ଚାଇନା ଭୟ

ମେ ୧୯ରୁ ୨୧ ଯାଏ ଜାପାନର ହିରୋଶିମାରେ ଜି୭ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଜି୭ ସଦସ୍ୟ ଦେଶଗୁଡ଼ିକ ଯଥା ଆମେରିକା, ଇଂଲଣ୍ଡ, ଜର୍ମାନୀ, ଜାପାନ, କାନାଡା, ଫ୍ରାନ୍ସ ଓ ଇଟାଲୀ ଉକ୍ତ ସମ୍ମିଳନୀରେ ଜଳବାୟୁ ପରିବର୍ତ୍ତନଠାରୁ ଆରମ୍ଭ କରି ଦାରିଦ୍ର୍ୟ, ଆଣବିକ ଅସ୍ତ୍ର ପ୍ରସାର, କୃତ୍ରିମ ବଦ୍ଧିମତ୍ତା ଓ ଯୁକ୍ରେନ ଯୁଦ୍ଧ ସମ୍ପର୍କରେ ଆଲୋଚନା କରିଥିଲେ। ସେଠାରେ ଯୁକ୍ରେନ୍‌ର ରାଷ୍ଟ୍ରପତି ଭୋଲଡିମିର ଜେଲେନସ୍କି ମଧ୍ୟ ଉପସ୍ଥିତ ଥିଲେ। କାରଣ ସମ୍ମିଳନୀରେ ଯୁକ୍ରେନ୍‌ଙ୍କୁ ଏଫ୍‌-୧୬ ଲଢୁଆ ଯୁଦ୍ଧ ବିମାନ ଯୋଗାଇ ଦେବା ପ୍ର୍ରସଙ୍ଗ ସ୍ଥାନ ପାଇଥିଲା। ଏହାସହ ପୂର୍ବରୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ କହିଥିଲେ ଯେ, ୟୁକ୍ରେନ୍‌ ପାଇଲଟଙ୍କୁ ଏହି ଯୁଦ୍ଧବିମାନ ଉପରେ ଆମେରିକା ପ୍ରଶିକ୍ଷଣ ଦେବ। ସମ୍ମିଳନୀରେ ଉପରୋକ୍ତ ବିଷୟଗୁଡ଼ିକ ସମ୍ପର୍କରେ ଆଲୋଚନା କରାଯାଇଥିଲେ ମଧ୍ୟ ଅଧିକାଂଶ ପ୍ରସଙ୍ଗ ଥିଲା ଚାଇନା କୈନ୍ଦ୍ରିକ। ବିଶ୍ୱର ଦ୍ୱିତୀୟ ବୃହତ୍‌ ଅର୍ଥ ବ୍ୟବସ୍ଥା ଭାବେ ଚାଇନାର ବିସ୍ତାରବାଦ ଅର୍ଥନୀତିର ପ୍ରଭାବ ଓ ଏହା ସହ କାର୍ଯ୍ୟ କରିବା କ୍ଷେତ୍ରରେ ଆବଶ୍ୟକ ରଣନୀତିକୁ ନେଇ ଆଲୋଚନା କରାଯାଇଥିଲା। ଏହାବ୍ୟତୀତ ଉକ୍ତ ସମ୍ମିଳନୀରେ ଚାଇନାର ଦ୍ରୁତ ଆଣବିକ ଅସ୍ତ୍ର ସମ୍ପ୍ରସାରଣକୁ ନେଇ ଜି୭ ରାଷ୍ଟ୍ରଗୁଡ଼ିକ ଚିନ୍ତା ପ୍ରକଟ କରିଥିଲେ। ଚାଇନାର ଦ୍ରୁତ ଆଣବିକ ଅସ୍ତ୍ରଶସ୍ତ୍ର ବିକାଶ ଆଞ୍ଚଳିକ ଏବଂ ବିଶ୍ୱରେ ଅସ୍ଥିରତା ଆଣିବ ବୋଲି ଜି୭ ନେତୃବୃନ୍ଦ ମିଳିତ ବିବୃତି ଦେଇଥିଲେ। ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ କହିଥିଲେ, ଚାଇନା ସାମ୍ପ୍ରତିକ ସମୟରେ ବଡ଼ ଆହ୍ବାନ ସୃଷ୍ଟି କରିଛି ଏବଂ ଏହା ନିଜ ଦେଶରେ ତଥା ବାହାରେ ଏକଚ୍ଛତ୍ରବାଦ ବଢ଼ାଇବାରେ ଲାଗିଛି। ଉକ୍ତ ବିବୃତିିଗୁଡ଼ିକରୁ ସ୍ପଷ୍ଟ ଯେ, ଅର୍ଥନୈତିକ କ୍ଷେତ୍ରରେ ଚାଇନାର ଏକଚାଟିଆ ଓ ପ୍ରଭାବ ବିସ୍ତାର ମନୋଭାବ ବିରୋଧରେ ଜି୭ ରାଷ୍ଟ୍ର ସମୂହ ଏକାଠି ହେବାକୁ ଚେଷ୍ଟା କରିଛନ୍ତି। କିନ୍ତୁ ଚାଇନା ଯେଉଁ ବୈଷୟିକ(ଟେକ୍‌ନୋଲୋଜି) ସ୍ତରରେ ପହଞ୍ଚିଲାଣି ସେଠାରେ ତାକୁ ମୁକାବିଲା କରିବା ପାଇଁ ଜି୭ ଦେଶଗୁଡ଼ିକର ଶକ୍ତି ନାହିଁ ବୋଲି କ୍ରମଶଃ ବୁଝାପଡ଼ୁଛି। ଏଥିପାଇଁ ସେମାନେ ବିକାଶଶୀଳ ଅର୍ଥବ୍ୟବସ୍ଥାଗୁଡ଼ିକର ସହଯୋଗରେ ଚାଇନାକୁ ରୋକିବା ଲାଗି ଏକ ସମନ୍ବୟ ଭିତ୍ତିକ ପ୍ଲାଟ୍‌ଫର୍ମ ଆରମ୍ଭ କରିଛନ୍ତି।
ବିଶ୍ୱ ଦୃଶ୍ୟପଟର ବାସ୍ତବତାକୁ ଲକ୍ଷ୍ୟ କଲେ ଚାଇନା ଆର୍ଥିକ , ଆଣବିକ ତଥା ମହାକାଶ କ୍ଷେତ୍ରରେ ଯେଭଳି ବିକାଶ କରୁଛି ତାହା ବିଶ୍ୱରେ ପୂର୍ବରୁ ଏକଚାଟିଆ ଭାବେ ନିଜର ଆଧିପତ୍ୟ ବିସ୍ତାର କରିଆସିଥିବା ଜି୭ ଦେଶଗୁଡ଼ିକ ପାଇଁ ଅସହ୍ୟ ମନେହେଉଛି। ବର୍ତ୍ତମାନ ତାଇଓ୍ବାନ୍‌କୁ ନେଇ ଚାଇନା ଓ ଆମେରିକା ମଧ୍ୟରେ ଉପୁଜିଥିବା ବିବାଦ, ୟୁକ୍ରେନ ଯୁଦ୍ଧରେ ରୁଷିଆକୁ ଚାଇନାର ସମର୍ଥନ ଏବଂ ୟୁକ୍ରେନ୍‌କୁ ନାଟୋର ଦୃଢ ସହଯୋଗ ବିଶ୍ୱରେ ଉତ୍ତେଜନା ସୃଷ୍ଟି କରିଛି। ଏହି ସମୟରେ ଚାଇନାର ଅର୍ଥନୈତିକ ପ୍ରଭୁତ୍ୱ ଓ ଆଣବିକ ଅସ୍ତ୍ରଶସ୍ତ୍ର ବିସ୍ତାର ଏହି ଧନୀ ରଷ୍ଟ୍ରଗୁଡ଼ିକ ଭିତରେ ଏକ ପ୍ରକାର ଭୟ ସୃଷ୍ଟି କରିବା ସ୍ବାଭାବିକ। ଚାଇନା ମଧ୍ୟ ତା’ ବିରୋଧରେ ଜି୭ର ମନୋଭାବକୁ କଠୋର ଭାବେ ନିନ୍ଦା କରିଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି, ହିରୋଶିମାରେ ଜି୭ ବୈଠକ ଆରମ୍ଭ ହେବା ସମୟରେ ଚାଇନା ସମାନ୍ତରାଳ ଭାବେ କେନ୍ଦ୍ର ଏସିଆ ଦେଶଗୁଡ଼ିକୁ ନେଇ ଏକ ବୈଠକ ଆୟୋଜିତ କରିଥିଲା। ଏହିି ଦେଶଗୁଡ଼ିକୁ ଚାଇନା ନିଜ ଆୟତ୍ତରେ ରଖିବା ଲାଗି ବିଭିନ୍ନ ଅର୍ଥନୈତିକ ପ୍ରକଳ୍ପ ଜାରି ରଖିବା ସହ ବିପୁଳ ଅର୍ଥ ନିବେଶ କରିବାରେ ଲାଗିଛି। ଏସବୁ ଦୃଷ୍ଟିରୁ ବିଚାର କଲେ ନିମ୍ନ ଓ ମଧ୍ୟମ ଆୟ ବର୍ଗର ଦେଶଗୁଡ଼ିକରୁ ଉଭୟ ସାମରିକ ଏବଂ ଅର୍ଥନୈତିକ କ୍ଷେତ୍ରରୁ ଲାଭ ପାଇଆସୁଥିବା ଧନୀ ଦେଶଗୁଡ଼ିକ ସେମାନଙ୍କ ପ୍ରଭାବ କ୍ଷୀଣ ହେବାର ଆଶଙ୍କା କଲେଣି। ଏହି ପରିସ୍ଥିତିରେ ଭାରତର ଭବିଷ୍ୟତ କେଉଁ ପ୍ରକାର ଗଢ଼ାଯିବ ତାହା ଏବକାର ନେତୃତ୍ୱ ନିଷ୍ପତ୍ତି ନେବେ। ଗୋଟିଏ ପଟେ ଭାରତ ଜି୭ ଦେଶଗୁଡ଼ିକ ସହିତ ବନ୍ଧୁତ୍ୱକୁ ସାଧାରଣରେ ପ୍ରକାଶ କରୁଥିବାବେଳେ ଅନ୍ୟପଟେ ଚାଇନା ତାହାର ଭାରତୀୟ ଅଞ୍ଚଳ ମାଡ଼ିବସିବାର ଚାପ ବଜାୟ ରଖିଛି। ନିକଟରେ ଅନୁଷ୍ଠିତ ୧୮ତମ ମିଲିଟାରି ବୈଠକରେ ଭାରତ ଭିତରକୁ ୨୦କି.ମି. ପ୍ରବେଶ କରିବା ପାଇଁ ଚାଇନା ଦାବି କଲାଣି। ଏଠାରେ ମନେ ରଖିବାକୁ ହେବ ଯେ, ପ୍ରଥମେ ଦାବି ଏବଂ ପରବର୍ତ୍ତୀ ସମୟରେ ଜୋରଜବରଦସ୍ତ କରି ଚାଇନା ଏହିଭଳି ଭାରତୀୟ ଅଞ୍ଚଳ ଲଗାତର ଦଖଲ କରିଚାଲିଛି। ଆଜି ଯଦି ୟୁକ୍ରେନ୍‌କୁ ଉଦାହରଣ ଭାବେ ଦେଖାଯାଏ ତେବେ ଚାଇନା ସହିତ ଭାରତର ଯୁଦ୍ଧ ହେଲେ ଜି୭ ରାଷ୍ଟ୍ରଗୁଡ଼ିକର ସିଧାସଳଖ ସାହାଯ୍ୟ ମିଳିବା ସମ୍ଭବପର ମନେ ହେଉନାହିଁ। ସେଭଳି ପରିସ୍ଥିତି ସୃଷ୍ଟି ହେଲେ ଭାରତକୁ କିଛି ମିଲିଟାରି ସାମଗ୍ରୀ କିଣିବାର ସୁବିଧା ମିଳିପାରେ। କିନ୍ତୁ ମୂଳମନ୍ତ୍ର ହେଉଛି ଯେ, ନିଜର ମିଲିଟାରି ଶକ୍ତି ବଢ଼ାଇ ସ୍ବାବଲମ୍ବୀ ହେବା ଅତ୍ୟନ୍ତ ଆବଶ୍ୟକ ହୋଇପଡ଼ିଲାଣି। ୟୁକ୍ରେନ୍‌ ଭଳି ଯଦି ଭାରତ ନିଜ ଶକ୍ତିରେ ଲଢ଼ିପାରେ ତେବେ ହୁଏତ ବାହ୍ୟ ସାହାଯ୍ୟ ଆସିବା ପାଇଁ ସମୟ ମିଳିବ। ନଚେତ ପରିସ୍ଥିତି ଅସମ୍ଭାଳ ହୋଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ବାଂଲାଦେଶ ପରେ ବର୍ମା

ପ୍ରାୟ ଦେଢ଼ ବର୍ଷ ପରେ ପୁଣି ବାଂଲାଦେଶ ଅଶାନ୍ତ ହୋଇପଡ଼ିଛି। ଏବର ଅସ୍ବାଭାବିକ ସ୍ଥିତି ସେଠାକାର ଉଗ୍ର ଯୁବ ନେତା ଶରିଫ୍‌ ଓସ୍‌ମାନ ହାଦିଙ୍କୁ ଅଚିହ୍ନା...

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

ଶିଷ୍ଟାଚାରର ଅଧଃପତନ

ର୍ଘବର୍ଷର ପରାଧୀନତା ଆମ ସମାଜ ତଥା ସାମାଜିକ ଆଚାର ବ୍ୟବହାର ଉପରେ ଏତେ ପ୍ରଭାବ ପକାଇଛି ଯେ, ତାହା ସ୍ୱାଧୀନତାର ଅର୍ଦ୍ଧଶତାବ୍ଦୀ ପରେ ମଧ୍ୟ ସୁଧୁରିବାର...

ନୂଆ ନଁାରେ ପୁରୁଣା କୋଠା

କଭବନ ସ୍ୱଚ୍ଛତା, ସୁଗମତା ଏବଂ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କର ପ୍ରତୀକ। ଏହି ପଦକ୍ଷେପ ନାଗରିକମାନଙ୍କୁ ସଶକ୍ତ, ଶାସନ ବ୍ୟବସ୍ଥାକୁ ସୁଦୃଢ଼...

କେବଳ ବାହାନା

ଡିସେମ୍ୱର ୧୭ରେ ୱାୟାନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିକଶିିତ ଭାରତ ଗ୍ୟାରେଣ୍ଟି ଫର୍‌ ରୋଜଗାର ଆଣ୍ଡ୍‌ ଆଜୀବିକା ମିଶନ ବିଲ୍‌, ୨୦୨୫ ଉପରେ ପରାମର୍ଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri