ଶାସନରେ ଭୟ

ଭାରତରେ ଯେବେ ଏକ ପ୍ରକଳ୍ପ ଅଟକିଯାଏ, ଖର୍ଚ୍ଚ ବଢ଼ିଯାଏ ଆମେ ସ୍ବାଭାବିକ ଭାବରେ ସେଥିରେ ଦୁର୍ନୀତି କଥା ଉଠାଇଥାଉ। କିନ୍ତୁ ବେଳେ ବେଳେ ବ୍ୟବସ୍ଥାର ନିଷ୍କ୍ରିୟତା ଯୋଗୁ ଏହାକୁ ପ୍ରମାଣ କରାଯାଇ ପାରେ ନାହିଁ। ସବୁଠାରୁ ପୁରୁଣା କୋଇଲା ଦୁର୍ନୀତି ମାମଲାରେ ବର୍ଷ ବର୍ଷ ଧରି ତଦନ୍ତ ପରେ ଦିଲ୍ଲୀର ଏକ କୋର୍ଟ ସମସ୍ତ ୫ ଅଭିଯୁକ୍ତ, ବାବୁ ଏବଂ ଅନ୍ୟମାନଙ୍କୁ ନିର୍ଦ୍ଦୋଷରେ ମୁକ୍ତ କରିଥିଲେ। କୋର୍ଟ ଉଲ୍ଲେଖ କରିଥିଲେ, ଏଥିରେ କୌଣସି ଗୋଟିଏ ବି ପ୍ରମାଣ ନ ଥିଲା ଏବଂ ଦୁର୍ଭାଗ୍ୟଜନକ ଯେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ଭୁଲ୍‌ ପ୍ରମାଣ କରିବାରେ ବିଫଳ ହୋଇଛି। ପ୍ରକୃତରେ, ଦଶବର୍ଷ ଧରି ଯାଞ୍ଚକରାଯିବା ସତ୍ତ୍ୱେ କୋର୍ଟ ଷଡ଼ଯନ୍ତ୍ର କିମ୍ବା ବ୍ୟକ୍ତିଗତ ସ୍ବାର୍ଥର କୌଣସି ପ୍ରମାଣ ପାଇଲେ ନାହିଁ। ଯଦି ଆପଣ ଜଣେ କାର୍ଯ୍ୟରତ ଅଧିକାରୀ ଭାବେ ଏଭଳି ଘଟୁଥିବା ଦେଖୁଛନ୍ତି, ତେବେ ଏହାର ସମାଧାନ କ’ଣ? ସଚ୍ଚୋଟ ହେବ ନାହିଁ ନା ନିଷ୍ପ୍ବତ୍ତି ନେବ ନାହିଁ। ଆହୁରି ମଧ୍ୟ ଯଦିଓ ଆପଣ ସଚ୍ଚୋଟ ଓ ସ୍ବଚ୍ଛ, ତଥାପି ଏହାକୁ ପ୍ରମାଣ କରିବା ପାଇଁ ଆପଣ ଆଉ ୧୦-୧୫ ବର୍ଷ ବିତାଇ ପାରନ୍ତି। ଏହା ଉତ୍ତରଦାୟିତ୍ୱ ନୁହେଁ,ଏହା ଏକ ପ୍ରତିରୋଧ। ତେବେ ୨୦୧୯ରେ ପ୍ରକାଶିତ ବିଜୟ କେଲକର ଏବଂ ଅଜୟ ଶାହାଙ୍କ ଦ୍ୱାରା ଲିଖିତ ‘ଗଣତନ୍ତ୍ରର ସେବାରେ’ ର ଏକ ପୁରୁଣା କିନ୍ତୁ ଅସ୍ବାଭାବିକ ପ୍ରାସଙ୍ଗିକ ଧାରଣା (ଅସମନ୍ବିତ ଦଣ୍ଡ)କୁ ସ୍ମରଣ କରାଇଦିଏ। ସରଳ ଭାବରେ, ଆଦୌ କାମ ନ କରିବା ଭଳି ତ୍ରୁଟି ତୁଳନାରେ ବିତ୍ତୀୟ କାରବାର ରେକର୍ଡିଂ କରିବାରେ ହେଉଥିବା ତ୍ରୁଟିକୁ ବ୍ୟବସ୍ଥା ଦଣ୍ଡିତ କରେ। ଏକ ଫାଇଲରେ ଦସ୍ତଖତ କଲେ ଆପଣଙ୍କ ଉପରେ ତଦନ୍ତ, ଅଡିଟ୍‌ ଭଳି ବିପଦର ଭୟ ରହିଛି। ନିଷ୍ପତ୍ତି ନେବାରେ ବିଳମ୍ବ କଲେ କିମ୍ବା କାମକୁ ଅଟକାଇ ଦେଲେ ଜୀବନ ସୁରକ୍ଷିତ ଭାବରେ କଟିିଯିବ; ପେନ୍‌ସନ ମଧ୍ୟ ଅକ୍ଷୁଣ୍ଣ ରହିବ।
ନିବେଶ ଦ୍ୱନ୍ଦ୍ୱ
ସବୁ ସରକାର ବଡ଼ ବଡ଼ ଘୋଷଣା କରିବାକୁ ଭଲ ପାଆନ୍ତି। କେତେକ କ୍ଷେତ୍ରରେ ଏହାକୁ ନେଇ ଅସ୍ବସ୍ତିକର ପରିଣାମ ସାମ୍ନାକୁ ଆସେ, ଯାହା ଉତ୍ତରପ୍ରଦେଶରେ ଘଟିଛି। ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସମ୍ପ୍ରତି ସ୍ପଷ୍ଟୀକରଣ ଦେଇଛନ୍ତି ଯେ,୨୫,୦୦୦ କୋଟି ଟଙ୍କାର ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବୁଝାମଣାପତ୍ର କେବଳ ଏକ ପ୍ରାରମ୍ଭିକ ପଦକ୍ଷେପ, ଅନିବାର୍ଯ୍ୟ ନୁହେଁ। ଏକ ବାଣିଜ୍ୟ ମେଳାରେ ଏହି ସ୍ତରର ବୁଝାମଣାପତ୍ର ସାଧାରଣତଃ ହାତ ମିଳାଇବା ବିଷୟ ନୁହେଁ। ଏହା ନିବେଶକ, ପ୍ରତିଯୋଗୀ ଏବଂ ବଜାର ପାଇଁ ଏକ ସଙ୍କେତ ଯେ ଏହି ରାଜ୍ୟ ହେଉଛି ବ୍ୟବସାୟ ପାଇଁ ଉଦ୍ଦିଷ୍ଟ। ସାଧାରଣରେ ପଛଘୁଞ୍ଚା ଦେବା କେବଳ ଚୁକ୍ତିକୁ ଦୁର୍ବଳ କରେ ନାହିଁ; ବରଂ ଏହା ସରକାରଙ୍କ ବିଶ୍ୱସନୀୟତାକୁ କ୍ଷତି ପହଞ୍ଚାଏ। ଏହା ସହ ବୁଝାମଣାପତ୍ରର ବିଶ୍ୱସନୀୟତା ଏପରି କିଛି ନୁହେଁ, ଯାହାକୁ ଆପଣ ଇଚ୍ଛାନୁସାରେ ସ୍ବାକ୍ଷର ଏବଂ ଅସ୍ବୀକାର କରିପାରିବେ। ଯୋଗୀ ଆଦିତ୍ୟନାଥ ଯେଉଁଭଳି ସ୍ପଷ୍ଟୀକରଣ ଦେଇଛନ୍ତି ତାହା ଅଧିକ ବିସ୍ମୟଜନକ। ସରକାରଗୁଡ଼ିକ ସବୁବେଳେ ପ୍ରାରମ୍ଭିକ ଚୁକ୍ତିନାମା ସ୍ବାକ୍ଷର କରନ୍ତି। ତେବେ ପ୍ରତ୍ୟେକ ବୁଝାମଣାପତ୍ର ଏକ ଚୂଡ଼ାନ୍ତ ପ୍ରକଳ୍ପର ରୂପରେଖ ନିଏ ନାହିଁ। କିନ୍ତୁ ରାଜ୍ୟକୁ ଠିକ୍‌ ସମୟରେ ନିଜର ପ୍ରତିବଦ୍ଧତାକୁ ଅଣଦେଖା ନ କରି ଦ୍ୱନ୍ଦ୍ୱକୁ ଶାନ୍ତ ତଥା ବୃତ୍ତିଗତ ଭାବରେ ପରିଚାଳନା କରିବାର ଏକ ଉପାୟ ରହିଛି। ଉତ୍ତର ପ୍ରଦେଶ ବର୍ଷ ବର୍ଷ ଧରି ନିଜକୁ ନିବେଶ-ଅନୁକୂଳ ଏବଂ ଗମ୍ଭୀର ଭାବରେ ପୁନଃସ୍ଥାପିତ କରିବାକୁ ଚେଷ୍ଟା କରିଆସୁଛି। ସେହି ପ୍ରୟାସ ରାତାରାତି ଭାଙ୍ଗିଯିବ ନାହିଁ – କିନ୍ତୁ ଏହିପରି ବାଧା ଆସିପାରେ। କାରଣ ନିବେଶକମାନେ କେବଳ ଚୁକ୍ତିନାମା ସ୍ବାକ୍ଷର କରନ୍ତି ନାହିଁ। ସେମାନେ ସଙ୍କେତକୁ ବୁଝନ୍ତି। ଏବେ ସଙ୍କେତ ଟିକିଏ ଅସ୍ଥାୟୀ ବା କାମଚଳା ଭଳି ମନେହେଉଛି।
ଗୋଏଲଙ୍କୁ ନେଇ ଚର୍ଚ୍ଚା
ଅଜିତ ଡୋଭାଲ ପୁନର୍ବାର ପରବର୍ତ୍ତୀ ଜାତୀୟ ସୁରକ୍ଷା ପରାମର୍ଶଦାତା ହେବା ଅନୁମାନ କରାଯାଉଛି (ଯଦିଓ ସେ ଏପର୍ଯ୍ୟନ୍ତ ରାଜି ହେବାର କୌଣସି ସଙ୍କେତ ଦେଖାଉନାହାନ୍ତି) ।
ଏହି ସମୟରେ ସାମନ୍ତ ଗୋଏଲଙ୍କ ନାମ ଚର୍ଚ୍ଚାକୁ ଆସୁଛି। ଏହାକୁ ଯଦି ବିଶ୍ୱାସ କରାଯାଏ, ତେବେ ବୁଝିିବାକୁ ହେବ ଯେ, ସେ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମରେ ଚର୍ଚ୍ଚିତ ହେବା ଅପେକ୍ଷା ଗୁପ୍ତରେ କାମ କରିବାକୁ ପସନ୍ଦ କରନ୍ତି। ଗୋଏଲଙ୍କ ଦକ୍ଷତା ରହିଛି। ସେ ସମସ୍ୟାର ସମାଧାନ କରନ୍ତି। ଆମେରିକାର ପୂର୍ବତନ ସୁରକ୍ଷା ପରାମର୍ଶଦାତା ଜ୍ୟାକ୍‌ ସୁଲିଭାନଙ୍କ ସହିତ ଆଫଗାନିସ୍ତାନ – ଇରାନ-ରୁଷ-ମଧ୍ୟ ଏସିଆର ଗୁପ୍ତଚର ନେଟୱର୍କଗୁଡ଼ିକର ସଂଯୋଗ ସମ୍ପକର୍ର୍ରେ ତାଙ୍କ ସ୍ପଷ୍ଟ ଆଲୋଚନା ବାସ୍ତବରେ ଭାରତର ପରବର୍ତ୍ତୀ ଆବଶ୍ୟକତାକୁ ନେଇ ପ୍ରସ୍ତୁତ କରାଯାଉଛି। ଏହା ଆବଶ୍ୟକ। କିନ୍ତୁ ପ୍ରଶ୍ନ ଉଠୁଛି ଏହା ପ୍ରକୃତରେ ସାହାଯ୍ୟ କରିବ କି? ଭାରତର ସୁରକ୍ଷା ସମ୍ପର୍କିତ ଆହ୍ବାନଗୁଡ଼ିକ ଆଉ କେବଳ ପ୍ରତିପକ୍ଷମାନଙ୍କୁ ପଛରେ ପକାଇବା ବିଷୟରେ ନୁହେଁ। ଏହା ମେଣ୍ଟ ଏବଂ ଆର୍ଥିକ ପାରସ୍ପରିକ ନିର୍ଭରଶୀଳତା ପରିଚାଳନାକୁ ଗୁରୁତ୍ୱ ଦେବା ଦରକାର। ରୁଷିଆ ଏବଂ ଇରାନ ଭଳି ଦେଶ ସହିତ ଗଭୀର ଗୁପ୍ତଚର ସମ୍ପର୍କ ରଖାଯାଉ। ଏହା ବୁଦ୍ଧିମାନର କାର୍ଯ୍ୟ ଏବଂ ଆବଶ୍ୟକ ମଧ୍ୟ। ତେବେ ଏକ ଶକ୍ତିଶାଳୀ, ସୁରକ୍ଷା-ଚାଳିତ ରାଷ୍ଟ୍ର ବିକଶିତ ଭାରତ ପାଇଁ ଯୁକ୍ତିଯୁକ୍ତ ପଥ ବୋଲି ଧାରଣା ରହିଛି। ପ୍ରକୃତ ପ୍ରଶ୍ନ ହେଉଛି ଭାରତକୁ ଗୁପ୍ତଚର କ୍ଷେତ୍ରରେ ଜଣେ ମହାରଥୀଙ୍କ ଆବଶ୍ୟକତା ଅଛି ନା କ୍ଷମତା ଓ ନୀତିକୁ ସନ୍ତୁଳିତ କରିବାରେ ସମାନ ଭାବରେ ଦକ୍ଷ ବ୍ୟକ୍ତିଙ୍କ ଆବଶ୍ୟକତା ରହିଛିି?
Email: dilipcherian@gmail.com

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

ଉତ୍ସବରେ ଯୋଗଦେଇ ଘରକୁ ଫେରୁଥିଲେ ପରିବାର ଲୋକେ: ରାସ୍ତାପାର୍ଶ୍ୱ କୂଅରେ ଖସିପଡ଼ିଲା କାର୍‌, ଆଉ ତା’ପରେ…

ନାଶିକ୍‌,୪ା୪: ମହାରାଷ୍ଟ୍ରର ନାଶିକ ଜିଲାରେ ଖୋଲା କୂଅକୁ ଏକ କାର୍‌ ଖସିପଡ଼ିବାରୁ ଗୋଟିଏ ପରିବାରର ୯ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୬ଜଣ ପିଲା ଥିବା…

ଶ୍ରେୟଶଙ୍କୁ ୨୪ ଲକ୍ଷ ଟଙ୍କା ଜରିମାନା

ଚେନ୍ନାଇ, ୪ା୪: ସ୍ଥାନୀୟ ଏମ୍‌.ଏ. ଚିଦାମ୍ୱରମ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ଆଇପିଏଲ୍‌ ମ୍ୟାଚରେ ଏକ ସ୍ଲୋ-ଓଭର ରେଟ୍‌ ପାଇଁ ପଞ୍ଜାବ କିଙ୍ଗ୍ସ ଅଧିନାୟକ ଶ୍ରେୟସ…

ସିଏସ୍‌କେ ପରାଜୟର କାରଣ କହିଲେ ଗାଭାସ୍କର

ଚେନ୍ନାଇ,୪ା୪: ଭାରତର କିମ୍ୱଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କରଙ୍କ ମତରେ ୫ ଥରର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ପାଇଁ ସେମାନଙ୍କର ବୋଲିଂ ସବୁଠୁ ବଡ଼ ସମସ୍ୟା।…

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

ରେଷ୍ଟୁରାଣ୍ଟ-ଢାବା ମାଲିକଙ୍କ ପାଇଁ ନିର୍ଦ୍ଦେଶ: କେବଳ ଏମିତି କଲେ ମିଳିବ ବାଣିଜ୍ୟିକ ସିଲିଣ୍ଡର

ନୂଆଦିଲ୍ଲୀ,୪।୪: ଦିଲ୍ଲୀ ସରକାର ବାଣିଜ୍ୟିକ LPG ସିଲିଣ୍ଡର ଯୋଗାଣ ନିୟନ୍ତ୍ରଣ ନିୟମକୁ କଡ଼ାକଡ଼ି କରିଛନ୍ତି। ଏବେ, ଯେଉଁ ଅଞ୍ଚଳରେ ପାଇପ ଯୁକ୍ତ ପ୍ରାକୃତିକ ଗ୍ୟାସ (PNG) ନେଟୱାର୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri