ଅନ୍‌ଲାଇନ୍‌ରେ ତଥ୍ୟ ଦେବାକୁ ଡର

ଯାଜପୁର ଅଫିସ,୨୨।୭: ରାଜ୍ୟ ସରକାର ସ୍ବଚ୍ଛତା, ପ୍ରଯୁକ୍ତି ବିଦ୍ୟା, ସମୟାନୁବର୍ତ୍ତିତା, ସମ୍ମିଳିତ ଉଦ୍ୟମ ଓ ପରିବର୍ତ୍ତନ (୫-ଟି)କୁ ଗୁରୁତ୍ୱ ଦେଉଛନ୍ତି। କିନ୍ତୁ ଯାଜପୁର ଜିଲାରେ ଏହା କେବଳ ପ୍ରଚାର ସର୍ବସ୍ବ ପାଲଟିଛି। ଅପାରଗତା ଲୁଚାଇବାକୁ ଇ-ଡେସପାଚ୍‌ ଓ ଜିଲା ୱେବପୋର୍ଟାଲକୁ ନବୀକରଣ କରାଯାଉନାହିଁ। ଇ-ଡେସ୍‌ପାଚ କ୍ଷେତ୍ରରେ ନମ୍ବର ବଢୁଛି ହେଲେ ବାସ୍ତବରେ ଚିଠିପତ୍ର ଦେଖିହେଉନାହିଁ। ଏଥିରେ ସର୍ବାଗ୍ରେ ଜିଲାପାଳଙ୍କ କାର୍ଯ୍ୟାଳୟ, ଅବକାରୀ, ପରିବହନ, ଯୋଗାଣ ବିଭାଗ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସପିସିବି)ର କଳିଙ୍ଗନଗର ଆଞ୍ଚଳିକ କାର୍ଯ୍ୟାଳୟ, ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ, ଜିଲା ଶିଳ୍ପକେନ୍ଦ୍ର ଆଦି ବିଭାଗ ରହିଛି। ବିଭାଗୀୟ ଅଧିକାରୀମାନେ କ’ଣ ଓ କିଭଳି କାର୍ଯ୍ୟ କରୁଛନ୍ତି ସେ ନେଇ ବିଭାଗୀୟ ୱେବ ପୋର୍ଟାଲରେ ଅପ୍‌ଡେଟ କରାଯାଉନାହିଁ। ଫଳରେ ଅନ୍‌ଲାଇନ ଯୋଗେ ଜିଲାବାସୀ ତଥ୍ୟ ପାଇପାରୁନାହାନ୍ତି। ଏ ନେଇ ସାଧାରଣରେ ଚର୍ଚ୍ଚା ହେଉଛି କି, ଅନ୍‌ଲାଇନ୍‌ରେ ତଥ୍ୟ ଦେବାକୁ ସରକାରୀ ଅଧିକାରୀଙ୍କୁ ଡର ଲାଗୁଛି।
ବିଭାଗୀୟ କାର୍ଯ୍ୟରେ ସ୍ବଚ୍ଛତା ଆଣିବାକୁ ରାଜ୍ୟ ସରକାର ପ୍ରାୟ ୬ବର୍ଷ ତଳେ ଇ-ଡେସ୍‌ପାଚ ବ୍ୟବସ୍ଥା ଆରମ୍ଭ କରିଥିଲେ। ଏଥିରେ ବିଭିନ୍ନ ବିଭାଗର କାର୍ଯ୍ୟାବଳୀ ସମ୍ପର୍କରେ ପ୍ରତିଦିନ ଅପଡେଟ୍‌ ହେବାକୁ ନିର୍ଦ୍ଦେଶ ରହିଥିଲା। ରାଜ୍ୟ ସରକାରଙ୍କ ପକ୍ଷରୁ ହାତକୁ ନିଆଯାଇଥିବା ସମସ୍ତ କାର୍ଯ୍ୟକ୍ରମ ସମ୍ପର୍କରେ ସାଧାରଣ ଲୋକେ ଯେପରି ଜାଣିପାରିବେ, ତାହାକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ଗ୍ରହଣ କରାଯାଇଥିଲା। କିନ୍ତୁ ଯାଜପୁର ଜିଲା ପ୍ରଶାସନ ସରକାରଙ୍କ ଏହି ମହତ ଉଦ୍ଦେଶ୍ୟକୁ ଅବମାନନା କରୁଥିବା ବେଳେ ଇ-ଡେସପାଚ୍‌ ଓ ୱେବପୋର୍ଟାଲ ଦାୟିତ୍ୱରେ ଥିବା ଭୁବନେଶ୍ୱରର ସମ୍ପୃକ୍ତ ଅଧିକାରୀ ମଧ୍ୟ କେଉଁ ସ୍ବାର୍ଥରେ ଆଖି ବୁଝି ଦେଇଛନ୍ତି, ତାହା ତଦନ୍ତ ସାପେକ୍ଷ ବୋଲି ମତପ୍ରକାଶ ପାଇଛି।
ଜିଲାପାଳଙ୍କ କାର୍ଯ୍ୟାଳୟରୁ ମଙ୍ଗଳବାର ସୁଦ୍ଧା ୨୪୧୮ଟି ଚିଠିପତ୍ର ଇ-ଡେସ୍‌ପାଚ ହୋଇଥିବାବେଳେ ୫୧,୬୧୫ଟି ଚିଠି ରିସିଭ୍‌ କରାଯାଇଥିବା ସାଇଟ୍‌ରେ ତଥ୍ୟ ରହିଛି। କିନ୍ତୁ ୨୦୨୦ରେ ଗୋଟିଏ ବି ଚିଠି ଡେସପାଚ୍‌ ହୋଇଥିବା ତଥ୍ୟ ଓ୍ବେବ୍‌ସାଇଟ୍‌ରେ ଦେଖିବାକୁ ମିଳୁନାହିଁ। ଶେଷଚିଠି ୨୦୧୯ ନଭେମ୍ବର ମାସ ୭ ତାରିଖରେ ଇ-ଡେସ୍‌୍‌ପାଚ ହୋଇଥିବା ଜଣାପଡ଼ିଛି। ଏପରିକି ଜିଲାପାଳଙ୍କ କାର୍ଯ୍ୟାଳୟରେ ନିୟମିତ ଚିଠିପତ୍ର ଆଦାନ ପ୍ରଦାନ ହେଉ ନ ଥିବା ଦେଖିବାକୁ ମିଳିଛି। ଏହାବାଦ ଯାଜପୁର ଜିଲା ୱେବ୍‌ ପୋର୍ଟାଲରେ ମଧ୍ୟ ବହୁ ଗୁରୁତ୍ୱପୂଣ୍ଣର୍ର୍ ତଥ୍ୟ ଦିଆଯାଉନଥିବା ଅଭିଯୋଗ ହୋଇଛି। ତେବେ ଅନ୍‌ଲାଇନ୍‌ରେ ତଥ୍ୟ ପ୍ରଦାନରେ ଜିଲା ପ୍ରଶାସନ କେଉଁ କାରଣରୁ ପଛଘୁଞ୍ଚା ଦେଉଛନ୍ତି, ତାହା ଏକ ବିରାଟ ପ୍ରଶ୍ନ ହୋଇ ଉଭା ହୋଇଛି। ଏଥିଯୋଗୁ ରାଜ୍ୟ ସରକାର ଉପରେ ସାଧାରଣ ଲୋକ ଆସ୍ଥା ହରାଉଥିବା ଭଳି ମନେହେଉଛି। ଅନ୍ୟପକ୍ଷେ ଜିଲା ଶିଳ୍ପକେନ୍ଦ୍ରରେ ଚିଠି ଡେସପାଚ ୨୩।୧୦।୨୦୧୯ରୁ ବନ୍ଦ ପଡିଛି। ଡେପୁଟି ଡାଇରେକ୍ଟର ଅଫ୍‌ ଏଗ୍ରିକଲଚର, ଆସିଷ୍ଟାଣ୍ଟ ରେଜିଷ୍ଟ୍ରାର ଅଫ୍‌ କୋ-ପରେଟିଭ ସୋସାଇଟି, ଅବକାରୀ ସୁପରିଣ୍ଟେଣ୍ଡେଣ୍ଟ, ଜିଲା ପ୍ରାଣୀ ଚିକିତ୍ସା କାର୍ଯ୍ୟାଳୟ ପ୍ରଭୃତି ବିଭାଗରେ ଗୋଟିଏ ବି ପତ୍ର ପ୍ରେରଣ କରାଯାଇନାହିଁ। ଏସ୍‌ପିସିବିର କଳିଙ୍ଗନଗର ଆଞ୍ଚଳିକ କାର୍ଯ୍ୟାଳୟ, ଆସିଷ୍ଟାଣ୍ଟ ଡେପୁଟି ଡାଇରେକ୍ଟର ଅଫ୍‌ ହର୍ଟିକଲଚର, ଜଳଛାୟା ପ୍ରକଳ୍ପର ପ୍ରକଳ୍ପ ନିର୍ଦ୍ଦେଶକ, ଯାଜପୁର ଓ ଚଣ୍ଡିଖୋଲ ଆର୍‌ଟିଓ, ଯାଜପୁର ଓ ବ୍ୟାସନଗର ମ୍ୟୁନିସିପାଲିଟି, ଚଣ୍ଡିଖୋଲ ଆରଡବ୍ଲୁଏସ୍‌ଏସ୍‌ ଆଦି ବିଭାଗର ଇ-ଡେସ୍‌ପାଚ୍‌ରେ ଚିଠି ନମ୍ବର ବଢୁଛି ସତ ହେଲେ ଦୀର୍ଘ ସମୟ ହେବ ଚିଠିପତ୍ର ଦିଶୁନାହିଁ। ଏଭଳି ଭାବେ ଜିଲାବାସୀଙ୍କୁ ଜିଲା ପ୍ରଶାସନ ପକ୍ଷରୁ ଭକୁଆ କରାଯାଉଛି ବୋଲି ମତପ୍ରକାଶ ପାଇଛି। ଇ-ଡେସପାଚ୍‌ ବ୍ୟବସ୍ଥା ପାଇଁ ସ୍ବତନ୍ତ୍ର ଭାବେ କମ୍ପ୍ୟୁଟର ସଂସ୍ଥାଙ୍କୁ ନିୟୋଜିତ କରାଯାଇଛି। ଉକ୍ତ ସଂସ୍ଥା ପାଇଁ ପ୍ରତି ମାସରେ ଲକ୍ଷାଧିକ ଟଙ୍କା ଶ୍ରାଦ୍ଧ ବି ହେଉଛି। ଏହାସତ୍ତ୍ବେ ବିଭାଗୀୟ ଚିଠି ଓ ନିର୍ଦ୍ଦେଶାବଳୀ ଆଦି ସେହି ପୁରୁଣା ଢଙ୍ଗରେ ଫାଇଲରୁ ଫାଇଲକୁ ବୁଲୁଛି। ଏ ସଂକ୍ରାନ୍ତରେ ଏଡିଏମ୍‌ ମିହିର ପ୍ରସାଦ ମହାନ୍ତିଙ୍କୁ ପଚାରିବାରେ ସେ କହିଛନ୍ତି, ସମସ୍ତଙ୍କୁ ଇ-ଡେସପାଚ୍‌ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁ ବିଭାଗ କରିନାହାନ୍ତି ତାହାର ତଦନ୍ତ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

କମେଡିଆନ୍ ଗୁଲୁଆଙ୍କୁ ହତ୍ୟା ଧମକ, ଭିଡିଓ କରି କହିଲେ ଜୀବନ ପ୍ରତି ବିପଦ…

ଭୁବନେଶ୍ବର, ୨୫।୧୨: କମେଡିଆନ୍‌ ଗୁଲୁଆଙ୍କୁ ହତ୍ୟା ଧମକ । ସେ ନିଜେ ଏଭଳି ଚାଞ୍ଚଲ୍ୟକର ଅଭିଯୋଗ ଆଣିଛନ୍ତି । ଏନେଇ ସେ ଆଜି ସୋସିଆଲ ମିଡିଆରେ...

ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିପଡ଼ିଲେ ଏହି ଦୁଇ କୁଖ୍ୟାତ ମାଓବାଦୀ, ଏବେ ବି ଜାରି ରହିଛି…

ଫୁଲବାଣୀ/ତୁମୁଡ଼ିବନ୍ଧ,୨୫ା୧୨(ରାକେଶ କୁମାର ରାଉତ/ଦୀପକ ପରାସେଠ): କନ୍ଧମାଳ ଜିଲାରେ ମାଓବାଦୀ ମୂଳୋତ୍ପାଟନ ପାଇଁ ଜୋର୍‌ଦାର କୋମ୍ବିଂ ଅପରେଶନ ଚାଲିଛି । ବୁଧବାର ରାତିରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨...

IPL 2026 ପ୍ଲେଅଫରେ ପହଞ୍ଚିବ କେଉଁ ୪ଟି ଟିମ୍‌? ବଡ଼ ଭବିଷ୍ୟବାଣୀ କଲେ ପୂର୍ବତନ କ୍ରିକେଟର!

ନୂଆଦିଲ୍ଲୀ,୨୫।୧୨: IPL 2026 ଖେଳାଳିଙ୍କ ମିନି-ନିଲାମ ନିକଟରେ ଶେଷ ହୋଇଛି। ଡିସେମ୍ବର ୧୬ରେ ଆବୁଧାବିରେ IPL ମିନି-ନିଲାମ ହୋଇଥିଲା, ଯେଉଁଥିରେ ୨୯ ବିଦେଶୀ ଖେଳାଳିଙ୍କ ସମେତ...

ପାରିବାରିକ କଳହର କରୁଣ ପରିଣତି, ଶ୍ୱଶୁର ଆଗରେ ସ୍ତ୍ରୀକୁ ହତ୍ୟା କରିଲେ ସ୍ବାମୀ

ବଲାଙ୍ଗୀର, ୨୫/୧୨- (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ଅନ୍ତର୍ଗତ ଜୁର୍ଲାକାନି ଗାଁରେବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି ।...

ବିଜେଡି ପ୍ରତିଷ୍ଠା ଦିବସ ପୂର୍ବରୁ ଭୂପିନ୍ଦରଙ୍କ ବଡ଼ ବୟାନ, କିଛି ନୂଆ ଲୋକଙ୍କୁ ଅଣାଗଲେ ବିଜେଡ଼ି…

ଭୁବନେଶ୍ବର,୨୫।୧୨: ବିଭିନ୍ନ ସ୍ଥାନରେ ମେଳି କରି ଲୋକଙ୍କୁ ଏକଜୁଟ କରିଆସୁଛି ବିଜୁ ଜନତା ଦଳ । ଆସନ୍ତା ୨୬ରେ ବିଜେଡି ପ୍ରତିଷ୍ଠା ଦିବସରେ ଦଳର ନବକଳେବର...

ମାଙ୍କଡ଼କୁ ଝାମ୍ପିନେଲା କୁମ୍ଭୀର, ପଛେ ପଛେ ନଦୀରେ ପହଁରି ପହଁରି ଗଲେ ମାଙ୍କଡ଼ ପଲ, ଆଉ ତା’ ପରେ…

ମହାକାଳପଡ଼ା,୨୫ା୧୨(ପ୍ରତାପ ଚନ୍ଦ୍ର ସ୍ବାଇଁ): ମହାକାଳପଡ଼ା ବ୍ଲକ ମହାନଦୀ ଶାଖା ଖରିନାସୀ ନାଳରେ କୁମ୍ଭୀର ଏକ ମାଙ୍କଡ଼କୁ ଝାମ୍ପି ନଦୀ ଆରପାରିକୁ ନେଉଥିବା ବେଳେ ସାଥୀ ମାଙ୍କଡ଼...

ସାରା ବିଶ୍ୱକୁ ମଦ ପରଷିବ ପାକିସ୍ତାନ! ମୁନିରଙ୍କ ଘର ନିକଟରେ ଫ୍ୟାକ୍ଟ୍ରି, ୫୦ ବର୍ଷ ପରେ ଉଠିଲା ବ୍ୟାନ

ଇସଲାମାବାଦ,୨୫।୧୨: ଇସଲାମିକ ଦେଶ ପାକିସ୍ତାନ ଅନେକ ଦଶନ୍ଧି ପରେ ପୁଣି ଥରେ ବିଶ୍ୱକୁ ମଦ ବିକ୍ରି କରିବାକୁ ଯାଉଛି। ୫୦ ବର୍ଷରୁ ଅଧିକ ସମୟର ନିଷେଧ...

ଜନ୍ମଦିନ ପାର୍ଟି ପରେ ଛାତିଥରା ଘଟଣା, ଚଳନ୍ତା କାରରେ କମ୍ପାନୀ ମ୍ୟାନେଜରଙ୍କୁ ଗଣଦୁଷ୍କର୍ମ ପରେ….

ଉଦୟପୁର,୨୫।୧୨: ରାଜସ୍ଥାନର ଉଦୟପୁରରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଜନ୍ମଦିନ ପାର୍ଟି ପରେ ଚଳନ୍ତା କାରରେ ଜଣେ ଆଇଟି ଫାର୍ମ ମ୍ୟାନେଜରଙ୍କୁ ଗଣବଳାତ୍କାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri