ଗଞ୍ଜାମ,୩୦ା୧୦(ବିଦ୍ୟାଧର ସାହୁ): ବାତ୍ୟା ଅର୍ଣ୍ଣବ ପ୍ରଭାବରେ ସମଗ୍ର ଗଞ୍ଜାମ ଜିଲା ପ୍ରଭାବିତ ହୋଇଥିବା ଜଣାପଡ଼ିଛି। ବେଳକୁ ବେଳ ଋଷିକୂଲ୍ୟା ନଦୀ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ବର୍ତ୍ତମାନ ଋଷିକୂଲ୍ୟାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ଯୋଗୁ ଚିନ୍ତାରେ ଗଞ୍ଜାମ ବ୍ଲକ ଅଞ୍ଚଳ ବାସୀ।
ଏଭଳି ପରିପ୍ରେକ୍ଷୀରେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ବିଭିନ୍ନ ବନ୍ୟାଞ୍ଚଳ ପରିଦର୍ଶନ କରି ଜନସାଧାରଣଙ୍କ ସୁରକ୍ଷା ଓ ସହଯୋଗର ହାତ ବାଇଛନ୍ତି l ଗଞ୍ଜାମ ବ୍ଲକ ସନ୍ତୋଷ ପୁର ପଞ୍ଚାୟତ ଓ ମଲାଡ଼ ପଞ୍ଚାୟତର ବିଭିନ୍ନ ଗ୍ରାମକୁ ଯାଇ ବନ୍ୟା ବିପନ୍ନଙ୍କୁ ଭେଟି ସମସ୍ୟା ଓ ଆବଶ୍ୟକତା ସମ୍ପର୍କରେ ପ୍ରଶାସନ ସହ ସିଧାସଳଖ ଆଲୋଚନା କରିଛନ୍ତି। ଅଣ୍ଟାଏ ପାଣିରେ ପଶି ଜଳବନ୍ଦୀ ଅଞ୍ଚଳକୁ ଯାଇ ତୁରନ୍ତ ରିଲିଫ ବ୍ୟବସ୍ଥାକୁ ତ୍ୱାରାନ୍ବିତ କରିଛନ୍ତି ବିଧାୟକ। ତାଙ୍କ ସହିତ ଭାଜପା ନେତା କ୍ରିଷ୍ଣା ରାଓ, ଦୀପକ ବେହେରାଙ୍କ ସମେତ କିଛି ଗ୍ରାମବାସୀ ଥିଲେ।