛା ଅଛି। ତେଲୁଗୁ, ବଙ୍ଗଳା ଭାଷାରେ ଫିଲ୍ମ କରିସାରିଛି। ଆଗକୁ କମେଡିରୁ ବାହାରି ପ୍ରେରଣାଦାୟୀ ଫିଲ୍ମ କରିବାକୁ ଯୋଜନା ରଖିଛି। ଏହାବାଦ୍‌ ଓଡ଼ିଶାରେ ଫିଲ୍ମ ଜଗତର ଯେଭଳି ଅବସ୍ଥା ରହିଛି, ତାହାକୁ ସୁଧାରିବା ବଡ଼ ଲକ୍ଷ୍ୟ। ସମାଜସେବା, ଅଭିନୟ ଏସବୁ ମୋ ଜୀବନର ଏକ ଅଂଶ। ତେବେ ସିନେମା ହଲ୍‌ ଶିଳ୍ପକୁ ସୁଦୃଢ଼ କରିବା ଓ ଓଡ଼ିଆ ଫିଲ୍ମର ମାନକୁ ବଢ଼ାଇ ବିଶ୍ୱ ଦରବାରରେ ପହଞ୍ଚାଇବା ମୋର ମିଶନ।
ପ୍ରଶ୍ନ- ଓଡ଼ିଆ ଫିଲ୍ମର ମାନ ହ୍ରାସ ପାଉଛି କି?
ଉତ୍ତର: ସମୟ ସହିତ ଫିଲ୍ମର ମାନ କମି କମି ଯାଇଛି, ମାତ୍ର ଏହା ସ୍ଥାୟୀ ନୁହେଁ। ଏଥିପାଇଁ ଆମେ କାହାକୁ ଜଣକୁ ଦାୟୀ କରିପାରିବା ନାହିଁ। ଓଡ଼ିଆ ସିନେମାର ସ୍ଥିତିରେ ଉନ୍ନତି ପାଇଁ ବହୁ ସ୍ତରରେ କାମ କରିବାକୁ ପଡ଼ିବ। ବିଶେଷକରି ସରକାରୀସ୍ତରରେ ସହଯୋଗ ସହିତ ଫିଲ୍ମ ନିର୍ମାତାମାନଙ୍କ ସହଭାଗିତା ରହିବା ଦରକାର। ଦର୍ଶକଙ୍କର ବି ସହଯୋଗ ମିଳିବା ଆବଶ୍ୟକ, ସେମାନେ ଯେପରି ପରିବର୍ତ୍ତନକୁ ଗ୍ରହଣ କରି ଦି ପାଦ ଆଗକୁ ଆସିପାରିବେ। ସରକାର, ଦର୍ଶକ ଓ ଫିଲ୍ମମେକର ଏହି ୩ଟି ସ୍ତରରେ ମିଶି କୌଶଳ ତିଆରି କରିପାରିଲେ ଆମେ ସିନେମା କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିପାରିବା।
ପ୍ରଶ୍ନ- ପ୍ରଥମ ରୋଜଗାରରେ କ’ଣ କରିଥିଲେ?
ଉତ୍ତର: ମା’ ଏବଂ ଅନ୍ୟ ସମ୍ପର୍କୀୟଙ୍କ ପାଇଁ ଡ୍ରେସ, ଶାଢ଼ି କିଣିଥିଲି। ବଳକା ଟଙ୍କାକୁ ମା’ଙ୍କୁ ଦେଇଥିଲି। ମୋ ଆଈ ଏକ ସ୍ବେଚ୍ଛାସେବୀ ସଂଗଠନ ସହିତ ଜଡ଼ିତ ଥିଲେ। ମା’ ଓ ଆଈ ସେହି ଟଙ୍କାରେ ଲୋକଙ୍କ ପାଇଁ ଖାଇବା ପିଇବାର ବ୍ୟବସ୍ଥା କରିଥିଲେ।
ପ୍ରଶ୍ନ- ସବ୍ୟର୍ଚ୍ଚିତାଙ୍କୁ ପୁଣି ଥରେ ଏକାଠି କେବେ ପରଦାରେ ଦେଖିବାକୁ ମିଳିବ?
ଉତ୍ତର: ସତ କହିବାକୁ ଗଲେ ଏକ ଭଲ ସ୍କ୍ରିପ୍ଟକୁ ଆମେ ଅପେକ୍ଷା କରିଛୁ। ବିବାହ ପରେ ଯେପରି ଏକ ଭଲ ଭେଟି ନେଇକି ଦର୍ଶକଙ୍କ ପାଖକୁ ପୁଣି ଥରେ ଆସିପାରିବୁ। ତେଣୁ କାହାଣୀରେ କିଛି ସ୍ବତନ୍ତ୍ରତା ରହିଥିବା ନିହାତି ଆବଶ୍ୟକ। ମୋ ଆଗାମୀ ଚଳଚ୍ଚିତ୍ର ‘ଯେତେ ଗୋରୀ ସେତେ ଷ୍ଟୋରି’ରେ ଅର୍ଚ୍ଚିତା ଅତିଥି କଳାକାର ଭାବେ ଆସିବେ।
ପ୍ରଶ୍ନ- ଅର୍ଚ୍ଚିତାଙ୍କ ସହ କେବେଠାରୁ ପ୍ରେମ ଆରମ୍ଭ ହୋଇଥିଲା?
ଉତ୍ତର: ଜଣେ କୋ-ଆର୍ଟିଷ୍ଟ ଭାବରେ ସେ ବହୁତ ସପୋର୍ଟିଭ୍‌। ଆମ ଭିତରେ ଏକ ଭଲ ବୁଝାମଣା ରହିଥିଲା। ଆମ ଯୋଡ଼ିକୁ ଦର୍ଶକ ପସନ୍ଦ କରିବା ପରେ ନିର୍ଦ୍ଦେଶକମାନେ ଆମକୁ ବିଭିନ୍ନ ଫିଲ୍ମରେ ନେଲେ। ଏହା ଆମ ଭିତରେ ବନ୍ଧୁତାକୁ ଆହୁରି ସୁଦୃଢ଼ କରିଥିଲା। ଧୀରେ ଧୀରେ ମୁଁ ବୁଝିପାରିଲି ଯେ, ଅର୍ଚ୍ଚିତାଙ୍କ ମନରେ ମୋ ପାଇଁ ସ୍ବତନ୍ତ୍ର ସ୍ଥାନ ରହିଛି। ଅର୍ଚ୍ଚିତା ପ୍ରଥମେ ପ୍ରପୋଜ୍‌ କରିଥିଲେ। ଯେହେତୁ ମୋ ଜୀବନରେ ବହୁତ କିଛି ଅସୁବିଧା ରହିଥିଲା, ତେଣୁ ନିଷ୍ପତ୍ତି ନେବା ପାଇଁ ବହୁତ ସମୟ ଲାଗିଥିଲା। ଅର୍ଚ୍ଚିତା ଧୈର୍ଯ୍ୟର ସହିତ ମୋ ନିଷ୍ପତ୍ତିକୁ ଅପେକ୍ଷା କରିଥିଲେ।
ପ୍ରଶ୍ନ- କିଛି ସ୍ମରଣୀୟ ଘଟଣା?
ଉତ୍ତର: ମହର୍ଷି କଲେଜରେ ଯୁକ୍ତ ୨ ପଢୁଥାଏ। କଲେଜର ସବୁ ଫଙ୍କସନ୍‌ରେ ଡ୍ୟାନ୍ସ କରୁଥିବାରୁ ଏହା ମୋର ପରିଚୟ ପାଲଟି ଯାଇଥିଲା। ସେତେବେଳେ ନୂଆ ନୂଆ ଡିସ୍କୋ ଆରମ୍ଭ ହୋଇଥିଲା। କଲେଜର ଜଣେ ପିଲା ଡିସ୍କୋରେ ଡ୍ୟାନ୍ସ କଲାବେଳେ କୌଣସି କାରଣରୁ ତା’ର ମୃତ୍ୟୁ ହୋଇଯାଇଥିଲା। ଡ୍ୟାନ୍ସ କରିକି ମୃତ୍ୟୁ ହୋଇଛି ଜାଣିବା ପରେ ସମସ୍ତେ ଭାବିଲେ ମୁଁ ମରିଯାଇଛି। ଏମିତିକି ପୂରା କଲେଜରେ ପ୍ରଚାର ହୋଇଯାଇଥିଲା ଯେ, ସବ୍ୟସାଚୀ ନାଚି ନାଚି ମରି ଯାଇଛି। ତା’ ପରଦିନ ଯେତେବେଳେ କଲେଜ ଗଲି ମତେ ସମସ୍ତେ ଭୂତ ବୋଲି କହିଥିଲେ।
ପ୍ରଶ୍ନ- ଅଭିନେତା ନ ହୋଇଥିଲେ କ’ଣ ହୋଇଥାନ୍ତେ?
ଉତ୍ତର: ଅଭିନେତା ନ ହୋଇଥିଲେ ଅଭିନେତ୍ରୀ ହୋଇଥା’ନ୍ତି।
ପ୍ରଶ୍ନ- କାହାକୁ ଡରନ୍ତି?
ଉତ୍ତର: ମୁଁ ମିଛ ଓ ଭୁଲ ବୁଝାମଣାକୁ ବହୁତ ଡରେ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri