ସହରବାସୀଙ୍କୁ ଡେଙ୍ଗୁ, ମ୍ୟାଲେରିଆ ଭୟ

କେନ୍ଦ୍ରାପଡ଼ା ଅଫିସ, ୧୪।୮ – ୨୦୧୪ ଫେବୃୟାରୀ ୨୩ରୁ ରାଜ୍ୟରେ ଜାତୀୟ ସହରାଞ୍ଚଳ ସ୍ବାସ୍ଥ୍ୟ ମିଶନ ଆରମ୍ଭ ହେଲାଣି। ତେବେ କେନ୍ଦ୍ରାପଡ଼ା ସହରରେ ଏହି ମିଶନ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକାରୀ ହୋଇପାରି ନାହିଁ। ୨୪ଟି ମହିଳା ଆରୋଗ୍ୟ ସମିତି ଗଠନ ହେବାକୁ ଥିବାବେଳେ ମାତ୍ର ୧୮ଟି ରେଜେଷ୍ଟ୍ରିଭୁକ୍ତ ହୋଇଛନ୍ତି। ୫୨ ହଜାରରୁ ଊର୍ଦ୍ଧ୍ୱ ଲୋକସଂଖ୍ୟାରେ ଗଠିତ ୨୧ ୱାର୍ଡ଼ରେ ଏଯାଏ ୱାର୍ଡ଼ କଲ୍ୟାଣ ସମିତି ଗଠନ ହୋଇନାହିଁ। ସହରରେ ୮ଟି ଆଶା ପଦବୀ ଖାଲି ପଡିଛି। ଏପରି କି ସହର ମଧ୍ୟରେ ଅପପୁଷ୍ଟିଜନିତ ଲୋକସଂଖ୍ୟା କେତେ ସେ ନେଇ ସର୍ଭେ ଅଦ୍ୟାବଧି ଶେଷ ହୋଇନାହିଁ। ସେହିପରି ରାଜ୍ୟର ସର୍ବପୁରାତନ ଏହି ମ୍ୟୁନିସିପାଲିଟିରେ ଜଳ ନିଷ୍କାସନ ଏକ ସମସ୍ୟା ହୋଇଥିବାରୁ ସହରବାସୀ ଡେଙ୍ଗୁ ଓ ମ୍ୟାଲେରିଆ ଭୟରେ କାଳାତିପାତ କରୁଥିବା କହିଛନ୍ତି।

ଆଇନଜୀବୀ ସରୋଜରାଜ ସିଂହ କହନ୍ତି, ୨୦୧୪ ଜାନୁୟାରୀ ୨୦ରେ କେନ୍ଦ୍ର ସରକାର ଏହି ମିଶନ ଆରମ୍ଭ କରିଛନ୍ତି। ମିଶନର ଲକ୍ଷ୍ୟ ଅନୁଯାୟୀ ୫୦ ହଜାରରୁ ଊର୍ଦ୍ଧ୍ୱ ସହରବାସୀଙ୍କ ପାଇଁ ଏକ ଅପଗ୍ରେଡେଡ୍‌ ପିଏଚ୍‌ସି ହେବ। ଏଥିରେ ଜଣେ ମେଡିକାଲ ଅଫିସର ସହ ୨ ଜଣ ଡାକ୍ତର ରହିବେ। ସହର ମଧ୍ୟରେ ଥିବା ବସ୍ତି ଅଞ୍ଚଳର ୫୦ରୁ ୧୦୦ ଘରକୁ ନେଇ ଏକ ମହିଳା ଆରୋଗ୍ୟ ସମିତି ଗଠନ କରାଯିବ। ସେହିପରି ପ୍ରତ୍ୟେକ ୱାର୍ଡ଼ରେ ଏକ କଲ୍ୟାଣ ସମିତି ଗଠନ କରାଯାଇ ସୁସ୍ଥ ବସ୍ତି, ସୁସ୍ଥ ୱାର୍ଡ଼, ସୁସ୍ଥ ସହର, ସୁସ୍ଥ ଓଡ଼ିଶା ଯୋଜନାକୁ ରୂପରେଖ ଦେବ। ଏହି ସମିତିର ସଭ୍ୟାସଭ୍ୟ ସହରର ପରିମଳ, ପାନୀୟଜଳ, ସ୍ବାସ୍ଥ୍ୟ ସେବା ଓ ଅପପୁଷ୍ଟି ସମସ୍ୟାକୁ ଉପସ୍ଥାପନ କରିବେ। ଫଳରେ ଝାଡ଼ାବାନ୍ତି, ମ୍ୟାଲେରିଆ, ଜଣ୍ଡିସ, ଡ଼େଙ୍ଗୁ ଆଦି ରୋଗ ସହରର ବସ୍ତିବାସିନ୍ଦାଙ୍କ ନିକଟରେ ପହଞ୍ଚିବ ନାହିଁ। ଏଥିପାଇଁ ବସ୍ତି ଅଞ୍ଚଳର ୫୦୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ନେଇ ଗଠନ ହୋଇଥିବା ମହିଳା ଆରୋଗ୍ୟ ସମିତିକୁ ପ୍ରତିବର୍ଷ ୫ହଜାର ଟଙ୍କା ଓ ପ୍ରତ୍ୟେକ ୱାର୍ଡ଼ କଲ୍ୟାଣ ସମିତିକୁ ୧୦ହଜାର ଟଙ୍କା ଦେବା ପାଇଁ ବ୍ୟବସ୍ଥା ହୋଇଛି। ତେବେ ମିଶନ ଅନୁଯାୟୀ ସହରାଞ୍ଚଳ ପାଇଁ ୪ଟି ଏଏନ୍‌ଏମ୍‌ ପଦବୀରୁ ଏବେ ବି ଗୋଟିଏ ପଦବୀରେ କେହି ରହିନାହାନ୍ତି।

ଅପରପକ୍ଷେ ସହରର ୨୧ ୱାର୍ଡ଼ରେ ପରିମଳ ବ୍ୟବସ୍ଥା ନିର୍ଣ୍ଣାୟକ ସ୍ଥିତିରେ ନାହିଁ। ସାମାନ୍ୟ ବର୍ଷାରେ ନାଳ ଉଛୁଳି ରାସ୍ତା ଉପରେ ମଇଳା ପାଣି ଚାଲୁଥିବା ବେଳେ କେତେକ ରାସ୍ତାରେ ଗାଢ଼ ହୋଇ ଦୀର୍ଘଦିନ ଧରି ପାଣି ଜମିରହୁଛି। ମନକରପୁରର ଗୋଲକ ଚନ୍ଦ୍ର ପଢ଼ିଆରୀ କହନ୍ତି, ସହରର ରାସ୍ତା ନିକଟରେ ଥିବା ଟ୍ୟୁବ୍‌ୱେଲ ଚାରିପାଖରେ ପାଣି ଜମିରହି ମଶା, ମାଛିଙ୍କ ବାସସ୍ଥାନ ପାଲଟିଛି। ଚଉରୀ ବରହମପୁରରେ ପ୍ରତ୍ୟେକ ବର୍ଷ ପରିମଳ ବ୍ୟବସ୍ଥା ବିଗୁଡ଼ୁଥିବାରୁ ଝାଡ଼ାବାନ୍ତି ବ୍ୟାପିବା ସହ ରୋଗୀ ମୃତ୍ୟୁମୁଖରେ ପଡ଼ୁଛନ୍ତି। ବହୁ ସମୟରେ ଏହି ବସ୍ତିରେ ଅପପୁଷ୍ଟି ଘଟଣା ନଜରକୁ ଆସୁଛି। ସହରର ନାଳ ଉପରେ ଜବରଦଖଲ ଲାଗିରହୁଥିବାରୁ ମଇଳା ପାଣି ନିଷ୍କାସନ ହୋଇପାରୁ ନାହିଁ। ସାମାଜିକ କର୍ମୀ ଅମର ବିଶ୍ୱାଳ କହନ୍ତି, ମିଶନ ଅନୁଯାୟୀ ଗର୍ଭବତୀ, ପ୍ରସୂତି ଓ ଅପପୁଷ୍ଟିର ଶିକାର ଶିଶୁଙ୍କ ସ୍ବାସ୍ଥ୍ୟସେବାକୁ ପ୍ରାଥମିକତା ଦିଆଯାଇଛି। ଏଥିପାଇଁ ଭ୍ରାମ୍ୟମାଣ ସ୍ବାସ୍ଥ୍ୟ ସେବା ବ୍ୟବସ୍ଥା ହୋଇଛି। ଡାକ୍ତରଖାନାରେ ଦୁଇଓଳି ୩ ଘଣ୍ଟା ଲେଖାଏ ଡାକ୍ତର ରହି ସ୍ବାସ୍ଥ୍ୟସେବା ଯୋଗାଇଦେବା ପାଇଁ ଏଥିରେ ଉଲ୍ଲେଖ ଅଛି। ମାତ୍ର କେନ୍ଦ୍ରାପଡ଼ା ସହରରେ ଏସବୁ କାର୍ଯ୍ୟକ୍ରମ କେବଳ କାଗଜପତ୍ରରେ ଚାଲିଛି। ସହରବାସୀଙ୍କ ପାଇଁ ଅପ୍‌ଗ୍ରେଡେଡ୍‌ ପିଏଚ୍‌ସିର ଆବଶ୍ୟକତା ଥିବାବେଳେ ପୌରସଂସ୍ଥା ପକ୍ଷରୁ ଜାତୀୟ ସ୍ବାସ୍ଥ୍ୟ ମିଶନକୁ ଏ ନେଇ ଚିଠି କରାଯାଇ ନ ଥିବା କହି ସେ କ୍ଷୋଭ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ପୌରସଂସ୍ଥା ଅଧିକାରୀ ଦେବପ୍ରସାଦ ବଳ କହିଛନ୍ତି, ସହରର ପରିମଳ ବ୍ୟବସ୍ଥା ସୁଧାରିବା ପାଇଁ ବ୍ୟବସ୍ଥା ହୋଇ। ଏଥିସହ ପାଣି ଜମିରହୁଥିବା ସ୍ଥାନ ଚିହ୍ନଟ କରି ନିଷ୍କାସନ ବ୍ୟବସ୍ଥାକୁ ତ୍ୱରାନ୍ବିତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

Gotra Matching for Marriage: ସମାନ ଗୋତ୍ରରେ ବିବାହ କରିବା ଶୁଭ ନା ଅଶୁଭ? ଜାଣନ୍ତୁ କ’ଣ କୁହେ…

ହିନ୍ଦୁ ଧର୍ମରେ ବିବାହ ପୂର୍ବରୁ କୁଣ୍ଡଳୀ ମିଳନ ସହିତ ଗୋତ୍ରର ପରୀକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏକ ଗୋତ୍ରରେ ବିବାହକୁ ସାଧାରଣତଃ ଅଶୁଭ...

ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍‌; ମିଳିନି ପରିଚୟ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...

୨୦୨୬ ତାମିଲନାଡୁ ନିର୍ବାଚନ: ୩୦%ରୁ ଅଧିକ ଭୋଟ୍ ପାଇବା ନେଇ ବିଜୟଙ୍କ ଦାବି

ଚେନ୍ନାଇ,୨୩।୧୨: ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନକୁ ନେଇ ଏବେଠାରୁ ରାଜନୀତି ସରଗରମ ହେବାରେ ଲାଗିଛି। ସୁପରଷ୍ଟାର ବିଜୟଙ୍କ ନୂତନ ରାଜନୈତିକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’...

ମହାନଦୀ ଜଳ ବିବାଦର ସମାଧାନ ପାଇଁ ତତ୍ପରତା: ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର,୨୩।୧୨: ମହାନଦୀ ଜଳ ବିବାଦର ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଧାନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗଠିତ ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱରସ୍ଥିତ...

ଶିଶୁ ମନ୍ଦିରର ରୋପ୍ୟ ଜୟନ୍ତୀ ସମାରୋହ: ବାର୍ଷିକ ମୁଖପତ୍ର ‘ଆହ୍ବାନ’କୁ ଉନ୍ମୋଚନ କଲେ ବିଧାୟକ

ଦିଗପହଣ୍ଡି,୨୩।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ୨୫ ତମ ପ୍ରତିଷ୍ଠା ଦିବସ ଅବସରରେ ମଙ୍ଗଳବାର ସଂଧ୍ୟାରେ ଆୟୋଜିତ ରୌପ୍ୟ ଜୟନ୍ତୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri