ଭଲ ଲୋକଙ୍କର ଭୟ

ଡା. ରାମଚନ୍ଦ୍ର ରାଉତ

ଭଲ ଲୋକଟିଏ ଏବେ ଖୋଜି ପାଇବା ମୁସ୍କିଲ। ଶ୍ରୀକୃଷ୍ଣ ଗୀତାରେ କହିଛନ୍ତି- ସ, ମହାତ୍ମା ଦୁର୍ଦ୍ଦଲ୍ଲଭ- ଅର୍ଥାତ୍‌ ସେପରି ବ୍ୟକ୍ତି ଅତ୍ୟନ୍ତ ଦୁର୍ଲଭ। ପ୍ରସିଦ୍ଧ କବି ନରସିଂହ ମେହେଟ୍ଟା ମଧ୍ୟ ତାଙ୍କର ପ୍ରସିଦ୍ଧ ଭଜନ ‘ବୈଷ୍ଣବ ଜନ ତୋ…..’ରେ ପ୍ରାଞ୍ଜଳ ଭାବେ କହିଛନ୍ତି- ଯେ ପରର କଷ୍ଟ ଜାଣିପାରେ ଓ ତା’ ଦୁଃଖରେ ଦୁଃଖୀ ହୁଏ ସେଇ ହିଁ ପ୍ରକୃତରେ ବିଷ୍ଣୁଙ୍କୁ ଉପଲବ୍ଧି କରିଥିବା ବୈଷ୍ଣବ ଜନ! ଜଣେ ବିଖ୍ୟାତ ଦାର୍ଶନିକ ମଧ୍ୟ ଦିନରେ ଲଣ୍ଠନ ଧରି ‘ଭଲ’ ଲୋକଟିଏ ଖୋଜୁଥିଲେ ଓ ଉପହସିତ ହୋଇଥିଲେ।
ଭଲ ଲୋକ ଆମେ ବର୍ତ୍ତମାନ ସମୟରେ କାହାକୁ କହିପାରିବା। ଏହା ସମ୍ଭବତଃ ଏହିପରି ହେବ- ଯେଉଁ ବ୍ୟକ୍ତି ଅନ୍ୟର କୌଣସି କ୍ଷତି କରେନାହିଁ, ଦୁଃଖୀର ଉପକାର କରେ, ଦେଶର ହିତ କରେ, ପ୍ରାଣୀମାନଙ୍କର ମଙ୍ଗଳ କରେ ଓ କୌଣସି ଅନୁଚିତ କାର୍ଯ୍ୟ କରେ ନାହିଁ। ଏହା ସହିତ ଯୋଡ଼ିପାରିବା ସେ ସମସ୍ତ ନୀତିନିୟମ ଓ ଆଇନକାନୁନକୁ ସମ୍ମାନ ଦେଖାଇ ପାଳନ ମଧ୍ୟ କରେ। କିନ୍ତୁ ଆଜିକାଲି ଦୁନିଆରେ ସତ କହିବା ଓ ଭଲ ଲୋକ ହେବା ବହୁତ ବିପଦପୂର୍ଣ୍ଣ କାମ। ଜଣେ ଯଦି ସଦାସର୍ବଦା ସତ କହିବା ଆରମ୍ଭ କରେ ସେ ସମସ୍ତଙ୍କର ଶତ୍ରୁ ହୋଇଯାଏ ଓ ସମସ୍ତେ ତାକୁ ଘୃଣା କରନ୍ତି। କୁହନ୍ତି , ସଂସାରରେ ଏହି ଜଣେ ମାତ୍ର ‘ସତିଆ’ ଆଉ ସବୁ ମିଛୁଆ। ସତ କହିଲେ ଆପଣ ପ୍ରଥମେ ପରିବାରରେ, ତା’ପରେ କାର୍ଯ୍ୟକ୍ଷେତ୍ରରେ ଓ ସମାଜରେ ଅପ୍ରିୟ ହେବେ, ଆପଣଙ୍କର ଜୀବନ କଷ୍ଟ ଓ ଦୁଃଖମୟ ହୋଇଯିବ।
କେହି ଜଣେ କହିଥିଲେ, ଗୀତା/ଧର୍ମପୁସ୍ତକ ଉପରେ ହାତ ରଖି ସତ କହିବା ପାଇଁ ତିନିଥର ଶପଥ ନେଲାପରେ କୋର୍ଟ କଚେରିରେ ସବୁଠାରୁ ଅଧିକ ମିଛ କୁହାଯାଇଥାଏ। ମାତ୍ର ମଦ ଗ୍ଲାସ୍‌ରେ ବରଫଖଣ୍ଡ ପକାଇ ପିଇବା ପରେ ବ୍ୟକ୍ତି ଜଣକ ସବୁ ସମୟରେ ସତ ହିଁ କହିଥାଆନ୍ତି। ବହୁ ଲୋକଙ୍କ ସମ୍ମୁଖରେ ହତ୍ୟା ଓ ଚୋରି ହୋଇଥିଲେ ମଧ୍ୟ ରିପୋର୍ଟ ଓ ସାକ୍ଷ୍ୟ ଦେବା ପାଇଁ କେହି ସ୍ବତଃ ଆଗେଇ ଆସନ୍ତି ନାହିଁ । କାରଣ ପୋଲିସ ଓ କୋର୍ଟ ତାକୁ ବହୁତ ହଇରାଣ କରନ୍ତି । କୋର୍ଟ ଓ ଥାନା ପ୍ରାୟ ସମୟରେ ସମ୍ପୂର୍ଣ୍ଣ ମିଛ କଥାରେ ଚାଲିଥାଏ। ଜାମିନରେ ନେବା ପାଇଁ ପେସାଦାର ଜାମିନଦାର ଥାଆନ୍ତି। ସେହିପରି ସାକ୍ଷ୍ୟ ପ୍ରଦାନ ପାଇଁ ପେସାଦାର ସାକ୍ଷ୍ୟ ପ୍ରଦାନକାରୀ ଥାଆନ୍ତି। ପୁରୁଣା ପଦ୍ଧତିରେ କ୍ୱଚିତ୍‌ ପରିବର୍ତ୍ତନ ହୋଇଛି। ଶହୀଦ ରଘୁ ଦିବାକର, ଲକ୍ଷ୍ମଣ ନାୟକ, ବକ୍ସି ଜଗବନ୍ଧୁ, ଦଳବେହେରା, ବାଜି ରାଉତ ଓ ଏହିପରି ହଜାର ହଜାର ଯୋଗଜନ୍ମାଙ୍କୁ ଯେଉଁ ଆଇନ ସମ୍ପୂର୍ଣ୍ଣ ମିଥ୍ୟାରୋପରେ ଭୟାବହ ମୃତ୍ୟୁଦଣ୍ଡ ଦେଇଛି ସେହି କଳା ଆଇନଗୁଡ଼ିକୁ ଆମେ ସମ୍ମାନ ଦେଉଛେ । ଏହାଠାରୁ ଏକ ସ୍ବାଧୀନ ଦେଶରେ ଆଉ ଅଧିକ ବିଡ଼ମ୍ବନା କ’ଣ ଥାଇପାରେ।
ଭଲଲୋକଟିଏ ସବୁ ଆଇନକାନୁନ ଓ ନୀତିନିୟମ ଅକ୍ଷରେ ଅକ୍ଷରେ ପାଳନ କରିଥାଏ। ମାତ୍ର ଏଥିପାଇଁ ତାକୁ ସମାଜରେ ଓ ସବୁଠାରେ ବହୁତ ଅସୁବିଧା, ଅପ୍ରୀତିକର ପରିସ୍ଥିତି ଏବଂ କଷ୍ଟ ଭୋଗିବାକୁ ପଡ଼େ। ଦୁଷ୍ଟ, ଗଣ୍ଡଗୋଳକାରୀ, ଗୁଣ୍ଡା, ବଦ୍‌ମାସ, ପେସାଦାର ଅପରାଧୀ, ହତ୍ୟା ଓ ଲୁଣ୍ଠନକାରୀ, ଦୁଷ୍କର୍ମକାରୀମାନେ ଜମାରୁ ଆଇନକାନୁନ ମାନି ନ ଥାନ୍ତି। ପୋଲିସ କ୍ୱଚିତ୍‌ ସେମାନଙ୍କୁ ନାଲିଆଖି ଦେଖାଏ, କାର୍ଯ୍ୟାନୁଷ୍ଠାନ ନିଏ। ମାତ୍ର ଜଣେ ନିରୀହ ସାଧାରଣ ବ୍ୟକ୍ତି ପାଇଁ ପୋଲିସ କଠୋର, ନିର୍ଦ୍ଦୟ ଓ ରକ୍ତମୁଖା ହୋଇପଡ଼େ।
ପ୍ରଚଳିତ ଭାରତୀୟ ଆଇନ (ଆଇପିସି, ସିଆର୍‌ପିସି, ଆଇଇଏ) ଇତ୍ୟାଦି ଯୋଗୁ ଅପରାଧୀମାନେ ଅତି ସହଜରେ ଓ କମ୍‌ ସମୟ ମଧ୍ୟରେ ଜାମିନ ପାଇଯାଆନ୍ତି। ସର୍ତ୍ତ ଯାହା ଲାଗି ଥାଉନା କାହିଁକି ସେମାନେ ମୁକ୍ତ ହୋଇଯାଆନ୍ତି। ପୁନଶ୍ଚ ଶତସିଂହ ବଳରେ ଅପରାଧ ଜଗତକୁ ପ୍ରବେଶ କରନ୍ତି। ଆଜିର ବ୍ୟବସ୍ଥା ଦେଖିଲେ ଏମିତି ତ ଲାଗେ ଯେ କୋର୍ଟ, କଚେରି କେବଳ ଅପରାଧୀମାନଙ୍କୁ ଜାମିନ ଓ ସୁରକ୍ଷା ଦେବା ପାଇଁ ରହିଛି। ଥାନା ଓ ପୋଲିସ କର୍ମଚାରୀମାନେ ସେମାନଙ୍କ ପାଇଁ ଆଗଭର ହୋଇ ରହିଛନ୍ତି ଓ ସେମାନଙ୍କ ଛତ୍ରଛାୟା ତଳେ ସେମାନେ ପରିପୁଷ୍ଟ ହୋଇଥାଆନ୍ତି। ବଡ଼ ବଡ଼ ନାମକରା ଓକିଲ ବଡ଼ ବଡ଼ ଅପରାଧୀଙ୍କ ପାଇଁ ଲଢ଼ିବାକୁ ଆଗେଇ ଆସନ୍ତି। ଭଲ ଲୋକଟିଏ ଠିକ୍‌ ସମୟରେ ଟିକସ ଦିଏ, ଜରିମାନା ଦିଏ, ଠିକ୍‌ ବାଟରେ ଯାଇ ଠିକ୍‌ କାମ କରେ, ଏସବୁ ତା’ ପାଇଁ ଭଲ ପରିବର୍ତ୍ତେ ଖରାପ ସାଧିତ ହୁଏ। ସେ ସମସ୍ତଙ୍କୁ ଭଲ କରିଥାଏ। ତା’ ପଡ଼ୋଶୀ ଜବରଦଖଲ କରେ, ବାଟ ବନ୍ଦ କରିଦିଏ, ଅଫିସ୍‌ରେ ସମସ୍ତେ ଟାହିଟାପରା କରନ୍ତି, ଟିପ୍ପଣୀ କରନ୍ତି। ଗଁା ଗହଳି ସହର ବଜାରରେ ସେ ଅନେକ ଅସୁବିଧାରେ ପଡ଼େ। ପ୍ରଥମତଃ ସେ ଭୟ କରିଥାଏ ଗଣ୍ଡଗୋଳକାରୀ ଓ ଅପରାଧ ଘଟାଉଥିବା ଲୋକମାନଙ୍କୁ। ତା’ପରେ ପୋଲିସକୁ ଓ ନ୍ୟାୟାଳୟର ଅସାଧୁ ଓକିଲ ଓ ନ୍ୟାୟକର୍ତ୍ତାମାନଙ୍କୁ, ଅଫିସ୍‌ର ଅସାଧୁ ଅଧିକାରୀ ଓ କର୍ମଚାରୀମାନଙ୍କୁ।
ଏପରି ପ୍ରତୀୟମାନ ହୁଏ ଯେ ନ୍ୟାୟ ହେଉଛି କେବଳ ନ୍ୟାୟଭଙ୍ଗ କରୁଥିବା ଲୋକମାନଙ୍କ ପାଇଁ। ଏହାକୁ ମାନୁଥିବା ଲୋକମାନଙ୍କ ପାଇଁ କ୍ୱଚିତ୍‌ ଏହା ସହାୟକ ହୋଇଥାଏ। କାରଣ ଆପରାଧିକ କ୍ଷେତ୍ରରେ ୯୦%ରୁ ଅଧିକ ଛାଡ଼ ପାଇଥାଆନ୍ତି। ଚିକିତ୍ସା ପଦ୍ଧତି ଦ୍ୱାରା ଯଦି ୧୦୦ ରୋଗୀରୁ ମାତ୍ର ୧୦ଜଣ ଭଲ ହେବେ ଓ ୯୦ ମୃତ୍ୟୁମୁଖରେ ପଡ଼ିବେ, ସେ ଚିକିତ୍ସା ପଦ୍ଧତି କେବେ ଆପଣେଇବା ଉଚିତ କି? ଯଦି ‘ନା’ ତା’ହେଲେ ବିଚାର ଓ ନ୍ୟାୟ କ୍ଷେତ୍ରରେ ଓ ଥାନା ମାନଙ୍କରେ ଏପରି ୧୦% ଉପଲବ୍ଧି ମିଳୁଥିବା ବେଳେ ତାକୁ ପରିବର୍ତ୍ତନ କରିବାର ଆବଶ୍ୟକତା ଅଛି ନା ନାହିଁ?
ପୁରାତନ ଆଇନ ଓ ତଦନ୍ତ ପଦ୍ଧତି ଏବଂ ସେହି ବିଭାଗଗୁଡ଼ିକର କର୍ମଚାରୀମାନଙ୍କର ଆଚରଣ, ଉଚ୍ଚାରଣ ତଥା ଦୃଷ୍ଟିଭଙ୍ଗୀରେ ପରିବର୍ତ୍ତନ ଆସିବ କେବେ? କେବେ ଭଲ ଲୋକମାନଙ୍କ ମନରୁ ଭୟ ଚାଲିଯିବ ଏବଂ ଅପରାଧୀ ଓ ଗୁଣ୍ଡାବଦ୍‌ମାସଙ୍କ ମନରେ ଭୟ ସଞ୍ଚାର ହେବ, ସେମାନେ ଅପରାଧ ଇତ୍ୟାଦି କରିବା ଆଗରୁ ଶହେଥର ଚିନ୍ତା କରିବେ। ନଚେତ୍‌ ଦେଶ ଓ ସମାଜ ତଥା ରାଜ୍ୟ କ୍ରମଶଃ ଅଧୋଗାମୀ ହେବ ଏଥିରେ ସନ୍ଦେହ ନାହିଁ।
ଗୋପାଳପୁର, ବାଙ୍ଗୀ, କଟକ
ମୋ: ୮୨୪୯୦୮୭୯୯୫


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

ପରୀକ୍ଷା ପାଇଁ ପ୍ରସ୍ତୁତି

ଚଳିତ ବର୍ଷ ଫେବୃଆରୀଠାରୁ ଆମ ରାଜ୍ୟରେ ବିଭିନ୍ନ ପରୀକ୍ଷା ଆରମ୍ଭ ହେଉଛି। ଏଥି ନିମନ୍ତେ ପ୍ରତ୍ୟେକ ପରୀକ୍ଷାର୍ଥୀ ଜୋର୍‌ସୋରରେ ପ୍ରସ୍ତୁତି ଚଳାଇଛନ୍ତି। ପରୀକ୍ଷାର୍ଥୀମାନେ ପରୀକ୍ଷା ପାଇଁ ଯେତିକି…

ଗାଈ ସଂଗ୍ରହାଳୟ

ଉତ୍ତର ପ୍ରଦେଶର ଏକ ସରକାରୀ ସଂସ୍ଥା ‘ଉତ୍ତର ପ୍ରଦେଶ ବ୍ରଜ ତୀର୍ଥ ବିକାଶ ପରିଷଦ’ ମଥୁରାଠାରେ ଭାରତର ପ୍ରଥମ ‘କାଓ କଲ୍‌ଚର ମ୍ୟୁଜିୟମ୍‌’ ବା ଗାଈ ସଂସ୍କୃତି…

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri