ଭୟର ପାଣ୍ଠି

ଭାରତରେ କୋଭିଡ୍‌-୧୯ ବ୍ୟାପିବା ପରେ ୨୮ ମାର୍ଚ୍ଚ ୨୦୨୦ରେ ପ୍ରାଇମିନିଷ୍ଟର୍ସ ସିଟିଜେନ୍‌ ଆସିଷ୍ଟାନ୍ସ ଆଣ୍ଡ୍‌ ରିଲିଫ୍‌ ଇନ୍‌ ଏମର୍ଜେନ୍ସି ସିଚ୍ୟୁଏସନ୍ସ ବା ପିଏମ୍‌ କେୟାର୍ସ ଫଣ୍ଡ୍‌ ଗଠନ କରାଯାଇଥିଲା। କରୋନା ଭାଇରସ୍‌ ସଂକ୍ରମଣ ରୋକିବା ଓ ଆକ୍ରାନ୍ତଙ୍କୁ ସହାୟତା ଯୋଗାଇ ଦେବା ଏବଂ ଭବିଷ୍ୟତରେ ସମାନ ଧରଣର ମହାମାରୀ ସ୍ଥିତି ଦେଖାଦେଲେ ତାହାର ମୁକାବିଲା ଦିଗରେ ଏହି ପାଣ୍ଠି ବିନିଯୋଗ କରାଯିବ ବୋଲି ଏହାର ଗଠନ ଦିନରେ ଘୋଷଣା କରାଯାଇଥିଲା। କିନ୍ତୁ ପରେ ପ୍ରଶ୍ନ ଉଠାଯାଇଥିଲା ଯେ ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ୍‌ ଫଣ୍ଡ୍‌ (ପିଏମ୍‌ଏନ୍‌ଆର୍‌ଏଫ୍‌) ଥିବା ସତ୍ତ୍ୱେ ପିଏମ୍‌ କେୟାର୍ସର ଆବଶ୍ୟକତା କାହିଁକି ପଡ଼ିଲା। କେନ୍ଦ୍ର ସରକାର ଏ ବିଷୟକୁ କର୍ଣ୍ଣପାତ କଲେ ନାହିଁ। ତେଣୁ କେତେକେ ସୁପ୍ରିମକୋର୍ଟରେ ଆବେଦନ କଲେ ଯେ, ପିଏମ୍‌ କେୟାର୍ସ ଫଣ୍ଡ ଦ୍ୱାରା ସଂଗୃହୀତ ଅର୍ଥ ପିଏମ୍‌ଏନ୍‌ଆର୍‌ଏଫ୍‌କୁ ହସ୍ତାନ୍ତର କରାଯାଉ। ସର୍ବୋଚ୍ଚ ନ୍ୟାୟାଳୟ ଏଭଳି ଆବେଦନକୁ ଖାରଜ କରିଦେଇ ପିଏମ୍‌ କେୟାର୍ସ ଫଣ୍ଡ୍‌ରୁ ଅର୍ଥ ପିଏମ୍‌ଏନ୍‌ଆର୍‌ଏଫ୍‌କୁ ସ୍ଥାନାନ୍ତର ବା ଉଭୟ ପାଣ୍ଠି ମଧ୍ୟରେ ମିଶ୍ରଣ ହୋଇପାରିବ ନାହିଁ ବୋଲି ରାୟ ଦେବା ପରେ ପିଏମ୍‌ କେୟାର୍ସ ଫଣ୍ଡ୍‌ ବିଧିବଦ୍ଧ ପରିଚୟ ପାଇଗଲା। ଅର୍ଥାତ୍‌ ପିଏମ୍‌ କେୟାର୍ସ ଫଣ୍ଡ୍‌କୁ ପ୍ରଶ୍ନ କରିହେଉ ନାହିଁ। ଏଥିସହିତ ଏହା ମଧ୍ୟ ଉଲ୍ଲେଖ କରିବାକୁ ହେବ ଯେ, ପିଏମ୍‌ଏନ୍‌ଆର୍‌ଏଫ୍‌ ବିଧିବଦ୍ଧ ଭାବେ ପଞ୍ଜୀକୃତ ହୋଇ ନ ଥିଲା ବୋଲି କୁହାଯାଉଛି। ସେହିଭଳି ପିଏମ୍‌ଏନ୍‌ଆର୍‌ଏଫ୍‌ରେ ଥିବା ସଦସ୍ୟମାନଙ୍କ ବୈଠକ ୧୯୮୦ରୁ ଆୟୋଜିତ ହୋଇ ନ ଥିବା ମଧ୍ୟ କୁହାଯାଉଛି।
ଏବେ ସୂଚନା ଅଧିକାର (ଆର୍‌ଟିଆଇ) ବଳରେ ମିଳିଥିବା ଏକ ତଥ୍ୟରୁ ଜଣାପଡ଼ିଛି ଯେ, କେନ୍ଦ୍ରୀୟ ବ୍ୟାଙ୍କ ଆର୍‌ବିଆଇଠାରୁ ଆରମ୍ଭ କରି ଏସ୍‌ବିଆଇ ସମେତ ୭ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଓ ଜୀବନ ବୀମା ନିଗମ (ଏଲ୍‌ଆଇସି) ଭଳି ସଂସ୍ଥା ସେମାନଙ୍କ କର୍ମଚାରୀଙ୍କ ଦରମା ଓ କମ୍ପାନୀ ସାମାଜିକ ଦାୟିତ୍ୱବୋଧ (ସିଏସ୍‌ଆର୍‌) ପାଣ୍ଠିରୁ ପ୍ରାୟ ୨୦୫ କୋଟି ଟଙ୍କା ପିଏମ୍‌ କେୟାର୍ସ ଫଣ୍ଡ୍‌କୁ ଦାନ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ସିଏସ୍‌ଆର୍‌ ପାଣ୍ଠି ସମ୍ପୃକ୍ତ ସଂସ୍ଥା ଯେଉଁଠାରେ ତା’ର କାରଖାନା ବସାଇଥାଏ ବା ସେବା ଯୋଗାଇ ଦେଉଥାଏ ସେହି ଅଞ୍ଚଳର ସାମାଜିକ ଭିତ୍ତିଭୂମି ଉନ୍ନୟନ ଦିଗରେ ବ୍ୟୟ କରିଥାଏ। ଯେଉଁ ହିସାବରେ ସିଏସ୍‌ଆର୍‌ ଅର୍ଥ ପିଏମ୍‌ କେୟାର୍ସକୁ ଦାନ କରାଗଲା, ତାହା ଦ୍ୱାରା କମ୍ପାନୀ କରିବାକୁ ଥିବା ଭିତ୍ତିଭୂମି ଉନ୍ନୟନ ନିଶ୍ଚିତ ବାଧାପ୍ରାପ୍ତ ହୋଇପାରେ ବା ସେଥିଲାଗି ଟଙ୍କା ଅଭାବ ଦେଖା ଦେବାର ଯଥେଷ୍ଟ ଆଶଙ୍କା ରହୁଛି। ସେହିଭଳି ସରକାରୀ ସଂସ୍ଥା ବା ରାଷ୍ଟ୍ରାୟତ୍ତ ଉଦ୍ୟୋଗର କର୍ମଚାରୀ ଏବଂ କେତେକ ଶିକ୍ଷାନୁଷ୍ଠାନରୁ ଶିକ୍ଷକ, ଅଣ-ଶିକ୍ଷକ ଓ ଛାତ୍ରୀଛାତ୍ରଙ୍କ ଦ୍ୱାରା ଦିଆଯାଇଥିବା ଅର୍ଥ ସ୍ବଇଚ୍ଛାରେ ଯାଇଥିବ ବୋଲି ବିଶ୍ୱାସ ହେଉନାହିଁ। ଅନ୍ୟ କାହାରିକୁ ଆର୍ଥିକ ସାହାଯ୍ୟ କଲାବେଳେ ସ୍ବତଃପ୍ରବୃତ୍ତ ସହାୟତାର ହାତ ବଢ଼ାଇବାକୁ ଇଚ୍ଛା ହୁଏ, କେହି ବାଧ୍ୟ କଲେ ଇଚ୍ଛା ହୁଏ ନାହିଁ। ଏହାକୁ କର୍ମଚାରୀମାନେ ଯେତେ ଅସ୍ବୀକାର କଲେ ମଧ୍ୟ ତା’ ପଛରେ ଚାପର ଆଶଙ୍କା ରହିଥାଇପାରେ। ସମ୍ଭବତଃ ଉପରଲିଖିତ ସଂସ୍ଥାର ମୁଖିଆମାନଙ୍କୁ ନିର୍ଦ୍ଦେଶ ଆସିଥିବ ପିଏମ୍‌ କେୟାର୍ସ ପାଣ୍ଠି ପାଇଁ ଅର୍ଥ ସଂଗ୍ରହ କରିବା ପାଇଁ। କାରଣ ପିଏମ୍‌ଏନ୍‌ଆର୍‌ଏଫ୍‌ ସକାଶେ ବ୍ୟକ୍ତିବିଶେଷ ଓ ସଂସ୍ଥାଗୁଡ଼ିକ ନିଜ ଇଚ୍ଛାରେ ସକ୍ଷମତା ଅନୁଯାୟୀ ଦାନ କରିଥାଆନ୍ତି। ଯେହେତୁ ପିଏମ୍‌ କେୟାର୍ସ ଫଣ୍ଡ୍‌ର କାର୍ଯ୍ୟଧାରା ଉପରେ ଲୋକେ ଅବଗତ ହୋଇ ନାହାନ୍ତି, ସେହି ପାଣ୍ଠିକୁ ସ୍ବତଃସ୍ଫୂର୍ତ୍ତ ଦାନ ଦେବାକୁ କୁଣ୍ଠା ପ୍ରକାଶ ପାଇବା ସ୍ବାଭାବିକ।
୨୦୧୬ର ବିମୁଦ୍ରୀକରଣ ପରେ ଦେଶର ଅର୍ଥନୀତି ଦୁର୍ବଳ ହୋଇଥିଲା। ୨୦୧୭ରେ ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ଲାଗୁ କରାଯାଇ ଏହାର ସୁଫଳ କେନ୍ଦ୍ର ଓ ରାଜ୍ୟଗୁଡ଼ିକ ପାଇବେ ବୋଲି ଯାହା କୁହାଯାଇଥିଲା, ତାହାର ବାସ୍ତବ ସ୍ଥିତି ପଦାରେ ପଡ଼ିଯାଇଛି। ରାଜ୍ୟଗୁଡ଼ିକ ସେମାନଙ୍କ ଜିଏସ୍‌ଟି ଅଂଶ ନ ପାଇ ଏବେ କେଉଁ ଭାବେ ଋଣ ନେବେ ସେଥିପାଇଁ ବ୍ୟସ୍ତ। ପୁଣି କେନ୍ଦ୍ର ଜିଏସ୍‌ଟି ନାମରେ ସଂଗୃହୀତ ପାଣ୍ଠିକୁ ଅନ୍ୟତ୍ର ବ୍ୟୟ କରିଦେଇଥିବା ନିକଟରେ କମ୍ପଟ୍ରୋଲର ଆଣ୍ଡ୍‌ ଅଡିଟର ଜେନେରାଲ (ସିଏଜି) ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି। ସେହିଭଳି ବିମଲ ଜଲାନଙ୍କ ନେତୃତ୍ୱରେ ଗଠିତ ବିଶେଷଜ୍ଞ କମିଟିର ସୁପାରିସ ଅନୁଯାୟୀ ୨୦୧୯ ଅଗଷ୍ଟରେ ଆର୍‌ବିଆଇ ତା’ର ବଳକା ଅର୍ଥ ୧ ଲକ୍ଷ ୭୬ ହଜାର କୋଟି ଟଙ୍କା କେନ୍ଦ୍ର ସରକାରଙ୍କୁ ଦେବାକୁ ନିଷ୍ପତ୍ତି ନେଇଥିଲା। ଅର୍ଥାତ୍‌ ଆର୍‌ବିଆଇ ଟଙ୍କା ମଧ୍ୟ ଚାଲିଗଲାଣି। ଏହିଭଳି ଭାବେ କେନ୍ଦ୍ର ଚାରିଆଡ଼ୁ ରାଙ୍କାଣିଆ ହୋଇ ଅର୍ଥ ରାମ୍ପିବାରେ ଲାଗିପଡ଼ିଛି। ଏଥିସହିତ ପିଏମ୍‌ କେୟାର୍ସ ପାଣ୍ଠିରୁ କିଣା ହେଉଥିବା ଭେଣ୍ଟିଲେଟରକୁ ନେଇ ଅନେକ ପ୍ରଶ୍ନ ଉପୁଜିଲାଣି। ଏଥିରୁ ସହଜରେ ବୁଝି ହେଉଛି ଯେ, ଆର୍ଥିକ ପରିଚାଳନାରେ କେନ୍ଦ୍ର ସମ୍ପୂର୍ଣ୍ଣ ଅସହାୟ ହୋଇପଡ଼ିଛି। ଏବେ ଯେତେବେଳେ କୋଭିଡ୍‌ ମହାମାରୀ ପରିଚାଳନା ସହ ଆର୍ଥିକ ବୋଝ ବଢ଼ିବାରେ ଲାଗିଛି କେନ୍ଦ୍ର ସରକାର ଆଇନଗତ ହେଉ ବା ବେଆଇନ ଭାବେ ପାଣ୍ଠି କେଉଁଠୁ ଆସିବ ସେହି ଚିନ୍ତାରେ ପଡ଼ିଯାଇଛି। ଯାହା ଦେଖା ଦେଲାଣି ଆଗକୁ ସ୍ଥିତି ଆହୁରି ବିଷମ ହୋଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଜିଇବା ପାଇଁ ପିଇବା

ର୍ବତ ଏବଂ ଲସିର ଦେଶ ରୂପେ ଭାରତ ପ୍ରସିଦ୍ଧ। କିନ୍ତୁ ଅଧିକାଂଶ ଭାରତୀୟ ଆଜି ପାଶ୍ଚାତ୍ୟ ପେୟ ଦ୍ୱାରା ପ୍ରଭାବିତ। ନିଜକୁ ‘ଆଧୁନିକ’ ପ୍ରମାଣିତ ପାଇଁ ଭାରତୀୟମାନେ…

ସୁସ୍ଥ ଓଡ଼ିଶା ଲକ୍ଷ୍ୟ ପୂରଣ ହେବ ତ

ଡ଼ିଶାର ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କର ଲଗାତର ତୃତୀୟ ବଜେଟ ଉପସ୍ଥାପନ କରି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପାଇଁ ୨୦୨୬-୨୭…

ଅମଲାତାନ୍ତ୍ରିକ ବିବାଦ

ନିକଟରେ କର୍ନାଟକ ହାଇକୋର୍ଟ ଆଇପିଏସ୍‌ ଅଧିକାରୀ ଡି. ରୂପା ମୁଦଗିଲ୍‌ଙ୍କ ଦ୍ୱାରା ଆଇଏଏସ୍‌ ଅଧିକାରୀ ରୋହିଣୀ ସିନ୍ଧୁରୀଙ୍କ ବିରୋଧରେ ଦାୟର ମାନହାନି ମାମଲାକୁ ରଦ୍ଦ କରିବାକୁ ମନା…

ଏଇ ଭାରତରେ

ସହରୀକରଣରେ ବ୍ୟାପକ ଭାବେ ପୁରୁଣା ଆମ୍ବଗଛ କାଟି ଦିଆଯାଉଥତ୍ବାରୁ ବହୁ କିସମର ଦେଶୀ ଓ ସ୍ବାଦିଷ୍ଟ ଆମ୍ବ ସମୟକ୍ରମେ ଲୋପ ପାଇବାରେ ଲାଗିଛି। ଜଳବାୟୁ ପରିବର୍ତ୍ତନ ଯୋଗୁ…

ସମର୍ପିତ ସଙ୍ଗଠନ

ଭାରତରେ, ଏନ୍‍ଜିଓ କହିଲେ ବିଭିନ୍ନ ପ୍ରକାରର ବେସରକାରୀ ସଙ୍ଗଠନକୁ ବୁଝାଏ, ଯାହା ଅଣ-ସରକାରୀ, ସ୍ବେଚ୍ଛାସେବୀ କିମ୍ବା ଅଣ-ସ୍ବେଚ୍ଛାସେବୀ ଇତ୍ୟାଦି ହୋଇପାରେ। ଏହି ସଙ୍ଗଠନଗୁଡ଼ିକ ସରକାରୀ ନୁହେଁ ସତ…

କହିଦେଉଥାଏ ପରକୁ

ମୀରା ବେଉରା ଥରେ ଏକ ବିଦ୍ୟାଳୟରେ ସ୍ବଚ୍ଛତା ସମ୍ପର୍କରେ ଗୋଟିଏ ଆଲୋଚନାଚକ୍ରରେ ଅତିଥି ଭାବରେ ଯୋଗଦେବାକୁ ମୁଁ ନିମନ୍ତ୍ରିତ ହୋଇଥିଲି । ଛାତ୍ରୀଛାତ୍ର କିଭଳି ବାହ୍ୟ ପରିଷ୍କାର…

ସୁରକ୍ଷାର କବଚ ବିକାଶ

ଆଲେକ୍‍ଜାଣ୍ଡର ଡି କ୍ରୁ ଚଳିତ ବର୍ଷ ମ୍ୟୁନିଚ ସୁରକ୍ଷା ସମ୍ମିଳନୀରେ ଭୂରାଜନୈତିକ ସ୍ଥିତି, ପ୍ରଭାବର କ୍ଷେତ୍ର, ନାଟୋର ଭବିଷ୍ୟତ ତଥା ପ୍ରତିରକ୍ଷା ବଜେଟ ସମ୍ପର୍କରେ ବିସ୍ତୃତ ଆଲୋଚନା…

କ୍ଷମତା ନିୟନ୍ତ୍ରଣର ଯୁଗ

ଶିକ୍ଷାବିତ୍‌ଙ୍କ ବାସ୍ତବ ତଥ୍ୟ ଓ ରାଜନେତାଙ୍କ ବିଚାରର ଦ୍ୱନ୍ଦ୍ୱ ମଧ୍ୟରୁ କେଉଁଟିକୁ ପସନ୍ଦ କରିବ ବୋଲି ଭାରତ ଯେଭଳି ଜଟିଳତାର ସମ୍ମୁଖୀନ ହୋଇଛି ଚାଇନା ମଧ୍ୟ ସେହିଭଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri