କରୋନାକୁ ନାହିଁ ଭୟ: ଏବେ ୩୦ ମିନିଟ୍‌ରେ ମିଳିବ ରିପୋର୍ଟ

ନୂଆଦିଲ୍ଲୀ,୨୩।୭: ଦେଶରେ କରୋନା ମହାମାରୀ ସଂକ୍ରମଣ ବଢ଼ିଚାଲିଛି। ଏପରିସ୍ଥଳେ ଆଇସିଏମ୍‌ଆର୍‌ ପକ୍ଷରୁ ଏକ ରାପିଡ୍‌ ଆଣ୍ଟିଜେନ୍‌ କରୋନା ଟେଷ୍ଟିଂ କିଟ୍‌କୁ ବ୍ୟବହାର ଲାଗି ଅନୁମତି ଦେଇଛନ୍ତି। ଏହାକୁ ମାଇଁଲ୍ୟାବ୍‌ ଡିସକଭରିି ସଲ୍ୟୁସନ ପକ୍ଷରୁ ପ୍ରସ୍ତୁତି କରାଯାଇଛି। ଏହାର ନାମ ପାଥୋକ୍ୟାଚ୍‌ କୋଭିଡ-୧୯ ରଖାଯାଇଛି। ଏହାର ଦାମ ୪୫୦ ଟଙ୍କା ମଧ୍ୟରେ ରହିବ ବୋଲି କୁହାଯାଉଛି। ଏହା ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ହୋଇଥିବା ଭାରତର ପ୍ରଥମ ଆଣ୍ଟିଜେନ୍‌ କିଟ୍‌। ଏହାପୂର୍ବରୁ ଭାରତ ସରକାର ଦକ୍ଷିଣ କୋରିଆର ଏସ୍‌ଡି ବାୟୋସେନସର୍‌ ଦ୍ୱାରା ପ୍ରସ୍ତୁତ ହୋଇଥିବା କିଟ୍‌କୁ ବ୍ୟବହାର ଲାଗି ଅନୁମତି ଦେଇଥିଲେ।

Share