ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ତଥ୍ୟ ଦେବାକୁ ପ୍ରଶାସନର ଭୟ

ନାଉଗାଁ,୧୦ା୩(ସ୍ବ.ପ୍ର):କେନ୍ଦ୍ର ସରକାରଙ୍କର ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆରଇଜିଏସ୍‌) କାର୍ଯ୍ୟକାରୀ ହେଉଛି। ଦାରିଦ୍ର୍ୟ ଦୂରିକରଣ କରିବା ସହ ସମସ୍ତ ଶ୍ରମିକଙ୍କୁ ଶ୍ରମ ପ୍ରଦାନ କରିବା । ଏଥିସହ ରାଜ୍ୟ ତଥା ବାହାରକୁ ଦାଦନ ଖଟିବାକୁ ଯାଉଥିବା ଶ୍ରମିକଙ୍କୁ ନିଜ ଅଞ୍ଚଳରେ କାମ ଦେବା ଏହାର ମୂଳ ଲକ୍ଷ୍ୟ। ଏହି ଯୋଜନାରେ କାର୍ଯ୍ୟ କରିବାକୁ ହେଲେ ଶ୍ରମିକମାନେ ନିଜ ପଞ୍ଚାୟତରେ ଜବକାର୍ଡ ମାଧ୍ୟମରେ କାର୍ଯ୍ୟ କରି ପାରିବେ। ଏହି ଯୋଜନା ମାଧ୍ୟମରେ ବ୍ଲକ ପ୍ରଶାସନ ପକ୍ଷରୁ ପଞ୍ଚାୟତଗୁଡ଼ିକରେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ କରାଯାଉଛି। କିନ୍ତୁ ଅଧିକାଂଶ କାର୍ଯ୍ୟ ଠିକାଦାର ମେଶିନ ଦ୍ୱାରା କରୁଥିବା ବେଳେ କାଗଜକଲମରେ ଜବକାର୍ଡଧାରୀଙ୍କ ନାମ ରଖା ଯାଉଥିବା ଅଭିଯୋଗ ହେଉଛି। ଏହାକୁ ସଫଳ ରୂପାୟନ ଓ ତଦାରଖ ଦାୟିତ୍ୱ ବିଭାଗୀୟ ଯନ୍ତ୍ରୀ ରହିଥିବା ବେଳେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ର ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ ରହିଛନ୍ତି।
ଜଗତ୍‌ସିଂହପୁର ଜିଲା ନାଉଗଁା ବ୍ଲ୍ଳକରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ କି କି ପ୍ରକଳ୍ପ କାର୍ଯ୍ୟ କରାଯାଇଛି ଜାଣିବାକୁ ଜଣେ ସାମାଜିକ କର୍ମୀ ୧୨ ଡିସେମ୍ବର ୨୦୨୨ ଜନ ସୂଚନା ଅଧୀକାର ଆଇନ ବଳରେ ତଥ୍ୟ ବ୍ଲକ ଜନସୂଚନା ଅଧିକାରୀଙ୍କୁ ମାଗିଥିଲେ। ଧାର୍ଯ୍ୟ ସମୟ ମଧ୍ୟରେ ଉକ୍ତ ତଥ୍ୟ ନ ମିଳିବାରୁ ପୁନର୍ବାର ପ୍ରଥମ ଅପିଲ କର୍ତ୍ତୃପକ୍ଷଙ୍କୁ ସାମାଜିକ କର୍ମୀ ଜଣକ ୧୩ ଜାନୁୟାରୀ ୨୦୨୩ରେ ଆବେଦନ କରିଥିଲେ। ପୁନର୍ବାର ଆବେଦନ ପରେ ବ୍ଲକ ପ୍ରଶାସନ ଚିଠି ନଂ. ୪୧୩/ ୨୦୨୩ ଫେବୃୟାରୀ ୧୩ରେ ମଗାଯାଇଥିବା ତଥ୍ୟ ଉପରେ ଶୁଣାଣି ପାଇଁ ଫେବୃୟାରୀ ୧୭ ରେ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚତ୍ବା ପାଇଁ ଉଲ୍ଲେଖ ରହିଥିଲା। ଉକ୍ତ ତଥ୍ୟ ଉପରେ ଶୁଣାଣି ପରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ର ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀଙ୍କ ତଥ୍ୟ ଆଧାରରେ ଚିଠି ନଂ. ୫୮୨/ଫେବୃୟାରୀ ୨୭ ରେ ତଥ୍ୟ ପ୍ରଦାନ କରାଯାଇଥିଲା। ମଗାଯାଇଥିବା ତଥ୍ୟ ଅନ୍‌ଲାଇନରେ ଉପଲବ୍ଧ ବୋଲି ଲେଖା ଯାଇଛି। ଯାହାକି ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି।
ସୂଚନାଯୋଗ୍ୟ, ଅନ୍‌ଲାଇନ ତଥ୍ୟ ବିଷୟରେ ଓ ତଥ୍ୟ ବାହାର କରିବା ସମସ୍ତଙ୍କ ପକ୍ଷେ ସମ୍ଭବ ନୁହେଁ। ତେବେ ଜନ ସୂଚନା ଅଧିକାର ଆଇନରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ତଥ୍ୟ ପ୍ରଦାନ ନ କରିବା, ତଥ୍ୟ ଦେଲେ ବ୍ଲକ ପ୍ରଶାସନ ଅଡୁଆରେ ପଡ଼ି ପାରେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ସେହିପରି ମଗାଯାଇଥିବା ତଥ୍ୟ ମଧ୍ୟରୁ ଯେଉଁ ଅଳ୍ପ କେତେକ ପ୍ରଦାନ କରାଯାଇଛି, ସେଥିରେ ବ୍ଲକରେ ରହିଥିବା ୧୬ଟି ପଞ୍ଚାୟତ ମଧ୍ୟରୁ ଅଧିକାଂଶ ପଞ୍ଚାୟତରେ ଗୋଟିଏ ପ୍ରକଳ୍ପରେ କାର୍ଯ୍ୟ ବିଭିନ୍ନ ସମୟରେ ନାମ ପରିବର୍ତ୍ତନ କରାଯାଇ ଫଲସ୍‌ ବିଲ୍‌ ହୋଇଥିବା ଜଣାଯାଇଛି। ଏପରି କି ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ପାଇଁ କରାଯାଇଥିବା ଆଇନ୍‌ ଠିକ୍‌ ଭାବେ ପାଳନ କରାଯାଇ ନାହିଁ। ଏ ସମ୍ପର୍କରେ ଏବିଡିଓ ଦେବେନ୍ଦ୍ର ପ୍ରଧାନଙ୍କୁ ପଚାରିବାରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ସମ୍ପର୍କିତ ତଥ୍ୟ ପ୍ରଦାନ କରିବାକୁ ଏପିଓଙ୍କୁ ପତ୍ର କରାଯାଇଥିଲା। ଏପିଓ ଯାହା ଦେଲେ ଆମେ ତଥ୍ୟ ମାଗିଥିବା ଆବେଦନକାରୀଙ୍କୁ ପଠାଇଛୁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri